Wednesday, June 24, 2026 10:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ

ଉପରାଷ୍ଟ୍ରପତି ନିର୍ବାଚନ ଅଙ୍କକଷା ଆରମ୍ଭ

by Samar Pradhan
22 Jul, 2025- 10:52 AM
in Latest News, News, Politics
1 min read
0
ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ

ଭୁବନେଶ୍ୱର: ଉପରାଷ୍ଟପତି ଜଗଦୀପ ଧନଖଡ଼ ଗତକାଲି ଅଚାନକ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନେଇ ଜାତୀୟ ରାଜନୀତି ଅଧିକ ଚଳଚଞ୍ଚଳ ହୋଇଥିବା ବେଳେ ଓଡ଼ିଶାରେ ବିଜୁ ଜନତା ଦଳ ପାଇଁ ଅଗ୍ନିପରୀକ୍ଷାର ବେଳ ଆଣିଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା କ’ଣ ହେବ ତାକୁ ନେଇ ସମସ୍ତଙ୍କର ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଭାରତୀୟ ସମ୍ବିଧାନର ଧାରା ୬୩ରୁ ୭୧ ଏବଂ ଉପରାଷ୍ଟ୍ରପତି(ନିର୍ବାଚନ) ଆଇନ, ୧୯୭୪ ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଧନକଡ଼ଙ୍କ ଇସ୍ତଫାର ୬୦ ଦିନ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ୧୯ ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ । ୭୮୮ ସାଂସଦଙ୍କୁ ନେଇ ଗଠିତ ଇଲେକଟ୍ରୋରାଲ୍ କଲେଜ ଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚିତ ହେବେ । ଯେଉଁଥିରେ ୫୪୩ ଲୋକସଭା ଏବଂ ୨୪୫ ରାଜ୍ୟସଭା ସାଂସଦ ଅଛନ୍ତି ।

ବର୍ତ୍ତମାନ ଲୋକସଭାରେ ବିଜେଡି ସାଂସଦଶୂନ୍ୟ ହୋଇଥିବା ବେଳେ ରାଜ୍ୟସଭାରେ ଦଳର ୭ ଜଣ ସାଂସଦ ଅଛନ୍ତି । ସେମାନେ ହେଲେ ମୁନ୍ନା ଖାଁ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶି । ଜାତୀୟ ରାଜନୀତି ଖାତା ଖତିଆନାରେ ଏହି ବିଜେଡି ସାଂସଦ ମାନେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ନାହାନ୍ତି କି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ରେ ନାହାନ୍ତି । ନବୀନ ପଟ୍ଟନାୟକଙ୍କ ଭାଷାରେ ତାଙ୍କ ଦଳ ସମଦୂରତ୍ୱ ବଜାୟ ରଖିଛନ୍ତି । ଏହି ପୃଷ୍ଠଭୂମିରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ୭ଟି ଭୋଟ ର ନିଶ୍ଚିତ ଭାବେ ଗୁରୁତ୍ୱ ରହିଛି । ରାଜନୀତି ଗଣିତରେ ଏହି ଭୋଟ ହୁଏତ ନିର୍ଣ୍ଣାୟକ ହୋଇପାରେ ।

ସମସ୍ତଙ୍କ ମନରେ ପ୍ରଶ୍ନ, ୱକଫ୍ ବିଲ୍ ଭଳି ବିଜେଡିର ଦୋମୁହାଁ ଆଭିମୁଖ୍ୟ ରହିବ ନା ଦଳର ଇଜ୍ଜତ ଏବଂ ଭବିଷ୍ୟତକୁ ଆଖିରେ ରଖି ନିଷ୍ପତ୍ତି ନେବ?

ସୂଚନାଥାଉକି, ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ବିଜେପି ପ୍ରେମ ଧରାପଡ଼ିଯାଇଥିଲା । ଦଳର ମୁଖିଆ ନବୀନ ପଟ୍ଟନାୟକ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତ୍ୱର ପରିଚୟ ଦେଉଥିଲେ ମଧ୍ୟ ବିଜେପି ସହ ଭିତିରି ସମ୍ପର୍କ ପଦାରେ ପଡ଼ିସାରିଛି । ପ୍ରଥମେ ୱକଫ୍ ବିଲ୍ କୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ଘୋଷଣା କରିଥିଲେ ମଧ୍ୟ ରାଜ୍ୟସଭାରେ ଠିକ୍ ମତଦାନ ପୂର୍ବରୁ ବିବେକାନୁମୋଦିତ ଭୋଟ ଆଳରେ ୱକଫ୍ ବିଲ୍ ସମର୍ଥନରେ ଭୋଟ ଦେବାକୁ ସାଂସଦମାନଙ୍କୁ କୁହାଗଲା ।

ଦଳର ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା । ଖୋଦ୍ ବିଜେଡିର ଦୁଇ ସାଂସଦ ଶେଷ ମୁହୂର୍ତ୍ତର ଦଳୀୟ ନିଷ୍ପତ୍ତିକୁ ଅମାନ୍ୟ କରିଥିଲେ । ଦେବାଶିଷ ସାମନ୍ତରାୟ ଭୋଟଦାନରୁ ବିରତ ରହିଥିଲା ବେଳେ ମୁନ୍ନା ଖାଁ ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ । ଅନ୍ୟ ୫ ଜଣ ଯାକ ସାଂସଦ ୱକଫ୍ ବିଲ୍ ସମର୍ଥନରେ ଭୋଟ ଦେଇଥିଲେ । ବିଜେପି ସରକାରକୁ ସମର୍ଥନ ଦେବା ପାଇଁ ଦଳର ଇଜ୍ଜତକୁ ସେମାନେ ବଳି ଦେଇଥିଲେ ।

୨୦୨୪ ନିର୍ବାଚନ ପରାଜୟ ପରେ ୱକଫ୍ ବିଲ୍ କୁ ସମର୍ଥନ ବିଜେଡି ପାଇଁ ଦ୍ୱିତୀୟ ବଡ଼ ଝଟକା ଥିଲା । ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଏବଂ ବିଦ୍ରୋହ ଏବେ ବି ଲାଗି ରହିଛି । ଆବଶ୍ୟକ ନ ଥିବା ସତ୍ତ୍ୱେ ବିଜେଡିର ଇଜ୍ଜତକୁ ବାଜି ଲଗାଇ ୱକଫ୍ ବିଲ୍ କୁ କାହିଁକି ସମର୍ଥନ ଦିଆଗଲା ତାହା ଏବେ ବି ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଏହି ନିଷ୍ପତ୍ତି ପଛରେ ଭି.କେ ପାଣ୍ଡିଆନଙ୍କ ଭୂମିକା ଆଜି ସର୍ବଜନବିଦିତ । ଏହା ଦଳ ପାଇଁ ଯଥେଷ୍ଟ କ୍ଷତି ଆଣିଥିଲେ ମଧ୍ୟ ପାଣ୍ଡିଆନଙ୍କର ସେଥିପ୍ରତି ପରବାଏ ନ ଥିବା ଦଳୀୟ ମହଲ ଅନୁଭବ କରିଛନ୍ତି । ସମୁଦାୟ ପ୍ରକରଣରେ ନବୀନ ପଟ୍ଟନାୟକଙ୍କ ସ୍ୱୀକୃତି ଥିବାରୁ ବରିଷ୍ଠ ନେତାମାନେ ନାଚାର ।

ଇତିମଧ୍ୟରେ ରାଜ୍ୟ ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ରହିଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା, ଆଇନ ଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ବିଜେପି ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବଢ଼ି ଚାଲିଛି । ବିରୋଧୀ ଶିବିର ପାଇଁ ଏହା ରାଜନୈତିକ ମୁଦ୍ଦା ପାଲଟିଛି । ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ସକ୍ରିୟ ହୋଇ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି । ସବୁ ବର୍ଗର ବରିଷ୍ଠ ନେତାଙ୍କୁ ସେ ଏକାଠି କରିବାରେ ସକ୍ଷମ ହୋଇଛନ୍ତି ।

ଅନୁରୂପ ଭାବେ ବିଜେଡି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ ମଧ୍ୟ ଲୋକମାନଙ୍କର ବିଶ୍ୱାସ ଫେରାଇବା କଷ୍ଟକର ହୋଇଛି । ୱକଫ୍ ବିଲ୍ ଉପରେ ବିଜେପି ସହ ଉତ୍ତମ ସମ୍ପର୍କ ଧରାପଡ଼ିଥିବାରୁ ଓଡ଼ିଶାବାସୀଙ୍କ ପାଇଁ ତାହା ବିଶ୍ୱାସଘାତକ ହୋଇଛି । ରାଜ୍ୟରେ ବିଜେପି ସରକାରଙ୍କ ବିରୋଧରେ ବିଜେଡି କାର୍ଯ୍ୟକ୍ରମକୁ ଲୋକେ ଡ୍ରାମା କହି ଉପହାସ କରୁଛନ୍ତି । ସୁତରାଂ ବିଜେଡିର ବିଶ୍ୱାସନୀୟତା ସଙ୍କଟରେ ପଡ଼ିଛି । ବରଂ ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ ବେଶୀ ଆଦୃତ ହେବା ଆରମ୍ଭ କରିଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ଫେରାଇବା ବିଜେଡି ପାଇଁ ମୁଖ୍ୟ ଚାଲେଂଜ ହୋଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ଦଳ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି । ଯଦି ଦଳ ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରେ ତେବେ ଲୋକଙ୍କର ବିଶ୍ୱାସ ଫେରିପାଇବାର ଅଧିକ ସମ୍ଭାବନା ଅଛି । ମାତ୍ର କୌଣସି ଆଳରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜେଡିର ଭବିଷ୍ୟତ ଅନ୍ଧାର ହେବା ସୁନିଶ୍ଚିତ । ଭୋଟ ଦାନରୁ ବିରତ ରହିଲେ ବି ତାହା ବିଜେପିକୁ ସମର୍ଥନ ବୋଲି ଲୋକ ଧରିନେବେ ।

ସୁତରାଂ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ଦଳର ଭବିଷ୍ୟତ ନିର୍ଣ୍ଣୟ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

Previous Post

ଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି

Next Post

ଆକାଂକ୍ଷୀ ବ୍ଲକରେ ସାମିଲ ହେଲା ୧୧ଟି ନୂଆ ବ୍ଲକ

Next Post
ଆକାଂକ୍ଷୀ ବ୍ଲକରେ ସାମିଲ ହେଲା ୧୧ଟି ନୂଆ ବ୍ଲକ

ଆକାଂକ୍ଷୀ ବ୍ଲକରେ ସାମିଲ ହେଲା ୧୧ଟି ନୂଆ ବ୍ଲକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA