Monday, June 29, 2026 04:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫର୍ମକୁ ଫେରିଲା ବିଜେଡି !

ନୂଆପଡ଼ାରେ ନେତା ଗଲେ, ଭୋଟର ରହିଲେ!!

by Our Correspondent
19 Oct, 2025- 11:17 PM
in Latest News, News, Politics
1 min read
0
ଫର୍ମକୁ ଫେରିଲା ବିଜେଡି !

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ଜିତିବା ପାଇଁ ଏକଜୁଟ ହୋଇଛନ୍ତି ବିଜେଡି ନେତା ଓ କର୍ମୀ । ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ମିଳିମିଶି ସମସ୍ତେ ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଦାଖଲର ଅବ୍ୟବହିତ ପୂର୍ବରୁ ଆଜି ନୂଆପଡ଼ାରେ ଦଳ ଶକ୍ତି ପ୍ରଦର୍ଶନ କରିଛି । ସବୁ ମତଭେଦ ଭୁଲି ନେତାମାନେ ଏକାଠି ହେବା ସହ ବିଜେପିକୁ ଖୋଲା ଚାଲେଂଜ ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କର ବିଶ୍ୱାସ ଅତୁଟ ଥିବା ସେମାନେ ଦାବି କରିଥିବା ବେଳେ ଉପନିର୍ବାଚନ ଅଲବତ ଜିତିବେ ବୋଲି ଦମ୍ଭ ମାରିଛନ୍ତି ।

ବିଜେଡି ପ୍ରାର୍ଥୀ ଶ୍ରୀମତୀ ଛୁରିଆଙ୍କ ସମର୍ଥନରେ ଆଜି ନୂଆପଡ଼ାର ଶିବମନ୍ଦିରଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ହଜାର ହଜାର ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ରାଜ୍ୟସ୍ତରୀୟ ନେତାମାନଙ୍କ ସହ ସ୍ଥାନୀୟ ନେତାମାନେ ଭାଷଣ ଦେଇଥିଲେ । ସମସ୍ତଙ୍କର ଟାର୍ଗେଟ୍ ଥିଲା ବିଜେପି । ଗତ ୧୬ ମାସର ବିଜେପି ଶାସନରେ ନୂଆପଡ଼ା ପ୍ରତି ହୋଇଥିବା ଅବହେଳା ବିଷୟରେ ଉଲ୍ଲେଖ କରିବା ସହ ଡବଲ ଇଞ୍ଜିନରେ ଡବଲ ବିକାଶ ନୁହେଁ, ଡବଲ ବିନାଶ ହେଉଛି ବୋଲି ଆକ୍ଷେପ କରିଥିଲେ । ନୂଆପଡ଼ାର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦିବଙ୍ଗତ ରାଜେନ୍ଦ୍ର ଢ଼ୋଲକିଆଙ୍କ କାର୍ଯ୍ୟକୁ ସ୍ମରଣ କରିଥିଲେ । ତାଙ୍କର ଅବର୍ତ୍ତମାନରେ ନୂଆପଡ଼ା ବିକାଶ ଯାତ୍ରା ଆଗକୁ ନେବାକୁ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଛୁରିଆଙ୍କ ପାଇଁ ଭୋଟ ନିବେଦନ କରିଥିଲେ ।

ସୂଚନାଥାଉକି, ଜୟ ଢ଼ୋଲକିଆ ରାତାରାତି ବିଜେପିକୁ ଚାଲିଯିବା ପରେ ବିଜେଡି-ବିଜେପି ଡିଲ୍ ନେଇ ବହୁତ ଚର୍ଚ୍ଚା ହେଲା । ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ବାହାର ଜିଲ୍ଲାର ନେତ୍ରୀଙ୍କୁ ନୂଆପଡ଼ାରେ ପ୍ରାର୍ଥୀ କରାଯିବା ଏହି ଚର୍ଚ୍ଚାକୁ ଆହୁରି ଦୃଢ଼ୀଭୂତ କଲା । ଯାହା ବିଜେଡି ନେତାମାନଙ୍କୁ ହତୋତ୍ସାହିତ କରିଥିଲା । ବିଜେଡି ପ୍ରତି ସାଧାରଣ ଜନତାଙ୍କ ମନରେ ମଧ୍ୟ ବିତୃଷ୍ଣା ଭାବ ସୃଷ୍ଟି ହେଲା । ନବୀନ ପଟ୍ଟନାୟକ ଏହାକୁ ହୃଦୟଙ୍ଗମ କରିବା ପରେ ନୂଆପଡ଼ା ଆସନ ପାଇଁ ବାଜି ଲଗାଇ ଦେଇଛନ୍ତି । ନବୀନଙ୍କ ଆଭିମୁଖ୍ୟ ଦଳୀୟ ନେତାଙ୍କ ଉତ୍ସାହକୁ ଫେରାଇ ଆଣିଛି ।

ଏହି ପରିପ୍ରେକ୍ଷୀରେ ବିଜେଡି ସଂଗଠନରେ ଚଳଚଞ୍ଚଳତା ନୂଆପଡ଼ାରେ ଦେଖିବାକୁ ମିଳିଲାଣି । ଜୟ ଢ଼ୋଲକିଆଙ୍କ ପରେ ଲମ୍ବୋଧର ନିଆଲିଙ୍କ ସମେତ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ମଧ୍ୟ ସାଧାରଣ କର୍ମୀ ଓ ଭୋଟରଙ୍କ ଉପରେ ଏହା ଫରକ ପକାଇପାରିନି । ସେମାନେ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ିବାକୁ ଆଗ୍ରହ ଦେଖାଉନାହାନ୍ତି । ନେତାଙ୍କ ଦଳବଦଳ ଭୋଟରଙ୍କ ଉପରେ ବିଶେଷ ଫରକ୍ ପକାଇବାର ସମ୍ଭାବନା ଦେଖାଯାଉ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପ୍ରାଥମିକ ଆକଳନ କରିଛନ୍ତି ।

ମଇଦାନ ଜମି ଆସୁଥିଲା ବେଳେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବା ଏବଂ ଲୋକଙ୍କ ପାଇଁ ପ୍ରସ୍ତୁତ ବଳକା ଖାଦ୍ୟ ଖାଇ ୨୦ ଗାଈ ମୃତ୍ୟୁବରଣ କରିଥିବା ନେଇ ବିଜେଡିର ଅଭିଯୋଗ ଉପନିର୍ବାଚନ ତାତିକୁ ଆହୁରି ବଢ଼ାଇ ଦେଇଛି । ବିଜେଡି ଆଣିଥିବା ଏହି ସଙ୍ଗୀନ ଅଭିଯୋଗକୁ ସାମନା କରିବାରେ ବିଜେପି ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ । ବିଜେପି ବିରୋଧରେ ମନପ୍ରାଣ ଦେଇ ଲଢ଼ିବା ପାଇଁ ବିଜେଡି ନେତା ଓ କର୍ମୀଙ୍କୁ ଏହି ପ୍ରସଙ୍ଗ ଅଧିକ ଦାନା ଦେଇଛି ବୋଲି କୁହାଯାଉଛି ।

Previous Post

ଓଡ଼ିଶାର ନବୀକରଣ ଓ ଉଦ୍ୟୋଗୀକରଣର ନୂତନ ହବ ‘ଏଆଇସି-ସୋଆ ଫାଉଣ୍ଡେସନ’

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ

Next Post
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA