Saturday, June 27, 2026 10:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆନ୍ତର୍ଜାତିକ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ସହାୟକଯନ୍ତ୍ର ଦିବସ ପାଳିତ

by Our Correspondent
05 Nov, 2024- 10:27 PM
in Latest News, News
1 min read
0
ଆନ୍ତର୍ଜାତିକ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ସହାୟକଯନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଭାରତୀୟ ଅର୍ଥୋଟିକ ଓ ପ୍ରୋସ୍ଥେଟିକ ସଂଘ,ଓଡ଼ିଶା ଶାଖା, ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥା, ଓଲଟପୁର ଓ ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୁଲ୍ୟରେ ଜୟଦେବ ଭବନଠାରେ ଆନ୍ତର୍ଜାତିକ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ସହାୟକ ଉପକରଣ ଦିବସ ଉତ୍ସବ ବହୁ ଗଣ୍ୟମାନ୍ୟ ଅତିଥି ଓ ଛାତ୍ରଛାତ୍ରୀଙ୍କ ଗହଣରେ ପାଳିତ ହୋଇଯାଇଛି। ଶାରୀରିକ ଭିନ୍ନକ୍ଷମ ଓ ଅସ୍ଥିସ୍ନାୟୁବ୍ୟାଧି ପୀଡ଼ିତମାନଙ୍କୁ କ୍ରିୟାଶୀଳ, ସ୍ୱାବଲମ୍ବୀ ଓ ସର୍ଜନଶୀଳ କରିବା ଉଦ୍ଦେଶ୍ୟରେ ସମର୍ପିତ ଏହି ଦିବସଟିକୁ ଏକ ସଚେତନତାର ଦିବସ ରୂପେ ଗ୍ରହଣ କରାଯାଇ ପ୍ରତିବର୍ଷ ନଭେମ୍ବର ମାସ ପାଞ୍ଚ ତାରିଖରେ ଏହି ଉତ୍ସବଟି ପାଳନ କରାଯାଉଛି।

ଏହି ଅବସରରେ ପ୍ରତ୍ୟୁଷ ସାତ ଘଟିକାଠାରୁ ଦିବସବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଉତ୍ସବଟି ପାଳିତ ହୋଇଯାଇଛି। ସକାଳ ସାତଟା ପନ୍ଦର ମିନିଟ ସମୟରେ ମାଷ୍ଟରକାଣ୍ଟିନ ଛକଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ସଚେତନତା ପଦଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ, ଜନସାଧାରଣ ଉତ୍ସାହର ସହ ଯୋଗଦାନ କରିଥିବା ବେଳେ ପୂର୍ବାହ୍ନ ଦଶଘଟିକା ସମୟରେ ସାଧାରଣସଭାର ଆୟୋଜନ କରାଯାଇଥିଲା। ଓପାଇ, ଓଡ଼ିଶାର ସଭାପତି ଡ.ରାଜେଶ ନନ୍ଦ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ,ସଭାର ମୁଖ୍ୟ ଅତିଥି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ, ସମ୍ମାନୀତ ଅତିଥି ପଦ୍ମଶ୍ରୀ ପ୍ରମୋଦ ଭଗତ, ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ଡ.ପତିତପାବନ ମହାନ୍ତି, ବୈଷୟିକ ଉପନିର୍ଦ୍ଦେଶକ କିଶୋର ଚନ୍ଦ୍ର ମହାପାତ୍ର, ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.ପ୍ରଭାଶ ଚନ୍ଦ୍ର ସିଂ ପ୍ରମୁଖ ସେମାନଙ୍କର ଅଭିଭାଷଣ ବ୍ୟକ୍ତ କରିଥିଲେ।

ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ପର୍ବରେ ଅତିଥିମାନଙ୍କ ଦ୍ୱାରା ସଫଳ ପ୍ରସ୍ଥେଟିଷ୍ଠ ଏବଂ ଅରଥୋଟିଷ୍ଠ, ଦିବ୍ୟାଙ୍ଗ ଭାଈ ଓ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବ୍ୟାଙ୍ଗମାନେ ସେମାନଙ୍କର ସଂଘର୍ଷ ଓ ସଫଳତାର ଅନୁଭୂତି ଅତିଥି ଓ ସମବେତ ଦର୍ଶକବୃନ୍ଦଙ୍କର ସମ୍ମୁଖରେ ଆବେଗପ୍ରବଣ ଭାବରେ ବ୍ୟକ୍ତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରଦାନ କରିଥିଲେ।ଅତିଥି ଓ ଦର୍ଶକବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓପାଇ, ଓଡ଼ିଶାର ଉପସଭାପତି ଡ.ସତ୍ୟଜିତ ଦାଶ।

ଶେଷରେ ଅଧଘଣ୍ଟା ଅବଧିର ଉତ୍ପ୍ରେରକ ଚଳମାନଚିତ୍ର ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Previous Post

ଗୁଜବକାରୀଙ୍କୁ ଜବାବ ଦେଲେ ନବୀନ

Next Post

ମାଣ୍ଡିପଙ୍କା ଗ୍ରାମବାସୀଙ୍କ ଆକ୍ରୋଶରେ ଆରଡିସି

Next Post
ମାଣ୍ଡିପଙ୍କା ଗ୍ରାମବାସୀଙ୍କ ଆକ୍ରୋଶରେ ଆରଡିସି

ମାଣ୍ଡିପଙ୍କା ଗ୍ରାମବାସୀଙ୍କ ଆକ୍ରୋଶରେ ଆରଡିସି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA