Wednesday, June 24, 2026 02:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତୃତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଶବ୍ଦର ଯାଦୁକର ଜାଭେଦ ଅଖତର ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ

by Our Correspondent
29 Nov, 2025- 10:20 PM
in Latest News, News
1 min read
0
ତୃତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ସୋଆ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କ ଦ୍ୱାରା ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଏହି ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ରାଜ୍ୟପାଳ କହିଛନ୍ତି ଯେ ଯଦିଓ ବୈଷୟିକ ଜ୍ଞାନ କୌଶଳ ପରିବ୍ୟାପ୍ତ ହେବାରେ ଲାଗିଛି ଏବଂ ମଣିଷର ସମ୍ପର୍କକୁ ପ୍ରଭାବିତ କରୁଛି ତଥାପି ଏହା ମଣିଷର ଅନୁଭୂତିର ଗଭୀରତାକୁ ପୁନସ୍ଥାପନ କରିପାରିବ ନାହିଁ ।

ବର୍ତମାନ ସମୟରେ କୃତ୍ରିମ ବୁଦ୍ଧିମତା ଯୋଗାଯୋଗ, ସର୍ଜନଶୀଳତା ଏପରିକି ମଣିଷର ସମ୍ପର୍କକୁ ପ୍ରଭାବିତ କରିବାରେ ଲାଗିଛି ତେବେ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ପ୍ରଭାବ ରହିଥିଲେ ମଧ୍ୟ ମଣିଷ ଏବେ ବି ସମାନୁଭୂତି, ନୈତିକ ବିଚାର ଏବଂ କଳ୍ପନା କରିବାର ଶକ୍ତି ଉପରେ ନିର୍ଭର କରୁଛି ବୋଲି ରାଜ୍ୟପାଳ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆୟୋଜିତ ୨-ଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଘାଟନ ଅବସରରେ କହିଛନ୍ତି ।

ସମାରୋହରେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତର ଯୋଗ ଦେଇଥିବା ବେଳେ ତାଙ୍କୁ ଏହି ଅବସରରେ ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଖତରଙ୍କୁ ଏକ ମାନପତ୍ର, ଉତରୀୟ, ଦେବୀ ସରସ୍ୱତୀଙ୍କ ଏକ ରୌପ୍ୟ ମୂର୍ତିୀ ଏବଂ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା, ସର୍ଜନଶୀଳତା ଏବଂ ବୌଧିକ ଗଭୀରତାର ଦକ୍ଷତା ଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରତି ବର୍ଷ ଏହି ସମ୍ମାନ ପ୍ରଦାନ କରାଯିବ ।

ତୃତୀୟ ସୋଆ ସାହିତ୍ୟ ଉତ୍ସବ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବ ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷର୍ ଏହି ଉତ୍ସବରେ ସାରା ଦେଶରୁ ୧୦୦ ରୁ ଊର୍ଦ୍ଧ୍ୱ କବି, ଲେଖକ, ଔପନ୍ୟାସିକ, ଚିତ୍ରକର, ଅନୁବାଦକ, ପ୍ରକାଶକ, ଚିନ୍ତକ, ନାଟକ ଏବଂ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ଏହି ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ୩୦ଟି ବିଭିନ୍ନ ଅଧିବେଶନ ରଖାଯାଇଛି ।

ବୈଷୟିକ ଉଦ୍‌ଭାବନ ମଣିଷର ସର୍ଜନଶୀଳତା ଓ ସାହିତ୍ୟ ଉପରେ କିଭଳି ପ୍ରଭାବ ପକାଉଛି ତାହା ହିଁ ଚଳିତ ବର୍ଷର ଏହି ସାହିତ୍ୟ ଉତ୍ସବର ପ୍ରସଙ୍ଗ ରହିଛି । ପ୍ରସଙ୍ଗଟି ହେଉଛି ‘କଲ୍‌ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ’ ଅର୍ଥାତ୍ ‘ସଂସ୍କୃତି, ସର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା’ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ, ନୁଆଦିଲ୍ଲୀର ପୂର୍ବତନ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଏବଂ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବା ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇଥିଲେ । ପ୍ରାଚୀନର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ଡାଇରେକ୍ଟର ଏବଂ କ୍ୟୁରେଟର ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜ୍ୟପାଳ ଡକ୍ଟର କମ୍ଭମପତି ଜାଭେଦ ଅଖତରଙ୍କୁ ପ୍ରଥମ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କରିବା ପରିପ୍ରେକ୍ଷୀରେ ଶୁଭେଚ୍ଛା ଜଣାଇବା ସହ ଜଣେ କବି, ସଂଳାପ ଲେଖକ ଓ ଗୀତିକାର ଭାବେ ଦୀର୍ଘ ୫ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କର ଉଲ୍ଲେଖନୀୟ ଅବଦାନ ଭାରତର ସାଂସ୍କୃତିକ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ସେ ଭାରତୀୟ ସାହିତ୍ୟ ଏବଂ ସିନେମାରେ ମଣିଷର ଆବେଗର ଭାଷାକୁ ବେଶ ସୁନ୍ଦର ଭାବେ ପ୍ରସ୍ଫୁଟିତ କରିଥିବା ରାଜ୍ୟପାଳ କହିଥିଲେ ।

ପ୍ରଥମ ବର୍ଷ ଅଖତରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଏହା ପୁରସ୍କାରର ମାନକୁ ସମୃଦ୍ଧ କରିଛି ବୋଲି ରାଜ୍ୟପାଳ କହିଛନ୍ତି ।

ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷାର ଏକ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ଉଠିଛି ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ପ୍ରାଚୀନ ଦ୍ୱାରା କରାଯାଉଥିବା ଗବେଷଣା, ଡିଜିଟାଇଜେସନ୍ ଓ ସଂରକ୍ଷଣ କାର୍ଯ୍ୟ ବେଶ ପ୍ରଶଂସନୀୟ । ସମ୍ବର୍ଦ୍ଧିତ ହେବା ପରିପ୍ରେକ୍ଷୀରେ ଅଖତର କହିଥିଲେ ଯେ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ ହୋଇ ସେ ଖୁବ୍ ଆନନ୍ଦିତ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ନିମନ୍ତେ ଆମନ୍ତ୍ରିତ କରାଯିବା ତାଙ୍କ ପାଇଁ ଏକ ସମ୍ମାନ ବୋଲି ସେ କହିଥିଲେ ।

ଭାଷା, ସଂସ୍କୃତି, ପୁରାଣ, କବିତା ଏବଂ କଳାକୁ ମହାନ ସଂସାଧନ ବୋଲି ଅଭିହିତ କରି ଅଖତର କହିଥିଲେ ଯେ ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା ସେତେବେଳେ ଦେଶର ଗୋଟିଏ ଛୁଂଚି ମଧ୍ୟ ପ୍ରସ୍ତୁତ କରିବାର କ୍ଷମତା ନ ଥିଲା । କିନ୍ତୁ ବର୍ତମାନ ଏହା ବିଶ୍ୱର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ।

କିନ୍ତୁ ଏହି ସଫଳତା ଭିତରେ ଆମେ ଆମର କିଛି ବସ୍ତୁକୁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଭାବି ପ୍ଲାଟଫର୍ମରେ ଛାଡି ଦେଇ ଆସିଛୁ । ଆମେ ଭାବିବା ଆରମ୍ଭ କରିଦେଇଛୁ ଯେ ଆମେ ଆମ ସହିତ ସବୁକିଛି ସାଂଗରେ ନେଇ ଚାଲି ପାରିବୁ ନାହିଁ । ଏହା ମଧ୍ୟରୁ ଆମ ସଂସ୍କୃତି ଅନ୍ୟତମ ବୋଲି ସେ କହିଥିଲେ ।

ଏହି ଅବସରରେ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ପୁସ୍ତକ ‘ଦୟାନଦୀ’ର ଇଂରାଜୀ ଅନୁବାଦ ‘ରିଭର ଦୟା’ ଏବଂ ପ୍ରାଚୀନ ପକ୍ଷରୁ ପ୍ରକାଶିତ ତିନୋଟି ପୁସ୍ତକ ‘ସାରୋଳଦାସ ମହାଭାରଥ‘ ର ଦୁଇଟି ସଭାପର୍ବ ଏବଂ ମଧ୍ୟପର୍ବ ଉନ୍ମୋଚିତ ହୋଇଥିଲା ।

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ବରେ ଅଖତରଙ୍କୁ ଅଭିନେତ୍ରୀ ତଥା ପ୍ରଯୋଜିକା ବାନୀ ତ୍ରିପାଠୀ ଟିକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ସୋଆର ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତର ଦେଇଥିଲେ । ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ଅର୍ଥାତ କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତର ଦେଇ ଅଖତର କହିଥିଲେ ଯେ ବୈଷୟିକ ଜ୍ଞାନକୌଶଳର କୌଣସି ନୈତିକତା ନାହିଁ । ଏହାକୁ ଆମେ କିଭଳି ବ୍ୟବହାର କରୁଛୁ ତାହା ଉପରେ ସବୁ ନିର୍ଭର କରେ । ଆଣବିକ ଶକ୍ତିର ଉଦାହରଣ ଦେଇ ସେ କହିଥିଲେ ଯେ ଏହାକୁ ଆମେ ଉଭୟ ଭଲ ଏବଂ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବୁ ।

ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସରେ ଭରି ରହିଥିବା ସଂସାଧନ ମନ୍ଦ ନୁହେଁ । ଆମେ ଯଦି ଇତିହାସ ପୃଷ୍ଠା ଦେଖିବା ମଣିଷ ସମସ୍ତ ଆବିଷ୍କାରକୁ ନେଇ ଭୟଭୀତ ହେଉଥିଲା । ଏପରିକି ରେଳ ଇଞ୍ଜିନ୍‌କୁ ସୈତାନର ବାହନ ବୋଲି କୁହାଯାଉଥିଲା । ତେବେ ବର୍ତମାନ ସମୟରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସରେ ସର୍ଜନଶୀଳତା ରହିଥିବା କୁହାଯାଇ ପାରିବ ନାହିଁ ବୋଲି ଅଖତର କହିଛନ୍ତି । ବର୍ତମାନ ସମୟରେ ଏହାର ନିଜସ୍ୱ ପରିସୀମା ରହିଛି ଏବଂ ଏହା ତଥ୍ୟ ଉପରେ ନିର୍ଭରଶୀଳ । ଭବିଷ୍ୟତରେ କ’ଣ ଘଟିବ ତାହା ଆମେ ବର୍ତମାନ କହିପାରିବା ନାହିଁ । କିନ୍ତୁ ବର୍ତମାନ ସମୟରେ ମଣିଷର ସର୍ଜନଶୀଳତାକୁ ନେଇ କୌଣସି ଆହ୍ୱାନ ନାହିଁ ବୋଲି ଅଖତର କହିଥିଲେ ।

Previous Post

ପାଣ୍ଡିଆନଙ୍କୁ ନେଇ ମିଛ କମ୍ପମାନ!

Next Post

ଓଡ଼ିଶା ହେବ ପୂର୍ବ ଭାରତର MSME ଗେଟ ୱେ: ମୁଖ୍ୟମନ୍ତ୍ରୀ

Next Post
ଓଡ଼ିଶା ହେବ ପୂର୍ବ ଭାରତର MSME ଗେଟ ୱେ: ମୁଖ୍ୟମନ୍ତ୍ରୀ

ଓଡ଼ିଶା ହେବ ପୂର୍ବ ଭାରତର MSME ଗେଟ ୱେ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA