Tuesday, May 26, 2026 12:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟ୍‍ର ମୁଖ୍ୟ ଜୋନାଥନ ଗ୍ରାନଫ୍‍ଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

by Our Correspondent
15 Nov, 2025- 08:09 PM
in Latest News, News
1 min read
0
ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟ୍‍ର ମୁଖ୍ୟ ଜୋନାଥନ ଗ୍ରାନଫ୍‍ଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର: ବିଶ୍ୱ ଶାନ୍ତି, ପରମାଣୁ ନିରସ୍ତ୍ରୀକରଣ ଓ ଆଇନର ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ଲୋବାଲ୍‍ ସିକ୍ୟୁରିଟି ଇନ୍‍ଷ୍ଟିଚ୍ୟୁଟ୍‍ର ସଭାପତି ଜୋନାଥନ୍‍ ଗ୍ରାନଫ୍‍ଙ୍କୁ ଶନିବାର କିସ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଗ୍ରାନଫ୍‍ ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆଇନଜ୍ଞ ଏବଂ ସେ ଦୀର୍ଘ ଦଶନ୍ଧୀ ଧରି ପରମାଣୁ ନିରସ୍ତ୍ରୀକରଣ ସପକ୍ଷରେ ବିଶ୍ୱବ୍ୟାପୀ ଅଭିଯାନ ଚଳାଇ ଆସୁଛନ୍ତି। ଏ ନେଇ ସେ ଆମେରିକା ସଂସଦ, ବ୍ରିଟେନ୍‍ ସଂସଦ ଓ କାନାଡ଼ା ସଂସଦରେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି। ଗ୍ରାନଫ୍‍ ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତାଙ୍କ ବିଶ୍ୱ ସମ୍ମିଳନୀର ବରିଷ୍ଠ ପରାମର୍ଶଦାତା ଭାବେ କାମ କରିବା ସହ ଅନେକ ଆନ୍ତର୍ଜାତିକ ବୋର୍ଡରେ  ବିଭିନ୍ନ ପଦବୀରେ ରହିଛନ୍ତି। ଆଇନ୍‍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ଆମେରିକା ବାର୍‍ ଆସୋସିଏସନ୍‍ ୨୦୨୦ରେ ଜୀବନ ବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ଗ୍ରହଣ କରି ଗ୍ରାନଫ୍‍ କିସ୍‍ର ଉଚ୍ଚ ପ୍ରଶଂସା କରିଥିଲେ।

ସେ ତାଙ୍କ ଅଭିଭାଷଣରେ କିସ୍‍କୁ ଶିକ୍ଷା ଓ ଶୃଙ୍ଖଳା କ୍ଷେତ୍ରରେ ଏକ ଅସାଧାରଣ ଅନୁଷ୍ଠାନ ଭାବେ ଅଭିହିତ କରିଥିଲେ। ସେ କହିଲେ, ସେ ସାରା ଜୀବନ ବିବେକ ସହ ସମନ୍ୱୟ ରଖି ବଞ୍ଚବାକୁ ଚେଷ୍ଟା କରିଆସିଛନ୍ତି। ଜନଜାତି ସମ୍ପ୍ରଦାୟର ପିଲାମାନେ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ କିସ୍‍ ଓ କିଟ୍‍ ପ୍ରତି କୃତଜ୍ଞ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାନଫ୍‍ ତାଙ୍କ ଭାଷଣରେ ଅଚ୍ୟୁତ ସାମନ୍ତଙ୍କ ପରିଚାଳିତ ଆର୍ଟ ଅଫ୍‍ ଗିଭିଂ ସମ୍ପର୍କରେ ଉଲ୍ଲେଖ କରି କହିଲେ, ଏହା ହେଉଛି ଦୟା ଓ ପ୍ରେମର ଏକ ଆନ୍ଦୋଳନ। ଆର୍ଟ ଅଫ୍‍ ଗିଭିଂ ଜୀବନ ସହିତ ଜ୍ଞାନର ବିକଶିତ କରିଥାଏ। ଗ୍ରାନଫ୍‍ ଏକବିଂଶ ଶତାବ୍ଦୀର ଆହ୍ୱାନ ଭାବେ ଜଳବାୟୁ ସଙ୍କଟ, ପରିବେଶ ଅବକ୍ଷୟ ଓ ଗଣବିନାଶର ଅସ୍ତ୍ର ଉପରେ ରୋକ ଲଗାଇବା ନେଇ ଗୁରୁତ୍ୱାରୋପ କରିଥିଲେ।

ଗ୍ରାନଫ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରି କିସ୍‍ ନିଜକୁ ଧନ୍ୟ ମନେକରୁଛି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ କିଟ୍‍ ଓ କିସ୍‍ର ଅଧ୍ୟପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Previous Post

୧୩୪୫ କୋଟିର ପ୍ରକଳ୍ପ ଉଦ୍‌ଘାଟନ, ୬୦୯ କୋଟିର ପ୍ରକଳ୍ପ ଭିତ୍ତିପ୍ରସ୍ତର

Next Post

ଡିସେମ୍ବର ୧ରୁ ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Next Post
ଡିସେମ୍ବର ୧ରୁ ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ଡିସେମ୍ବର ୧ରୁ ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA