Wednesday, June 24, 2026 12:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ ହେବ ଖିଣ୍ଡା ଗ୍ରାମ: ଧର୍ମେନ୍ଦ୍ର ପ୍ରଧାନ

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ‘ତ୍ରିରଙ୍ଗା ପଦଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

by Our Correspondent
23 Jan, 2025- 08:53 PM
in Latest News, News
1 min read
0
ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ ହେବ ଖିଣ୍ଡା ଗ୍ରାମ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ପବିତ୍ର ଖିଣ୍ଡା ମାଟି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପାଇଁ ଗର୍ବିତ । ତାଙ୍କ ପରି ଅଦ୍ୱିତୀୟ ନେତୃତ୍ୱଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବା ପାଇଁ ଖିଣ୍ଡା ଗ୍ରାମକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ କରାଯିବ । ସାମୂହିକ ଉଦ୍ୟମରେ ଖିଣ୍ଡା ଗ୍ରାମକୁ ଆଧୁନିକ ଗ୍ରାମ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ଓଡ଼ିଶା ମାଟିର ଗୌରବ ବୀର ସୁରେନ୍ଦ୍ର ସାଏଙ୍କ ୨୧୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାରେ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ । ଖିଣ୍ଡା ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶକୁ ସ୍ୱାଧୀନତା ଦେବାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ। ଆଜି ଭଳି ପବିତ୍ର ଦିନରେ ମହାପୁରୁଷ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟିକୁ ଆସି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି । ୨୧୭ ବର୍ଷ ପୂର୍ବେ ଉନ୍ନବିଂଶ ଶତାବ୍ଦୀରେ ଏହି ଖିଣ୍ଡା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ଯୁବାବସ୍ଥାରୁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ ତାଙ୍କର ମାତୃଭୂମି ପ୍ରତି ଥିବା ଭଲ ପାଇବାକୁ ପ୍ରତିଫଳିତ କରୁଛି ।

ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ହେଉଛନ୍ତି ଓଡ଼ିଆ ଜାତିର ଅନ୍ୟତମ ପରିଚୟ । ବୀର ସୁରେନ୍ଦ୍ର ସାଏ ତାଙ୍କ ଭାଇ ଧ୍ରୁବ ସାଏ, ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ ଏବଂ ପରିବାର ସଦସ୍ୟଙ୍କ ସହଯୋଗରେ ବ୍ରିଟିଶ ଆଗରେ ମୁଣ୍ଡ ନ ନୁଆଁଇ ସେମାନଙ୍କ ସହ ସଂଘର୍ଷ କରିଥିଲେ, ଯେଉଁଥିପାଇଁ ତାଙ୍କୁ ହଜାରିବାଗ ଏବଂ ପରବର୍ତ୍ତୀ ଅବସ୍ଥାରେ ଆସିରଗଡ ଦୁର୍ଗରେ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡିଥିଲା । ସମ୍ପୂର୍ଣ୍ଣ ପରିବାରର ବଳିଦାନ କାରଣରୁ ଆମ ଦେଶ ସ୍ୱାଧୀନତା ପାଇଛି । ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଉଦନ୍ତ ସାଏ ଜୀବନର ୪୭ ବର୍ଷ କାରାଗରରେ ବିତାଇଥିଲେ, ଯାହା ବିରଳ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଏହି ଅଜଣା ନାୟକମାନଙ୍କୁ ବିଶ୍ୱସ୍ତରକୁ ନେବାର ସମୟ ଆସିଛି ।

ସମ୍ବଲପୁର ହେଉ କିମ୍ବା ଝାରସୁଗୁଡ଼ା, ପ୍ରତି ଗାଁରେ ଲୋକମାନେ ଇଂରେଜଙ୍କ ବିରୋଧରେ ଏକାଠି ହୋଇ ଦେଶ ପାଇଁ ଥିବା ସମର୍ପଣ ଭାବନାର ପ୍ରମାଣ ଦେଇଛନ୍ତି । ଏହି ଭୂମିରେ ବୀର ସୁରେନ୍ଦ୍ର ସାଏ  ‘ଉଲଗୁଲାନ୍’ (ବିପ୍ଳବ) ମଧ୍ୟ ଆରମ୍ଭ କରିଥିଲେ । ସେଭଳି ଜଣେ ଅଦ୍ୱିତୀୟ ସଂଗ୍ରାମୀଙ୍କ ଜନ୍ମମାଟି ଖିଣ୍ଡା ଗ୍ରାମକୁ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଆମେ ସମସ୍ତେ ଯୋଜନା କରିବା ଦରକାର । ସମାଜର ସବୁ ବର୍ଗର ଲୋକଙ୍କୁ ଏକାଠି କରି ବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶକୁ ଆଗେଇ ନେବା, ଆମ ସମସ୍ତଙ୍କ ସଂକଳ୍ପ ହେବା ଦରକାର ।

୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ୨୩ ଜାନୁଆରୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଏହି ସମୟ ଅବଧିରେ ତଥା ଡିସେମ୍ବର ୩୦ରୁ ଜାନୁଆରୀ ୨୩ ପର୍ଯ୍ୟନ୍ତ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ଉତ୍ସବ କରି ବୀର ସୁରେନ୍ଦ୍ର ସାଏଙ୍କ  ତ୍ୟାଗ ଓ ବଳିଦାନନକୁ ପୁନର୍ଜୀବିତ କରାଯିବା ରକାର ।

ସେ କହିଛନ୍ତି ଯେ ମୁଁ ଆଜିର ଦିନରେ ବହୁତ ପ୍ରଭାବିତ । ଏହି ଅଞ୍ଚଳର ଚାଷୀ ଯଦୁମଣି ସାହୁ ତାଙ୍କ ଚାଷ କାମରୁ ଉପାର୍ଜନ କରିଥିବା ୫୦ ହଜାର ଟଙ୍କା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।  ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତିରେ ଏକ ପାଣ୍ଠି ଗଠନ କରି ତାହାକୁ ଛାତ୍ରବୃତ୍ତି ମାଧ୍ୟମରେ ଖିଣ୍ଡା ଗ୍ରାମର ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଅଦମ୍ୟ ସାହସ ଦେଖାଇବା ସହ ଅଧିକ ସମୟ କାରାଗାରରେ ସମୟ ବିତାଇଥିଲେ ଓ ଶେଷରେ ଦେଶ ମାତୃକାର ସେବା ପାଇଁ ବଳିଦାନ ଦେଇଥିଲେ । ତାଙ୍କ ପରି ମହାନ ବିପ୍ଳବୀଙ୍କୁ ଆଜିର ଦିନରେ ମନେ ପକାଇବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଅବସର । ତାଙ୍କର ନିଷ୍ଠା ଓ ସାହସ ଓଡିଶାର ଯୁବପିଢିଙ୍କୁ ଯୁଗ ଯୁଗ ଧରି ଅନୁପ୍ରାଣିତ କରୁଥିବ, ଏଥିରେ ସନ୍ଦେହ ନାହିଁ ।

ଉଲ୍ଲଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ପରାକ୍ରମ ଦିବସ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Previous Post

କିଟରେ ବ୍ଲୁ ଇକୋନୋମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

Next Post

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ୪୦ ହଜାର ନିଯୁକ୍ତି

Next Post
ଚଳିତ ଆର୍ଥିକ ବର୍ଷ ସୁଦ୍ଧା ୪୦ ହଜାର ନିଯୁକ୍ତି

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ୪୦ ହଜାର ନିଯୁକ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA