Wednesday, June 24, 2026 01:06 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା

ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ

by Our Correspondent
20 Dec, 2024- 10:06 PM
in News
1 min read
0
ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା

ଭୁବନେଶ୍ୱର: ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା । ସେତେବେଳକୁ ଖେଳର ପ୍ରାୟ ଦୁଇ – ତୃତୀୟାଂଶ ବାକୀ ଅଛି । ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ ବ୍ରିଟେନ୍କୁ ପରାଜିତ କରି ପାରିଲା?

ଏହି ପ୍ରଶ୍ନ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ୪ଜଣ ସ୍ୱନାମଧନ୍ୟ ଖେଳାଳୀଙ୍କୁ ଏକ ଆଲୋଚନା କାର୍ଯ୍ୟକ୍ରମରେ ପଚାରିଥିଲେ ।

ମଧ୍ୟଭାଗ ଖେଳାଳୀ ଶାମ୍ଶେର ସିଂହ କହିଥିଲେ ଯେ ଅମିତଙ୍କୁ ଖେଳରୁ ବାହାର କରିଦେବା ଭାରତୀୟ ଦଳ ପାଇଁ ଏକ ବଡ ଧକ୍କା ଥିଲା । କାରଣ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ୍ କୁ ହରାଇବା କଷ୍ଟକର ବୋଲି ସମସ୍ତେ ଭାବୁଥିଲେ ବୋଲି ଶାମ୍ଶେର କହିଥିଲେ ।
“ଆମ ମଧ୍ୟରେ ଏକତା ଥିଲା ଓ ଏହି ପରିସ୍ଥିତରେ ଆମେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସୁଟ୍ ଆଉଟ୍ରେ ଏହି ମ୍ୟାଚ ୪-୨ ରେ ଜିତି ପାରିଲୁ”, ବୋଲି ସେ କହିଥିଲେ ।

ଏହି ଆଲୋଚନାରେ ଶାମ୍ଶେରଙ୍କ ବ୍ୟତୀତ ଜରମନ୍ପ୍ରୀତ ସିଂହ, ରାଜକୁମାର ପାଲ ଓ ବରୁଣ କୁମାର ଯୋଗ ଦେଇଥିଲେ । ଏହି ୪ଜଣ ଖେଳାଳୀ ଦିଲ୍ଲୀ ଏସଜି ପାଇପର୍ସ ଦଳ ପକ୍ଷରୁ ରାଉକେଲାଠାରେ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ଇଣ୍ଡିଆ ଲିଗରେ ଭାଗ ନେବା ପୂର୍ବରୁ ଭୁବନେଶ୍ୱରରେ ଅଭ୍ୟାସ କରୁଛନ୍ତି । ସେମାନଙ୍କ ସହିତ ବିଶିଷ୍ଟ କ୍ରୀଡା ସାମ୍ବାଦିକ ତଥା ଏସଜି ସ୍ପୋର୍ଟସ୍ ଆଣ୍ଡ ଏଂଟରଟେନ୍ମେଂଟର ଉପସଭାପତି ଦିଗ୍ବିଜୟ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ ।

ପ୍ୟାରିସ୍ରେ ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଉପସ୍ଥିତ ଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ଅମିତଙ୍କୁ ରେଡକାର୍ଡ ମିଳିବା ପରେ ଏହି ମ୍ୟାଚରେ ଭାରତ ଜିତିବ ବୋଲି କେହି ଚିନ୍ତା କରି ନ ଥିଲେ । ମାତ୍ର ଭାରତୀୟ ଦଳ ଅଭୂତପୂର୍ବ ପ୍ରଦର୍ଶନ କରି ଏହି ମ୍ୟାଚରେ ବିଜୟୀ ହୋଇପାରିଥିଲା ।

ମଧ୍ୟଭାଗ ଖେଳାଳୀ ରାଜକୁମାର ପାଲ କହିଲେ ଭାରତୀୟ ଦଳରେ ସବୁ ଖେଳାଳୀ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିଥାନ୍ତି ।

ନିଜ କ୍ରୀଡା ଜୀବନର ଆରମ୍ଭରୁ ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଅଭିଯୋଗ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବାକୁ ଯାଉଥିଲା ବୋଲି ଜରମନ୍ପ୍ରୀତ ସିଂହ ଏକ ପ୍ରଶ୍ନର ଉତରରେ କହିଥିଲେ । ଏହି ଅଭିଯୋଗ ମୋତେ ନିରାଶ କରିଥିଲା । ମାତ୍ର ମୋର ପରିବାରବର୍ଗ ମୋତେ ସଂପୂର୍ଣ୍ଣ ସମର୍ଥନ କରିଥିଲେ । ମୁଁ ମଧ୍ୟ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ପାଇଁ ସମସ୍ତ ଉଦ୍ୟମ କରି ନିଜକୁ ଉତ୍ସାହିତ କରିଥିଲି ବୋଲି ସେ କହିଥିଲେ ।

ଏକ ପ୍ରଶ୍ନର ଉତରରେ ବରୁଣ କୁମାର କହିଥିଲେ ଯେ ଯଦିଓ ଦେଶରେ କ୍ରିକେଟ ପ୍ରତି ଅଧିକ ସମର୍ଥନ ଥିବା ଜଣାପଡେ, ଭାରତୀୟ ହକି ଦଳ କ୍ରମାଗତ ଦୁଇଥର ଟୋକିଓ ଏବଂ ପ୍ୟାରିସ୍ ଅଲମ୍ପିକସ କ୍ରୀଡାରେ କ୍ରମାଗତ ଭାବେ ବ୍ରୋଞ୍ଜ ପଦକ ଲାଭ କରିବା ପରେ ହକି ପ୍ରତି ଆଗ୍ରହ ବୃଦ୍ଧି ପାଉଛି ।

ଆପଣମାନେ ହକିକୁ ସମର୍ଥନ ଜଣାଇ ଏହାର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଖେଳାଳୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ଭାରତର ଗୌରବ ବୋଲି କହିଥିଲେ ।

ଜରମନ୍ପ୍ରୀତ ସିଂହ ଛାତ୍ରଛାତ୍ରୀମାନଙ୍କୁ ହକି ଇଣ୍ଡିଆ ଲିଗ୍ରେ ଦିଲ୍ଲୀ ଏସଜି ପାଇପର୍ସ ଦଳକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ପରିଚାଳନା କରିଥିଲେ ।

ସୋଆରେ ଖେଳାଳୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରମାନେ ଖେଳାଳୀମାନଙ୍କୁ ନିଜ ଗହଣରେ ପାଇ ବେଶ୍ ଉତ୍ସାହିତ ହୋଇଥିଲେ ।

Previous Post

ଜେପିସିରେ ଆଉ ଦୁଇ ଓଡ଼ିଆ ସାଂସଦ

Next Post

ସାତପଡ଼ା-ଜହ୍ନିକୁଦ ସେତୁ ନିର୍ମାଣ ପାଇଁ ତତ୍ପରତା

Next Post
ସାତପଡ଼ା-ଜହ୍ନିକୁଦ ସେତୁ ନିର୍ମାଣ ପାଇଁ ତତ୍ପରତା

ସାତପଡ଼ା-ଜହ୍ନିକୁଦ ସେତୁ ନିର୍ମାଣ ପାଇଁ ତତ୍ପରତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA