Wednesday, July 1, 2026 12:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେଦାନ୍ତ ଯନ୍ତ୍ରଣା: ନିଶ୍ଚିନ୍ନ ହୋଇଯିବ ଡଙ୍ଗରିଆ ଜନବସତି !

ବିଜ୍ଞାପନ ପାଇ ମିଡିଆ ଚୁପ୍

by Our Correspondent
21 Oct, 2024- 05:57 PM
in Latest News, News
1 min read
0
ବେଦାନ୍ତ ଯନ୍ତ୍ରଣା: ନିଶ୍ଚିନ୍ନ ହୋଇଯିବ ଡଙ୍ଗରିଆ ଜନବସତି !

ଭୁବନେଶ୍ୱର: ଗତମାସରେ ପ୍ରବଳ ବର୍ଷା ବେଳେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଆଲୁମିନା ରିଫାଇନିଂ ୟୁନିଟ୍ ର ବିଶାଳ ରେଡ୍ ମଡ୍ ପଣ୍ଡ ଭାଙ୍ଗି ଘଳିଆ ହୋଇଗଲା । ସେହି ବିଷାକ୍ତ କାଦୁଅ ପାଣି ଆଖାପାଖର ୧୮ ଗାଁ ଏବଂ ଚାଷ ଜମିକୁ ମାଡ଼ିଗଲା । ଜନବସତି ଅଞ୍ଚଳ ନାଲି କାଦୁଅରେ ପଚ ପଚ ହେଲା । ବହଳିଆ କାଦୁଅ ପରସ୍ତରେ ଚାଷଜମି ଆବରଣ ହୋଇଗଲା । ଏଥିଯୋଗୁଁ ସ୍ଥାନୀୟ ନିରୀହ ଆଦିବାସୀମାନେ ହନ୍ତସନ୍ତ ହେଲେ । କାହାରିକୁ ଗୁହାରି କରିବାର ଜୁ ନଥିଲା । ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଖବର ଜାଣିଥିଲେ ମଧ୍ୟ ମୁହଁ ମୋଡ଼ିଦେଲେ । କିଛି ଜାତୀୟ ଗଣମାଧ୍ୟମ ଏବଂ ରଏଟର ଭଳି ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏହାକୁ ଖବର କରିଥିଲେ ମଧ୍ୟ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ତାହା ବିଚଳିତ କରି ପାରି ନ ଥିଲା । କାରଣ ଏଥିରେ ପ୍ରଭାବିତ ସ୍ଥାନୀୟବାସୀଙ୍କ ସ୍ୱର ନ ଥିଲା କି ରାଜ୍ୟ ସରକାରଙ୍କ ଆଡୁ ଚାପ ପଡ଼ିବାର ଭୟ ନ ଥିଲା ।

ଏହି ଖବରକୁ ଯିବା ପୂର୍ବରୁ ଏକ ଆଲୁମିନା ରିଫାଇନାରି କାରଖାନାର ରେଡ୍ ମଡ୍ ପଣ୍ଡ କ’ଣ ତାହା ସମସ୍ତେ ପ୍ରଥମେ ଜାଣିବା ଦରକାର । ଆଲିମିନିୟମ୍ ଉତ୍ପାଦନ ପ୍ରକ୍ରିୟାରେ ବକ୍ସାସାଇଟ୍ ଧୂଆ ହେଲା ବେଳେ ସେଥିରୁ ନିର୍ଗତ ବର୍ଜ୍ୟବସ୍ତୁ ଏବଂ ବିକିରଣ ପଦାର୍ଥ ଯେଉଁ ଜାଗା(ପୋଖରୀ)ରେ ଜମା ହୁଏ ତାହା ହେଉଛି ରେଡ୍ ମଡ୍ ପଣ୍ଡ । ଲାଞ୍ଜିଗଡ଼ ବେଦାନ୍ତ ରିଫାଇନାରି ୟୁନିଟ୍ ର ଏହି ପଣ୍ଡ୍ ଟି ପ୍ରାୟ ୪୦୦ ଏକର ଜାଗା ବିଶିଷ୍ଟ । ଏଥିରେ ଜମା ତରଳ ବର୍ଜ୍ୟବସ୍ତୁ ଏବଂ ବିକିରଣ ପଦାର୍ଥ ପ୍ରବଳ ବିଷାକ୍ତ । ପରିବେଶବିତ୍ ଙ୍କ ମତରେ ଏହି ବିଷାକ୍ତ ଜଳ ସଂସ୍ପର୍ଶରେ ମଣିଷ ଆସିଲେ ଆୟୂଷ ବେଶୀ ଦିନ ନୁହେଁ । ସେଭଳି ଚାଷଜମିକୁ ଏହା ମାଡ଼ିଲେ କେବଳ ନଗଦ ଫସଲ ନଷ୍ଟ ହେବନି, ସେହି ମାଟିରେ ୨୫ ବର୍ଷ ଯାଏଁ ଫସଲ ଫଳିବନି ।

ଜନବସତି ଅଞ୍ଚଳରେ ସ୍ଥାପିତ ଆଲୁମିନା ରିଫାଇନାରି କାରଖାନାରୁ ଏହି ଭୟାନକ ବିପଦର ଆଶଙ୍କା ଥିବାରୁ ପୃଥିବୀର ଅନ୍ୟ କୌଣସି ଦେଶ ତାହାକୁ ଅନୁମତି ଦେଉନାହାନ୍ତି ।

ନିୟମଗିରି ଅଞ୍ଚଳରେ କାମ କରୁଥିବା ପରିବେଶ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ରେ ବେଦାନ୍ତ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଯମଦୂତ ଭଳି ଛିଡ଼ା ହୋଇଛି । ଏହାର ରେଡ୍ ମଡ୍ ପଣ୍ଡ ଭାଙ୍ଗିବା ନୂଆ ନୁହେଁ । ବାରମ୍ବାର ଏଭଳି ଘଟିଚାଲିଛି । କେତେବେଳେ ଅତ୍ୟଧିକ ବର୍ଷାରେ ସେହି ପୋଖରୀ ପୂରି ଉଛୁଳା ବିଷାକ୍ତ ଜଳ ଜନବସତିକୁ ମାଡି ଆସୁଛି ତ ଆଉ କେତେବେଳେ ତାହାକୁ ଜାଣିଶୁଣି ଖୋଲି ଦିଆଯାଉଛି । ରେଡ୍ ମଡ୍ ପଣ୍ଡ ଭାଙ୍ଗିଲେ ତାହାର କନଭେୟାର୍ ବେଲଟ୍ ମରାମତି ପାଇଁ ମୋଟା ଅର୍ଥ ଆବଶ୍ୟକ ପଡୁଥିବାରୁ ସେଥିରୁ ରକ୍ଷା ପାଇବାର ସହଜ ଉପାୟ ହେଉଛି ଭରିବା ଆଗରୁ ତାହାକୁ ଖୋଲିଦେବା ।

ତେବେ ସ୍ଥାନୀୟ ଡଙ୍ଗରିଆ ଆଦିବାସୀଙ୍କ ଧନଜୀବନକୁ ସଙ୍କଟରେ ପକାଉଥିବା ଏହି ଗୁରୁତର ସମସ୍ୟା ପ୍ରତି ଆମ ରାଜ୍ୟର ଗଣମାଧ୍ୟମ ଆଖି ବୁଜିଦେଇଛନ୍ତି । ଓଡ଼ିଶାବାସୀ କି ସରକାରଙ୍କ ପାଖରେ ଏହି ଖବର ପହଞ୍ଚି ପାରୁନାହିଁ ।

ନିକଟରେ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପରିବେଶ ସୁରକ୍ଷା ଅଭିଯାନରେ ଜନସଚେତନା ସୃଷ୍ଟି ପାଇଁ ଲଗାତର ଧରି ପୃଷ୍ଠା ପୃଷ୍ଠାର ସ୍ୱତନ୍ତ୍ର ରିପୋର୍ଟମାନ ପ୍ରକାଶ ପାଇଥିଲା । ମାତ୍ର ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ନଗଦ ଆସିଥିବା ଲାଞ୍ଜିଗଡ଼ ବେଦାନ୍ତ ପ୍ରକଳ୍ପର ରେଡ୍ ମଡ୍ ପଣ୍ଡ ଭାଙ୍ଗିବା ଖବରକୁ ଚାପି ଦିଆଗଲା । ଏଥିରେ ସ୍ଥାନୀୟ ଅଞ୍ଚଳବାସୀ ଭୟଙ୍କର ବିପଦର ସାମନା କରୁଥିଲେ ମଧ୍ୟ ଗୋଟେ ରିପୋର୍ଟ ବି ଆସିଲା ନାହିଁ । ଓଲଟି ବେଦାନ୍ତର ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସେଇ ଖବରକାଗଜ ସମ୍ବାଦ କରି ଲୋକଙ୍କୁ ଜଣାଇଲା । ସୁତରାଂ ସଂପୃକ୍ତ ଖବରକାଗଜର ପରିବେଶ ସୁରକ୍ଷା ଅଭିଯାନର ମୂଳ ଉଦ୍ଦେଶ୍ୟଟି କ’ଣ ତାହା ବୁଝିବା ଲୋକ ଠିକ୍ ବୁଝି ପାରୁଥିବେ ।

କିଛି ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଲା ପରେ ବେଦାନ୍ତ ଗ୍ରୁପ୍ ପକ୍ଷରୁ ଜଳାଶୟ ଭାଙ୍ଗିବା ଘଟଣାକୁ ସ୍ୱୀକାର କରାଯାଇଛି । ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଥିଲା ଯେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢ଼ି କ୍ୟାଚମେଣ୍ଟ ଏରିଆ ଫାସିଲିଟିରେ ଚାପ ପଡ଼ିଥିଲା । ଏହି ଫାସିଲିଟି ବା ବ୍ୟବସ୍ଥା ଅନ୍ତର୍ଜାତୀୟ ମାନର ଏବଂ ଉଭୟ ଡିଜିଟାଲ୍ ଏବଂ ମାନୁଆଲ୍ ଯୋଗେ ଏହାର ମନିଟରିଂ କରାଯାଏ । ଏହି ଦୁର୍ଘଟଣା ଯୋଗୁଁ କାହାର ଜୀବନ କ୍ଷତି ହୋଇନାହିଁ । ତେବେ ପାଣି ଉଛୁଳିବା ଯୋଗୁଁ ଚାଷ ଜମି ପ୍ରଭାବିତ ହୋଇଛି । ଏକ ଦାୟିତ୍ୱବାନ କର୍ପୋରେଟ୍ ସଂସ୍ଥା ଭାବେ ବେଦାନ୍ତ ଆଲୁମିନିଅମ୍ ପକ୍ଷରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ସବୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସଫେଇ ଦିଆଗଲା ।

ସୂଚନାଯୋଗ୍ୟ, ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ସେପ୍ଟେମ୍ବର ୧୫ ରେ ବେଦାନ୍ତ ଆଲୁମିନା ରିଫାଇନାରି ରେଡ୍ ମଡ୍ ପଣ୍ଡ ଭାଙ୍ଗିବା ଘଟଣାରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ । ଏହାଦ୍ୱାରା କଷ୍ଟିକ୍ ସୋଡା ମିଶା ବିଶାଳ ପରିମାଣର ଟକ୍ସିକ୍ ଲିକ୍ୟୁଇଡ୍ ଆଖପାଖ ପୋଖରୀ ଏବଂ ଜନବସତିକୁ ମାଡ଼ି ଯାଇଥିବା ସେ ଉଲ୍ଲେଖ କରି ବିପୁଳ କ୍ଷୟକ୍ଷତିର ଆଶଙ୍କା ଜୁଟାଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।

 

Previous Post

ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍

Next Post

ବାତ୍ୟା ପାଇଁ ସ୍କୁଲ ଛୁଟି

Next Post
ବାତ୍ୟା ପାଇଁ ସ୍କୁଲ ଛୁଟି

ବାତ୍ୟା ପାଇଁ ସ୍କୁଲ ଛୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA