Saturday, May 9, 2026 08:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବୋଲାଯିବ ‘ବନ୍ଦେ ମାତରମ’

‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ

by Our Correspondent
07 Nov, 2025- 10:58 PM
in Latest News, News
1 min read
0
ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବୋଲାଯିବ ‘ବନ୍ଦେ ମାତରମ’

ଭୁବନେଶ୍ୱର: ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ , ବନ୍ଦେ ମାତରମ୍ ହେଉଛି ଦେଶର ପ୍ରଥମ ବୈପ୍ଳବିକ ସ୍ଲୋଗାନ। ‘ବନ୍ଦେ ମାତରମ’ କେବଳ ଏକ ଜାତୀୟତାବାଦ ଭିତ୍ତିକ ସଙ୍ଗୀତ ନୁହେଁ, ଏହା ଦେଶ ମାତୃକାର ବନ୍ଦନା।

କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୭ ନଭେମ୍ବର ୧୮୭୫ ରେ ଯେତେବେଳେ ତାଙ୍କ ଅମର କୃତି “ଆନନ୍ଦ ମଠ” ମାଧ୍ୟମରେ ‘ବନ୍ଦେ ମାତରମ୍’ ପ୍ରଥମେ ପ୍ରକାଶିତ ହୋଇଥିଲା, ସେତେବେଳେ ଗୋଟେ ନୂଆ ଯୁଗର ଆରମ୍ଭ ହେଲା। ଯେତେବେଳେ ସ୍ୱାଧିନତା ସଂଗ୍ରାମୀମାନେ ରାଜରାସ୍ତାରେ ବନ୍ଦେ ମାତରଂ, ଇନ୍‌କିଲାବ୍ ଜିନ୍ଦାବାଦ୍‌ ଭଳି ନାରା ଦେଇ ଜାତୀୟତାବାଦ ଗୀତର ତାଳେ ତାଳେ ବ୍ରିଟିଶ୍‌ ଶାସନକୁ ବିରୋଧ କରୁଥିଲେ, ସେହି ସମୟରେ ବ୍ରିଟିଶ ସରକାରର ଦୃଢ ପ୍ରାଚୀରମାନ କମ୍ପି ଉଠୁଥିଲା ।

ଆମ ରାଜ୍ୟ ସରକାର, ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସେହି ପଦକ୍ଷେପକୁ ହୃଦୟପୂର୍ବକ ସ୍ୱାଗତ କରୁଛି ଏବଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବିଦ୍ୟାଳୟ, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ସଂସ୍କୃତିକ କେନ୍ଦ୍ରରେ ବନ୍ଦେ ମାତରମ୍ ଉତ୍ସବ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଯୁବପିଢ଼ି ମାନଙ୍କୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶପ୍ରେମର ଭାବନା କେବଳ ଇତିହାସ ପଢ଼ିଦେଲେ ହୁଏନି, ତାହାକୁ ଜୀବନରେ ବାସ୍ତବରେ ଅନୁସରଣ କରିବା ଦରକାର। ଦେଶକୁ ଭଲପାଇବା ଅର୍ଥ —ଦାୟିତ୍ୱବୋଧ, ଶୃଙ୍ଖଳା ଓ ଶ୍ରମ।

ଆୟୋଜିତ ଉତ୍ସବରେ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ—ବନ୍ଦେ ମାତରମ୍’ କେବଳ ଏକ ଗୀତ ନୁହେଁ, ଏହା ଆମ ଦେଶର ସଂଘଟନ, ସ୍ୱାଧୀନତା ଓ ଜାତୀୟ ଗରିମାର ପ୍ରତୀକ। ଏହି ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ଜନମନସରେ ଜାଗରଣ ଆଣିଥିଲେ, ଯାହା ଦେଶକୁ ସ୍ୱାଧୀନତା ଆନ୍ଦୋଳନର ପଥରେ ଅଗ୍ରସର କରିଥିଲା।

ଏହି ଅବସରରେ ରବୀନ୍ଦ୍ର ମଣ୍ଡପ ଠାରେ ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଆଧାରରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡଃ ଚନ୍ଦ୍ରଶେଖର ହୋତା ଧନ୍ୟବାଦ ଦେଇଥିଲେ।

Previous Post

କଂଗ୍ରେସ ସମର୍ଥନରେ ବାହାରିଲା ସିପିଏମ୍

Next Post

ଅଚ୍ୟୁତ ସାମନ୍ତଙ୍କୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

Next Post
ଅଚ୍ୟୁତ ସାମନ୍ତଙ୍କୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

ଅଚ୍ୟୁତ ସାମନ୍ତଙ୍କୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA