Tuesday, June 23, 2026 03:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା

by Our Correspondent
30 Jul, 2024- 06:49 PM
in News
1 min read
0
କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍‍ ଇକୋସୋକ୍‍)ଦ୍ୱାରା ସ୍ୱତନ୍ତ୍ର ପରାମର୍ଶଦାତା (ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭ୍‍) ମାନ୍ୟତା ପ୍ରଦାନ କରାଯାଇଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ମହତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି କିଟ୍‍କୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସମ୍ମାନଜନକ ମାନ୍ୟତା ପାଇବାରେ ସମଗ୍ର ଭାରତରେ କିଟ୍‍ ହେଉଛି ଏକମାତ୍ର ବିଶ୍ୱବିଦ୍ୟାଳୟ। ଏଥିପାଇଁ ସମଗ୍ର ବିଶ୍ୱରୁ ୪୭୬ ଆବେଦନ ମଧ୍ୟରୁ କିଟ୍‍ ବିଶ୍ୱବିଦ୍ୟାଳୟ ସମେତ ୧୯ଟି ଅନୁଷ୍ଠାନ ଏହି ପ୍ରତିଷ୍ଠିତ ସମ୍ମାନ ନିମନ୍ତେ ମନୋନୀତ ହୋଇଛନ୍ତି। ଚଳିତ ମାସ ୨୩ ତାରିଖରେ ନିଉୟର୍କସ୍ଥିତ ଜାତିସଂଘର ମୁଖ୍ୟାଳୟଠାରେ ଅନୁଷ୍ଠିତ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର ପରିଚାଳନା କମିଟି ବୈଠକରେ କିଟ୍‍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି  ଜାତିସଂଘର ଏଜେଣ୍ଡା୨୦୩୦ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ କିଟ୍‍ର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଏହି ସ୍ୱତନ୍ତ୍ର ପରାମର୍ଶଦାତା ମାନ୍ୟତା କିଟ୍‍ ବିଶ୍ୱବିଦ୍ୟାଳୟକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପହଞ୍ଚାଇଥିବା ବେଳେ କିଟ୍‍ ଏହି ସମ୍ମାନ ପାଇଥିବା ବିଶ୍ୱର ମନୋନୀତ ବିଶ୍ୱବିଦ୍ୟାଳୟ ଗୋଷ୍ଠୀରେ ସାମିଲ ହେବାର ଗୌରବ ଅର୍ଜ୍ଜନ କରିଛି।

ଅନ୍ୟପକ୍ଷରେ କିଟ୍‍ ମଧ୍ୟ ଜାତିସଂଘର ୟୁନାଇଟେଡ଼ ଭଲ୍ୟୁନ୍‍ଟିୟର୍ସ (ୟୁଏନ୍‍ଭି) ସହିତ ଏକ ବୁଝାମଣା ସ୍ୱାକ୍ଷର କରିଛି। ଏହି ସହଭାଗିତା କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତିସଂଘର ବିଭିନ୍ନ ସଂସ୍ଥା ସହ ସଂଶ୍ଲିଷ୍ଟ ହେବାର ସୁଯୋଗ ପ୍ରଦାନ କରିଛି। ଏମାନେ ଜାତିସଂଘର ବିଭିନ୍ନ ବିକାଶ କାର୍ଯ୍ୟକ୍ରମରେ ନ୍ୟାସନାଲ୍‍ ୟୁନିଭରସିଟି ୟୁଏନ୍‍ ଭଲ୍ୟୁନ୍‍ଟିୟର୍ସ ଭାବେ ନିୟୋଜିତ ହୋଇପାରିବେ। ଏହି ସୁଯୋଗ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୃତ୍ତିଗତ ଅଭିଜ୍ଞତା ହାସଲରେ ସହାୟକ ହେବ ଏବଂ ଉଚିତ୍‍ ଷ୍ଟାଇପେଣ୍ଡ ସହ ସେମାନଙ୍କୁ୍‍ ସେମାନଙ୍କ ଭବିଷ୍ୟତ କ୍ୟାରିଅର ଗଢ଼ି ତୋଳିବାରେ ସାହାଯ୍ୟ କରିବ। ଏହି ପ୍ରୟାସ କ୍ଷେତ୍ରରେ କିଟ୍‍ ହେଉଛି ଦକ୍ଷିଣ ଏସିଆର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ । ସେହିପରି ଅନ୍ତର୍ଜାତୀୟ ବୁଝାମଣା ଓ କୂଟନୀତି ପ୍ରୋତ୍ସାହନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଶ୍ୱସ୍ତରୀୟ ଅନୁଷ୍ଠାନ ଆମେରିକାନ କାଉନ୍‍ସିଲ୍‍ ଅଫ୍‍ ୟଙ୍ଗ୍‍ ପଲିଟିକାଲ୍‍ ଲିଡ଼ିର୍‍ସ (ଏସିୱାଇପିଏଲ୍‍) ମଧ୍ୟ କିଟ୍‍ ଓ କିସ୍‍ ସହ ଐତିହାସିକ ସହଯୋଗ ଘୋଷଣା କରିଛି। ଏହି ସହଯୋଗ ଫଳରେ ଆମେରିକା ସରକାର ଏବଂ ଅନ୍ୟାନ୍ୟ ସହଯୋଗୀ, ଆମେରିକା ଏବଂ ବିଶ୍ୱର ୧୨୯ଟି ଦେଶର ୮,୯୦୦ରୁ ଊର୍ଦ୍ଧ୍ୱ ନେତା କିଟ୍‍ ଓ କିସ୍‍ର ଜୀବନ ପରିବର୍ତ୍ତନକାରୀ ବିନିମୟ କାର୍ଯ୍ୟକ୍ରମ ପରିଦର୍ଶନରେ ଆସିବେ।

ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଭାରତର ଏକମାତ୍ର ବୈଷୟିକ ଓ ବୃତ୍ତିଗତ ବିଶ୍ୱବିଦ୍ୟାଳୟ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର ସ୍ୱତନ୍ତ୍ର ପରାମର୍ଶଦାତା ମାନ୍ୟତା ପାଇବା ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଉଭୟ କିଟ୍‍ ଓ କିସ୍‍ ଏହି ସମ୍ମାନ ପାଇବାର ଗୌରବର ଅର୍ଜ୍ଜନ କରିଛନ୍ତି। ପୂର୍ବରୁ ୨୦୧୫ ମସିହାରେ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦର ସ୍ୱତନ୍ତ୍ର ପରାମର୍ଶଦାତା ମାନ୍ୟତା ପାଇଥିବା କିସ୍‍ର ଏହି ମାନ୍ୟତା ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଜାତିସଂଘର ବିଭିନ୍ନ ସଂସ୍ଥାରେ ଇଣ୍ଟର୍ଣ୍ଣସିପ୍‍ କରିବା ନିମନ୍ତେ ୟୁଏନ୍‍ଭି ମାନ୍ୟତା ପାଇବାରେ କିଟ୍‍ ହେଉଛି ଦକ୍ଷିଣ ଏସିଆର ଏକମାତ୍ର ବିଶ୍ୱବିଦ୍ୟାଳୟ। ସେହିପରି ଏସିୱାଇପିଏଲ୍‍ର ସହଭାଗିତା କିଟ୍‍ ପାଇଁ ଏକ ସମ୍ମାନଜନକ କଥା ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହାଦ୍ୱାରା ସମଗ୍ର ବିଶ୍ୱରୁ ରାଜନେତା ଓ କୁଟନୀତିଜ୍ଞ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିବା ସହ ଏଠାରେ ଇଣ୍ଟର୍ଣ୍ଣସିପ୍‍ କରିବା କେବଳ କିଟ୍‍ ଓ କିସ୍‍ ନୁହେଁ ଓଡ଼ିଶା ପାଇଁ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।

Previous Post

A Home for Hope…..

Next Post

ନେମ୍ ଚେଞ୍ଜର ନୁହେଁ, ଗେମ୍ ଚେଞ୍ଜର ବଜେଟ୍: ମୋହନ

Next Post
ନେମ୍ ଚେଞ୍ଜର ନୁହେଁ, ଗେମ୍ ଚେଞ୍ଜର ବଜେଟ୍: ମୋହନ

ନେମ୍ ଚେଞ୍ଜର ନୁହେଁ, ଗେମ୍ ଚେଞ୍ଜର ବଜେଟ୍: ମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA