Wednesday, June 24, 2026 10:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେହି ଶୁଣିଲେନି: ଜୀବନକୁ ଛାର କରିଦେଲେ କଲେଜ ଛାତ୍ରୀ

ଫେଲ୍ ମାରିଲା ସରକାରୀ ବ୍ୟବସ୍ଥା

by Our Correspondent
12 Jul, 2025- 09:26 PM
in Crime, Latest News, News
1 min read
0
କେହି ଶୁଣିଲେନି: ଜୀବନକୁ ଛାର କରିଦେଲେ କଲେଜ ଛାତ୍ରୀ

ଭୁବନେଶ୍ୱର: ଅଧ୍ୟାପକଙ୍କ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ବାଲେଶ୍ୱର ଫକୀର ମୋହନ କଲେଜର ଜଣେ ଛାତ୍ରୀ ନ୍ୟାୟ ନ ପାଇ ଆତ୍ମାହୂତି ଉଦ୍ୟମ କରିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମନାରେ ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଥିବା ଏହି ଛାତ୍ରୀଙ୍କ ଶରୀର ୯୦ ପ୍ରତିଶତ ପୋଡ଼ି ଯାଇଛି । ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆତ୍ମାହୂତି ଉଦ୍ୟମରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ଯୁବତୀ ହେଉଛନ୍ତି ଫକୀର ମୋହନ କଲେଜର ଇଣ୍ଟି୍ରଗ୍ରେଟେଡ ବିଇଡି ଦ୍ୱିତୀୟ ବର୍ଷର ଛାତ୍ରୀ । ବିଭାଗୀୟ ମୁଖ୍ୟ ଡ. ସମୀର ସାହୁ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରି ଆସୁଥିଲେ । ତାଙ୍କ ସହ ଖରାପ କାର୍ଯ୍ୟ(ଫେଭର୍) କରିବା ପାଇଁ ଇଙ୍ଗିତ ଦେଉଥିଲେ । ତାଙ୍କ କଥା ନ ମାନିଲେ ପରୀକ୍ଷାରେ ଫେଲ୍ କରାଇବାର ଧମକ ଦେଉଥିଲେ । ଏଥିରେ ଭାଙ୍ଗିପଡ଼ି ସେ ପୂର୍ବରୁ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏହା ପରେ ବି ଅଧ୍ୟାପକଙ୍କ ଆଚରଣରେ ପରିବର୍ତ୍ତନ ଆସି ନ ଥିଲା । ବରଂ ନିର୍ଯ୍ୟାତନା ବଢ଼ିଥିଲା । କିଛି ଦିନ ତଳେ ଛାତ୍ରୀଜଣଙ୍କ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଏହା ଜଣାଇବା ସହ ପୁଲିସରେ ଅଭିଯୋଗ କରିଥିଲେ । ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଫୋନ୍ କରି ନ୍ୟାୟ ଭିକ୍ଷା କରିଥିଲେ । ଗଣମାଧ୍ୟମ କ୍ୟାମେରା ସାମନାକୁ ଆସି ନିଜର ଦୁଃଖ ଜଣାଇଥିଲେ । କଲେଜ ଅଧ୍ୟକ୍ଷ ଏହି ଅଭିଯୋଗର ତଦନ୍ତ ପାଇଁ ଏକ ୬ ଜଣିଆ କମିଟି ଗଠନ କରିଥିଲେ । ୩ ଜଣ ଛାତ୍ରୀଙ୍କୁ କମିଟିରେ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା । କମିଟିର ତଦନ୍ତ ରିପୋର୍ଟ ଆସିଲା । ମାତ୍ର ଛାତ୍ରୀଙ୍କୁ ନ୍ୟାୟ ମିଳିଲାନି । ନା ଅଧ୍ୟକ୍ଷ, ନା ପୁଲିସ କେହି ଛାତ୍ରୀଙ୍କ ଦୁଃଖ ଶୁଣିଲେ ।

ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଛାତ୍ରୀଜଣଙ୍କ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଭେଟି ତଦନ୍ତ ରିପୋର୍ଟ ସଂକ୍ରାନ୍ତରେ ପଚାରିଥିଲେ । ମାତ୍ର ଅଧ୍ୟକ୍ଷ ତାଙ୍କୁ ଓଲଟି ଇଆଡୁ ସିଆଡୁ ଶୁଣାଇଥିଲେ । ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ ସେ ଆଣିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗର କୌଣସି ସତ୍ୟତା ନ ଥିବା ରିପୋର୍ଟରୁ ଜଣାପଡ଼ିଛି ବୋଲି ଅଧ୍ୟକ୍ଷ କହିଥିଲେ । ଏଭଳି ଅଭିଯୋଗରୁ ନିବୃତ୍ତ ରହିବାକୁ ସେ ଛାତ୍ରୀଙ୍କୁ ଓଲଟି ତାଗିଦ୍ କରିଥିଲେ । ଏହା କଲେଜର ସୁନାମ ଉପରେ ଆଞ୍ଚ ଆଣୁଛି ବୋଲି ସେ ଜଣାଇ ଦେଇଥିଲେ ।

ଅଧ୍ୟାପକ ସମୀର ସାହୁଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହୋଇ ଦୀର୍ଘ ଦିନ ଧରି ତିଳ ତିଳ ହୋଇ ଜଳୁଥିବା ଛାତ୍ରୀ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରୁ ବାହାରି ସେଇ ସାମନାରେ ନିଜ ବ୍ୟାଗରେ ରଖିଥିବା ପେଟ୍ରୋଲ୍ ବୋତଲକୁ ନିଜ ଦେହରେ ଢ଼ାଳି ଦିଆସିଲି ଚେଙ୍ଗି ଦେଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ଶରୀର ହୁତୁ ହୁତୁ ହୋଇ ଜଳିଥିଲା । ତତକ୍ଷଣାତ ସେଠାରେ ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ତାଙ୍କ ଶରୀରରୁ ନିଆଁ ଲିଭାଇବାକୁ ଉଦ୍ୟମ କରି ସଫଳ ହୋଇଥିଲେ ମଧ୍ୟ ୯୦% ଶରୀର ପୋଡ଼ି ସାରିଥିଲା । ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଗ ବାଲେଶ୍ୱର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଭୁବନେଶ୍ୱର ଏମସ୍ କୁ ଅଣାଯାଇଛି ।

ଏହି ସମ୍ବେଦନଶୀଳ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିବା ପରେ ଉଚ୍ଚଶିକ୍ଷା ବିଭାଗ ତତ୍ପର ହୋଇଛି । ବିଭାଗୀୟ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏମସ୍ ଯାଇ ପୀଡ଼ିତାଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ସେପଟେ ବିଭାଗ ପକ୍ଷରୁ ତକ୍ରାଳ କାର୍ଯ୍ୟାନୁଷ୍ଠାନସ୍ୱରୂପ ଫକୀର ମୋହନ କଲେଜ ଅଧ୍ୟକ୍ଷ ପ୍ରଫେସର ଘୋଷ ଏବଂ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ ନିଲମ୍ବନ କରାଯାଇଛି । ପୁଲିସ ଅଭିଯୁକ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୋଷୀମାନଙ୍କ ବିରୋଧରେ ଆହୁରି ଅଧିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ଦୁର୍ଭାଗ୍ୟ ଯେ ମାସ ମାସ ଧରି ଛାତ୍ରୀଙ୍କ ମନ ଜଳୁଥିଲେ ମଧ୍ୟ କେହି ଶୁଣିଲେନି । ଆଜି ଦେହ ଜଳିବା ପରେ ଯାଇ ସରକାରଙ୍କ କାନ ଖୋଲିଛି ।

ଏହି ସମ୍ବେଦନଶୀଳ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ପିସିସି ସଭାପତି ଭକ୍ତ ଦାସ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ବିଜେଡି ଏବଂ କଂଗ୍ରେସର ପ୍ରତିନିଧି ଦଳ ଏମସ୍ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଛି ।

Previous Post

ଏହା ଓଡ଼ିଶା ସରକାର ନୁହେଁ, ଅଦାନୀ ସରକାର

Next Post

୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ, ବଢ଼ିବ ରୌଦ୍ରତାପର ପ୍ରଭାବ

Next Post
୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ, ବଢ଼ିବ ରୌଦ୍ରତାପର ପ୍ରଭାବ

୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ, ବଢ଼ିବ ରୌଦ୍ରତାପର ପ୍ରଭାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA