Saturday, May 9, 2026 10:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆପଡ଼ାରେ ଡାନି ଘଡ଼େଇ ରହୁଥିବା ଘରେ ରେଡ୍

ମୁଖ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କଲା ବିଜେଡି

by Our Correspondent
31 Oct, 2025- 11:23 PM
in Latest News, News
1 min read
0
ନୂଆପଡ଼ାରେ ଡାନି ଘଡ଼େଇ ରହୁଥିବା ଘରେ ରେଡ୍

ଭୁବନେଶ୍ୱର: ନୂଆପଡାରେ ନିର୍ବାଚନ ପ୍ରଚାର ଉଷ୍ମତା ବୃଦ୍ଧି ପାଇଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରୀତି ରଞ୍ଜନ ଓରଫ୍ ଡାନି ଘଡେଇ ନୂଆପଡାରେ ରହୁଥିବା ଘର ଉପରେ ପ୍ରଶାସନ ତରଫରୁ ଆଜି ଚଢ଼ାଉ କରାଯାଇଥିଲା, ଯାହାକୁ ବିଜୁ ଜନତା ଦଳ ତରଫରୁ କଡା ନିନ୍ଦା କରାଯାଇଛି । ନୂଆପଡା ଉପନିର୍ବାଚନରେ ପରାଜୟ ଆସନ୍ନ ଜାଣି ଭାରତୀୟ ଜନତା ପାର୍ଟି ପ୍ରତିଶୋଧାତ୍ମକ ହୋଇ ପ୍ରଶାସନକୁ ବ୍ୟବହାର କରି ବିଜେଡିର ମନୋବଳକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରୁଛି ବୋଲି ବିଜେଡି କହିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ଆଜି ଯେପରି ବିଜେଡିର ବରିଷ୍ଠ ନେତା ପ୍ରୀତି ରଞ୍ଜନ ଘଡେଇ ରହୁଥିବା ଘର ଉପରେ ଚଢ଼ାଉ କରାଗଲା, ତାହା ବିଜେପିର ହତାଶ ଭାବକୁ ପ୍ରଦର୍ଷିତ କରୁଛି । ଚଢ଼ାଉ ବେଳେ ବହୁ ସଂଖ୍ୟାରେ ପୋଲିସ ଡ୍ରେସରେ ଥିବା ଲୋକ ଥିଲେ । ଏମାନେ ସତରେ ପୋଲିସ ନା ଛତିଶଗଡ଼ରୁ ଆସିଥିବା ବିଜେପି କର୍ମୀ ମାନେ ପୋଲିସ ବେଶରେ ଆସିଥିଲେ, ସେନେଇ ତଦନ୍ତ ହେବାର ଆବଶ୍ୟକତା ରହିଛି । ଉପନିର୍ବାଚନରେ, ବିଜେପିର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବାରୁ, ପରାଜୟ ଭୟରେ ବିଜେପି ହତାଶ ହୋଇ, ପ୍ରଶାସନକୁ ବ୍ୟବହାର କରି ବିଜେଡିର ମନୋବଳକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରୁଛି । ବିଜୁ ଜନତା ଦଳର ସଭପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ କାର୍ଯ୍ୟକ୍ରମ ବିଷୟରେ ଜାଣିବା ପରେ, ବିଜେପି ନେତାମାନେ ଆତଙ୍କିତ ହୋଇ ପଡିଛନ୍ତି । ଏହାପରେ, ବିଜେପିର ପ୍ରରୋଚନାରେ ଏପରି ଘୃଣ୍ୟ ଉଦ୍ୟମ କରାଯାଇଛି । ବିଜେପି ପ୍ରଶାସନିକ କଳର ଅପବ୍ୟବ୍ୟହାର କରିବା, ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି । ତେଣୁ, ବିଜେଡି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ସମ୍ୱନ୍ଧରେ, ଦଳ ତରଫରୁ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଆସନ୍ନ ପରାଜୟକୁ ନେଇ ବିଜେପି ଭୟଭୀତ: ଡାନି

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଏକ ସମ୍ୱେଦନଶୀଳ ନିର୍ବାଚନ । ବିଜେପି ଜାଣିସାରିଲାଣି ନୂଆପଡାରେ ବିଜେଡିର ବିଜୟ ସୁନିଶ୍ଚିତ । ସେଥିପାଇଁ ପୁଲିସ ପ୍ରଶାସନକୁ ରାଜନୈତିକ ଅସ୍ତ୍ର ଭାବେ ଶାସକ ଦଳ ବ୍ୟବହାର କରୁଛି ବୋଲି ଡାନି ଘଡେଇ କହିଛନ୍ତି ।

ଆଜି ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡାନି କହିଛନ୍ତି ଯେ, ନୂଆପଡ଼ା ଭୋଟ ଗ୍ରହଣ ପୂର୍ବରୁ ବିଜେପି ଦେଖାଇଦେଲା ଯେ ଓଡ଼ିଶାରେ ଗଣତନ୍ତ୍ର ଆଉ ସୁରକ୍ଷିତ ନୁହେଁ । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ, ରାତି ଅଧିଆ ଏପରି ଜଣେ ଆଇପିଏସ୍ ଅଧିକାରୀଙ୍କୁ ଏଠି ନିର୍ବାଚନ ଦାୟୀତ୍ୱ ଦିଆ ଯାଉଛି ଯାହାଙ୍କ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ଲାଗିଚି । ନ୍ୟାସ୍ନାଲ ହେରାଲ୍ଡ ମାମଲାରେ ତାଙ୍କ ଭୂମିକା ସନେ୍ଦହଜନକ । ଆଉ ନୂଆପଡ଼ାର ଆରକ୍ଷୀ ଅଧିକ୍ଷକ ତାଙ୍କୁ ସହଯୋଗ କରି ବିରୋଧୀ ଦଳ ନେତାଙ୍କୁ ନିର୍ଯାତନା ଦେଉଛନ୍ତି । ବିନା ଆଦେଶରେ ଚଢ଼ାଉ କରୁଛନ୍ତି । ବିଜେପି ପ୍ରତି ନିଜ ଆନୁଗତ୍ୟ ପ୍ରମାଣ କରିବା ପାଇଁ ବିଜେଡି ନେତାଙ୍କୁ ହଇରାଣ କରୁଛନ୍ତି । ଆଜି ବେଆଇନ ଭାବେ ମୁଁ ରହୁଥିବା ସ୍ଥାନରେ ଯେପରି ଚଢ଼ାଉ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶା ଇତିହାସରେ କୁପରମ୍ପରା ଆରମ୍ଭ କରୁଛି ବିଜେପି ।

ଡାନି କହିଥିଲେ ଯେ, ନିର୍ବାଚନ କମିଶନ ସବୁ ଦେଖୁଛନ୍ତି । ତୁରନ୍ତ ଏହି ଆଇପିଏସ ଅଧିକାରୀଙ୍କୁ ନିର୍ବାଚନ ଦାୟୀତ୍ୱରୁ ହଟାନ୍ତୁ । ଗଣତନ୍ତ୍ରକୁ ସୁରକ୍ଷା ନଦେଲେ ଏହି ଅନୁଷ୍ଠାନ ଉପରୁ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ । ନୂଆପଡ଼ାର ଲୋକେ ଶାନ୍ତି, ସମ୍ମାନ ଓ ସୁରକ୍ଷା ଚାହୁଁଛନ୍ତି । ବିଜେପି ସରକାର ଜାଣି ରଖନ୍ତୁ ଆମକୁ ଭୟଭୀତ କରି ଭୋଟ ନିଜ ସପକ୍ଷରେ ନେବା ପାଇଁ ହୀନ ଉଦ୍ୟମ କରିବା କଦାପି ଗ୍ରହଣୀୟ ନୁହେଁ । ଲୋକେ କ୍ଷମା ଦେବେନି ବୋଲି ଡାନି କହିଛନ୍ତି । 

Previous Post

ନୂଆପଡ଼ା ଫଳାଫଳ ଓଡ଼ିଶା ରାଜନୀତିକୁ ନୂଆ ଦିଶା ଦେଖାଇବ: ପ୍ରସାଦ

Next Post

ଜଳସମ୍ପଦ ବିଭାଗକୁ ଆହୁରି ସ୍ମାର୍ଟ କରାଯିବ

Next Post
ଜଳସମ୍ପଦ ବିଭାଗକୁ ଆହୁରି ସ୍ମାର୍ଟ କରାଯିବ

ଜଳସମ୍ପଦ ବିଭାଗକୁ ଆହୁରି ସ୍ମାର୍ଟ କରାଯିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA