Saturday, May 30, 2026 11:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ଟଙ୍କା

by Our Correspondent
19 Nov, 2025- 07:13 PM
in Latest News, News
1 min read
0
ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ଟଙ୍କା
Spread the love

ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଦେଶର ୯ କୋଟିରୁ ଅଧିକ ଚାଷୀଙ୍କୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାର ୩୪ ଲକ୍ଷ ୧୨ ହଜାରରୁ ଅଧିକ ଚାଷୀ କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏଁ ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କୃଷି ଭବନଠାରୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, କୃଷକ ମାନଙ୍କୁ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ ଆଦି କିଣିବା ପାଇଁ କେନ୍ଦ୍ର ସରକାର ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆଜି ୨୧ତମ କିସ୍ତିରେ ଆମ ରାଜ୍ୟର ୩୪.୧୨ ଲକ୍ଷରୁ ଉର୍ଦ୍ଧ୍ବ କୃଷକ କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏଁ ପାଇବେ। ଏହି ସହାୟତା ପ୍ରଦାନ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କରାଯାଉଛି ଏବଂ ଏଥିରେ କ୍ଷୁଦ୍ର, ମଧ୍ୟମ, ବୃହତ୍ତ ଓ ସହରାଞ୍ଚଳର ଭୂମିଧାରୀ ଚାଷୀମାନେ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଦେଶର ଚାଷୀ, ଗରିବ, ମହିଳା ସମସ୍ତେ ଉପକୃତ ହେଉଛନ୍ତି।

ସେ ପୁଣି କହିଥିଲେ ପିଏମ୍ କିଷାନ ସହିତ ଆମ ରାଜ୍ୟରେ ସିଏମ୍ କିଷାନ ଜରିଆରେ ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ସିଏମ କିଷାନ ଯୋଜନାରେ ୫୧.୫୪ ଲକ୍ଷ ଚାଷୀଙ୍କୁ ୨୯୯୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ୩୨୩୬ ଜଣ ପିଭିଟିଜି ଚାଷୀ ଏବଂ ୩୧,୬୯୫ ଜଣ ସହରାଞ୍ଚଳ ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସିଏମ କିଷାନ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏହି ଯୋଜନାରେ ୨୦୨୪-୨୫ ଶିକ୍ଷା ବର୍ଷରେ ୧୩,୯୨୩ ଛାତ୍ରଛାତ୍ରୀଙ୍କୁ ୫୩ କୋଟି ୬୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ୫ ଗୁଣ ଅଧିକ।

ପିଏମ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମରେ ଓଡିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଏବଂ ନୂଆପଡା ଜିଲ୍ଲାକୁ ଚୟନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର କୃଷକ ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଚାଷୀ ସୁବାଶ ଚନ୍ଦ୍ର ଦାସ, ବାଲିପଟଣାର ରୂପଶ୍ରୀ ସ୍ୱାଇଁ ଏବଂ ଜଟଣୀ କୁସୁମାଟିର କାର୍ତ୍ତିକ ପରିଡା ପିଏମ୍ କିଷାନ ଯୋଜନାର ସମସ୍ତ କିସ୍ତିର ସୁବିନିଯୋଗ କରି ଚାଷ କାର୍ଯ୍ୟରେ ସଫଳତା ପାଇଛନ୍ତି ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥାହୋଇ ଫସଲ ବିବିଧିକରଣ ଜରିଆରେ ଧାନ ସହିତ ତେଲ ଜାତୀୟ ଫସଲ, ପନିପରିବା, ଫଳ ଚାଷ ଇତ୍ୟାଦି ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର କୃଷକଙ୍କ ସଶକ୍ତିକରଣ ଓ ଉତ୍ପାଦନ ବୃଦ୍ଧିପାଇଁ ଆମ ସରକାର ସମସ୍ତ ସହଯୋଗ ଯୋଗାଇଦେବେ।

ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ ଯେ, ପିଏମ କିଷାନ ଓ ସିଏମ୍ କିଷାନ ଯୋଜନାରେ ଆମ ରାଜ୍ୟର ଚାଷୀ ଭାଇ ଭଉଣୀ ମାନେ ବାର୍ଷିକ ୧୦ ହଜାର ଟଙ୍କା ପାଉଛନ୍ତି। ଏହି ରାଶିକୁ ସଠିକ୍ ଭାବେ ଉପଯୋଗ କଲେ କୃଷି କାର୍ଯ୍ୟରେ ସଫଳତା ମିଳି ଅଭାବ ଦୂର ହେବ। କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଓଡିଶା ସରକାରଙ୍କର କୃଷକ କଲ୍ୟାଣ କାର୍ଯ୍ୟକୁ ମଡେଲ ଭାବେ ଗ୍ରହଣ କରିବା ପାଇଁ କହିଛନ୍ତି।

ଓୟୁଏଟିର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ ରାଉଳ କହିଥିଲେ ଯେ, କୃଷି ପାଇଁ ତିନୋଟି ସମ୍ବଳ ଆବଶ୍ୟକ। ଜମି, ଶ୍ରମ ଓ ପୁଞ୍ଜି। କୃଷକଙ୍କ ପାଖରେ ସବୁବେଳେ ଜମି ଓ ଶ୍ରମଥାଏ କିନ୍ତୁ ପୁଞ୍ଜି ନଥାଏ। ଏହାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପିଏମ୍ କିଷାନର ସହାୟତା ରାଶି ଚାଷୀ ମାନଙ୍କୁ ମାନସିକ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ କରୁଛି।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତଙ୍କୁ ସ୍ବାଗତ କରିଥିଲେ, ଖୋର୍ଦ୍ଧା ଜିଲ୍ଲାର ଚାଷୀ ଭାଇ ଭଉଣୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Previous Post

‘ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ’

Next Post

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

Next Post
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA