Saturday, May 9, 2026 09:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସର ପ୍ରଶ୍ନ: ବିଜେପି-ବିଜେଡି କାର୍ଯ୍ୟାଳୟକୁ ପଶିବାକୁ ପୋଲିସର ସାହସ ଅଛି ତ ?

by Our Correspondent
30 Oct, 2025- 07:35 PM
in Latest News, News, Politics
1 min read
0
କଂଗ୍ରେସର ପ୍ରଶ୍ନ: ବିଜେପି-ବିଜେଡି କାର୍ଯ୍ୟାଳୟକୁ ପଶିବାକୁ ପୋଲିସର ସାହସ ଅଛି ତ ?

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପରିପେକ୍ଷୀରେ ସମସ୍ତ ରାଜନୈତିକ ଦଳ ସମସ୍ତ ଶକ୍ତି ବିନିଯୋଗ କରି ପ୍ରଚାର ପ୍ରସାର କରୁଛନ୍ତି ଏବଂ ନିଜ ବିଜୟକୁ ନେଇ ଆଶାବାଦୀ ଅଛନ୍ତି । ତେବେ ଘାସିରାମ ମାଝୀ ମାଟିର ପୁଅ ତାଙ୍କ ପ୍ରତି ଜନତାଙ୍କ ସମ୍ପୂର୍ଣ ସମର୍ଥନ ରହିଛି । ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଉଛି । ଯାହା ବିଜେପି ପାଇଁ ମୁଣ୍ଡବଥା ସୃଷ୍ଟି କରିଛି । ଏହାକ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଡ଼ ଲଲାଟେନ୍ଦୁ ମହାପାତ୍ର ପ୍ରକାଶ କରିଛନ୍ତି କି ଦକ୍ଷିଣ ପଶ୍ଚିମ ଆଇଜି କନୱାର ବିଶାଳ ସିଂହ ଙ୍କୁ ଛୁଟିରେ ପଠାଯାଇ ତାଙ୍କ ସ୍ଥାନରେ ଆଇଜି ହିମାଂଶୁ ଲାଲଙ୍କୁ ଦାୟିତ୍ୱ ରଖାଯାଇଛି। ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲଂଘନ କରାଯାଇ ତାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ତାହା ପୁଣି ଭୋଟ ଗ୍ରହଣ ଶେଷଦିନ ପର୍ଯ୍ୟନ୍ତ। ଏହା କଣ ସରକାରୀ ଦଳର କଂଗ୍ରେସର ବିଜୟ ସମ୍ଭାବନାକୁ ଭୟ ନୁହେଁ କି ?

ପୁଣି ଓଡିଶା ସରକାର ସମ୍ବିଧାନ ଏବଂ ଆଇନ କାନୁନକୁ ବେଖାତିର କରି ନୂଆପଡା କଂଗ୍ରେସ ଭବନ ଭିତରକୁ ରେଡ ଆଳରେ ପଶି କଂଗ୍ରେସ କର୍ମକର୍ତ୍ତାଙ୍କୁ ଭୟଭୀତ କରିବାର ଅପଚେଷ୍ଟା କରିଛି । ପୁଲିସ କେବେ ବିଜେପି କିମ୍ବା ବିଜେଡି ଅଫିସକୁ ଯାଇ ଅନୁସନ୍ଧାନ କରିଛି କି ? ଯଦି କରିନି ତେବେ କଂଗ୍ରେସ ଅଫିସକୁ ପଶିଲା କାହିଁକି ? କଂଗ୍ରେସର ନାରୀନେତ୍ରୀଙ୍କୁ ଭୟଭୀତ କରିବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିବା ସହ ଦୃଢ଼ ନିନ୍ଦା କରିଛନ୍ତି।

ଏଥିରୁ ଯାହା ଜଣାପଡୁଛି କଂଗ୍ରେସ ପାଇଁ ପ୍ରଚାର କଲେ ଆମେ ପ୍ରତିଶୋଧ ନେବୁ, ଏହା ସରକାରୀ କଳର ପରୋକ୍ଷ ସନ୍ଦେଶ । ଗତ ଅକ୍ଟୋବର ୧୬/୧୭ ତାରିଖରେ ପୁଲିସ ୯୦ ଲକ୍ଷ ଟଙ୍କା ଜବତ କଲା । କାହିଁକି ଏବଂ ଏହା କାହାର ଟଙ୍କା ଆଜି ଯାଏ ପୁଲିସ କିମ୍ବା ଇଡି ପ୍ରକାଶ କରି ପାରିଲା ନାହିଁ । ଜଣେ ବ୍ୟବସାୟୀ ୨୦ ଲକ୍ଷ ଟଙ୍କାର ରସିଦ ଦେଖାଇ ନେଇଗଲେ। ସେତେବେଳେକୁ ଏହି ଟଙ୍କା କଂଗ୍ରେସ ଓ ପିସିସି ସଭାପତି ଭକ୍ତ ଦାସଙ୍କ ବୋଲି ଘୋର ଅପ୍ରଚାର କରା ଯାଇଥିଲା। ଯାହା ଶୁଣିବାକୁ ମିଳୁଛି ନରେଶ ଅଗ୍ରୱାଲ ନାମକ ବୋଲି ଜଣେ ବ୍ୟକ୍ତି ଯିଏ କି ଜଣେ ବିଜେପି ସାଂସଦଙ୍କ ଘନିଷ୍ଠ ସହଯୋଗୀ ଏହା ତାଙ୍କର ଅର୍ଥ ଥିଲା। ତେଣୁ ବାକିଆ ୭୦ ଲକ୍ଷ ଟଙ୍କାର ହିସାବ ନଦେଇ କାହିଁକି ଘଣ୍ଟ ଘୋଡେଇ ଦେଲା ପୋଲିସ ? ସରକାରୀ ଭାବେ କାହା ଟଙ୍କା ବୋଲି ପୋଲିସ କାହିଁକି ପ୍ରକାଶ କରୁନାହିଁ ?

ଉପନିର୍ବାଚନରେ ବିଜେପି ଟଙ୍କା ନେଣ ଦେଣ କରୁ ଥିବାବେଳେ କଂଗ୍ରେସ କାର୍ଯ୍ୟାଳୟ ପୁଲିସ ରେଡ କରୁଛି । କଂଗ୍ରେସ ଲୋକପ୍ରିୟତାରେ ଆଗେଇ ଯାଇଛି, ଅକୁଣ୍ଠ ଜନ ସମର୍ଥନ ମିଳୁଛି ଏବଂ ନୂଆପଡ଼ାରେ “ଏକ ହି ନାମ ଘାସିରାମ” କଥା ଶୁଣି ବିଜେପି ଛାନିଆ ହୋଇ ପୁଲିସ ବାହିନୀ ଏବଂ ପ୍ରଶାସନକୁ ଉପଯୋଗ କରି କଳ, ବଳ ଓ କୌଶଳରେ ନିର୍ବାଚନ ଲଢ଼ିବାକୁ ବିଜେପି ଯୋଜନା କରୁଛି । କଂଗ୍ରେସ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରୁଛି ଯେ ପୋଲିସଏ ସମସ୍ତ ନିର୍ବାଚନ ବିରୋଧୀ କାର୍ଯ୍ୟକଳାପରେ ରୋକ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। ନିର୍ବାଚନ କମିଶନ ଉପନିର୍ବାଚନ ପାଇଁ ଗତ ୬ ତାରିଖ ଘୋଷଣା କଲେ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶଙ୍କ କ୍ରମେ ଏଆଇସିସି ଅନୁମୋଦନ କରି ୭ ତାରିଖରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା। ଅଥଚ ୨୪ ବର୍ଷର ଲୋକଙ୍କ ବଳ କହୁଥିବା ବିଜେଡି ଓ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶାସନରେ ବସିଥିବା ଡବଲ ଇଞ୍ଜିନ ଜାତୀୟ ଦଳଙ୍କୁ ପ୍ରାର୍ଥୀ ଖୋଜା ପଡିଲା, କୁସ୍ତି କସରତ କରିବାକୁ ପଡିଲା କାହାକୁ ପ୍ରାର୍ଥୀ କରାଯିବ । ଶେଷକୁ ବିଜେପି ଜଣେ ପ୍ରାର୍ଥୀଙ୍କୁ ବିଜେଡିରୁ ଉଧାରରେ ଆଣିବାକୁ ପଡିଲା ଏବଂ ବିଜେଡିକୁ ନୂଆପଡାରେ ମୁହଁ ମିଳିଲାନି ବୋଲି ବାହାରୁ ଉଧାର କରିବାକୁ ପଡିଲା ।

କଂଗ୍ରେସ ଗଣତନ୍ତ୍ରରେ ବିଶ୍ୱାସ କରେ ଆଜି ଆମ ସର୍ବୋଚ୍ଚ ନେତା ଗଣତନ୍ତ୍ର ବଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ଓ କଂଗ୍ରେସ ଲୋକଙ୍କ ପାଇଁ ପ୍ରତିଶୃତିବଦ୍ଧ । ନିର୍ବାଚନ ଅଧିକାରୀ ଏହି ନିର୍ବାଚନକୁ କିଭଳି ଅବାଧ, ନିରପେକ୍ଷ ଏବଂ ସୁଚାରୁରୂପେ ସମ୍ପାଦନ କରିବେ ଏହା ତାଙ୍କ ଦାୟିତ୍ୱ । ଭୟଭୀତ ହୋଇ ଉପନିର୍ବାଚନ ପାଇଁ ବିଜେପି ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକ ଏପରିକି ପରାଜିତ ପ୍ରାର୍ଥୀ ଆଦିଙ୍କୁ ନିର୍ବାଚନ ପ୍ରଚାରରେ ନିୟୋଜିତ କରିଛି, ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ୱରେ କଂଗ୍ରେସର ମୁକାବିଲା କରିବା ପାଇଁ । ନୂଆପଡାରେ ଶିକ୍ଷା ,ସ୍ୱାସ୍ଥ୍ୟ, ଜଳସେଚନ, ବିଜୁଳି ଯାହା କୁହନ୍ତୁ ସବୁଠି କଂଗ୍ରେସର ଛାପ ରହିଛି। ନୂଆପଡା ବିଧାନସଭା କଳାହାଣ୍ଡି ସଂସଦ ଅଞ୍ଚଳର ଅଂଶବିଶେଷ ଥିଲା । ଶ୍ରୀ ଦାସ ସାଂସଦ ଥିବାବେଳେ ହସ୍ପିଟାଲ, ବିଜୁଳି, ରାସ୍ତାଘାଟ ସମସ୍ତ କାମ ହୋଇଥିଲା। ନୂଆପଡାରୁ ଜଗନ୍ନାଥ ପଟ୍ଟନାୟକ ବିଧାୟକ ଥିଲେ ଏବଂ ବିକାଶର କାର୍ଯ୍ୟକୁ ତ୍ଵରାନିତ କରିଥିଲେ । ନିର୍ବାଚନ ସମୟରେ ବିଜେପିର ନେତା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଆସି ୧୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଗତ ୧୬ ମାସ ଧରି ନୂଆପଡାକୁ ଅଣଦେଖା କାହିଁକି କରୁଥିଲେ ?ମୁଖ୍ୟମନ୍ତ୍ରୀ ନୂଆପଡାର ମୁଁ ଦାୟିତ୍ୱ ନେବି ବୋଲି ଅବାନ୍ତର କଥା କହୁଛନ୍ତି । ଏହାର ଅର୍ଥ କଣ ଓଡ଼ିଶାର ବାକି ଜିଲ୍ଲା ପ୍ରତି ଆପଣଙ୍କ ଦାୟିତ୍ୱ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଡ଼ ମହାପାତ୍ର।

Previous Post

ଅରୁଣ ସାହୁଙ୍କ ଦମ୍ଭୋକ୍ତି: ନୂଆପଡ଼ାରେ ବିଜେଡିର ବିଜୟ ସୁନିଶ୍ଚିତ

Next Post

ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍‌ବ୍ରିଜ୍

Next Post
ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍‌ବ୍ରିଜ୍

ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍‌ବ୍ରିଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA