Saturday, July 11, 2026 04:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ପୋଲ୍ ଖୋଲିଲେ ନବୀନ-ପାଣ୍ଡିଆନ୍

କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ପ୍ରଚାର

by Our Correspondent
27 May, 2024- 08:54 PM
in Latest News, News, Politics
1 min read
0
ବୈଜୟନ୍ତଙ୍କ ପୋଲ୍ ଖୋଲିଲେ ନବୀନ-ପାଣ୍ଡିଆନ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର କରିଥିଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନର ପ୍ରତିଶ୍ରୁତି ଧରି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ତେବେ କେନ୍ଦ୍ରାପଡ଼ାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର ପୋଲ୍ ଖୋଲି ଦେଇଥିଲେ ବିଜେଡିର ଶୀର୍ଷ ନେତା । ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥ ହାସଲରେ ଏହି ନେତା କେତେ ମାହିର ତାହା ଜଣାଇ ଦେଇଥିଲେ । ଏହି ପୂର୍ବତନ ସାଂସଦ ଜଣେ ବିଶ୍ୱାସଘାତକ ବୋଲି ମନ୍ତବ୍ୟ ଦେଇଥିଲେ ।

ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ତାଙ୍କୁ ସାଂସଦ କଲି । କିନ୍ତୁ ସେ କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ । ୧୦ ବର୍ଷ ପାଇଁ ଏଠାରୁ ସାଂସଦ ହୋଇଥିଲେ । କିନ୍ତୁ ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ ।

ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ କହିଥିଲେ, ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଦୁଇଥର ରାଜ୍ୟସଭା ଓ ଦୁଇଥର ଲୋକସଭା ପଠାଇଥିଲେ । ସାଂସଦ ହେବା ପରେ ସେ ନିଜ ପାଇଁ ଲାଗିଲେ ଓ ନିଜ କମ୍ପାନୀର ଲାଭ ପାଇଁ ଲାଗିଲେ । କମ୍ପାନୀ ପାଇଁ ରେଲୱେ ସାଇଡିଂ ଆଣିଲେ । କିନ୍ତୁ କେନ୍ଦ୍ରାପଡ଼ାକୁ ରେଲୱେ ଆଣିବାକୁ ଭୁଲିଗଲେ । ଫାଇନାନ୍ସ କମିଟିର ସଦସ୍ୟ ଭାବେ ନିଜ କମ୍ପାନୀର ଲୋନ୍ ଛାଡ଼ କଲେ । ସେ ଚାହୁଁଥିଲେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବା ପାଇଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ଯେ ସେ ତାଙ୍କ ନିଜସ୍ୱ ଲାଭ ପାଇଁ ଏହା ଚାହୁଁଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେହିଦିନଠାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ବିଭିନ୍ନ ଗୁଜବ ସୃଷ୍ଟି କଲେ ।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କଲେ । ଏପରିକି ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ତାଙ୍କ ଦେହ ଖରାପ ବିଷୟରେ ପଚାରିଥିଲେ । ସମସ୍ତେ କହିଥିଲେ ଯେ ଆମକୁ କେନ୍ଦ୍ରାପଡ଼ାର ଜନୈକ ପୂର୍ବତନ ସାଂସଦ ଆପଣଙ୍କ ଦେହ ଖରାପ ବିଷୟରେ କହିଛନ୍ତି । ସେ ମଧ୍ୟ ତାଙ୍କ ନିଜସ୍ୱ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରସାରଣ କଲେ । ତାଙ୍କର ଲୋଭ ଥିଲା ମୁଖ୍ୟମନ୍ତ୍ରୀ ସିଟ୍ । ଏଥିରୁ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କିଭଳି ବିଶ୍ୱାସଘାତକତା କରିଛନ୍ତି ।

ଅନ୍ୟପକ୍ଷରେ ବୈଜୟନ୍ତ ଏହି ଆରୋପର ସିଧା ଜବାବ ନ ଦେଇ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପାଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି । ଆଜି ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସଭାରେ ଉପସ୍ଥିତ ବୈଜୟନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ପ୍ରମ୍ପଟିଂ । ସମ୍ପତ୍ତି ହାସଲ ପାଇଁ ମୁଁ ରାଜନୀତିକୁ ଆସିନାହିଁ । ମୁଁ ଲୋକଙ୍କ ସେବା କରିବାକୁ ଆସିଛି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ବୈଜୟନ୍ତ ପଣ୍ଡାଙ୍କ ବ୍ୟବସାୟିକ ସ୍ୱାର୍ଥ ଓ ସୁବିଧାବାଦ ରାଜନୀତିକୁ ନେଇ ଅତୀତରେ ବହୁ ଆଲୋଚନା ହୋଇଛି । ବିଜେଡି ସରକାରଙ୍କ ଅନୁକମ୍ପାରେ ଓରଟେଲ୍ ର ଏକଚାଟିଆ କେବୁଲ ସାମ୍ରାଜ୍ୟ ବିସ୍ତାରଠାରୁ ଆରମ୍ଭ କରି ଖଣି, କ୍ରସର, ଠିକାଦାରୀ କାର୍ଯ୍ୟ ହାତେଇବା, ନିଜର ପ୍ରଭାବ ବଳରେ ଇମ୍ଫା ଉପରୁ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ଼ ଏବଂ ୪୪୫ କୋଟି ଟଙ୍କାର ବିଜୁଳି ବିଲ୍ ବାକି ଭଳି ଅନେକ ସଙ୍ଗୀନ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଥରହର କରିଥିଲା । ଏଥିପାଇଁ ବିିରୋଧୀ ଦଳର ଶରବ୍ୟ ହୋଇଥିଲେ ରାଜ୍ୟ ସରକାର ।

Previous Post

ଲଗାତର ୧୭ବର୍ଷ ଧରି କିସ୍‍ର ଶତ ପ୍ରତିଶତ ସଫଳତା

Next Post

ବିରୋଧିଦଳ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

Next Post
ବିରୋଧିଦଳ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ବିରୋଧିଦଳ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA