Sunday, June 28, 2026 08:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ମିଛ କହିଛନ୍ତି ଯୋଗାଣ ମନ୍ତ୍ରୀ’

ଆମ୍ବଟାକୁଆ ଖାଇ ମରିବା ଘଟଣା

by Our Correspondent
04 Nov, 2024- 09:40 PM
in Latest News, News
1 min read
0
‘ମିଛ କହିଛନ୍ତି ଯୋଗାଣ ମନ୍ତ୍ରୀ’

ଭୁୁବନେଶ୍ୱର: ଦାରିଙ୍ଗିବାଡ଼ିର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ମୃତ ଏବଂ ଗୁରୁତର ଅସୁସ୍ଥ ମହିଳାମାନଙ୍କ ଘରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ଥିଲା । ତେଣୁ ଚାଉଳ ଅଭାବରୁ କେହି ଆମ୍ବଟାକୁଆ ଖାଇନାହାନ୍ତି । ତାହା ତାଙ୍କର ପାରମ୍ପରିକ ଖାଦ୍ୟ ହୋଇଥିବାରୁ ଖାଇଛନ୍ତି । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମ କ୍ୟାମେରା ସାମନାରେ ଏକଥା ଠୋ ଠା କରି କହିଥିଲେ । ସେହିଭଳି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଆମ୍ବଟାକୁଆକୁ ସେହି ଅଞ୍ଚଳ ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହି ସରକାରଙ୍କ ଉପରୁ ଦୋଷ ଖସାଇ ଦେଇଥିଲେ । ଲଣ୍ଡନ ଯାତ୍ରାର ସମୟ ହୋଇଯାଇଥିବାରୁ ସେ ଗଣମାଧ୍ୟମକୁ ଏହି ପଦୁଟିଏ କହି ଚାଲିଯାଇଥିଲେ । ଉପମୁଖ୍ୟମନ୍ତ୍ରୀ କେଉଁଠୁ ଏହି ତଥ୍ୟ ପାଇଲେ ଜଣାପଡ଼ିଲାନି ।

ତେବେ ସରକାରଙ୍କର ଏହି ତଥ୍ୟ ଠିକ୍ ନୁହେଁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ଆଗରେ ମାଣ୍ଡିପଙ୍କା ଗାଁର ନିରୀହ ଆଦିବାସୀମାନେ ଚାଉଳ ଅଭାବରୁ ଆମ୍ବଟାକୁଆ ଖାଉଥିବା ସ୍ୱୀକାର କରିଛନ୍ତି । ସେମାନଙ୍କୁ ୩ ମାସର ରାସନ୍ ଚାଉଳ ମିଳି ନ ଥିଲା ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ତେଣୁ ଅଭାବୀ ପେଟକୁ ଦାନା ଭାବେ ଆମ୍ବଟାକୁଆ ଖାଇବାକୁ ସେମାନେ ବାଧ୍ୟ ହୋଇଥିଲେ ।

ମୃତ ଓ ଅସୁସ୍ଥଙ୍କ ପରିବାର ଲୋକ ଏବଂ ଅନ୍ୟ ଗ୍ରାମବାସୀମାନେ ଖାଲି ଏହା କହିନାହାନ୍ତି । ଏହି ଅଘଟଣା ଖବର ପ୍ରଘଟ ହେଲା ମାତ୍ରେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ୩ ମାସର ରାସନ୍ ଚାଉଳ ବଣ୍ଟନର ଚିତ୍ର ମଧ୍ୟ ସାମନାକୁ ଆସିଛି । ତେଣୁ ଯୋଗାଣମନ୍ତ୍ରୀ ଯେ ଭୁଲ୍ ତଥ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଗଲାଣି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ମାଣ୍ଡିପଙ୍କା ଗାଁ କୁ ଯାଇ ଲୋକଙ୍କୁ ଭେଟିବା ପରେ ଆହୁରି ଅନେକ ବିକଳ ତଥ୍ୟ ସାମନାକୁ ଆଣିଛନ୍ତି । ଆମ୍ବଟାକୁଆ ଖାଇ ଲୋକ ମରିବା ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ସେ ଦାୟୀ କରି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ।

ବିଜେଡି ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛି । ଆଜି ଦ୍ୱିତୀୟ ଥର ପାଇଁ ଶଙ୍ଖଭବନରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ କଡ଼ା ସମାଲୋଚନା କରାଯିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା ବୋଲି କୁହାଯାଇଛି ।

ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ ରାଜ୍ୟରେ ରାସନ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ । ଏହି ଯୋଜନା ଅନୁଯାୟୀ, ତିନି ମାସର ରାସନ ବଣ୍ଟନ ପାଇଁ ୨୭ ସେପ୍ଟେମ୍ବର ଦିନ ଅର୍ଡର ବାହାରିଥିଲା । ଯାହା ୨୫ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷ ହେବା କଥା । କିନ୍ତୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମାଣ୍ଡିପଙ୍କା ଅଞ୍ଚଳରେ ଏହି ରାସନ ବଣ୍ଟା ଯାଇ ନ ଥିଲା । ଏହି ଘଟଣା ଘଟିଯିବା ପରେ ତରବରିଆ ଭାବେ ୨ ନଭେମ୍ବର ଦିନ ରାସନ ବଣ୍ଟନ କରାଯାଇଥିଲା । ରାସନ ବଣ୍ଟନ ହୋଇପାରି ନ ଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ ।

ଏହି ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆମ୍ବଟାକୁଆ ସେ ଅଞ୍ଚଳ ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଥିଲେ । ସେହିପରି, ରାଜ୍ୟର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ଆମ୍ବଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା ସହ ଏହି ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ଥିଲା ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯୋଗାଣ ମନ୍ତ୍ରୀ ତାଙ୍କର ମିଛ ଓ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ବିଜେଡି ମୁଖପାତ୍ର ଦାବି କରିଛନ୍ତି ।

ତେବେ ଏ ସମ୍ପର୍କରେ ଯୋଗାଣ ମନ୍ତ୍ରୀଙ୍କର ଆଉ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

Previous Post

ସମନ୍ୱିତ ଯୋଜନାରେ ଧଉଳି ସମେତ ସବୁ ଐତିହ୍ୟ ସ୍ଥଳର ବିକାଶ କରାଯିବ: ମୁଖ୍ୟମନ୍ତ୍ରୀ

Next Post

ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

Next Post
ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA