Friday, June 5, 2026 09:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅରୁଣଙ୍କ ବୈରାଗ୍ୟ ନା ବିଦ୍ରୋହ?

ଏଥର ସାମ୍ବାଦିକ, ବୁଦ୍ଧିଜୀବୀ ରୂପରେ

by Samar Pradhan
30 Aug, 2025- 09:14 PM
in Latest News, News
1 min read
0
ଅରୁଣଙ୍କ ବୈରାଗ୍ୟ ନା ବିଦ୍ରୋହ?
Spread the love

ଭୁୁବନେଶ୍ୱର: ସତ କହିବାକୁ ଏବେ ବ୍ୟାକୁଳ । ସିଧା ନ କହିଲେ ବି ବୁଲେଇ ବଙ୍କେଇ କହିବା ଆରମ୍ଭ କରିଛନ୍ତି । ଅନ୍ୟ କାହାରି ଛାଇକୁ ଡରିବା ଅଭ୍ୟାସ ଛାଡୁଛନ୍ତି । ସତକୁ ଆଉ ସାଇତି ରଖିବେ ନାହିଁ । ଅମାନିଆ ହେବେ ବୋଲି ପଣ କରିଛନ୍ତି । ଆଉ ନିଜସ୍ୱ ଢ଼ଙ୍ଗରେ ସେଥିପାଇଁ ଭିନ୍ନ ଭିନ୍ନ ମଞ୍ଚ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ରାଜନୀତି ବ୍ୟତିରକେ ସାହିତ୍ୟ ଚର୍ଚ୍ଚା ଏବଂ କବିତା ଲେଖନୀରେ ତାଙ୍କ ପରିଚୟକୁ ଆଉ ସୀମିତ ରଖିନାହାନ୍ତି । ସତ ଉଗାଳିବାକୁ କଲମ ଧରି ପୁସ୍ତକ ସମ୍ପାଦନା, ନିଜର ରୋମାଣ୍ଟିକ ଭାବନାକୁ ବ୍ୟକ୍ତ କରିବାକୁ ନାୟକ ସାଜି ବେହାଲ୍ ବର୍ଷାରେ ଭିଜିବା ପରେ ଏବେ ସାମ୍ବାଦିକ ଓ ବୁଦ୍ଧିଜୀବୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଟିଭି ଚାନେଲ୍ ନ୍ୟୁଜ ରୁମ୍ କୁ ଯାଇ ଆଙ୍କରଙ୍କ ପ୍ରଶ୍ନର ସାମନା କରିବା ବଦଳରେ ନିଜ ବୈଠକ ଖାନାକୁ ନ୍ୟୁଜ୍ ରୁମ୍ କରି ସେଥିରେ ନିଜେ ଆଙ୍କର ବନିଛନ୍ତି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ମୁକ୍ତ କଣ୍ଠରେ ଆଲୋଚନାର ଆବଶ୍ୟକତାକୁ ସେ ଅନୁଭବ କରିଛନ୍ତି ।

ଏ ହେଉଛନ୍ତି ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ । ପୂର୍ବତନ ମନ୍ତ୍ରୀ, ବିଜେଡିର ବରିଷ୍ଠ ନେତା, ବିଚକ୍ଷଣ ଯୁବନେତା । କିଛି ଦିନ ତଳେ ବର୍ଷାଭିଜା ଏକ ବୁଧବାରିଆ ସଂଧ୍ୟାରେ ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପରେ ତାଙ୍କର ସାହିତ୍ୟ କୃତି ଏବଂ ସୃଜନଶୀତଳାର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ସମ୍ପାଦିତ ‘ସାଇତା ସତ’ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଖୁବ୍ ନିଆରା ଢ଼ଙ୍ଗରେ ଅରୁଣ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ମଞ୍ଚ ଉପରେ ତାଙ୍କର ଦେଖା ନ ଥିଲା । କିନ୍ତୁ ମଞ୍ଚ ପରଦାରୁ ସେ ସ୍ୱର ଏବଂ ଅଭିନୟରେ ସମସ୍ତଙ୍କ ସହ ଯୋଡି ହୋଇଥିଲେ । ସାଇତା ସତ ଉଗାଳିବାର ସଂକଳ୍ପ ନେଇ ବେହାଲ୍ ବର୍ଷାରେ ଦର୍ଶକଙ୍କୁ ଭିଜାଇଥିଲେ ।

ଏବେ ତାଙ୍କର ଆଉ ଏକ ଭୂମିକା ଚର୍ଚ୍ଚାକୁ ଆସିଛି । ତାଙ୍କୁ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ଭାବରେ ଦେଖିବାକୁ ମିଳିଛି । ଗଣତନ୍ତ୍ରର ସୁରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ମନରେ ସଚେତନା ସୃଷ୍ଟି କରିବାକୁ ବାହାରିଛନ୍ତି । ସେଥିପାଇଁ ନିଜର ବୈଠକଖାନାକୁ ଏକ ନ୍ୟୁଜ୍ ରୁମ୍ ସଦୃଶ କରିଛନ୍ତି । ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର୍ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ରୋଚକ କଥା ହେଉଛି, ଛାତ୍ର ସଂଗଠନର ନବନିଯୁକ୍ତ ସଭାପତିଙ୍କୁ ନେଇ ବିଜେଡି ରାଜନୀତିରେ ଉଷ୍ମତା ଭରିବା ବେଳକୁ ଅରୁଣ ଦଳେ ଛାତ୍ରଙ୍କୁ ବସାଇ ଗଣତନ୍ତ୍ରର ସୁରକ୍ଷା ଉପରେ କରୁଥିବା ଆଲୋଚନାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ପୁଣି ଥରେ ଏହି ପ୍ରସଙ୍ଗକୁ ନେଇ ଆସନ୍ତାକାଲି ଅଗଷ୍ଟ ୩୧ ତାରିଖ ସକାଳ ୭ଟାରେ ଅରୁଣ ଫେସବୁକ୍ ଲାଇଭରେ ଆସୁଛନ୍ତି । ତାଙ୍କ ଚର୍ଚ୍ଚାର ବିଷୟବସ୍ତୁ ରହିଛି ‘ସ୍ୱାଧୀନତାର ଭୟ! ଗଣତନ୍ତ୍ର ତିଷ୍ଠିତ ତ?”

ଅରୁଣ ତାଙ୍କ ମନର କଥାରେ କୋଉ ସ୍ୱାଧୀନତାର ଭୟ ଏବଂ କୋଉ ଗଣତନ୍ତ୍ରର ବିପଦ କଥା କହିବେ? ମନର କଥା ସିଧାସଳଖ କହିବେ ନା ବୁଲେଇକି ବାଣ ମାରିବେ? ଏହି ପ୍ରଶ୍ନ ଏବେ ବିଜେଡି ରାଜନୀତିରେ ଘୂରି ବୁଲୁଛି ।

ସୂଚନାଥାଉକି, ବିଜେଡି ରାଜନୀତିକୁ ପୁଣି ଲେଉଟିଛି ପାଣ୍ଡିଆନ୍ ଚର୍ଚ୍ଚା । ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ସମ୍ମମ୍ ଅଲଟିମେଟ୍ ରେ ଭର୍ତ୍ତି ହେବା ସହ ପାଣ୍ଡିଆନଙ୍କର ପୁନଃ ଆର୍ବିଭାବ ହୋଇଛି । ନବୀନ ସୁସ୍ଥ ହେଲା ପରେ ପାଣ୍ଡିଆନଙ୍କ ହାତ ଧରି ନବୀନ ନିବାସ ଫେରିବା ଏବଂ ଏହାର ଭିଡିଓ ସାର୍ବଜନୀନ କରିବା ପରେ ତାଙ୍କ ପାଇଁ ପାଣ୍ଡିଆନ ସତ, ଅପରିହାର୍ଯ୍ୟ ଆଉ ସବୁ ମିଛ ବୋଲି ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେଇସାରିଛନ୍ତି । ସୁତରାଂ, ପାଣ୍ଡିଆନଙ୍କ କର୍ତ୍ତୃତ୍ୱ ତଳେ ବିଜେଡିରେ ଯାହାର ଇଚ୍ଛା ରହିବେ ରୁହନ୍ତୁ, ଯିଏ ପଳେଇବେ ପଳାନ୍ତୁ ବୋଲି ନବୀନ ସ୍ପଷ୍ଟ ଇଙ୍ଗିତ ଦେଇଛନ୍ତି ।

ଏହାକୁ ନେଇ ଦଳୀୟ ରାଜନୀତି ସରଗରମ ଥିବା ବେଳେ ଅରୁଣ ସାହୁଙ୍କ ଭଳି ବରିଷ୍ଠ ବିଧାୟକଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି । କାରଣ, ଗତ ନିର୍ବାଚନ ପରଠୁ ଅରୁଣ ଆଉ ପାଣ୍ଡିଆନ୍ ପନ୍ଥୀ ନାହାନ୍ତି ବୋଲି କୁହାଯାଉଛି । ପାଣ୍ଡିଆନଙ୍କୁ ଓଡ଼ିଶା ଲୋକ ପ୍ରତ୍ୟାଖ୍ୟାନ କରିସାରିଥିବାରୁ ସେ ତାଙ୍କୁ ନେତା ଭାବେ ଗ୍ରହଣ କରିବାକୁ କୁଆଡ଼େ ଚାହୁଁନାହାନ୍ତି । ଅପରପକ୍ଷରେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚାଲେଂଜ କରିବାକୁ ଅନ୍ୟମାନଙ୍କ ଭଳି ତାଙ୍କର ମଧ୍ୟ କଲିଜା ନାହିଁ ।

ଏଭଳି ସ୍ଥିତିରେ ଅରୁଣ ନିରବ ରହିବାକୁୂ କୁଆଡ଼େ ପସନ୍ଦ କରିଛନ୍ତି । ବିଜେଡି ହଟଚମଟ ରାଜନୀତିରୁ ଯଥାସମ୍ଭବ ଦୂରେଇ ରହିବାକୁ ଚାହିଁଛନ୍ତି । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ସେ ସାହିତ୍ୟ ସାଧନା, ସାମ୍ବାଦିକତା ସର୍ବୋପରି ବୁଦ୍ଧିଜୀବୀ ରାଜନୀତି ଉପରକୁ ଧ୍ୟାନ ଆଣିଥିବା ଚର୍ଚ୍ଚା ହେଉଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନବୀନଙ୍କ ପାଖଲୋକ ଭାବେ ପ୍ରବଳ କ୍ଷମତାଶାଳୀ ଥିବା ଅରୁଣଙ୍କର ଏହା ବିଜେଡି ରାଜନୀତି ପ୍ରତି ବୈରାଗ୍ୟ ନା ନିରବ ବିଦ୍ରୋହ ତାହା ଜଣାପଡ଼ିନାହିଁ ।

Previous Post

ଦିଗଜ୍ୟୋତି ଶିକ୍ଷାବୃତି ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୩୦

Next Post

୧୬ଟି ନୂଆ ଏନ୍‌.ଏ.ସି, ୭ଟି ନୂଆ ମୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Next Post
୧୬ଟି ନୂଆ ଏନ୍‌.ଏ.ସି, ୭ଟି ନୂଆ ମୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୧୬ଟି ନୂଆ ଏନ୍‌.ଏ.ସି, ୭ଟି ନୂଆ ମୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA