Tuesday, June 23, 2026 03:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ୟାରିସ୍‍ ଅଲିମ୍ପିକ୍‍ସ ଓ ପାରା ଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍‍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ

by Our Correspondent
23 Sep, 2024- 09:16 PM
in Latest News, News
1 min read
0
ପ୍ୟାରିସ୍‍ ଅଲିମ୍ପିକ୍‍ସ ଓ ପାରା ଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍‍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍‍ସ ଓ ପରାଅଲିମ୍ପିକ୍‍ସରେ ଅଂଶଗ୍ରହଣ କରିଥିବା କିଟ୍‍ର ୧୭ଜଣ ଖେଳାଳିଙ୍କୁ ଆଜି କିଟ୍‍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମରେ କିଟ୍‍ର ୧୫ ଜଣ ଅଲିମ୍ପିଆନ୍‍ ଓ ୨ଜଣ ପାରାଅଲିମ୍ପିଆନ୍‍ଙ୍କୁ ସମ୍ମାନୀତ କରାଯିବା ସହ ପ୍ରତ୍ୟେକ ଖେଳାଳିଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ କ୍ରୀଡ଼ାବିତ୍‍ମାନଙ୍କୁ ସମ୍ବର୍ଦ୍ଧିତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି । ଅଲିମ୍ପିକ୍‍ସକୁ ସର୍ବାଧିକ ଖେଳାଳି ପଠାଇ କିଟ୍‍ ନିଜକୁ ଗୌରବାନ୍ୱିତ ମନେକରେ।

କିଟ୍‍ ଓ କିସ୍‍ରୁ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଲିମ୍ପିଆନ୍‍, ୨ଜଣ ପାରାଅଲିମ୍ପିଆନ୍‍ ତିଆରି ହୋଇସାରିଲେଣି। ସେମାନେ ୨୦୧୬ ରିଓ ଅଲିମ୍ପିକ୍‍ସ, ୨୦୨୦ ଟୋକିଓ ଅଲିମ୍ପିକ୍‍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ବେଳେ ୧୭ଜଣ ୨୦୨୪ ପ୍ୟାରିସ୍‍ ଅଲିମ୍ପିକ୍‍ସ ଓ ପରାଅଲିମ୍ପକ୍‍ସରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ୭ଜଣ ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳି ମଧ୍ୟ ରହିଛନ୍ତି । ସୂଚନା ଯୋଗ୍ୟ ଗତ ଜୁଲାଇ ମାସରେ ପ୍ୟାରିସ୍‍ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କିଟ୍‍ର ଏହି ଖେଳାଳିଙ୍କ ପାଇଁ କିଟ୍‍ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ । ଘୋଷଣା ମୁତାବକ ଆଜି ସମସ୍ତଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅମିତ ରୋହିଦାସ (ହକି), କିଶୋର କୁମାର ଜେନା ଓ ଅନ୍ନୁ ରାଣୀ (ଜାଭେଲିନ୍‍ ଥ୍ରୋ),  ତାଜିନ୍ଦରପାଲ ସିଂହ ତୁର (ସଟ୍‍ପୁଟ୍‍), ପାରୁଲ ଚୌଧୁରୀ (୫ହଜାର ମିଟର ଷ୍ଟିପ୍‍ଲଚେଜ୍‍), ଜ୍ୟୋତି ୟାରାଜି (୧୦୦ ମିଟର ହର୍ଡଲ୍‍ସ), ପ୍ରିୟଙ୍କା (୨୦ କିମି ରେସ୍‍ ୱାକ୍‍), ପ୍ରାଚୀ ଓ ଏମ୍‍ ଆର୍‍ ପୁଭାମା (୪ ଗୁଣା ୪୦୦ମିଟର ରିଲେ), ପରମଜିତ୍‍ ସିଂହ ବିଷ୍ଟ, ଅକ୍ଷଦୀପ ସିଂହ ଓ ବିକାଶ ସିଂହ (୨୦ କିମି ରେସ୍‍ ୱାକ୍‍), ଅଙ୍କିତା (୫ହଜାର ମିଟର ଦୌଡ଼), ରାମପାଲ୍‍ ସିଂହ ଓ ପ୍ରବୀଣ କୁମାର (ପରାଆଥଲେଟ୍‍ ଉଚ୍ଚଡିଆଁ), କିରଣ (୪ଶହ ମିଟର ଦୌଡ଼) ଏବଂ ସୂରଜ ପନୱାର (ମାରାଥନ୍‍ ରେସ୍‍ୱାକ୍‍)ଙ୍କୁ ସମ୍ବର୍ଦ୍ଧନା ସହ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସେହିପରି ଆଜି ୪ର୍ଥ ଦକ୍ଷିଣ ଏସିଆ କନିଷ୍ଠ ଦୌଡ଼କୁଦ ଚାମ୍ପିଅନସିପ୍‍ ୨୦୨୪ ଓ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନ୍‍ସିପ୍‍ ୨୦୨୪ରେ ପଦକ ଜିତିଥିବା କିଟ୍‍ ଓ କିସ୍‍ ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ଖେଳାଳି ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଅଲିମ୍ପିକ୍‍ସ ପୂର୍ବରୁ ସେମାନଙ୍କ ପାଇଁ ଶ୍ରୀ ସାମନ୍ତ ଘୋଷଣା କରିଥିବା ଆର୍ଥିକ ପୁରସ୍କାର ସେମାନଙ୍କ ମନୋବଳ ବୃଦ୍ଧି କରିଥିବା ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ତାରକା ଖେଳାଳି ଅନୁରାଧା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଦୂତୀ ଚାନ୍ଦ, ଅମିୟ ମଲ୍ଲିକ୍‍, ଶ୍ରୀବଣୀ ନନ୍ଦ, ମୀନତି ମହାପାତ୍ର, କିଟ୍‍ ଛାତ୍ରୀ ତଥା ଅଲିମ୍ପିଆନ୍‍ ଭବାନୀ ଦେବୀ, ଆଭା ଖଟୁଆ, ଋତୁପର୍ଣ୍ଣା ପଣ୍ଡା, ଶ୍ଵେତପର୍ଣ୍ଣା ପଣ୍ଡା  ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ଯୋଗ ବିଭାଗ ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଖେଳାଳିଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର କ୍ରୀଡ଼ା ଉପଦେଷ୍ଟା ଉପେନ୍ଦ୍ର ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, ମୁଖ୍ୟ ଆଥଲେଟିକ୍‍ କୋଚ ସଞ୍ଜୟ କୁମାର ଗଡ଼ନାୟକ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

“ସଂକେତ -ମୋ ଭାଷା” ଯୋଜନାର ଉଦ୍‌ଘାଟନ

Next Post

କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

Next Post
କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

କିଟରେ ପାଣିପାଗ ଓ ଜଳବାୟୁ ହାକାଥନ ଉଦ୍‍ଯାପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA