Tuesday, June 30, 2026 11:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟ ନେତାଙ୍କୁ ଅନୁଭୂତି ବାଣ୍ଟିଲେ ମୋଦୀ

ତିନି ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ

by Our Correspondent
29 Nov, 2024- 11:45 PM
in Latest News, News
1 min read
0
ରାଜ୍ୟ ନେତାଙ୍କୁ ଅନୁଭୂତି ବାଣ୍ଟିଲେ ମୋଦୀ

ଭୁବନେଶ୍ୱର: ସର୍ବଭାରତୀୟ ଡିଜି/ଆଇଜି ସମ୍ମିଳନୀ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନି ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି । ଆସନ୍ତାକାଲି ଏବଂ ପରଦିନ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଉପସ୍ଥିତ ରହିବେ । ଗୃହମନ୍ତ୍ରୀ ଅମିତ ଶାହା ଆଜି ଏହି ସମ୍ମିଳନୀକୁ ଉଦଘାଟନ କରିଥିଲା ବେଳେ ରବିବାର ଦିନ ପ୍ରଧାନମନ୍ତ୍ରୀ ଏହାକୁ ଉଦଯାପନ କରିବେ ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପି.କେ.ମିଶ୍ର, ଗୃହ ସଚିବ ଗୋବିନ୍ଦ ମୋହନ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର, ଆଇବି ନିର୍ଦ୍ଦେଶକ ତପନ କୁମାର ଡେକା, ଏନଟିଆରଓ ଅଧ୍ୟକ୍ଷ ଅରୁଣ କୁମାର ସିହ୍ନା, ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ, ର’ ସଚିବ ରବି ସିହ୍ନା, ଏନଆଇଏ ନିଦେ୍ର୍ଦଶକ ସଦାନନ୍ଦ ଦାତେ, ଏସପିଜି ନିର୍ଦ୍ଦେଶକ ଆଲୋକ ଶର୍ମା ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଆଜି ଅପରାହ୍ନ ସାଢ଼େ ୪ଟା ବେଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ସେଠାରୁ ବାହାରି ଏୟାରପୋର୍ଟ ଛକରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ପ୍ରତିଶ୍ରୁତି ଦୋହରାଇଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ରାଜଭବନ ଯାଇ କିଛି ସମୟ ବିଶ୍ରାମ ନେବା ପରେ ସଂଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆସିଥିଲେ । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା, ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସବୁ ଦଳୀୟ ବିଧାୟକ ଏବଂ ସାଂସଦମାନଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ସେଠାରେ ଉପସ୍ଥିତ ଥିଲେ । ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ନିଜ ରାଜନୈତିକ ଜୀବନଯାତ୍ରା ଏବଂ ସୁଖଦୁଃଖର ଅନୁଭୂତି ବାଣ୍ଟିବା ସହ ଲୋକଙ୍କ ସେବାରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ଲୋକମାନେ ଯେଉଁ ବିଶ୍ୱାସରେ ସରକାର ଆଣିଛନ୍ତି, ସେହି ବିଶ୍ୱାସ ଅତୁଟ ରଖିବାକୁ ସେ ପରାମର୍ଶ ଦେଇଥିଲେ । ଦସ୍ତଖତ କଲାବେଳେ ସେ ପ୍ରଧାନମନ୍ତ୍ରୀ, ମାତ୍ର ଅନ୍ୟବେଳେ ସେ ନିଜକୁ ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ମନେ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ୧୫ ମିନିଟ୍ କାଟିଥିଲେ । ନେତାମାନଙ୍କ ସହ ସେଠାରେ ରାତ୍ରିଭୋଜନ କରିବା ସହ ଫଟୋ ସେସନ୍ ରେ ଯୋଗ ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ରାଜଭବନ ଆସି ରାତ୍ରିଯାପନ କରୁଛନ୍ତି ।

Previous Post

ପ୍ରଭାବଶାଳୀଙ୍କ ପିଠିରେ ବାଜିଲା ଛାଟ

Next Post

କିମ୍‍ସରେ ହେଲ୍‍ଥ ନ୍ୟାସ୍‍ନାଲ୍‍ କନକ୍ଲେଭ୍‍

Next Post
କିମ୍‍ସରେ ହେଲ୍‍ଥ ନ୍ୟାସ୍‍ନାଲ୍‍ କନକ୍ଲେଭ୍‍

କିମ୍‍ସରେ ହେଲ୍‍ଥ ନ୍ୟାସ୍‍ନାଲ୍‍ କନକ୍ଲେଭ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA