Saturday, June 27, 2026 08:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ଉଦ୍‌ଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

by Our Correspondent
29 Aug, 2025- 11:48 PM
in Latest News, News
1 min read
0
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସମ୍ବନ୍ଧିତ ସଂସଦୀୟ ଏବଂ ବିଭିନ୍ନ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର କମିଟିର ଅଧ୍ୟକ୍ଷ ଓ ସଦସ୍ୟ ଗଣଙ୍କ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଆୟୋଜିତ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀ ବିର୍ଲା କହିଛନ୍ତି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟ ଗଣ ସବୁ ସମୟରେ ଦଳମତରୁ ଉର୍ଦ୍ଧ୍ୱରେ ରହି ବର୍ଗର ଉନ୍ନତି ପାଇଁ ନିଷ୍ପତ୍ତି ନିଅନ୍ତି। ଆଜି ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯାହା ବି ଉନ୍ନତି ହୋଇଛି, ତାହା ଏହି ସବୁ କମିଟିର ପ୍ରସ୍ତାବ, ଅନୁଶୀଳନ ଓ ତଦାରଖ ଯୋଗୁ ସମ୍ଭବ ହୋଇପାରିଛି। ଦଳମତ ନିର୍ବିଶେଷରେ ସଂସଦୀୟ ଓ ବିଭିନ୍ନ ରାଜ୍ୟର କମିଟି ମାନେ ଏହି ବର୍ଗର ସାମଗ୍ରିକ ଉନ୍ନତି ଉପରେ ଧ୍ୟାନଦେଇ ଆସିଛନ୍ତି ବୋଲି ଶ୍ରୀ ବିର୍ଲା କହିଥିଲେ।

ସେ ଆହୁରି ମଧ୍ୟ କହିଲେ ଯେ, ଭୁବନେଶ୍ୱରର ବର୍ତ୍ତମାନର ବଦଳୁଥିବା ପରିସ୍ଥିତି ଅନୁଯାୟୀ ଏହି ସମ୍ମିଳନୀରେ, କମିଟି ଯାହା ପ୍ରସ୍ତାବ ଦେବ, ତାହାକୁ କାର୍ଯ୍ୟକାରୀ କରାଯିବ। ଏହାଫଳରେ ଦେଶରେ ଏକ ସମତା ଭିତ୍ତିକ ସମାଜ ଗଠନ ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି ତାହା ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇପାରିବ। ଏହାଦ୍ୱାରା ବିକଶିତ ଭାରତ ଗଠନର ଲକ୍ଷ୍ୟ ମଧ୍ୟ ସଫଳ ହେବ ବୋଲି ଶ୍ରୀ ବିର୍ଲା କହିଥିଲେ।

ସେ କହିଥିଲେ ଯେ ବାବା ସାହେବ ଆମ୍ବେଦକରଙ୍କର ବିଚାରକୁ ନେଇ ସମ୍ବିଧାନର ମୂଳ ସିଦ୍ଧାନ୍ତ ପ୍ରସ୍ତୁତ କରାଯାଇଛି। ଦୀର୍ଘ ୭୮ ବର୍ଷ ଧରି ଏହି ସିଦ୍ଧାନ୍ତକୁ ନେଇ ଦେଶ ଆଗକୁ ବଢୁଛି। ଏହି ସିଦ୍ଧାନ୍ତ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ତଥା ବିଭିନ୍ନ ପଛୁଆ ବର୍ଗଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଆଜିର ଏହି କମିଟିର ଆଲୋଚନା ଓ ଅନୁଶୀଳନରୁ ଯେଉଁ ଯେଉଁ ନୂଆ ଚିନ୍ତାଧାରାର ପରିପ୍ରକାଶ ହେବ, ତାକୁ ଗ୍ରହଣ କରି, ତଥା ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଷ୍ଟ ପ୍ରାକ୍ଟିସେସ୍‌କୁ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକାରୀ କରାଯାଇ, ଏହି ବର୍ଗର ଲୋକଙ୍କ ପାଇଁ ଏକ ସମତା ଭିତ୍ତିକ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇ ପାରିବ ବୋଲି ଶ୍ରୀ ବିର୍ଲା କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ ୨୫ ବର୍ଷ ପରେ ଏହି ସମ୍ମିଳନୀ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେଉଛି, ଏବଂ ତାହା ମଧ୍ୟ ଓଡିଶାରେ ହେଉଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ। ଆଗରୁ ମଧ୍ୟ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ ଓଡିଶାରେ ଆୟୋଜିତ ହୋଇଛି ବୋଲି ପ୍ରକାଶ କରି, ଏହାଦ୍ୱାରା ଜାତୀୟ ସ୍ତରରେ ଓଡିଶାର ଗୁରୁତ୍ୱ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଅନୁସୂଚିତ ଜାତି, ଜନଜାତି ମାନଙ୍କର ବର୍ତ୍ତମାନର ପରିସ୍ଥିତି ଭଲଅଛି ବୋଲି ମନ୍ତବ୍ୟଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଆମର ଆଜି ଭଲ ଅଛି, ଆଗାମୀ କାଲି ଖୁବ୍ ଭଲ ହେବ, ନିଶ୍ଚୟ ଭଲ ହେବ।” ଭୁବନେଶ୍ୱରର ଏହି ସମ୍ମିଳନୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଏକ ସମୃଦ୍ଧ ଭବିଷ୍ୟତର ରାସ୍ତା ନିର୍ମାଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢକ୍ତି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ସମୟରେ ଦେଶର ସାମାଜିକ ଓ ରାଜନୈତିକ ସ୍ତର ବହୁତ ସମସ୍ୟା ଦେଇ ଗତି କରୁଥିଲା। ସବୁଠୁ ବଡ ସମସ୍ୟା ଥିଲା ଦଳିତ, ଆଦିବାସୀ ମାନଙ୍କର। ତେବେ ବାବା ସାହେବ ଆମ୍ବେଦକରଙ୍କ ସିଦ୍ଧାନ୍ତ ଓ ମାର୍ଗ ଅନୁସରଣ କରି ଆଜି ଦେଶରେ ଦଳିତ ଓ ଆଦିବାସୀ ମାନଙ୍କର ଅବସ୍ଥାରେ ବହୁତ ପରିବର୍ତ୍ତନ ଆସିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ସେମାନେ ଯେପରି ସମ୍ପୂର୍ଣ୍ଣ ଭାବେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ଏବଂ ବିକଶିତ ଭାରତ ଗଠନରେ ମହତ୍ୱପୂର୍ଣ୍ଣ ଯୋଗଦାନ ରଖିପାରିବେ, ସେ ଦିଗରେ ଉଦ୍ୟମ ତ୍ୱରାନ୍ୱିତ ହୋଇଛି। ପିଏମ୍ ଜନମନ୍, ଧର୍‌ତି ଆବା ଗ୍ରାମ ଉତ୍କର୍ଷ ଅଭିଯାନ ପରି ଯୋଜନା ଗୁଡିକ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଓଡିଶାର ୪୦ ପ୍ରତିଶତ ଜନସାଧାରଣ ଦଳିତ ଓ ଜନଜାତି ବର୍ଗର ପ୍ରତିନିଧିତ୍ୱ କରନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ବିକାଶ ସହିତ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ଓଡିଶା ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ମଧ୍ୟ ନିର୍ମାଣ କରୁଛନ୍ତି। ଜନଜାତି ଭାଷାରେ ପାଠପଢାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମ୍ମିଳନୀ ସବୁ ଦୃଷ୍ଟିରୁ ଏକ ଐତିହାସିକ ସମ୍ମିଳନୀ ହେବ। ଏହି ସମ୍ମିଳନୀର ମତାମତକୁ ନେଇ ନୂଆ ନୂଆ ନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ମୁଖ୍ୟସ୍ରୋତରେ ସାମିଲ ହୋଇ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ ବୋଲି କହିଥିଲେ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଲେ ଯେ ପିଏମ ଜନମନ ଏବଂ ଧରତୀଆବା ଗ୍ରାମ ଉତ୍କର୍ଷ ଯୋଜନା ରେ ବିଭିନ୍ନ ଆଦିବାସୀ ଗୋଷ୍ଠୀ ଗୁଡିକୁ ଫୋକସ କରାଯାଇଛି | ଏହି ଦୁଇଟି କାର୍ଯ୍ୟକ୍ରମ ରେ 5 କୋଟି ଆଦିବାସୀ ଲୋକ ସିଧାସଳଖ ଲାଭ ପାଇବେ | ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଏବଂ ବିଭିନ୍ନ ଆଶ୍ରମ ସ୍କୁଲ ଦ୍ୱାରା ଆଦିବାସୀ ପିଲାଙ୍କ ପାଇଁ ଏକ ଶୈଖିକ ପରିବେଶ କରାଯାଇ ପିଲାଙ୍କୁ ଶିକ୍ଷିତ କରାଯାଇ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ |

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ନୂତନ ଶିକ୍ଷା ନୀତିରେ ବଞ୍ଚିତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ଲାଭ ପାଇବେ, ସେଥିପ୍ରତି ସରକାର ଦାୟିତ୍ୱବାନ ଅଛନ୍ତି | ବିଗତ କିଛି ବର୍ଷରେ ଶିକ୍ଷାର୍ଥୀଙ୍କ ସଂଖ୍ୟା 46 ରୁ 66 ଲକ୍ଷ ପର୍ଯ୍ୟନ୍ତ ବଢିଛି | ସମାଜରେ ବଂଚିତ ବର୍ଗ ଉପରକୁ ଆସିଲେ ଦେଶ ଓ ରାଜ୍ୟର ଉନ୍ନତି ହେବ | ଏହି କର୍ମଶାଳାରୁ ସମସ୍ତଙ୍କ ପରାମର୍ଶରୁ ଯେଉଁ ନିଷ୍କର୍ଷ ବାହାରିବ ସେଥିରେ ସମାଜର କଲ୍ୟାଣ ହେବ ବୋଲି ସେ ମତ ଦେଇଥିଲେ |

ରାଜ୍ୟସଭା ଡେପୁଟି ସ୍ପିକର ହରିବଂଶ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ବୋଲି କହିଥିଲେ | ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ପାଇଁ ବିଗତ 10 ବର୍ଷ ରେ ବଜେଟ 4 ଗୁଣା ବଢିଛି ଏବଂ ଏଥିରେ ଆଦିବାସୀ ଅଧ୍ୟୁଷିତ ରାଜ୍ୟଗୁଡିକର ଉନ୍ନତି ହେବା ଫଳରେ ନକ୍ସଲବାଦ ଭଳି ସମସ୍ୟା କୁ ନିୟନ୍ତ୍ରଣ କରାଯାଇପାରିଛି | ତେବେ କେବଳ ଆରକ୍ଷଣ ପାଇଁ ଚିନ୍ତା ନ କରି ଏହି କମିଟି ସାମାଜିକ ସମାନତା ପାଇଁ କାମ କରୁ ବୋଲି ସେ ମତ ଦେଇଥିଲେ |

ଲୋକସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ଶ୍ରୀ ଫଗନ ସିଂ କୁଲସ୍ତେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କେବଳ ଯୋଜନାର ଲାଭ ପାଇବା ପାଇଁ ନୁହେଁ ବରଂ ଦେଶର ପ୍ରତିଷ୍ଠାକୁ ଉଜ୍ଜ୍ୱଳ କରିବାରେ ଏବଂ ଦେଶକୁ ବିକାଶର ମାର୍ଗରେ ନେବା ପାଇଁ ପ୍ରତ୍ୟେକ୍ଷ ଭୂମିକା ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ |

ଏହି ଅବସରରେ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ବିଧାନସଭା ହେଉଛି ଗଣତନ୍ତ୍ରର କେନ୍ଦ୍ର। ଏହି ବିଧାନସଭାର ପ୍ରତ୍ୟେକ ବିଧାୟକଙ୍କ କାର୍ଯ୍ୟ ହେଉଛି ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରିବା ଏବଂ ସେହି ନୀତିକୁ ଦୁର୍ଗମ ଅଞ୍ଚଳର ଶେଷ ଲୋକଙ୍କ ନିକଟକୁ ପହଂଚାଇବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଏହି କମିଟିର ବୈଠକ ଏ ଦିଗରେ ମାର୍ଗଦର୍ଶନ କରିବ ବୋଲି ସେ ମତ ଦେଇଥିଲେ।

ବିଧାନସଭା ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଲୋକସଭା ବାଚସ୍ପତି କନ୍‌ଭେନ୍‌ସନ୍‌ ହଲ୍‌ ମଧ୍ୟରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ବୁଲି ଦେଖିଥିଲେ।

ସୂଚନାଯୋଗ୍ୟ ଯେ ଏପରି ସମ୍ମିଳନୀର ଆୟୋଜନ ପ୍ରଥମେ ୧୯୭୬ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ପରେ ଏହା ୧୯୭୯, ୧୯୮୩, ୧୯୮୭ ଏବଂ ୨୦୦୧ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପ୍ରଥମ ଥର ପାଇଁ ଏହା ଦିଲ୍ଲୀ ବାହାରେ ଓଡିଶାରେ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ଯେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଆଲୋଚନା ପ୍ରତ୍ୟାଲୋଚନାର ଏକ ପରମ୍ପରା ସୃଷ୍ଟି କରିବା। ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦଳିତ, ଆଦିବାସୀ ମାନଙ୍କର ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରିବା, ସେମାନଙ୍କୁ ମୁଖ୍ୟ ସ୍ରୋତରେ ନେବା ପାଇଁ ରହିଥିବା ଆହ୍ୱାନ ଗୁଡିକୁ ଚିହ୍ନଟ କରିବା ଏବଂ ସମାଧାନ ପାଇଁ ମାର୍ଗଦର୍ଶନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହାଦ୍ୱାରା ଆଗାମୀ ଦିନରେ ସମତା (equitable) ଓ ନ୍ୟାୟ (just) ଭିତ୍ତିକ ଏକ ସମାବେଶୀ (inclusive) ଭାରତ ଗଠନ କରାଯାଇ ପାରିବ।

Previous Post

ବିକଶିତ ଓଡିଶା ପାଇଁ କୃଷି, ଶିଳ୍ପ ଓ ସାମାଜିକ ବିକାଶ ହେବ ଆମର ଗ୍ରୋଥ୍ ଇଞ୍ଜିନ୍

Next Post

ଦିଗଜ୍ୟୋତି ଶିକ୍ଷାବୃତି ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦

Next Post

ଦିଗଜ୍ୟୋତି ଶିକ୍ଷାବୃତି ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA