ଭୁବନେଶ୍ୱର: ଲୋକସଭାରେ ଉପସ୍ଥାପିତ ହୋଇଥିବା ” ଏକ ଦେଶ, ଏକ ନିର୍ବାଚନ’ ବିଲ୍ ଉପରେ ଅଧିକ ତର୍ଜମା ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି(ଜେପିସି)ରେ ଓଡ଼ିଶାର ଆଉ ଦୁଇ ଜଣ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ମାନସ ମଙ୍ଗରାଜ ସ୍ଥାନ ପାଇଛନ୍ତି । ପୂର୍ବରୁ ଭର୍ତ୍ତୃହରି ମହତାବ ଏବଂ ସମ୍ବିତ ପାତ୍ର କମିଟିରେ ସ୍ଥାନ ପାଇଥିଲେ । ଏଥିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ଆଉ ୬ ଜଣ ଲୋକସଭା ସାଂସଦ ଯୋଡି ହୋଇଥିବା ବେଳେ ରାଜ୍ୟସଭାର ୧୨ ଜଣ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି । ଯେଉଁଥିରେ ଅଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ।
ବିଜେପିର ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଥିବା ଲୋକସଭା ସଦସ୍ୟମାନେ ହେଲେ ସି.ଏମ.ରମେଶ, ବାଂଶୁରୀ ସ୍ୱରାଜ, ପୁରୁଷୋତ୍ତମ ଭାଇ ରୂପାଲା, ଅନୁରାଗ ଠାକୁର, ବିଷ୍ଣୁ ଦୟାଲ ରାମ, ଭର୍ତ୍ତୃହରି ମହତାବ, ସମ୍ବିତ୍ ପାତ୍ର, ଅନୀଲ ବାଲୁନି, ବିଷ୍ଣୁ ଦତ୍ତ ଶର୍ମା, ବୈଜୟନ୍ତ ପଣ୍ଡା, ସଞ୍ଜୟ ଜୟସ୍ୱାଲ୍, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମନୀଷ ତିୱାରୀ, ସୁଖଦେଓ ଭଗତ, ଧର୍ମେନ୍ଦ୍ର ଯାଦବ, ଛୋଟେଲାଲ, କଲ୍ୟାଣ ବାନାର୍ଜୀ, ଟିଏମ ସେଲଭାଗନପତି, ଜିଏମ୍ ହରିଶ ବାଲଯୋଗୀ, ଅନୀଲ ଯଶୱନ୍ତ ଦେଶାଇ, ସୁପ୍ରିୟା ସୋଲେ, ଶ୍ରୀକାନ୍ତ ଏକନାଥ ସିନେ୍ଦ, ଶ୍ରୀମତୀ ଶଂଭାଭି, ଚନ୍ଦନ ଚୌହାନ ଓ ବି ବଲ୍ଲଭନେନି ।
ରାଜ୍ୟସଭା ସାଂସଦମାନେ ହେଲେ ଘନଶ୍ୟାମ ତିୱାରୀ, ଭୁବନେଶ୍ୱର କଲିତା, କେ.ଲକ୍ଷ୍ମଣ, କବିତା ପଟିଦାର, ସଞ୍ଜୟ କୁମାର ଝା, ରଣଦୀପ ସିଂ ସୁରଜେୱାଲା, ମୁକୁଲ ବାଲକ୍ରିଷ୍ଣନ୍ ୱାସନିକ୍, ସକେତ ଗୋଖଲେ, ପି.ୱିଲସନ୍, ସଞ୍ଜୟ ସିଂ, ମାନସ ରଞ୍ଜନ ମଙ୍ଗରାଜ ଓ ଭି. ବିଜୟସାଇ ରେଡ୍ଡୀ ।






