Wednesday, July 1, 2026 02:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ: ମନ୍ତ୍ରୀ ରବି ନାୟକଙ୍କୁ ଟାଣିଲା ବିଜେଡି

ନବୀନଙ୍କ ଦ୍ୱାରା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ

by Our Correspondent
22 Oct, 2024- 07:08 PM
in Latest News, News
1 min read
0
କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ: ମନ୍ତ୍ରୀ ରବି ନାୟକଙ୍କୁ ଟାଣିଲା ବିଜେଡି

ଭୁବନେଶ୍ୱର: କୁଚିଣ୍ଡାରେ ଦଳିତ ସମ୍ପ୍ରଦାୟର ଏକ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ପୋଲିସର ଟାଳଟୁଳ ନୀତିକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି। ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘଟଣା ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି ବୋଲି ଶଙ୍ଖଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ସମନ୍ଵୟ କମିଟି ସଦସ୍ୟ ଦେବେଶ ଆଚାର୍ଯ୍ୟ ଓ ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ଡ଼ଃ ସାମନ୍ତସିଂହାର କହିଥିଲେ, ଅକ୍ଟୋବର ୧୫ ତାରିଖରେ କୁଚିଣ୍ଡାର ଏନଏସି ଅଞ୍ଚଳରେ ଦଳିତ ସମ୍ପ୍ରଦାୟର ପାରମ୍ପରିକ କରମା ପୂଜା ଅନୁଷ୍ଠିତ ହେଉଥିଲା। ଏହି ପୂଜାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଯୋଗ ଦେଇଥିଲେ। ଘଟଣା ଦିନ ରାତିରେ, ସ୍ଥାନୀୟ ଅଞ୍ଚଳର ଚଉଦ ବର୍ଷର ଏକ ନାବାଳିକା ପୂଜା ସ୍ଥଳକୁ ଯାଇଥିଲା। ସେଠାରେ ତାର ଜଣେ ପରିଚିତ ଯୁବକ ସହ ଭେଟ ହୋଇଥିଲା ଯିଏ ତାକୁ ଘରେ ଛାଡ଼ିଦେବ ବୋଲି କହିଥିଲା। ନାବାଳିକା ରାଜି ହେବାରୁ ତାକୁ ନେଇ ଏକ କାରରେ ବସାଇଥିଲା, ଯେଉଁଥିରେ ଆଗରୁ ଆଉ ଚାରିଜଣ ଯୁବକ ବସିଥିଲେ। ଗାଡିଟିକୁ ନାବାଳିକାର ଘରକୁ ନନେଇ ସେମାନେ ଏକ କ୍ଳବ ଘରକୁ ନେଇ ଯାଇଥିଲେ ଓ ସେଠାରେ ଜଣେ ପରେ ଜଣେ ନାବାଳିକାକୁ ଗଣ ବଳତ୍କାର କରିଥିଲେ। ପରେ ସେମାନେ ତାକୁ ଏକ ନିକାଞ୍ଚନ ଜାଗାରେ ଛାଡି ଦେଇଥିଲେ।

ନାବାଳିକାର ପରିବାର ସଦସ୍ୟ ମାନେ ଝିଅଟିର ଘରକୁ ଫେରିବା ବିଳମ୍ବ ହେବାରୁ ତାକୁ ଖୋଜା ଖୋଜି ଆରମ୍ଭ କରିଥିଲେ ଏବଂ ତାକୁ ଅଧ ରାସ୍ତାରେ ପାଇଥିଲେ। ନାବାଳିକା ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲା ଓ ପାଞ୍ଚଜଣ ତାକୁ ଏକ ନିକାଞ୍ଚନ ଜାଗାକୁ ନେଇଯିବା କଥା କହିଥିଲା। ପରିବାର ସଦସ୍ୟ ନାବାଳିକକୁ କୁଚିଣ୍ଡା ଥାନାକୁ ନେଇଥିଲେ ଓ ସେଠାରେ ତାର ବିବରଣୀ ଅନୁଯାୟୀ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା। ନାବାଳିକା ଘରକୁ ଫେରିଯିବା ପରେ ତାର ମାନସିକ ସ୍ଥିତି ସାମାନ୍ୟ ହେବା ପରେ ସେ ଗଣବଳତ୍କାର କଥା ପ୍ରକାଶ କରିଥିଲା। ପରିବାରର ସଦସ୍ୟମାନେ ପରଦିନ ଥାନାକୁ ଆସି ଗଣବଳତ୍କାର ଅଭିଯୋଗ ତାଙ୍କ ଏଫଆଇଆରରେ ଯୋଡିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ଥାନା ଅଧିକାରୀ ଏହାକୁ ଗ୍ରହଣ କରି ନଥିଲେ।

ଉଲ୍ଲେଖଯୋଗ୍ୟ, ପାଞ୍ଚଜଣ ଅଭିଯୁକ୍ତଙ୍କ ଭିତରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ, ହରିହର ପାଣି ଅଛନ୍ତି, ଯେଉଁଥି ପାଇଁ ପୋଲିସ ଅଧିକାରୀ ମାନେ ଘଟଣାକୁ ରଫାଦଫା କରିଦେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଡ଼ଃ ସାମନ୍ତସିଂହାର କହିଥିଲେ।

ଘଟଣାରେ, ତିନି ଜଣଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ମନ୍ତ୍ରୀଙ୍କ ସହଯୋଗୀ ପାଣିଙ୍କୁ ଗିରଫ କରାଯାଇ ନାହିଁ। ପୋଲିସ କହୁଛି, ସେମାନେ ତାଙ୍କୁ ଖୋଜୁଛନ୍ତି କିନ୍ତୁ ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଦ୍ଵିତୀୟ ଦିନ ସେମାନେ ଥାନାରେ ପହଞ୍ଚିବା ବେଳେ ଅଭିଯୁକ୍ତ ପାଣି ଥାନା ଅଧିକାରୀଙ୍କ ସହ ବସିଥିଲେ। ତେଣୁ, ପୋଲିସର ଭୂମିକା ଏହି ଘଟଣାରେ ସନ୍ଦେହ ଘେରରେ ରହିଛି। ଏପରିକି ପୋଲିସ ନାବାଳିକାଙ୍କ ପରିବାରକୁ ଅଭିଯୁକ୍ତଙ୍କ ସହ ବୁଝାମଣା କରିବା ପାଇଁ ପ୍ରବର୍ତ୍ତ।ଉଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ମନ୍ତ୍ରୀଙ୍କ ସହଯୋଗୀଙ୍କୁ ଖସାଇ ଦେବା ପାଇଁ ରାଜ୍ୟ ସରକାର ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ବିଜୁ ଜନତା ଦଳର ସଭାପତି ଘଟଣା ଉପରେ କ୍ଷୋଭ ପ୍ରକାଶ କରିବା ସହିତ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଏହି କମିଟିରେ ଅନ୍ୟ ସଦସ୍ୟ ମାନେ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ପୂର୍ବତନ ବିଧାୟିକା ଦୀପାଳି ଦାସ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ସମ୍ବଲପୁର ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ କୁମୁଦିନୀ ନାୟକ। ଏହି କମିଟିର ସଦସ୍ୟ ମାନେ କୁଚିଣ୍ଡା ଯାଇ ନାବାଳିକା ଓ ତାର ପରିବାରବର୍ଗଙ୍କୁ ଭେଟି ଘଟଣାର ସବିଶେଷ ବିବରଣୀ ଦଳର ସଭାପତିଙ୍କ ନିକଟରେ ପ୍ରଦାନ କରିବେ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ମାନ୍ୟବର ରାଜ୍ୟପାଳଙ୍କ ପୁଅ ଏକ ସରକାରୀ ଅଧିକାରୀଙ୍କୁ ଅତ୍ୟାଚାର କରିବା ଘଟଣାରେ ରାଜ୍ୟ ସରକାର ନ୍ୟାୟ ପ୍ରଦାନ କ୍ଷେତ୍ରରେ କୌଣସି ପଦକ୍ଷେପ ନେଇ ନଥିଲେ ଯଦ୍ୱାରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ଗୋଟିଏ ପରେ ଗୋଟିଏ ଘଟଣାରୁ ପ୍ରତିପାଦିତ ହେଉଛି। ବିଜୁ ଜନତା ଦଳ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି ଓ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରୁଛି । 

ତେବେ ବିଜେଡିର ଅଭିଯୋଗ ଉପରେ ମନ୍ତ୍ରୀ ରବି ନାୟକଙ୍କ ପ୍ରତିକ୍ରିୟା ମିଳିନାହିଁ ।

Previous Post

କାଲିଠାରୁ ବାତ୍ୟା ପ୍ରକୋପ

Next Post

ବରେଣ୍ୟ ସେନାପତି HAL ର ନୂଆ ନିର୍ଦ୍ଦେଶକ

Next Post
ବରେଣ୍ୟ ସେନାପତି HAL ର ନୂଆ ନିର୍ଦ୍ଦେଶକ

ବରେଣ୍ୟ ସେନାପତି HAL ର ନୂଆ ନିର୍ଦ୍ଦେଶକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA