Wednesday, June 24, 2026 05:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୬ଟି ନୂଆ ଏନ୍‌.ଏ.ସି, ୭ଟି ନୂଆ ମୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରେଲ୍‌ଭବନରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ

by Our Correspondent
31 Aug, 2025- 11:49 PM
in Latest News, News
1 min read
0
୧୬ଟି ନୂଆ ଏନ୍‌.ଏ.ସି, ୭ଟି ନୂଆ ମୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

.ଭୁବନେଶ୍ୱରର ୩୯୪ଟି ଅର୍ଥନୈତିକ ଦୁର୍ବଳ ପରିବାରକୁ ଗୃହ ଆବଣ୍ଟିତ

.ସରକାରୀ ଯୋଜନା ଗୁଡିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସଂପ୍ରସାରିତ

.‘ନେସ୍‌ନାଲ କମନ୍‌ ମୋବିଲିଟି କାର୍ଡ’ର ଶୁଭାରମ୍ଭ

.‘ଆମ ବସ୍‌’ ବୁକିଂ କରିବା ପାଇଁ ହ୍ବାଟ୍‌ସ ଆପ୍ ଟିକେଟିଂ ସେବା ଆରମ୍ଭ

.୧୫୭ କୋଟି ଟଙ୍କାରେ ୪୩ଟି ବହୁମୁଖୀ କେନ୍ଦ୍ର, MRF, ପ୍ଲାଜ୍‌ମା ପାଇରୋଲିସିସ୍ ୟୁନିଟ୍ ଲୋକାର୍ପିତ, ୬ଟି ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପିତ

ଭୁବନେଶ୍ୱର: ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ (Pothole-free) ଏବଂ ମୁକୁଳା ଡ୍ରେନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ୍ଥାନୀୟ ରେଲ୍ ଅଡିଟୋରିଅମ ରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ରେ ଆମେ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନ ଦେଖୁଛୁ। ରାଜ୍ୟର ସହରାଞ୍ଚଳ ଗୁଡିକ ହେଉଛି ବିକାଶର ପ୍ରତିଛବି। ତେଣୁ, ଯଦି ସହରାଞ୍ଚଳ ଗୁଡିକର ରାସ୍ତା, ଘାଟ ପରିସ୍କାର ପରିଚ୍ଛନ୍ନ ନରୁହେ, ଗର୍ତ୍ତମୁକ୍ତ ନରହେ ତେବେ ଆମର ଲକ୍ଷ୍ୟ ଅପୂରଣୀୟ ରହିବ। ତେଣୁ, ଆସନ୍ତା ଏପ୍ରିଲ ମାସ ମଧ୍ୟରେ ରାଜ୍ୟର ସମସ୍ତ ପୌରାଞ୍ଚଳର ରାସ୍ତାଘାଟ ଗୁଡିକ ଯେପରି ଗର୍ତ୍ତମୁକ୍ତ ହେବ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଆସନ୍ତା ବର୍ଷ ଏପ୍ରିଲ ରେ ଯେଉଁ ଜନଶୁଣାଣି ହେବ ସେଥିରେ ଯେପରି ରାସ୍ତାଘାଟ, ପଟ୍‌ହୋଲ୍‌ରେ ଭର୍ତ୍ତି ଥିବା ଅଭିଯୋଗ ନ ଆସେ। ୨୦୨୬ ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ପୌରାଞ୍ଚଳ ନିଜେ ନିଜେ ସାର୍ଟିଫିକେଟ ଦେବେ ଯେ, ତାଙ୍କ ଅଞ୍ଚଳ ପଟ୍‌ହୋଲ୍ ମୁକ୍ତ ହୋଇସାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶାସନ ବ୍ୟବସ୍ଥାକୁ ସମାଜର ଶେଷ ସ୍ତରକୁ ଆଣିବା ପାଇଁ, ଶେଷ ଧାଡିରେ ଥିବା ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା କ୍ଷେତ୍ରରେ ସ୍ୱାୟତ୍ତ ଶାସନ ବା Local Self Government ଏକ ମହତ୍ତ୍ୱପୂର୍ଣ୍ଣ ବ୍ୟବସ୍ଥା। ଲର୍ଡ ରିପନ୍ ୧୮୮୨ ରେ ଏହାକୁ ଆରମ୍ଭ କରିଥିଲେ ମଧ୍ୟ ୯୦ ଦଶକରେ ଏହା ସାମ୍ବିଧାନିକ ମାନ୍ୟତା ଲାଭକଲା। ମାହତ୍ମା ଗାନ୍ଧୀ ମଧ୍ୟ ଗ୍ରାମ୍ୟ ସ୍ୱରାଜ୍ୟ ଉପରେ ଗୁରୁତ୍ୱ ଦେଇ ଆସିଥିଲେ।

ତେବେ ଅନେକ ଛୋଟ ଛୋଟ ସମସ୍ୟା ପାଇଁ ଲୋକମାନେ ସ୍ଥାନୀୟ ପ୍ରତିନିଧିଙ୍କ ଉପରେ ନିର୍ଭର ନହୋଇ ବିଧାୟକ କିମ୍ବା ସାଂସଦଙ୍କୁ ଅନୁରୋଧ କରିଥାନ୍ତି। ଯଦି ସ୍ଥାନୀୟ ସଂସ୍ଥାର ଅଧିକାରୀ କିମ୍ବା ଜନପ୍ରତିନିଧି ସେମାନଙ୍କ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରିବେ, ତେବେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଏ ସବୁ ସମସ୍ୟାରେ ମୁଣ୍ଡ ପୁରେଇବାକୁ ଆବଶ୍ୟକ ହୁଅନ୍ତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ସ୍ଥାନୀୟ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଲୋକଙ୍କ ସମସ୍ୟା ସମାଧାନ ଦିଗରେ ସେମାନେ ଅଧିକ ସଚେତନ ଓ ଦାୟିତ୍ୱବାନ ହୁଅନ୍ତୁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଏକ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ରଖି ସହରାଞ୍ଚଳର ଲୋକଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ଏବଂ ଗୁଣାତ୍ମକ ମୌଳିକ ସେବା ଯୋଗାଇଦେବାକୁ ଅନେକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୧୬ଟି ନୂତନ ଏନ୍‌.ଏ.ସି ଯଥା ବଲାଙ୍ଗୀର ଜିଲ୍ଲାର ଲୋଇସିଂଗା, ବରଗଡ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡମ୍ବା, ନରସିଂହପୁର, ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ସେହିଭଳି ୭ଟି ନୂତନ ମୁନିସିପାଲିଟି ଯଥା- ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଏବଂ ପୋଲସରା ମୁନିସିପାଲିଟି ପ୍ରତିଷ୍ଠା କରାଯିବାର ଘୋଷଣା କରିଥିଲେ। ସୂଚନା ଯୋଗ୍ୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ ୨୧ଟି ଏନ୍‌.ଏ.ସି ସୃଷ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ତନ୍ମଧ୍ୟରୁ ୧୨ଟି ଏନ.ଏ.ସି ଗଠିତ ହେବା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି ୧୨ଟି ନୂତନ ବିଜ୍ଞପିତ ଏନ୍‌.ଏ.ସି ସହିତ ଆଉ ୧୬ଟି ନୂଆ ଏନ୍‌.ଏ.ସି ସୃଷ୍ଟି ହେବ। ସମୁଦାୟ ୨୮ଟି ନୂଆ ଏନ୍‌.ଏ.ସି ଓ ୭ଟି ନୂଆ ମୁନିସିପାଲଟି ସୃଷ୍ଟି ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ଅନେକ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆଜିଠାରୁ ସହରର ସମସ୍ତ ଲୋକଙ୍କ ପାଇଁ ସରକାରୀ ଯୋଜନା ଗୁଡିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସଂପ୍ରସାରିତ ହେଲା ବୋଲି ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ସହରର ଲୋକଙ୍କ ପାଇଁ ସରକାରୀ ଯୋଜନା ଗୁଡିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ମେ ମାସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୪୪ଟି ପୌରାଞ୍ଚଳରେ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ଟାଟାଷ୍ଟିଲ ଫାଉଣ୍ଡେସନ ସହଯୋଗ ଯୋଗାଇ ଦେଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଟାଟାଷ୍ଟିଲକୁ ଧନ୍ୟବାଦ ଦେଇଥିଲେ।

ଏହାସହିତ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ, ପ୍ରଶ୍ନ କିମ୍ବା ପ୍ରସ୍ତାବ ପାଇଁ ମୁଖ୍ୟମନ୍ତ୍ରୀ ଏକ ଟୋଲ୍ ଫ୍ରି ନମ୍ବର-୧୯୨୯ ର ଶୁଭାରମ୍ଭ କରିଥିଲେ। ଏହି ନମ୍ବରକୁ ‘ସହର ସାଥି’ ବୋଲି ନାମିତ କରାଯାଇଛି। ଏହାଦ୍ବାରା ଲୋକମାନେ ଆଉ ପୌରପାଳିକା କାର୍ଯ୍ୟାଳୟକୁ ନ ଯାଇ, ଏହି ନମ୍ବରରେ ଫୋନ କଲେ, ସମସ୍ୟାର ସମାଧାନ କରାଯିବ। ଏହି ସେବା ୨୪ ଘଣ୍ଟା ଉପଲବ୍‌ଧ ହେବ। ‘ସହର ସାଥି’ କଲ୍ ସେଣ୍ଟର ର ଶୁଭାରମ୍ଭ କରି ପୌରସଂସ୍ଥା କର୍ମଚାରୀଙ୍କ ପାଇଁ ସାଧାରଣ ଉପଭୋକ୍ତା ଗୋଷ୍ଠୀ CUG ନମ୍ବର ବଣ୍ଟନ ମଧ୍ୟ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ନେସ୍‌ନାଲ କମନ୍‌ ମୋବିଲିଟି କାର୍ଡ’ର ମଧ୍ୟ ଶୁଭାରମ୍ଭ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବରେ ଜନସାଧାରଣଙ୍କ ପାଇଁ ୱାନ ନେସନ ୱାନ କାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ଦେଶର ଜନସାଧାରଣ ଯେକୌଣସି ସହରରେ ବିଭିନ୍ନ ଟ୍ରାନସ୍‌ପୋର୍ଟ ସେବା ସୁବିଧାରେ ପାଇପାରିବେ । ସେ କହିଥିଲେ ଯେ, ଆଜି ଓଡିଶା ମଧ୍ୟ ଏଥିରେ ସାମିଲ ହୋଇଛି ଏବଂ ନେସ୍‌ନାଲ କମନ୍‌ ମୋବିଲିଟି କାର୍ଡ ର ସୁବିଧା ଆଗାମୀ ଦିନରେ OSRTC ବସ୍‌ ମାନଙ୍କରେ ମଧ୍ୟ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଏହା ସହିତ ‘ଆମ ବସ୍‌’ ବୁକିଂ କରିବା ପାଇଁ ଏକ ହ୍ବାଟ୍‌ସ ଆପ୍ ଟିକେଟିଂ ସେବା ମଧ୍ୟ ଆରମ୍ଭ କରିଥିଲେ । ଏହି ଡିଜିଟାଲ ଟିକେଟରେ ମହିଳାମାନଙ୍କ ପାଇଁ ୧୫ ପ୍ରତିଶତ ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ପାଇଁ ୧୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ମହିଳାମାନଙ୍କ ପାଇଁ ସୁଗମ ଓ ସମ୍ମାନଜନକ ଯାତ୍ରା ଆଣି ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଏହା ସହିତ ମୁଖ୍ୟମନ୍ତ୍ରୀ ପ୍ରାୟ ୧୦୯ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୪୩ଟି ବହୁମୁଖୀ ଭବନର ଲୋକାର୍ପଣ କରିବା ସହିତ ଭୁବନେଶ୍ୱର ମହାନଗର ନିଗମ ପାଇଁ ହ୍ୱାଟ୍‌ସ ଆପ୍ ବଟ୍ ସେବା ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଲୋଗୋ ଉନ୍ମୋଚିତ ହେବା ସହିତ ୧୨ କୋଟି ଟଙ୍କା ବିନିଯୋଗରେ ପଳାଶୁଣୀରେ ଏକ ସାମଗ୍ରୀ ପୁନରୁଦ୍ଧାର ସୁବିଧା (Material Recovery Facility) ଏବଂ ପ୍ରାୟ ୬ କୋଟି ଟଙ୍କା ବିନିଯୋଗରେ ଗାଡକଣରେ ପ୍ଲାଜ୍‌ମା ପାଇରୋଲିସିସ୍ ୟୁନିଟ୍ ସୁବିଧାର ଶୁଭାରମ୍ଭ କରାଯାଇଥିଲା। ଏହା ସହିତ ମୁଖ୍ୟମନ୍ତ୍ରୀ ୩୦ କୋଟି ଟଙ୍କା ବିନିଯୋଗରେ ୬ଟି ଗୋଶାଳା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ। ଏହି ଚାରୋଟି କାର୍ଯ୍ୟକ୍ରମ ପାଇଁ ସମୁଦାୟ ୧୫୭ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କୁ ସୁଲଭ ବାସଗୃହ, ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ବଣ୍ଟନ କରିଥିଲେ । BMC ପକ୍ଷରୁ ୩୧୦ଟି ଏବଂ BDA ପକ୍ଷରୁ ୩୮ଟି ଘର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ପ୍ରଦାନ କରାଯାଇଥିଲା। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ରେ ବିଭିନ୍ନ ବସ୍ତିର ୪୬ଟି ପରିବାରକୁ ମଧ୍ୟ ଗୃହ ଆବଣ୍ଟିତ କରାଯାଇଥିଲା। ସମୁଦାୟ ୩୯୪ଟି ଗୃହ ଆବଣ୍ଟିତ କରାଯାଇଛି।

ସ୍ୱଚ୍ଛ ସର୍ବେକ୍ଷଣରେ ପୁରସ୍କୃତ ହୋଇଥିବା ପୌରାଞ୍ଚଳ ଭୁବନେଶ୍ୱର ମହାନଗର ନିଗମ, ଆସ୍କା ଓ ଚିକିଟି ପୌରାଞ୍ଚଳକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଲ କାମ କରୁଥିବା ଜଳସାଥୀ, ସ୍ବଚ୍ଛ ସାଥୀ, ପରିମଳ କର୍ମୀ ଓ ଶ୍ରେଷ୍ଠ ପୌରସଂସ୍ଥାକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଥିସହିତ ସହରାଞ୍ଚଳରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଧାମନଗର, ରେମୁଣା, କୋରାପୁଟ ପୌରାଞ୍ଚଳକୁ ୩କୋଟି ଟଙ୍କା ଲେଖାଏଁ ଏବଂ ସ୍ୱଚ୍ଛ ସର୍ବେକ୍ଷେଣରେ ଜାତୀୟସ୍ତରରେ ଉତ୍କର୍ଷ ହାସଲ କରିଥିବା ଆସ୍କା, ଚିକିଟି ଏବଂ ଭୁବନେଶ୍ୱର ମହାନଗର ନିଗମକୁ ୨କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଲେ ଯେ, ସମସ୍ତ ସ୍ଥାନୀୟ ଲୋକପ୍ରତିନିଧି ମାନେ ଯେପରି ସ୍ୱାୟତ୍ତ ଶାସନ ବ୍ୟବସ୍ଥା କିପରି ସଶକ୍ତ ହେବ, ସମସ୍ତ ନାଗରିକଙ୍କୁ ସୁବିଧାରେ ଗୁଣାତ୍ମକ ସେବା ମିଳିପାରିବ ଏବଂ ସହରାଞ୍ଚଳର ଭିତ୍ତିଭୂମି ଆଧୁନିକ ଆବଶ୍ୟକତାକୁ ନେଇ ଉନ୍ନତ ମାନର ହେବ ସେ ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଲୋକମାନେ ଅଧିକ ସୁବିଧା ଓ ସୁଯୋଗର ଆକାଂକ୍ଷା ନେଇ ସହରକୁ ଆସୁଛନ୍ତି। ସହରର କଳେବର ବୃଦ୍ଧି ହେଉଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅନେକ ନୂଆ ସହରାଞ୍ଚଳ ମଧ୍ୟ ଘୋଷଣା କରିଛନ୍ତି, ତେବେ ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇପାରିଲେ ଏହି ବ୍ୟବସ୍ଥା ସାର୍ଥକ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ୍ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଅରୁଣଙ୍କ ବୈରାଗ୍ୟ ନା ବିଦ୍ରୋହ?

Next Post

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ
 ସ୍ୱର ହୁଅ: ନବୀନ

Next Post
ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ
 ସ୍ୱର ହୁଅ: ନବୀନ

ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ
 ସ୍ୱର ହୁଅ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA