Saturday, July 11, 2026 01:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାରା ରାଜ୍ୟରେ ଲାଗିବ ୫ କୋଟି ଗଛ

୭୫ତମ ବନ ମହୋତ୍ସବ

by Our Correspondent
05 Jul, 2024- 09:22 PM
in Latest News, News
1 min read
0
ସାରା ରାଜ୍ୟରେ ଲାଗିବ ୫ କୋଟି ଗଛ

ଭୁବନେଶ୍ୱର: : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ‘ଏକ ପେଡ ମା କେ ନାମ’ ଅଭିଯାନ ଚାଲିଛି । ଏଥିରେ ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ଆହ୍ବାନ ଦିଆଯାଇଛି। ଏହି ଅଭିଯାନରେ ବର୍ତ୍ତମାନ ସୁଦ୍ଧା ଓଡିଶାରେ ସର୍ବାଧିକ ୧ ଲକ୍ଷ ୪୮ ହଜାର ଫଟୋ ଅପଲୋଡ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଆଜି ସ୍ଥାନୀୟ ଡୁମୁଡୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜନତାଙ୍କ ସହଭାଗୀତା ଖୁବ ଉତ୍ସାହଜନକ। ଓଡିଶାରେ ଏହା ଖୁବ ସଫଲ ହେଉଛି। ସବୁ ରାଜ୍ୟ ମଧ୍ୟରେ ଓଡିଶା ସବୁଠାରୁ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ କୋଟି ଗଛ ଲାଗିବାର ଲକ୍ଷ୍ୟ ଅଛି। ଆମର ଲୋକସଂଖ୍ୟା ସାଢେ ଚାରି କୋଟି ହୋଇଥିବାରୁ, ଏହି ଅଭିଯାନରେ ଆମେ ଅତି କମରେ ସାଢେ ଚାରି କୋଟି ଗଛ ଲଗାଇବା ଦରକାର ବୋଲି ସେ କହିଥିଲେ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାମିଲ ହୋଇ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ବନ ଅଧିକାରୀ joint monitoring କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଜ୍ରପାତଜନିତ ଦୁର୍ଘଟଣାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ବନ ବିଭାଗ ତରଫରୁ ଏ ବର୍ଷ ରାଜ୍ୟରେ ଜଙ୍ଗଲ ବ୍ଲକ ଚତୁପାର୍ଶ୍ବରେ ୧୯ ଲକ୍ଷ ତାଳଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଛି । ଏହା ଆମର ବଜ୍ର କବଚ ହେବ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ଦାରିଙ୍ଗବାଡିରେ ଚେରି ବ୍ଲସମ ଗଛ ଲଗାଯାଉଛି । ଦାରିଙ୍ଗବାଡିକୁ ବିଶ୍ବ ଚେରି ବ୍ଲସମ ମାନଚିତ୍ରରେ ସ୍ଥାନିତ କରିବାକୁ ଏହା ଏକ ସୁନ୍ଦର ଅଭିଯାନ ବୋଲି ସେ କହିଥିଲେ ।

ସେହିପରି ସାରା ରାଜ୍ୟରେ ପ୍ରାୟ ୫ କୋଟି ଗଛ ଲଗାଇବାର ଯୋଜନା ରହିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପରିବେଶର ସନ୍ତୁଳନ ଆମ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ। ଆମେ ସମସ୍ତେ ସଚେତନ ହେଲେ, ପରିବେଶ ପରିବର୍ତ୍ତନକୁ ଆମେ ରୋକି ପାରିବା। ଏଥିପାଇଁ ସାଧାରଣ ଲୋକଙ୍କର ସହଯୋଗିତା ଓ ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଲେ ଯେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଓ ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଆମ ସମସ୍ତଙ୍କର ଗୁରୁ ଦାୟିତ୍ବ ବୋଲି ସେ କହିଥିଲେ। ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସେ ଆହ୍ବାନ ଦେଇଥିଲେ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କୁ ପରିବେଶ ପ୍ରତି ସଚେତନ ହେବାକୁ ଓ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଉତ୍ସବର ଆଭିମୁଖ୍ୟ ତଥା ଉପ।ଦେୟତା ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଚଳିତ ବର୍ଷ ପଥପାର୍ଶ୍ଵ ବନୀକରଣ ଏବଂ ସହରାଞ୍ଚଳ ବନୀକରଣ ନିମନ୍ତେ 30 ମାସିଆ ଚାରା ଉତ୍ପାଦାନ କରାଯିବ।

ଏହି ମହୋତ୍ସବରେ ଜଙ୍ଗଲ ବିଭାଗର ବିଭାଗୀୟ ଅଧିକାରୀ, ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି, ନିମନ୍ତ୍ରିତ ଅତିଥି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ସମାରୋହ ପାଳିତ ହୋଇଥିଲା ।

ପ୍ରାରମ୍ଭରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ତଥା ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ଏକ୍ ପେଡ୍ ମା କେ ନାମ୍” ଅଭିଯାନର ଆହ୍ଵାନ କ୍ରମେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ବିଦ୍ୟାଳୟ ପ୍ରାଙ୍ଗଣରେ ଗଛ ଲଗାଇଥିଲେ।

ବତାସର ବନସଂରକ୍ଷଣ ସମିତି, ନବରଙ୍ଗପୁର ଏବଂ ସାଗରପାଲି ବନସଂରକ୍ଷଣ ସମିତି, ସୁନ୍ଦରଗଡଙ୍କୁ ଉଲ୍ଲେଖନୀୟ ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଦୁଇଟି ଅନୁଷ୍ଠାନ ୧ ଲକ୍ଷ ଟଙ୍କା ଲେଖାଏ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଦେବୀଦତ୍ତ ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ଜଙ୍ଗଲ ବାହିନୀ ପ୍ରମୁଖ, ସ୍ଵାଗତ ଭାଷଣ ଦେଇଥିଲେ ।

୭୫ତମ ବନ ମହୋତ୍ସବ ୨୦୨୪ ନାମକ ଏକ ପୁସ୍ତିକା ଉନ୍ମୋଚନ କରଯାଇଥିଲା ଯେଉଁଥିରେ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ବିବରଣୀ ରହିଛି ।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବନ ମହୋତ୍ସବ ବିଷୟରେ ସଚେତନତା ଆଣିବା ନିମନ୍ତେ ଭାଷଣ, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଗଲା ।

ଅଶ୍ଵିନୀ କର, RCCF, Bhubaneswar ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

Next Post

ମୁଖ୍ୟମନ୍ତ୍ରୀଙ୍କ କୃଷି ଭବନ ପରିଦର୍ଶନ, ଚାଷୀ ସଂଗଠନ ସହିତ ଆଲୋଚନା

Next Post
ମୁଖ୍ୟମନ୍ତ୍ରୀଙ୍କ କୃଷି ଭବନ ପରିଦର୍ଶନ, ଚାଷୀ ସଂଗଠନ ସହିତ ଆଲୋଚନା

ମୁଖ୍ୟମନ୍ତ୍ରୀଙ୍କ କୃଷି ଭବନ ପରିଦର୍ଶନ, ଚାଷୀ ସଂଗଠନ ସହିତ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA