Tuesday, June 23, 2026 11:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆ କାର୍ଯ୍ୟଶୈଳୀକୁ ଗ୍ରହଣ କର: ମୁଖ୍ୟମନ୍ତ୍ରୀ

ଦୁଇ ଦିନିଆ ଜିଲ୍ଲାପାଳ- ଏସପି ସମ୍ମିଳନୀ ଉଦ୍‌ଯାପିତ

by Our Correspondent
28 Sep, 2024- 10:01 PM
in Latest News, News
1 min read
0
ନୂଆ କାର୍ଯ୍ୟଶୈଳୀକୁ ଗ୍ରହଣ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଅଭିଭାଷଣରେ ସବୁ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଦୁଇ ଦିନିଆ Brain Storming Session ପ୍ରଶାସନକୁ ଚଳ ଚଞ୍ଚଳ ତଥା ଅଧିକ କ୍ରିୟାଶୀଳ କରିବାରେ ସହାୟକ ହେବ।

୨୪ ବର୍ଷ ଧରି ଅଧିକାରୀମାନେ ଗୋଟିଏ ପ୍ରକାର କାର୍ଯ୍ୟଶୈଳୀରେ ଚାଲିଥିବାରୁ, ବର୍ତ୍ତମାନର ନୂତନ କାର୍ଯ୍ୟଶୈଳୀ ଆପଣେଇବାରେ କିଛି ଅସାମଞ୍ଜସ୍ୟ ଆସିପାରେ । କିନ୍ତୁ, ସବୁ ଅଧିକାରୀମାନେ ହେଉଛନ୍ତି ଦକ୍ଷ ତଥା ସମ୍ପୂର୍ଣ୍ଣ ଭାବେ ବୃତ୍ତିଗତ ପ୍ରଶାସକ। ତେଣୁ, ସରକାରଙ୍କ ଆଭିମୁଖ୍ୟ ଓ ଭିଜନ୍‌କୁ ହୃଦୟଙ୍ଗମ କରି ଅଧିକାରୀମାନେ ନିଜ ନିଜ ସ୍ତରରେ ଏହାର କ୍ରିୟାନ୍ୱୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଓଡିଶାର ସାଢେ ଚାରିକୋଟି ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଶାସନ ମୁଖ୍ୟ ଭାବେ ଆଗାମୀ ଦିନର କାର୍ଯ୍ୟଧାରାକୁ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ କୌଣସି ସ୍ତରରେ ବା କୌଣସି ପ୍ରକାରରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ସଚିବାଳୟଠାରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସବୁ ଅଧିକାରୀମାନେ ନିଜ ନିଜ ସ୍ତରରେ ଦୁର୍ନୀତି ରୋକିବାକୁ ସମର୍ଥ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ନୀତି ନିବାରଣ ପାଇଁ ସରକାର ଉଭୟ ଟପ୍-ଡାଉନ୍ ଓ ବଟମ୍‌-ଅପ୍ (Top-Down ‍and Bottom-Up) ମଡେଲ କାର୍ଯ୍ୟକାରୀ କରୁଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଦୁର୍ନୀତି ନିବାରଣ ନାଁ ରେ କେବଳ ଛୋଟ ଛୋଟ ଅଧିକାରୀମାନଙ୍କୁ ଧରା ଯାଉଥିଲା। ବର୍ତ୍ତମାନ ବଡ ବଡ ଅଧିକାରୀମାନଙ୍କୁ ମଧ୍ୟ ଧରା ପଡିଲେଣି। ଆଗାମୀ ଦିନରେ ଆହୁରି ବଡ ବଡ ଅଧିକାରୀ ମଧ୍ୟ ଧରା ପଡିବେ। ଏଥିରେ କୌଣସି ଅବହେଳା କରାଯିବ ନାହିଁ। ଏହି ବାର୍ତ୍ତା ସବୁସ୍ତରକୁ ଯିବା ଉଚିତ ବୋଲି ସେ ମତ ଦେଇଥିଲେ।

ପ୍ରଶାସନର ଆଭିମୁଖ୍ୟକୁ ସ୍ପଷ୍ଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଶାସନ, ତୁରନ୍ତ ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ, ଉତ୍ତରଦାୟିତ୍ୱ ଏବଂ ସାମାଜିକ ନ୍ୟାୟ ଓ ସମାବେଶୀ ଶାସନ (Social Justice and Inclusive Governance) ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ତେଣୁ, ଅଧିକାରୀମାନେ ପ୍ରଶାସନରେ ଏହି ସବୁ ଦିଗ ପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ଅଧିକରୁ ଅଧିକ ଟେକ୍‌ନୋଲୋଜିର ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅଧିକାରୀଙ୍କ ଇଚ୍ଛାଧୀନ କ୍ଷମତାକୁ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବାକୁ ସେ କହିଥିଲେ। ଏହା ସହିତ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ଯେତେ ଦୂର ସମ୍ଭବ human interface କୁ କମ କରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିପାରିଲେ ବ୍ୟବସ୍ଥା ସ୍ଵଚ୍ଛ ଓ ସରଳ ହୋଇପାରିବ। ଉଦାହରଣ ଦେଇ ସେ କହିଲେ ଯେ ଗୋ-ସୁଗମ (Go-SUGAM) ଓ ସଫଳ (SAFAL) ପରି ପୋର୍ଟାଲର ବ୍ୟବହାର ଦ୍ୱାରା ବିଭିନ୍ନ ପ୍ରକଳ୍ପକୁ human interface ବିନା ଅନୁମୋଦନ କରାଯାଇପାରୁଛି।

ସେହିପରି ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ସେ କହିଥିଲେ ଯେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ମଧ୍ୟ ସରକାରୀ ନିଷ୍ପତ୍ତି ଯେତେଦୂର ସମ୍ଭବ ଶୀଘ୍ର ନିଆଯିବା ଆବଶ୍ୟକ । ଏହାଦ୍ୱାରା ପ୍ରଭାବିତ ବ୍ୟକ୍ତି ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ନିର୍ଣ୍ଣୟ ନେଇପାରିବେ। ଅଯଥା ନିଷ୍ପତ୍ତିକୁ ତ୍ରିଶଙ୍କୁ ଅବସ୍ଥାରେ ରଖନ୍ତୁ ନାହିଁ।

ନାଗରିକ ଇଣ୍ଟରଫେସ୍ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନାଗରିକ ଓ ପ୍ରଶାସନ ମଧ୍ୟରେ ଦୂରତ୍ୱ ରହିଯାଇଛି। ଏହାର ମୁଖ୍ୟ କାରଣ ହେଉଛି, ନାଗରିକ ଓ ସିଭିଲ ସୋସାଇଟି ସହିତ ଆମେ ଯଥେଷ୍ଠ ବାର୍ତ୍ତାଳାପ କରୁନାହୁଁ, ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ଯେତେ ଅଧିକ ନାଗରିକ ଏବଂ ସିଭିଲ ସୋସାଇଟିଙ୍କୁ ସ୍ଥାନୀୟ ପ୍ରଶାସନରେ ସଂପୃକ୍ତ କରାଇବା, ଆମେ ଏହି ଦୂରତ୍ୱକୁ ସେତେ ଅଧିକ କମ କରିପାରିବା।

ଉତ୍ତରଦାୟୀତ୍ୱବୋଧତା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିକାଲି କେହି ବି ନିଜ କାମ ପାଇଁ ଉତ୍ତରଦାୟୀ ହେବାକୁ ଚାହୁଁନାହାନ୍ତି। ଯଦି କିଛି ଅସୁବିଧା ହୁଏ, ସମସ୍ତେ ‘pass the parcel’ ଖେଳିବାରେ ବ୍ୟସ୍ତ ହୋଇଯାଆନ୍ତି। କିନ୍ତୁ ଏବେ ଏହା ଆଉ ଚାଲିବ ନାହିଁ। ଆପଣମାନଙ୍କର ଯାହା ସବୁ ସମ୍ବଳ ଓ ଭିତ୍ତିଭୂମି ଆବଶ୍ୟକ ସରକାରଙ୍କୁ ଜଣାନ୍ତୁ। ସରକାର ଯଥା ସମ୍ଭବ ପୂରଣ କରିବାକୁ ଚେଷ୍ଟା କରିବେ। କିନ୍ତୁ, ପ୍ରଶାସନକୁ ଉତ୍ତରଦାୟୀ ହେବାକୁ ପଡିବ ଏବଂ ଆପଣ ନିଜ ନିଜ କାମ ପାଇଁ accountable ହେବାକୁ ପଡିବ।

ଶେଷରେ ସାମାଜିକ ନ୍ୟାୟ ଓ ସମବେଶୀ ଶାସନ(Social Justice and Inclusive Governance) ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନର ସରକାରଙ୍କ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ ଓ ସମାବେଶୀ ଶାସନ ବ୍ୟବସ୍ଥା। ସମାଜର ଶେଷ ସୋପାନରେ ଛିଡାହୋଇଥିବା ବ୍ୟକ୍ତି ପାଖରେ ସରକାରୀ ସୁବିଧା ଓ ସରକାରୀ ବ୍ୟବସ୍ଥା ପହଞ୍ଚିବା ଆବଶ୍ୟକ। ଜାତି, ଧର୍ମ, ବର୍ଣ୍ଣ, ଭାଷା ତଥା ଦଳମତ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କ ପାଇଁ ଆମ ସରକାର କାର୍ଯ୍ୟ କରିବେ ଏବଂ ଏହାର ପ୍ରେରଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର, ‘ସବକା ସାଥ୍, ସବକା ବିଶ୍ବାସ ଓ ସବକା ପ୍ରୟାସ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିକଶିତ ଓଡିଶାର ଲକ୍ଷ୍ୟ ସମ୍ପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସରକାର ୨୦୩୬ ସୁଦ୍ଧା ସ୍ଵତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ସୁସ୍ଥ, ସମୃଦ୍ଧ ଓ ଶକ୍ତିଶାଳୀ ଓଡିଶା ଗଠନରେ ବ୍ରତୀ। ଏହାକୁ ସାକାର କରିବ ‘Double Engine’ ସରକାର।

ବର୍ତ୍ତମାନ ପରିସ୍ଥିତିରେ ପାଣ୍ଠିର ଅଭାବ ନାହିଁ ବୋଲି ପ୍ରକାଶ କରି ସେ କହିଲେ ଯେ ଏବେ କେନ୍ଦ୍ରରେ ଏକ ସଂବେଦନଶୀଳ ସରକାର ଅଛନ୍ତି । ତେଣୁ, ଆମେ ଆବଶ୍ୟକ ସହାୟତା ପାଇପାରିବା। ଏହାକୁ, ଏହି ୧୦୦ ଦିନ ଭିତରେ ଆପଣମାନେ ହୃଦୟଙ୍ଗମ କରିପାରୁଥିବେ। ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଆପଣମାନେ ହେଉଛନ୍ତି ସବୁଠାରୁ ମହତ୍ବପୂର୍ଣ୍ଣ କଡି ବା ସେତୁ। ତେଣୁ ମୁଁ ସମସ୍ତଙ୍କୁ ଆହ୍ଵାନ କରୁଛି ଯେ ଯିଏ ଯେଉଁ ଦାୟିତ୍ବରେ ଅଛନ୍ତି, ସୂଚାରୁ ରୂପେ ଉପରୋକ୍ତ ପାଞ୍ଚଟି ମନ୍ତ୍ର ଆଧାରରେ ଲୋକଙ୍କୁ ସୁଶାସନ ଏବଂ ନ୍ୟାୟ ପ୍ରଦାନ କରିବେ।

ଶେଷରେ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ଆମର ଏକ ମୁଖ୍ୟ ସଂକଳ୍ପ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ଅତି ଗୁରୁତ୍ଵପୂର୍ଣ୍ଣ। ବ୍ୟକ୍ତିଗତ ହେଉ ବା ସାମୁହିକ, ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଯାଉଥିବା ସବୁ ସୂଚନା, ଓଡ଼ିଆ ଭାଷାରେ ହେବା ଅତ୍ୟନ୍ତ ଜରୁରୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରରେ ଅଧିକ ଉଦ୍ୟମ ହେବା ଆବଶ୍ୟକ।

ସବୁ ଜିଲ୍ଲାର ୱେବସାଇଟ ସଂପୂର୍ଣ୍ଣ ରୂପେ ଓଡିଆରେ ହେବା ଆବଶ୍ୟକ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ସରକାରୀ ନଥିପତ୍ର, ନୋଟିସ, ବିବରଣୀ, ବିଜ୍ଞାପନ ଓଡିଆ ଭାଷାରେ ହେବା ଜରୁରୀ ।
ପରିଶେଷରେ ଆଇନ ଶୃଙ୍ଖଳା ଉପରେ ଆଲୋକପାତ କରି ସେ କହିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ପୋଲିସ ବିଭାଗକୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି। ଆଇନର ଚାରିକାନ୍ଥ ଓ ମର୍ଯ୍ୟାଦା ମଧ୍ୟରେ ରହି ସ୍ଵାଧୀନ ଭାବେ କାର୍ଯ୍ୟ କରନ୍ତୁ ଏବଂ ଲୋକଙ୍କୁ ନ୍ୟାୟ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଆସନ୍ତା ପାର୍ବଣ ଋତୁରେ ରାଜ୍ୟରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇ ସେ କହିଥିଲେ ଯେ ଆପଣମାନଙ୍କ ପରି ଦକ୍ଷ ଅଧିକାରୀଙ୍କ ହାତରେ ଓଡିଶାର ଶାସନ ବ୍ୟବସ୍ଥା ଓ ସାଧାରଣ ଜନତାଙ୍କ ସୁରକ୍ଷା ସୁରକ୍ଷିତ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଜନା ଯେତେ ଅଭିନବ ହେଲେବି ଏହାର ପ୍ରକୃତ ସଫଳତା ଏହାର ସଫଳ ରୂପାୟନ ଉପରେ ନିର୍ଭର କରେ । ଲୋକଙ୍କ ସୁବିଧା ପାଇଁ ସମସ୍ତେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ହେବା ସହିତ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଯୋଜନାର ରୂପାୟନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକ ପରେ ସବୁ ଅଧିକାରୀ ନୂତନ ଉତ୍ସାହ ଓ ଆଗ୍ରହର ସହିତ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, “ଲୋକଙ୍କୁ ସାଙ୍ଗରେ ନେଇ ଚାଲନ୍ତୁ, ଦେଖିବେ ସବୁ ସହଜ ଓ ସରଳ ହୋଇଯିବ।”
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ୍‌ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଧାଂଶୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନଙ୍କ ବିଚାର ବିମର୍ଷ

Next Post

ଅଚ୍ୟୁତ ସାମନ୍ତଙ୍କୁ ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର ଇଞ୍ଜିନିୟର୍ସ ପକ୍ଷରୁ ଫେଲୋସିପ୍‍

Next Post
ଅଚ୍ୟୁତ ସାମନ୍ତଙ୍କୁ ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର ଇଞ୍ଜିନିୟର୍ସ ପକ୍ଷରୁ ଫେଲୋସିପ୍‍

ଅଚ୍ୟୁତ ସାମନ୍ତଙ୍କୁ ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର ଇଞ୍ଜିନିୟର୍ସ ପକ୍ଷରୁ ଫେଲୋସିପ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA