Monday, June 29, 2026 06:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ବିଜେପିକୁ ଜିତାଇବାକୁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା’

by Our Correspondent
16 Oct, 2025- 11:36 PM
in Latest News, News
1 min read
0
‘ବିଜେପିକୁ ଜିତାଇବାକୁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା’

> ‘କଂଗ୍ରେସକୁ ବିଜେପି ଭୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ସ୍ପଷ୍ଟ ହୋଇଛି’

> ‘ବିଜେଡି-ବିଜେପିର ମିଳିତ ରଣନୀତି କାମ ଦେବନାହିଁ; କଂଗ୍ରେସର ବିଜୟ ଅବଶ୍ୟମ୍ଭାବୀ’

> ‘ଭୋଟ୍‌ ଚୋର, ପ୍ରାର୍ଥୀ ଚୋର’ ବିଜେପିକୁ ନୂଆପଡ଼ାରେ ଶକ୍ତ ଧକ୍କା ଲାଗିବ; ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନହେବା ତା’ର ପୂର୍ବାଭାସ

ଭୁବନେଶ୍ୱର: ବିଜେଡି-ବିଜେପି ଭାଇଭାଇ। ଚଳିତ ନୂଆପଡ଼ା ଉପନିର୍ବାଚନ ଏହି କଥାକୁ ପୁଣିଥରେ ପ୍ରମାଣ କଲା। ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ ଦେଇ ବିଜେଡି ତିନି ନମ୍ବରକୁ ଖସିବା ନିଶ୍ଚିତ କରିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ନୂଆପଡ଼ାଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସେ ଆହୁରି କହିଛନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିଜେପିର ଲଢ଼େଇ କଂଗ୍ରେସ ସହ ହେଉଛି ବୋଲି ଗୁରୁବାର ନୂଆପଡ଼ା ସଭାରେ କହିବା ଏହି କଥାକୁ ସୂଚାଉଛି। ମୁଖ୍ୟମନ୍ତ୍ରୀଙ୍କ କଥାରୁ କଂଗ୍ରେସ ଆଗୁଆ ଥିବା ନେଇ ବିଜେପି ଆକଳନ କରୁଥିବା ଆଭାସ ମିଳୁଛି।

କେବଳ କଂଗ୍ରେସକୁ ହରାଇବା ପାଇଁ ହିଁ ଦୁଇଦଳ ମିଳିତ ରଣନୀତି କରୁଛନ୍ତି। ପ୍ରଥମେ ବିଜେପି ଜଣେ ଯୋଗ୍ୟ ପ୍ରାର୍ଥୀ ନ ପାଇବାରୁ ବିଜେଡିରୁ ଜୟ ଢୋଲକିଆଙ୍କୁ ରାତାରାତି ଛଡ଼ାଇ ନେଇ ନିଜ ଦଳକୁ ନେଇ ପ୍ରାର୍ଥୀ ଘୋଷଣା କଲା। ତେବେ ତ୍ରିକୋଣୀୟ ପ୍ରତିଦ୍ବନ୍ଦ୍ବିତା ହେଲେ କଂଗ୍ରେସର ବିଜୟ ସୁନିଶ୍ଚିତ ଜାଣି ‘ବିଜେପି ପଛେ ଜିତୁ’ ନ୍ୟାୟରେ ବିଜେଡି ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେଲା। ତେବେ କଂଗ୍ରେସ ଦଳ ଏହି ନିର୍ବାଚନରେ ଏତେ ଆଗୁଆ ଅଛି ଯେ କୌଣସି ସମୀକରଣ ଆଉ ଦଳକୁ ହରାଇପାରିବନି ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ପ୍ରଥମତଃ, ମୂଳରୁ କଂଗ୍ରେସ ପ୍ରାର୍ଥୀ ଘୋଷିତ ହୋଇଥିବା ଘାସିରାମ ମାଝୀ ଏକମାତ୍ର ପ୍ରାର୍ଥୀ ଯାହାଙ୍କୁ କି କି ନୂଆପଡ଼ା ମାଟିର ପୁଅ ବୋଲି କୁହାଯାଇପାରେ। ଏହି ଦକ୍ଷ ଆଦିବାସୀ ଆଇନଜୀବୀ ଅତୀତରେ ୫ ଥର ବିଧାନସଭା ନିର୍ବାଚନ ହାରିଥିଲେ ମଧ୍ୟ ପ୍ରତିଥର ତାଙ୍କ ଭୋଟ ବଢ଼ିବଢ଼ି ଶେଷରେ ଗତଥର ୫୦ ହଜାର ୯୪୧ରେ ପହଞ୍ଚିଥିଲା। ଯେଉଁ ପ୍ରାର୍ଥୀ ଗତଥର ପିର୍ଦ୍ଦଳୀୟ ଭାବେ ଏତେ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ଏ ଥର ‘ଭୋଟ୍ ଚୋର, ପ୍ରାର୍ଥୀ ଚୋର’ ବିଜେପିକୁ ହରାଇବା ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।

କିଛିବର୍ଷ ହେଲା ନୂଆପ଼ାବାସୀ ଦେଉଳ ଗଢ଼ିଥିଲ, ଏ ଥର ମୁଣ୍ଡି ମରିବେ। ଆହୁରି ମଧ୍ୟ, ଅବିଭକ୍ତ କଳାହାଣ୍ଡି ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ପିସିସି ସଭାପତି ଭକ୍ତଚରଣ ଦାସ ମୂଳରୁ ଶ୍ରୀ ମାଝୀଙ୍କ ନିର୍ବାଚନ ମଙ୍ଗ ଧରିଛନ୍ତି। ତାଙ୍କ କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ତାଙ୍କର ମଧ୍ୟ ଗ୍ରହଣୀୟତା ରହିଛି। ଅନ୍ୟ ପକ୍ଷରେ ବିଜେଡି-ବିଜେପି ଦଳର ସମସ୍ତ ନେତାଙ୍କ ଭିତରୁ କେହି ସେପରି କଳାହାଣ୍ଡିର ବଡ଼ନେତା ନାହାନ୍ତି। ବିଜେପି ସରକାରର କୁଶାସନ ବିରୋଧରେ ଜନାଦେଶ ପାଇଁ ଏ ଥରର ନୂଆପଡ଼ା ଉପନିର୍ବାଚନ ପ୍ରକୃଷ୍ଟ ସୁଯୋଗ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନହେବା ଏହି ଜନାଦେଶର ପୂର୍ବାଭାସ। ଏହି ନିର୍ବାଚନରେ କଂଗ୍ରେସ ଜିଣିବା ସହ ରାଜ୍ୟର ରାଜନୈତିକ ପାଣିପାଗ ବଦଳିବ। ଏମିତିରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟବାସୀ କଂଗ୍ରେସକୁ ପ୍ରମୁଖ ବିରୋଧୀ ଦଳର ଅନୌପଚାରିକ ମାନ୍ୟତା ଦେଇସାରିଛନ୍ତି। ଏହି ନିର୍ବାଚନ ପରେ କଂଗ୍ରେସ ପୁଣି ରାଜ୍ୟର ଏକ ନମ୍ବର ଦଳ ହେବା ଦିଗରେ ମାର୍ଗ ପ୍ରଶସ୍ତ ହେବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି।

Previous Post

ଝାରସୁଗୁଡାରେ ଓଡ଼ିଶା ଖଣି କନକ୍ଲେଭ ୨୦୨୫ ଆରମ୍ଭ

Next Post

ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ ୩.୦

Next Post
ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ ୩.୦

ଡିଏଭି ପୋଖରୀପୁଟରେ ଟେକ୍ ଏକ୍ସଲେନ୍ସ ୩.୦

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA