Monday, May 25, 2026 04:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆପଡ଼ାରେ ବିଜେଡିର ଶକ୍ତି ପ୍ରଦର୍ଶନ

by Our Correspondent
25 Oct, 2025- 11:09 PM
in Latest News, News
1 min read
0
ନୂଆପଡ଼ାରେ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ବିଶାଳ ଜନଭାଗିଦାରୀକୁ ନେଇ ଆଜି ବିଜୁ ଜନତା ଦଳ ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିଛି । ନୂଆପଡ଼ାବାସୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସକୁ ବିଶାଳ ମିଶ୍ରଣ ପର୍ବ ମାଧ୍ୟମରେ ଆହୁରି ସୁଦୃଢ଼ କରିପାରିଛି । ବିଭିନ୍ନ ସ୍ଥାନରେ ଆୟୋଜିତ ଜନସଭା ମାଧ୍ୟମରେ ବିଜେଡି ନେତାମାନେ ନିଜ ଦଳର ସଶକ୍ତ ସଂଗଠନ ଓ ଲୋକମାନଙ୍କ ସହିତ ଅତୁଟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ପ୍ରତିବଦ୍ଧତା ଜାହିର କରିଥିଲେ ।

ଖରିଆର ରୋଡ୍ ନଗରପାଳିକା (ଏନ୍ଏସି)ରେ ଆୟୋଜିତ “ମିଶ୍ରଣ ପର୍ବ” ଅବସରରେ ୪୭ ଜଣ ବିଜେପି ଓ କଂଗ୍ରେସ ନେତା ବିଜୁ ଜନତା ଦଳରେ ଯୋଗଦେଲେ । ଏହି ଅବସରରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ପ୍ରଶାନ୍ତ ମୁଦୁଲି, ଆୟୁବ ଖାନ ଓ ଶ୍ରୀମତୀ ଅଳକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଖରିଆର ନଗରପାଳିକାର ୧୯ଟି ୱାର୍ଡରୁ ଆସିଥିବା ଶହ ଶହ ସଦସ୍ୟ ଓ ସମର୍ଥକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସାହ ବଢ଼ାଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ପୁଷ୍ପାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜେଶ ନିଗମଙ୍କ ସଂଯୋଜନାରେ ଆୟୋଜିତ ସଭାରେ ରାଜେଶ ଚୌହାନ, ନନ୍ଦଲାଲ ସିଂହ ଓ ଶ୍ରୀମତୀ ରୀତା କାଶ୍ୟପ ଅଂଶଗ୍ରହଣ କରିଥିଲେ । ନୂଆ କରି ଦଳରେ ଯୋଗ ଦେଇଥିବା ସଦସ୍ୟମାନେ ବିଜେଡିର ବ୍ୟାନର ତଳେ ଖରିଆର ଓ ନୂଆପଡ଼ା ଜିଲ୍ଲାର ଉନ୍ନତି ପାଇଁ ସଙ୍କଳ୍ପ ନେଇଥିଲେ ।

ବିଜେଡି ପକ୍ଷରୁ କୋମନା ବ୍ଲକର ଦେବଧରା ପଞ୍ଚାୟତରେ ଆୟୋଜିତ ବିଶାଳ ପଦଯାତ୍ରା ଓ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଦେବଧରା ମନ୍ଦିରରେ ପୂଜାର୍ଚ୍ଚନା କରି ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ । ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀମତୀ ଛୁରିଆ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଲୋକଙ୍କ ସେବାରେ ସମର୍ପିତ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସଦାସର୍ବଦା ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରି ଚାଲିଥିବ । ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ମୁଁ ଆଜି ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ା ପାଇଁ ଯାହା ସବୁ ଅଧୁରା କାମ ଛାଡ଼ି ଯାଇଛନ୍ତି, ତାହା ପୂରଣ କରିବା ପାଇଁ ମୁଁ ଅବିଶ୍ରାନ୍ତ ଉଦ୍ୟମ କରିବି ।

ସଭାରେ ନୂଆପଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମହାନ୍ତି ଉଦବୋଧନ ଦେଇ କହିଥିଲେ ଯେ, କୋମନା ଓ ନୂଆପଡା ଜିଲ୍ଲାରେ ଯେପରି ଉନ୍ନତି ହୋଇଛି, ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ଫଳ । କିନ୍ତୁ ଗତ ୧୬ ମାସ ଧରି ବିଜେପି, ବିଜେଡି ସରକାର ଆରମ୍ଭ କରିଥିବା ଅନେକ ଉନ୍ନୟନ ପ୍ରକଳ୍ପକୁ ଅଟକାଇ ରଖିଛି । ଏହି ସଭାରେ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ମୁରଲି ଭୋଇଙ୍କ (କୋମନା ବ୍ଲକ, ବିଜେଡି ଜୋନ-୧) ସହିତ ଅନେକ ଗ୍ରାମ୍ୟସ୍ତରୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ଓ ଦଳକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ କରିଥିଲେ ।

ଗତ ସନ୍ଧ୍ୟାରେ ନୂଆପଡା ନଗରପାଳିକାରେ ଆୟୋଜିତ ହୋଇଥିବା ବିଶାଳ ସାଧାରଣ ସଭାରେ ହଜାରେରୁ ଅଧିକ ସଦସ୍ୟ ଓ ସମର୍ଥକ ଯୋଗ ଦେଇଥିଲେ । ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, କହିଥିଲେ ଯେ, ଓଡ଼ିଶାର ଉନ୍ନତି ଓ ଲୋକକଲ୍ୟାଣ ପାଇଁ କେବଳ ବିଜେଡି କାମ କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲା ଏକ ସମୃଦ୍ଧି ଦେଖିବ । ଏହି ସଭାରେ ଶ୍ରୀମତୀ ବର୍ଷା ସିଂ ବରିହା, ଶ୍ରୀମତୀ ଦୀପାଳି ଦାସ, ଦିନେଶ ଆଚାର୍ଯ୍ୟ, ଆୟୁବ ଖାନ ଓ ସ୍ୱରୂପ ଦାସ ଉପସ୍ଥିତ ରହି ମହିଳା ସଶକ୍ତିକରଣ, ପଞ୍ଚାୟତିରାଜ ଶାସନ ଓ ସାମଗ୍ରୀକ ଉନ୍ନତି ପାଇଁ ବିଜେଡିର ଦୃଢ଼ ସଂକଳ୍ପକୁ ଦୋହରାଇଥିଲେ । ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁ ଜନତା ଦଳ ନୂଆପଡା ଜିଲ୍ଲାରେ “ଶାନ୍ତି, ଉନ୍ନତି ଓ ସମୃଦ୍ଧି”ର ବାର୍ତ୍ତା ପ୍ରେରଣ କରାଯାଇଥିଲା । ଏହି ଅବସରରେ ବିପୁଳ ଜନସମାଗମ ଏହା ପ୍ରମାଣିତ କରୁଥିଲା ଯେ, କେବଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାର ସମସ୍ତ ନାଗରିକଙ୍କ ସୁଖ, ସୁରକ୍ଷା ଓ ଉନ୍ନତି ସୁନିଶ୍ଚିତ କରିପାରିବ ।

Previous Post

୨୦୨୬ ମେ ସୁଦ୍ଧା ସରିବ ‘କଳାମଣ୍ଡଳ’ ର ନିର୍ମାଣ

Next Post

ଘୂର୍ଣ୍ଣିବଳୟ ‘ମନ୍ଥା’ ପାଇଁ ଆଲର୍ଟରେ ନଗର ଉନ୍ନୟନ ବିଭାଗ

Next Post
ଘୂର୍ଣ୍ଣିବଳୟ ‘ମନ୍ଥା’ ପାଇଁ ଆଲର୍ଟରେ ନଗର ଉନ୍ନୟନ ବିଭାଗ

ଘୂର୍ଣ୍ଣିବଳୟ 'ମନ୍ଥା' ପାଇଁ ଆଲର୍ଟରେ ନଗର ଉନ୍ନୟନ ବିଭାଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA