Monday, May 25, 2026 06:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମ୍ ହସ୍ପିଟାଲ ଡାକ୍ତର ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା

by Our Correspondent
23 Oct, 2025- 11:26 PM
in Latest News, News
1 min read
0
ସମ୍ ହସ୍ପିଟାଲ ଡାକ୍ତର ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା

ଭୁବନେଶ୍ୱର: ଫିଲିପାଇନ୍ସର ମାନିଲା ଠାରେ ଆୟୋଜିତ ହୋଇଥିବା ସମ୍ମାନଜନକ ମିସେସ ୟୁନିଭର୍ସ ଅଫିସିଆଲ୍ ପ୍ରତିଯୋଗିତାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ବରାଳ ମିସେସ୍ ୟୁନିଭର୍ସ ଗ୍ଲୋବାଲ୍ ୨୦୨୫ ଟାଇଟଲ୍ ହାସଲ କରିଛନ୍ତି । ମାନସିକ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର କ୍ଷେତ୍ରରେ ନିଜର ସଶକ୍ତ ମତ ଉପସ୍ଥାପନ କରି ଡକ୍ଟର ବରାଳ ମିସେସ ୟୁନିଭର୍ସ ଗ୍ଲୋବାଲ ଟାଇଟଲ୍ ସହିତ ‘ବେଷ୍ଟ ଇନ୍ ଫୋରମ୍‌’ ଟାଇଟଲ୍ ମଧ୍ୟ ହାସଲ କରିଛନ୍ତି । ମାନବିକ ଅଧିକାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ନେଇ ସେ ବର୍ତମାନ ବିଶ୍ୱସ୍ତରରେ ମାନବିକ ଅଧିକାର ଦୂତ ଭାବେ ପ୍ରସିଦ୍ଧି ଲାଭ କରିପାରିଛନ୍ତି ।

ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଡକ୍ଟର ବରାଳ ନିଜର ବାଗ୍ମିତା, ବୁଦ୍ଧିମତା ଓ ସମ୍ବେଦନଶୀଳ ମନୋଭାବ ସହିତ ଦେଶର ସମୃଦ୍ଧ, ସାଂସ୍କୃତିକ ଐତିହ୍ୟକୁ ଅତ୍ୟନ୍ତ ନମ୍ର ଏବଂ ଦୃଢ଼ ବିଶ୍ୱାସର ସହ ଉପସ୍ଥାପନ କରିଥିଲେ । ‘ମାନସିକ ସ୍ୱାସ୍ଥ୍ୟ ଏକ ମୌଳିକ ମାନବାଧିକାର’ ଶୀର୍ଷକ ପ୍ରସଙ୍ଗକୁ ନେଇ ମାନବିକ ଅଧିକାର ଫୋରମରେ ତାଙ୍କ ବକ୍ତବ୍ୟକୁ ଉପସ୍ଥିତ ଦର୍ଶକ ମଣ୍ଡଳୀ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା ସହ ଏହା କାର୍ଯ୍ୟକ୍ରମରେ ଉଚ୍ଚକୋଟୀର ଉପସ୍ଥାପନା ବୋଲି ପ୍ରଶଂସା କରିଥିଲେ ।

‘ଏହି ଟାଇଟଲ୍ ସେହି ପ୍ରତ୍ୟେକ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନଙ୍କୁ କୁହାଯାଏ ବାସ୍ ବହୁତ ହୋଇଗଲା ଅଥବା ଏହା ଯଥେଷ୍ଟ ନୁହଁ । ମାନସିକ ସ୍ୱାସ୍ଥ୍ୟ ଏକ ଅଧିକାର । କଷ୍ଟରେ ଥିବା ପ୍ରତ୍ୟେକ ସ୍ୱରକୁ ସମ୍ମାନ, ଉପଯୁକ୍ତ ସ୍ଥାନ ଏବଂ ଆଶା ମିଳିବା ଉଚିତ’ ବୋଲି ପ୍ରତିଯୋଗିତାରେ ବିଜେତା ହେବା ପରେ ଡକ୍ଟର ବରାଳ କହିଛନ୍ତି ।

ଗୁରୁବାର ଦିନ ଡକ୍ଟର ବରାଳ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ପ୍ରଫେସର ନାୟକ ତାଙ୍କ ସଫଳତା ନେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉତୋରତର ସଫଳତା କାମନା କରିଥିଲେ । ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨ ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିଲେ ।

ଜଣେ ମାନସିକ ରୋଗ ବିଶେଷଜ୍ଞ ଲେଖିକା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇନ୍‌ଫ୍ଲୁଏନ୍ସର ଡକ୍ଟର ବରାଳ ଭୁବନେଶ୍ୱରରେ ସ୍ୱୟଂ ମାଇଣ୍ଡ କ୍ଲିନିକ ଆଣ୍ଡ ୱେଲନେସ ସେଂଟରର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି । ମାନସିକ ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ ଓ ଲିଙ୍ଗଭିତିକ ସମାନତାକୁ ନେଇ ଡକ୍ଟର ବରାଳ ଅନେକ କାର୍ଯ୍ୟ କରୁଛନ୍ତି । ସେ ’୩୦ ଡେଜ ଟୁ ଏ ହେଲ୍‌ଦି ମାଇଣ୍ଡ’ ଶୀର୍ଷକ ଏକ ପୁସ୍ତକ ଲେଖିଛନ୍ତି ।

ରୋଗୀଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ କରିବା କ୍ଷେତ୍ରରେ ଡକ୍ଟର ବରାଳଙ୍କ ଯାତ୍ରା ବେଶ ମହତ୍ୱପୂର୍ଣ୍ଣ । ପୂର୍ବରୁ ସେ ରାଂଚି ସ୍ଥିତ ସେଂଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇକିଆଟ୍ରିରେ ସିନିୟର ରେସିଡେଂଟ ଏବଂ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିସାରିଥିବା ବେଳେ ସେଠାରେ ମହିଳାମାନଙ୍କ ଯନ୍ତ୍ରଣା ଏବଂ ଶାରିରୀକ ଅସୁସ୍ଥତା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେମାନଙ୍କୁ ଚିକିତ୍ସା କରିବାର ଅନୁଭୂତି ତାଙ୍କୁ ସାରା ଜୀବନ ମାନବାଧିକାର ଦିଗରେ କାର୍ଯ୍ୟ କରିବା ନିମନ୍ତେ ଅନୁପ୍ରାଣିତ କରିଛି ବୋଲି ସେ କହିଛନ୍ତି ।

ଗ୍ଲୋବାଲ୍ ହ୍ୟୁମ୍ୟାନ୍ ରାଇଟ୍‌ସ ଆମ୍ବାସାଡର ଭାବେ ତାଙ୍କର ନୂତନ ଦାୟିତ୍ୱକୁ ନେଇ ଡକ୍ଟର ବରାଳ ମାନବିକ ସ୍ୱାସ୍ଥ୍ୟ ଚିକିତ୍ସା, ମାନବିକ ଅଧିକାର ଏବଂ ବିଶ୍ୱ ଶାନ୍ତିକୁ ନେଇ ଆନ୍ତର୍ଜାତିକ ସହଭାଗିତାରେ ବିଭିନ୍ନ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ।

Previous Post

ବେଦାନ୍ତ ନିବେଶ କରିବ ଲକ୍ଷେ କୋଟି

Next Post

୨୦୨୬ ମେ ସୁଦ୍ଧା ସରିବ ‘କଳାମଣ୍ଡଳ’ ର ନିର୍ମାଣ

Next Post
୨୦୨୬ ମେ ସୁଦ୍ଧା ସରିବ ‘କଳାମଣ୍ଡଳ’ ର ନିର୍ମାଣ

୨୦୨୬ ମେ ସୁଦ୍ଧା ସରିବ ‘କଳାମଣ୍ଡଳ’ ର ନିର୍ମାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA