Tuesday, May 26, 2026 06:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

“ଚୋର ମଚାଏ ସୋର”: ଯୁବମୋର୍ଚ୍ଚା

ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ

by Our Correspondent
06 Oct, 2025- 10:18 PM
in Latest News, News
1 min read
0
“ଚୋର ମଚାଏ ସୋର”: ଯୁବମୋର୍ଚ୍ଚା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଗତ ୧୧ ବର୍ଷ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦେଢ଼ବର୍ଷ ହେବ ବିଜେପି ସରକାର ଚାଲିଛି। ମାତ୍ର ଏହି ସରକାରରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଦୁର୍ନୀତିର ଛାପ ପଡ଼ିନାହିଁ। ଯେଉଁଠି ବି ଦୁର୍ନୀତି ହୋଇଛି, ସେଠାରେ ବିହୀତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତ ପରେ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି। ଏବେ ପୋଲିସ ଏସ୍‌ଆଇ ଦୁର୍ନୀତି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସମସ୍ତ ପରୀକ୍ଷାର୍ଥୀଙ୍କ ସମେତ ଦଲାଲ୍‌ମାନଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଏହି ରାକେଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି। ବିଜେଡି ସରକାରରେ ଅତୀତରେ ଦୁର୍ନୀତି ଉପରେ ଘଂଟ ଘୋଡ଼ାଯାଉଥିଲା ଏବେ ବିଜେପି ସରକାର ଆକ୍ସନ ନେଉଛି। ତେଣୁ ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍‌ଆଇଏ ତଦନ୍ତ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ବିଗତ ସରକାରରେ ଦୁର୍ନୀତି ଚରମସୀମା ଛୁଇଁ ଥିଲା। ୨୦୨୩ରେ ସିଭିଲ ଜେଇ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ସେତେବେଳେ ବାଲେଶ୍ୱର ପୋଲସି ଗୋଟିଏ ରାକେଟକୁ ଧରିଥିଲା। ସେତେବେଳେ ବିଜେଡି ସରକାରରେ ଥିଲା। ଏହି ମାମଲାରେ ସେତେବେଳେ ୮୬ ଜଣ ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକ ରଖିଥିଲା। ସମ୍ପୃକ୍ତ ଅଭିଯୁକ୍ତମାନେ ଏହି ଚାକିରି ପାଇଁ ଟଙ୍କା ଦେଇଥିବା ଜଣାପଡ଼ିଥିଲା। ମାତ୍ର ସେମାନଙ୍କ ବିରୋଧରେ ବିଜେଡି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏପରିକି ଏଫ୍‌ଆଇଆର୍ ମଧ୍ୟ ହୋଇ ନ ଥିଲା। କାରଣ ଏଥିରେ ବିଜୁ ଜନତା ଦଳର ନେତାମାନଙ୍କ ସିଧାସଳଖ ସମ୍ପୃକ୍ତି ଥିଲା। ଯୁବତୀ ଯୁବକମାନଙ୍କଠାରୁ ଟଙ୍କା ନେଇ ଚାକିରି ଦେବା ପାଇଁ ସେମାନେ ଏକ ଢାଂଚାଗତ ଯୋଜନା କରିଥିଲେ। ଏହା ପୂର୍ବରୁ୨୦୧୯ରେ ପୋଲିସ ଏସ୍‌ଆଇ ପରୀକ୍ଷା ହୋଇଥିଲା। ୨୦୨୩ରେ ଏହି ପ୍ରକ୍ରିୟା ଶେଷହୋଇଥିଲା। ସେତେବେଳେ ସାଧାରଣ ବର୍ଗ ପାଇଁ କଟ୍‌ଅଫ ମାର୍କ ୯୫ ପ୍ରତିଶତ ରଖାଯାଇଥିଲା। କୌଣସି ପ୍ରବେଶିକା ପରୀକ୍ଷା ଅବା କମ୍ପିଟେଟିଭ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ୯୫ ପ୍ରତିଶତ ରହିବା ଗ୍ରହଣ ଯୋଗ୍ୟ, ମାତ୍ର କଟ୍‌ଅଫ୍ ମାର୍କ ୯୫ ପ୍ରତିଶତ ପର୍ଯ୍ୟନ୍ତ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନେକ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପରେ ଚାକିରି ପାଇବାକୁ ଅଶା ରଖିଥଲେ। ମାତ୍ର କଟ୍‌ଅଫ୍ ମାର୍କ ଅଧିକ ରହିବା ଯୋଗୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସେହିପରି ଅନୂସୂଚିତ ଜାତି ପାଇଁ ସେତେବେଳେ ୯୨ ପ୍ରତିଶତ କଟ୍‌ଅଫ୍ ମାର୍କ ଥିଲା। ଫଳରେ ବହୁ ଆଶାୟୀ ଚାକିରି ପାଇବାରୁ ବଂଚିତ ହୋଇଥିଲେ। ଟଙ୍କା ନେଇ ଚାକିରି ଦେବା ଦୁର୍ନୀତି ବିଜେଡିର ଏକ ପ୍ରକ୍ରିୟା ପାଲଟିଯାଇଥିଲା। ମାତ୍ର ବିଜେପି ସରକାର ପୁରୁଣା ଢାଂଚାରେ ଚାଲୁଥିବା ଚାକିରି ବିକ୍ରି ସିଣ୍ଡିକେଟକୁ ଧରିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୩ଜଣ ଗୋଟିଏ କୋଚିଂ ସେଂଟରର ନାମ କହିଛନ୍ତି। ତାହା ହେଲା ବଣିକ। ଦେଶର ଯେତେସବୁ ଭଲ କୋଚିଂ ସେଂଟର ରହିଛି ସଭିଏଁ ପିଲାଙ୍କୁ ପାଠ ପଢ଼ିବା ପାଇଁ ଭଲଭଲ ସ୍ଲୋଗାନ ଦେଉଥିବାବେଳେ ବଣିକର ସ୍ଲୋଗାନ ଥିଲା ସରକାରୀ ଚାକିରି ଥୁଆ ହୋଇଛି, ଅର୍ଥାତ୍ ସରକାରୀ ଚାକିରି କରିବାକୁ ଚାହିଁଲେ କେବଳ ବଣିକରେ ନାମ ଲେଖାନ୍ତୁ। ଏଥିରୁ ସ୍ପଷ୍ଟ ଯେ, ଏହି କେଳେଙ୍କାରୀରେ ବଣିକ ଅନୁଷ୍ଠାନର ମାଲିକ ତଥା ବିଜେଡିର ଟାଣୁଆ ନେତା ସୁବ୍ରତ ଛାଟୋଇଙ୍କ ସମ୍ପୃକ୍ତି ରହିଛି। ବିଜେଡି ସରକାର ଅମଳରୁ ଏହା ଚାଲିଆସୁଛି। ଏଣୁ ପିଲାମାନଙ୍କୁ ଏହି ସଂସ୍ଥା ଓ ଏହାର ମାଲିକ ନିର୍ଭର ପ୍ରତିଶ୍ରୁତି ଦେଇଚାଲିଥିଲେ। ପୁର୍ବରୁ ଏଏସ୍‌ଓ ଚାକିରି ବିକ୍ରି ରାକେଟ୍‌ରେ ମଧ୍ୟ ଏହି ସଂସ୍ଥା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ମାତ୍ର ତତ୍କାଳୀନ ବିଜେଡି ସରକାର ତାଙ୍କ ଦଳ ନେତାଙ୍କୁ ଘଂଟ ଘୋଡାଇ ଚାଲିଥିଲା। କାର୍ଯ୍ୟାନୁଷ୍ଠାନ ତ ଦୂର କଥା, ତଦନ୍ତ ମଧ୍ୟ କଲେନାହିଁ। ଏବେ ପୋଲିସ ଏସ୍‌ଆଇ ନିଯୁକ୍ତି ଘଟଣାରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର କାଉନସିଲର ତଥା ବିଜେଡି ନେତା ଯତୀନ କୁମାର ଦଳାଇ (୨୬)ଙ୍କୁ ଗିରଫ କରାଯାଇଛି। ସେହିପରି ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ଅନ୍ତର୍ଗତ ପତ୍ରାପାଲିର ମୁନକି ରାଜପଲିଆ ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ନାଗ ମଧ୍ୟ ଗିରଫ ହୋଇଛନ୍ତି। ମୁନକି ହେଉଛନ୍ତି ବିଜେଡି ସମର୍ôଥତ ସମିତିସଭ୍ୟ ଏବଂ ଉକ୍ତ ଦଳର ଜଣେ ନାରୀ ନେତ୍ରୀ। କେବଳ ଏମାନେ ନୁହନ୍ତି ଧରାପଡ଼ିଥିବା ଅଧିକାଂଶ ଅଭିଯୁକ୍ତ ହେଲେ ବିଜେଡିର କାର୍ଯ୍ୟକର୍ତା। ମାତ୍ର “ଚୋର ମଚାଏ ସୋର” ଭଳି ବିଜେଡି ନେତାମାନେ ଏବେ ପ୍ରଳାପ କରିବାରେ ଲାଗିଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେଡି ଏବେ ପ୍ରକୃତ ଘଟଣାର ଦିଶା ବଦଳାଇବା ପାଇଁ, ନିଜକୁ ସୁରକ୍ଷା ଦେବା ପାଇଁ, ସେମାନଙ୍କ ଉପରକୁ ଉଠୁଥିବା ଆଙ୍ଗୁଳିକୁ ପ୍ରତିରୋଧ କରିବା ପାଇଁ, ଓଡ଼ିଶାର ଜନସାଧାରଣ, ଯୁବକମାନଙ୍କ ଧ୍ୟାନ ହଟାଇବା ପାଇଁ ଅପଚେଷ୍ଠା ଏହି ଚଲାଇଛି। ମାତ୍ର ଏଥିରେ ବିଜେଡି କେବେବି ସଫଳ ହେବ ନାହିଁ। ମୋହନ ଚରଣ ମାଝୀଙ୍କ ସରକାର ସାରା ଓଡ଼ିଶାକୁ ଦୁର୍ନୀତିମୁକ୍ତ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ। କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀ ମାଝୀ ପୂର୍ବରୁ କହିଥିବାବେଳେ ଏନେଇ ଜୋରଦାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ପୂର୍ବରୁ ଓଟିଇଟି ପରୀକ୍ଷା ଦୁର୍ନୀତି ଘଟଣାରେ ବଡ଼ବଡ଼ ଅଧିକାରୀଙ୍କୁ ଜେଲ ପଠାଇ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Previous Post

“ଚାକିରି ଚୋର, ଗାଦି ଛାଡ଼” ଆନ୍ଦୋଳନ

Next Post

ପୋଖରୀପୁଟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Next Post
ପୋଖରୀପୁଟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପୋଖରୀପୁଟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA