ଭୁୁବନେଶ୍ୱର: ପୁଣି ଥରେ କେନ୍ଦ୍ର ବଜେଟ୍ ରେ ଓଡ଼ିଶାକୁ ନିରାଶ କରାଯାଇଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ବଜେଟରେ ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ମିଳିଥିବା ବେଳେ ଏଥର ବି ଓଡ଼ିଶାକୁ ଅଣଦେଖା କରାଯାଇଛି । ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ନ୍ୟାଯ୍ୟ ଦାବିକୁ କେନ୍ଦ୍ର ସରକାର ଏଡ଼ାଇ ଦେଇଛନ୍ତି । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟରେ ଘାଣ୍ଟି ହେଉଥିବା ବେଳେ କେନ୍ଦ୍ର ଏଥିପ୍ରତି ଦୃଷ୍ଟି ଦେଇନାହିଁ । ସେହିଭଳି ସାଧାରଣ ଲୋକ ଦରଦାମ ବୃଦ୍ଧି ଏବଂ ଯୁବକମାନେ ବେକାରୀରେ ଘାଣ୍ଟି ହେଉଥିବା ବେଳେ ବଜେଟ୍ ରେ ଏଥିପ୍ରତି ଦୃଷ୍ଟି ଦିଆଯାଇନାହିଁ ବୋଲି ସମାଲୋଚନା କରିଛନ୍ତି ନବୀନ ।






