Wednesday, June 24, 2026 02:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସବୁ ପ୍ରତିଶ୍ରୁତି ପାଳନ କରିଛୁ: ମୁଖ୍ୟମନ୍ତ୍ରୀ

ନୂଆ ସରକାର ଗଠନର ୧୦୦ ଦିନ ପୂର୍ତ୍ତି

by Our Correspondent
19 Sep, 2024- 09:35 PM
in Latest News, News
1 min read
0
ସବୁ ପ୍ରତିଶ୍ରୁତି ପାଳନ କରିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି। ଜନତାଙ୍କ ଆଶୀର୍ବାଦରେ ୨୦୩୬ରେ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ ପୂରଣ ହେବ । ଏହାର ମୂଳଦୁଆ ପ୍ରଥମ ୫ ବର୍ଷରେ ପଡିବ। ଏହାର ପ୍ରକ୍ରିୟା ପ୍ରଥମ ୧୦୦ ଦିନ ମଧ୍ୟରେ ଆରମ୍ଭ ହୋଇ ସାରିଛି। ବିକଶିତ ଭାରତରେ ଓଡିଶା ନିଶ୍ଚିତ ଭାବରେ ବିକାଶର ରେଳ ଗାଡିରେ ପ୍ରଥମ ବଗି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

ଅଭିଭାଷଣର ଆରମ୍ଭରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କହିଥିଲେ, “ମହାପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ଓଡ଼ିଶାର ଲୋକଙ୍କ ପାଇଁ କାମ କରିଯିବା ପାଇଁ ଉତ୍ସାହ ତଥା ପ୍ରେରଣା ଯୋଗାଇ ଦେଉଥାନ୍ତୁ। ଏ ଜାତି ମହାପ୍ରଭୁଙ୍କ ଆଶୀର୍ବାଦ ବିନା ନିଃସ୍ଵ। ସେ ଆମ ମୂରବୀ। ଆଜି ଯେତେବେଳେ ଆମେ ଆମ ସରକାରର ଶହେ ଦିନ ପୂରଣ କରୁଛୁ, ମହାପ୍ରଭୁଙ୍କୁ କୃତଜ୍ଞତାର ସହିତ ମନେ ପକାଉଛୁ। ତାଙ୍କ ଆଶୀର୍ବାଦ ହିଁ ଆମ କର୍ମ ପ୍ରବଣତାର କାରଣ। ସେ ହିଁ କର୍ତ୍ତା, ଆମେ କେବଳ ଦାୟିତ୍ଵ ନିର୍ବାହ କରୁଛୁ। ଆଜି ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇ ମୁଁ ନିଜକୁ କୃତାର୍ଥ ମନେ କରୁଛି।”

ଉତ୍କଳମଣି ଗୋପବନ୍ଧୁଙ୍କ ଏକ ପ୍ରସିଦ୍ଧ ପଂକ୍ତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ପ୍ରଜା ଲାଗି ରାଜା, ପ୍ରଜା ହିତେ ରାଜନୀତି, ପ୍ରଜା ଇଚ୍ଛା ଅଭିମତ, ରାଜ୍ୟ ମୂଳ ଭିତ୍ତି” ସେ କହିଥିଲେ ଯେ ଗଣତନ୍ତ୍ରରେ ସରକାର ପ୍ରଜାଙ୍କର ଓ ପ୍ରଜାଙ୍କ ପାଇଁ। ଲୋକ ମତ, ଲୋକ ହିତ ଓ ଲୋକ ସ୍ୱାର୍ଥ ହିଁ ସର୍ବୋପରି। ଆମ ସରକାର ଲୋକଙ୍କ ସମର୍ଥନରେ ଗଢା ହୋଇଥିବା ଲୋକଙ୍କ ସରକାର। ଦୀର୍ଘ ଚବିଶ ବର୍ଷର ଅହଙ୍କାରୀ ଓ ଲୋକ ବିରୋଧୀ ସରକାରର ପତନ ଘଟିଛି କେବଳ ଲୋକଙ୍କ ପାଇଁ। ଲୋକଙ୍କ ଠାରୁ ଦୂରେଇ ଗଲେ, ଲୋକ ବିରୋଧୀ ହେଲେ, ଲୋକଙ୍କ ସମସ୍ୟାକୁ ଅବହେଳା କଲେ ଲୋକେ ଗ୍ରହଣ କରିବେ ନାହିଁ ବୋଲି ପ୍ରମାଣିତ ହୋଇଛି ୨୦୨୪ ନିର୍ବାଚନରେ। ପୂର୍ବ ସରକାର ନିଜ ସ୍ବାର୍ଥ ପୂରଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭୋଟ ରାଜନୀତି ପାଇଁ ବ୍ୟବହାର କରିଥିଲେ। ଏହାଠାରୁ ନୀଚ୍ଚ କାର୍ଯ୍ୟ ଆଉ କଣ ହୋଇପାରେ ବୋଲି ସେ ମତ ଦେଇଥିଲେ।

ନିର୍ବାଚନର ସଂକଳ୍ପ କଥା ଉଲ୍ଲେଖ କରି ସେ କହିଲେ ଯେ, ନିର୍ବାଚନ ସମୟରେ ଆମେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲୁ ଓ ଆମର ସଂକଳ୍ପକୁ ଘୋଷଣା କରିଥିଲୁ। ଏହା ଲୋକଙ୍କ ପ୍ରତି ଆମ ଦାୟିତ୍ୱବୋଧର ପ୍ରତିଫଳନ ଥିଲା। ଆମ ଦଳର ନେତୃବୃନ୍ଦ ଲୋକଙ୍କ ମତକୁ ଗୁରୁତ୍ବ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଂକଳ୍ପ ପତ୍ର ତିଆରି କରିଥିଲେ। ଆମ ପାଇଁ ଆମ ସଂକଳ୍ପ ପତ୍ର ଆମ ଧର୍ମଗ୍ରନ୍ଥ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ଆଜି ଆମ ସରକାର କ୍ଷମତାକୁ ଆସିବା ପରେ ୧୦୦ ଦିନ ପୂରଣ କରୁଛି। ଖୁସିର କଥା ଯେ ଆମେ ଲୋକଙ୍କ ସରକାର ହିସାବରେ ନିଜକୁ ପ୍ରତିପାଦିତ କରିଛୁ। ଏ କଥା ଆମେ କହୁନାହୁଁ, ଆପଣ ମାନେ ଓ ଗଣମାଧ୍ୟମ ଏହା କହୁଛନ୍ତି। ବର୍ଷ ବର୍ଷ ଧରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣା ଯାଉ ନ ଥିଲା। ସରକାରୀ ଅଧିକାରୀ ମାନଙ୍କ ଦୟାରେ ଲୋକେ ରହିଥିଲେ। ଆମେ ଏଥିରେ ପରିବର୍ତ୍ତନ ଆଣିଛୁ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ପ୍ରତିବିଧାନର ପ୍ରୟାସ କରୁଛନ୍ତି। ଅଭିଯୋଗ ଶୁଣାଣୀ ଦ୍ଵାରା ଅନେକ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆସିଥାଏ ଓ ସେସବୁର ପ୍ରତିକାର ସମ୍ଭବ ହୋଇଥାଏ। ଆମେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜନ ଶୁଣାଣି କରୁଛୁ। ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶୁଣାଣି କରିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ସେ କହିଥିଲେ।

ସରକାରଙ୍କ ବିଶ୍ୱସନୀୟତା ନିର୍ଭର କରିଥାଏ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ। ମିଛ ପ୍ରଚାର ଓ ମିଛ ପରିସଂଖ୍ୟାନ ଲୋକ ସମସ୍ୟାର ସମାଧାନ ନୁହେଁ। ଆମ ସରକାର କୌଣସି ଘରୋଇ ସଂସ୍ଥାର ପ୍ରମାଣପତ୍ର ଲୋଡେନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

ଆମେ କିଭଳି କାମ କରୁଛୁ, ସେକଥା ଲୋକେ କହିବେ ଓ ଲୋକେ ବିଚାର କରିବେ। ତେଣୁ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ନିର୍ଦିଷ୍ଟ ସମୟ ଭିତରେ ପୂରଣ କରିବା ପାଇଁ ପ୍ରଚେଷ୍ଟା କରି ଚାଲିଛୁ।

ଭକ୍ତ ଓ ଭଗବାନଙ୍କ ଭିତରେ ଥିବା କୃତ୍ରିମ ପ୍ରାଚୀରକୁ ହଟା ଯାଇଛି ବୋଲି ପ୍ରକାଶ କରି ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ। ଆମେ ସେହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲୁ। ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନର ସୁରକ୍ଷା କରିବା ଆମର ପ୍ରଥମ ପଦକ୍ଷେପ ଥିଲା। ଭକ୍ତଙ୍କ ଭାବାବେଗ ସହିତ ସମ୍ପର୍କିତ ଏହି ନିଷ୍ପତ୍ତି ଭକ୍ତ ଓ ଭଗବାନଙ୍କ ଭିତରେ ଥିବା କୃତ୍ରିମ ପ୍ରତିବନ୍ଧକ ସବୁକୁ ଦୂର କରିଥିଲା।

ଓଡିଆ ଅସ୍ମିତା ଓ ସ୍ୱାଭିମାନ ଉପରେ ଆଲୋକପାତ କରି ସେ କହିଲେ ଯେ, ଗତ କିଛି ବର୍ଷ ଧରି ଓଡ଼ିଆ ଅସ୍ମିତା, ଭାଷା, ସ୍ୱାଭିମାନ, ପରିଚୟ ଅବହେଳିତ ହୋଇଥିଲା। ୨୦୨୪ ନିର୍ବାଚନର ଲୋକେ ଓଡ଼ିଆ ଅସ୍ମିତାର ପୁନଃ ପ୍ରତିଷ୍ଠା ପାଇଁ ମତ ପ୍ରଦାନ କରିଥିଲେ। ଆମେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ସହିତ ଓଡ଼ିଆ ଅସ୍ମିତାର ପୁନଃ ପ୍ରତିପାଦନ ନିମନ୍ତେ ୨୦୦ କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ଗଠନ କରିଛୁ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ଆମେ ନିଷ୍ପତ୍ତି ନେଇଛୁ। ଶ୍ରୀମନ୍ଦିରର ଉନ୍ନତି ପାଇଁ ଆମ ସରକାର ୫୦୦ କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ର ବ୍ୟବସ୍ଥା କରିଛନ୍ତି।

ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଥିଲା ଆମର ବଡ ପ୍ରତିଶୃତି। ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରି ଆମେ ଏହାକୁ କାର୍ଯ୍ୟକାରୀ କରିଛୁ। ଚାଷୀ ଭାଇ ମାନେ ୪୮ ଘଣ୍ଟା ଭିତରେ ଏହି ମୂଲ୍ୟ ପାଇବେ। ଚାଷୀ ଭାଇ ମାନଙ୍କ ପାଇଁ ଆମେ ସିଏମ୍ – କିସାନ ଯୋଜନା ଆରମ୍ଭ କରିଛୁ। ପିଏମ – ସମ୍ମାନ ନିଧି ସହିତ ସଂଯୁକ୍ତ ହୋଇ ଏହା ଚାଷୀ ଭାଇ ମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବ। ଯୋଉ ଚାଷୀ ମାନେ, ଆଜି ପର୍ଯ୍ୟନ୍ତ କୌଣସି ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ଏକ ପୋର୍ଟାଲ ଆରମ୍ଭ କରିଛୁ, ଯାହା ଫଳରେ କୌଣସି ଯୋଗ୍ୟ ଚାଷୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେବେ ନାହିଁ।

ସୁଭଦ୍ରା ଯୋଜନା ସଂପର୍କରେ ଉଲ୍ଲେଖ କରି ସେ କହିଲେ ଯେ, ଆମର ସବୁଠାରୁ ବଡ଼ ପ୍ରତିଶ୍ରୁତି ଥିଲା ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ଅଭିନବ ପରିକଳ୍ପିତ ସୁଭଦ୍ରା ଯୋଜନା। ଓଡ଼ିଶାର ପରିଶ୍ରମୀ ଓ ଉଦ୍ୟମୀ ମା ମାନଙ୍କୁ ସମ୍ମାନ ଜଣାଇ ଆମ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା। ଦେବୀ ସୁଭଦ୍ରାଙ୍କ ନାମରେ ନାମିତ ସୁଭଦ୍ରା ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି ଏକ କୋଟିରୁ ଉର୍ଦ୍ଧ୍ବ ମହିଳା। ବର୍ଷକୁ ୧୦ ହଜାର ଲେଖାଏଁ ପାଞ୍ଚ ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ପଚାଶ ହଜାର ଟଙ୍କା। ଏହି ଟଙ୍କା ସେମାନଙ୍କୁ ଫେରାଇବାକୁ ପଡ଼ିବ ନାହିଁ, କାରଣ ଏହା ଋଣ ଆକାରରେ ସେମାନଙ୍କୁ ଦିଆଯାଉ ନାହିଁ। ଏହି ଟଙ୍କାକୁ ବିନିଯୋଗ କରି ସେମାନେ କ୍ଷୁଦ୍ର ବ୍ୟବସାୟ, ଖୁଚୁରା ଉତ୍ପାଦନ କିମ୍ବା ଛୋଟ ଦୋକାନ ଟିଏ କରି ନିଜର ଓ ନିଜ ପରିବାରର ରୋଜଗାରକୁ ବଢ଼ଇ ପାରିବେ। ମହିଳାମାନେ ଆମ ସଂସ୍କୃତିରେ ପୂଜନୀୟ।

ସେମାନଙ୍କ ପାଇଁ ସୁଭଦ୍ରା ହେଉଛି, ଆମ ସରକାରର କୃତଜ୍ଞ ନିବେଦନ। ସୁଭଦ୍ରା ଯୋଜନା ସଂପର୍କରେ ଏକ କବିତା ପାଠ କରି ସେ କହିଥିଲେ ଯେ

“ସୁଭଦ୍ରା ଆଣିବ, ମନେ ହରସ
ପୋଛିବ ଦୁଃଖ, ଦେବ ସୁଖ ପରଶ
ସୁଭଦ୍ରା ଆମର, ଅଟେ ବିଶ୍ୱାସ
ପ୍ରତି ମହିଳାଙ୍କ, ଓଠରେ ହସ।”

ନିଜର ଅଭିଭାଷଣେ ମୁଖ୍ୟମନ୍ତ୍ରୀ ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଫଳତା ପ୍ରକାଶ କରିଥିଲେ ।

ସ୍ୱାସ୍ଥ୍ୟ: ପୂର୍ବ ସରକାର ନିଜ ଅହଙ୍କାର ପାଇଁ ଲାଗୁ କରି ନ ଥିବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନାକୁ ଆମ ସରକାର ଅତିଶିଘ୍ର ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ବାରା ଦେଶର ଯେ କୌଣସି ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଟିଏ ଚିକିତ୍ସା ସୁବିଧା ପାଇ ପାରିବ। ଚଳିତ ବର୍ଷ ବଜେଟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୩୨ ପ୍ରତିଶତ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି ଆମେ ଲୋକଙ୍କୁ ଘର ପାଖରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପ୍ରଚେଷ୍ଟା ଆରମ୍ଭ କରିଛୁ। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ୍ ପ୍ରତିଷ୍ଠା ସହ, ଖାଲି ଥିବା ଡ଼ାକ୍ତର ଓ ପାରା ମେଡିକାଲ ପଦବୀ ପୂରଣ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଆମ ସରକାର ୧୦୦ ଦିନ ଭିତରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପିଏମ୍-ଶ୍ରୀ ଯୋଜନାରେ ୮୦୦ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ପ୍ରତିଷ୍ଠା କରାଯିବ। ନୂଆ ଶିକ୍ଷା ନୀତି – ୨୦୨୦ କୁ ଆମେ ଲାଗୁ କରିବାକୁ ନିଷ୍ପତ୍ତି ନେଇ ସାରିଛୁ। ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେହିପରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ପିଏମ୍-ଉଷା ଯୋଜନା କାର୍ଯ୍ୟକାରୀ ହେବ। ଛାତ୍ରଛାତ୍ରୀ ମାନେ ଯେଭଳି ଅଧାରୁ ପାଠ ନ ଛାଡନ୍ତି, ସେଥିପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା ରଖା ଯାଇଛି, ଯାହାଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ।

ଗ୍ରାମାଞ୍ଚଳ ବିକାଶ: ଭିତ୍ତିଭୂମି ନିର୍ମାଣ ବିକାଶର ମୂଳ ଆବଶ୍ୟକତା। ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥି ସହିତ କେନ୍ଦ୍ର ବଜେଟରେ ଜନଜାତି ଅଧ୍ୟୁଷିତ ଅଞ୍ଚଳକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ବ୍ୟବସ୍ଥା ହୋଇଛି, ଯାହାର ସୁଫଳ ଓଡ଼ିଶାକୁ ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଅଧିକ ଆବାସର ପ୍ରାବଧାନ ରଖାଯାଇଛି।

ସାମାଜିକ କଲ୍ୟାଣ: ଶ୍ରମିକ, ବୟସ୍କ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ଭତ୍ତା ର ପରିମାଣ ବୃଦ୍ଧି କରିଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବେ ମାସିକ ୩ ହଜାର ୫ ଶହ ଟଙ୍କା ପାଇବେ। ନିର୍ମାଣ ଶ୍ରମିକମାନଙ୍କ ପରିବାରକୁ କୌଣସି ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ହେଲେ ଏବେ ୬ ଲକ୍ଷ ଟଙ୍କା ସହାୟତା ମିଳିବ।

ନିଯୁକ୍ତି: ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୫ ବର୍ଷ ମଧ୍ୟରେ ଅଢେଇ ଲକ୍ଷ୍ୟ ସରକାରୀ ପଦବୀ ପୂରଣ କରାଯାଇ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଅଗ୍ନିବୀର ମାନଙ୍କ ପାଇଁ ୟୁନିଫର୍ମ ସର୍ଭିସ୍ ରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ।

କ୍ରୀଡା: ଗ୍ରାମାଞ୍ଚଳ ତଥା ତୃଣମୂଳ କ୍ଷେତ୍ରରେ କ୍ରୀଡାର ବିକାଶ ପାଇଁ ଆମ ସରକାର ୯୫୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଭୁବନେଶ୍ୱର ଠାରେ ୧୦୦-ଏକର ଅଞ୍ଚଳ ରେ ଏକ ନୂତନ ବିଶ୍ୱସ୍ତରୀୟ ଷ୍ଟାଡିୟମ୍ ତଥା କ୍ରୀଡ଼ା କେନ୍ଦ୍ର ନିର୍ମାଣ କରାଯିବ। ଜାତୀୟ ହକି ଦଳକୁ ସରକାର ୨୦୩୬ ଯାଏଁ ପ୍ରାୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଶିଳ୍ପ

ଆମର ଅର୍ଥନୈତିକ ଅଭିବୃଦ୍ଧିର ମୂଳ ଉତ୍ସ ହେଉଛି ଶିଳ୍ପ । ବିକଶିତ ଓଡ଼ିଶା ର ସ୍ବପ୍ନ ପୂରଣ କରିବା ପାଇଁ ଶିଳ୍ପ କ୍ଷେତ୍ର ର ପ୍ରମୁଖ ଭୂମିକା ରହିବା। ସେଥିପାଇଁ ଶିଳ୍ପ କ୍ଷେତ୍ର କୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ରାଜ୍ୟ ରାଜଧାନୀ ଅଞ୍ଚଳରେ FDI ପାର୍କ ପ୍ରତିଷ୍ଠା, ଗାର୍ମେଂଟ ମାନୁଫେକଚରିଂ, ମେଗା ଫୁଡ଼ ପାର୍କ ଆଦି ପ୍ରତିଷ୍ଠା ପାଇଁ ନିଷ୍ପତି କରାଯାଇଛି ଏହା ସହିତ ରାଜ୍ୟରେ ୧୧ ଟି ନୂଆ MSME ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ। ରାଉରକେଲା, ସମ୍ବଲପୁର, ପାରାଦୀପ ଓ ଧାମରା ଅଞ୍ଚଳରେ Industrial Corridor ସ୍ଥାପନ ମଧ୍ୟ କରାଯିବ । ଦେଶର ପ୍ରଥମ ସେମି କଣ୍ଡକ୍ଟର ମାନୁଫେକଚରିଂ ଫାସିଲଟି ଭୁବନେଶ୍ବର ଇନ୍ଫୋ ଭ୍ୟାଲିରେ ପ୍ରତିଷ୍ଠା କରାଯିବ । ଏହାର ଭିତ୍ତି ପ୍ରସ୍ତର ରଖାଯାଇ ସାରିଛି । ରାଜ୍ୟର IT, ITES ଓ Electronics କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ସୃଷ୍ଟି କରାଯିବ ।

ପୁଞ୍ଜି ବିନିଯୋଗ: ରାଜ୍ୟରେ Single Window Clearance Authority ଜରିୟାରେ ଆମେ ବର୍ତମାନ ସୁଦ୍ଧା ୨୬ ଟି ନୂଆ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇ ସାରିଛୁ । ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ଏବଂ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୫ ବର୍ଷ ଆମେ ଶିଳ୍ପ କ୍ଷେତ୍ରରେ ୩.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବୁ ।

ଭିତ୍ତିଭୂମି ନିର୍ମାଣ: ବିକାଶର ପ୍ରଥମ ପାହାଚ ହେଉଛି ଭିତ୍ତିଭୂମି । ଆମର ନୂଆ ସରକାର ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ପାଇଁ ଅପାର ସୁଯୋଗ ସୃଷ୍ଟି କରିଛି । ଏବେ ନିକଟରେ କେନ୍ଦ୍ର ସରକାର କେବଳ ରେଳ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଓଡ଼ିଶାକୁ ଉପହାର ଦେଇଛନ୍ତି। ରେଳ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇ ସାରିଥିବା ବେଳେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଯୋଜନା ରହିଛି।

ନିକଟରେ ମୁଁ ଦିଲ୍ଲୀ ଗସ୍ତ ବେଳେ ପ୍ରାୟ ୨୧,୦୦୦ କୋଟି ଟଙ୍କାର ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି।ଏହା ସହିତ ୫୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମଧ୍ୟ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି।ମୋର ପୁରା ବିଶ୍ୱାସ ଏ ସବୁ ପ୍ରକଳ୍ପ ମଧ୍ୟ ମଞ୍ଜୁର ହେବ। ରେଳପଥ, ସଡ଼କପଥ, ଆକାଶପଥ ଓ ବନ୍ଦରର ବିକାଶ ଜରିଆରେ ରାଜ୍ୟରେ ପ୍ରଗତିର ଏକ ସୁବର୍ଣ୍ଣ ଯୁଗ ଆରମ୍ଭ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଆସନ୍ତା ଦଶକ ଓଡ଼ିଶା ପାଇଁ ଭିତ୍ତିଭମି ନିର୍ମାଣର ଦଶକ ହୋଇ ରାଜ୍ୟର ବିକାଶକୁ ତ୍ବରାନ୍ବିତ କରି ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡିଶା ଓ ୨୦୪୭ ମସିହା ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ପୁରଣ କରିବ।

ଦୁର୍ନୀତି ବିରୋଧୀ ପଦକ୍ଷେପ: ରାଜ୍ୟ ସରକାର ଦୁର୍ନୀତି ବିରୋଧୀ ସଂକଳ୍ପ ନେଇ ଦୃଷ୍ଟାନ୍ତମୂଳକ ପଦକ୍ଷେକ ଗ୍ରହଣ କରିଛନ୍ତି। ଲାଞ୍ଚ ଦାବୀ, ଆୟ ବହିର୍ଭୁତ ସଂପତ୍ତିଠୁଳ ଅଭିଯୋଗରେ ୭୧ଟି ମାମଲା ରୁଜୁ କରାଯାଇ ୫୮ଜଣକୁ ଗିରଫ କରି ଜେଲ୍‌ ପଠାଯାଇଛି। ଏଥି ମଧ୍ୟରୁ ୧୭ ପ୍ରଥମ ଶ୍ରେଣୀ ଅଧିକାରୀ ହୋଇଥିବା ବେଳେ ୭ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ। ପୂର୍ବ ସରକାର କେରାଣ୍ଡି ମାଛ ଧରିବା ଭଳି କେବଳ ଛୋଟ ଛୋଟ କିରାଣୀମାନଙ୍କୁ ଧରୁଥିଲେ। କିନ୍ତୁ ଆମେ ବଡ ବଡ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ମଧ୍ୟ ଛାଡୁ ନାହୁଁ। ସେ କହିଥିଲେ ଯେ ଦୁର୍ନୀତି ମାମଲାରେ ଆମର ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତ ହୋଇଥିବା ବେଳେ ଆୟ ବହିର୍ଭୁତ ସଂପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତ ରହିଛି।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ବ ଦେଲେ ହିଁ ବିକଶିତ ଓଡ଼ିଶାର ସ୍ଵପ୍ନ ସମ୍ଭବ ହୋଇପାରିବ। ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍। ବିକଶିତ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ। ଗୋଟିଏ ସରକାର ପାଇଁ ଶହେ ଦିନ ଖୁବ୍ ଅଧିକ ନୁହେଁ। ଆମେ ପ୍ରତିବଦ୍ଧତାର ସହିତ ପ୍ରୟାସ ଆରମ୍ଭ କରିଛୁ। ଲକ୍ଷ୍ୟ ରେ ପହଞ୍ଚିବା ପାଇଁ ଆପଣମାନଙ୍କ ସହଯୋଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକ ଓ ଦଳୀୟ ନେତାମାନେ ଉପସ୍ଥିତ ଥିଲେ ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପାଳନ ଉପଲକ୍ଷେ ପୁରୀ ନିଳାଚଳ ହାଟ ଠାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ବିକାଶ ମେଳା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀରେ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡିକ ପ୍ରଦର୍ଶିତ ହୋଇଛି। ପରିଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଏବଂ ରାଜ୍ୟର ଜନ ସାଧାରଣଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।

Previous Post

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

Next Post

ଧିକ୍ ତୁମର ପୁଲିସପଣିଆ

Next Post
ଧିକ୍ ତୁମର ପୁଲିସପଣିଆ

ଧିକ୍ ତୁମର ପୁଲିସପଣିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA