Thursday, June 25, 2026 01:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖଣି ମାଫିଆଙ୍କ କବଳରେ ଆରୁହା ପାହାଡ

ବିଜେପି ନେତ୍ରୀ ସ୍ମୃତିରେଖାଙ୍କ କଡ଼ା ଚେତାବନୀ

by Our Correspondent
11 Mar, 2025- 10:12 AM
in Latest News, News
1 min read
0
ଖଣି ମାଫିଆଙ୍କ କବଳରେ ଆରୁହା ପାହାଡ

ଭୁବନେଶ୍ୱର/ଧର୍ମଶାଳା: ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆରୁହା ପାହାଡ଼ ଖଣି ମାଫିଆଙ୍କ ଚରାଭୂଇଁ ପାଲଟିଛି । ମାଫିଆମାନେ ଲୋକଙ୍କ ଧନଜୀବନକୁ ବିପଦରେ ପକାଇ ଦିନ ଦ୍ୱିପ୍ରହରେ ଲୁଟ୍ ପାଟ୍ ଚଳାଇଛନ୍ତି । ତେବେ ଏଭଳି ସାଂଘାତିକ ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ସେମାନଙ୍କୁ ସତର୍କ କରାଇଛନ୍ତି ବିଜେପି ନେତ୍ରୀ ସ୍ମୃତିରେଖା ପହି । ବିଜେପି ସରକାରରେ କୌଣସି ଚୋରି, ଅନିୟମିତତା ଓ ଲୁଟ୍ ପାଟ୍ କୁ ପ୍ରଶୟ ଦିଆଯିବ ନାହିଁ ବୋଲି ସେ ସୋସିଆଲ୍ ମିଡିଆ ଜରିଆରେ କଡ଼ା ଚେତାବନୀ ଦେଇଛନ୍ତି ।

ଆରୁହା ପାହାଡ଼ରେ ଖଣି ମାଫିଆଙ୍କ ଲୁଟ୍ ପାଟ୍ ଦୃଶ୍ୟକୁ ଶ୍ରୀମତୀ ପହି ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି । ନିଜ ଆଖିରେ ଦେଖିଥିବା ଦୃଶ୍ୟକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି । ଆରୁହା ପାହାଡ଼ରେ ବ୍ୟାପକ ମାତ୍ରାରେ ବେଆଇନ ପଥର ଖନନ ହେଉଥିବା ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଅଭିଯୋଗ ପାଇ ସେ ପହଞ୍ଚିଥିଲେ । ତାଙ୍କ ଆଖି ଆଗରେ ଶରତ ଜେନା ନାମକ ଲିଜ୍ ଧାରୀଙ୍କର ପଥର ଖନନ କାମରେ ଲାଗିଥିବା ୧୦ଟି ମେସିନ୍, ୭ଟି କମ୍ପ୍ରେସର୍, ୨ଟି ହାଇୱା ଏବଂ ଗୋଟିଏ କ୍ୟାମ୍ପର୍ ଗାଡ଼ିକୁ ଗ୍ରାମବାସୀମାନେ ଅଟକାଇଥିବା ବେଳେ ପାହାଡ଼ର ପଛପଟ ଦେଇ ମନୋଜ ସାମଲ ନାମକ ଅନ୍ୟ ଜଣେ ଖଣି ମାଫିଆ ୧୦ଟି ମେସିନ୍, ୫ଟି କମ୍ପ୍ରେସର୍, ୧୨ଟି ହାଇୱା ନେଇ ଛୁ ମାରିଥିଲେ ।

ବେଆଇନ ଖଣି ଖନନ କରୁଥିବା ଏହି ମନୋଜ ସାମଲ ନାଁରେ ଓପିଡିଆର କେସ୍ ଥିବା ବେଳେ ଆରୁହା ପାହାଡରୁ ଖନନ ବନ୍ଦ(ଷ୍ଟପ୍ ଅପରେସନ୍) ପାଇଁ ଦୁଇ ମାସ ପୂର୍ବେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସବୁ ଆଇନକାନୁନ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଏହି ମାଫିଆମାନେ ଖାତିର ନ କରି ବେଧଡ଼କ ପଥର ଖଣି ଖନନରେ ମାତିଛନ୍ତି ।

ଶ୍ରୀମତୀ ପହି ଏହି ଡକାଏତି ଏବଂ ଅପରାଧିକ କାର୍ଯ୍ୟ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏଠି ମାଫିଆମାନେ କାହା ଇଙ୍ଗିତରେ ଦିନ ଦ୍ୱିପ୍ରହରେ ଲୁଟ୍ ପାଟ୍ କରୁଛନ୍ତି ବୋଲି ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି । ବେଆଇନ ବ୍ଲାଷ୍ଟିଙ୍ଗ୍ ଦ୍ୱାରା ସାଧାରଣ ଲୋକଙ୍କ ଘର ଫାଟିବା ସହିତ ଲୋକମାନେ ରାତିରେ ଶୋଇପାରୁନାହାନ୍ତି । ବ୍ଲାଷ୍ଟିଙ୍ଗ୍ ଦ୍ୱାରା ଛୋଟ ପିଲାମାନେ ଭୟଭୀତ ହେଉଛନ୍ତି ଏବଂ ସେମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ସେ ଲେଖିଛନ୍ତି ।

ଶେଷରେ ଅପରାଧୀଙ୍କୁ କଡ଼ା ଚେତାବନୀ ଦେବାକୁ ଭୁଲିନାହାନ୍ତି ଶ୍ରୀମତୀ ପହି । ବିଜେପି ସରକାରରେ କୌଣସି ଚୋରି, ଅନିୟମିତତା ଓ ଲୁଟ୍ ପାଟ୍ କୁ ପ୍ରଶୟ ଦିଆଯିବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

Previous Post

ଶାସ୍ତ୍ରୀୟ ଓଡିଆ ଭାଷା ଉତ୍କର୍ଷ କେନ୍ଦ୍ରର ତାମିଲ ପ୍ରୀତି!

Next Post

ଅଭାବନୀୟ: ବିଧାନସଭାରେ ହାତାହାତି

Next Post
ଅଭାବନୀୟ: ବିଧାନସଭାରେ ହାତାହାତି

ଅଭାବନୀୟ: ବିଧାନସଭାରେ ହାତାହାତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA