ଭୁବନେଶ୍ୱର: ଡିସେମ୍ବର ୩ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହ – ୨୦୨୫ ବର୍ଷ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତି ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରିଥିଲେ I ଏହି କ୍ରମରେ ଓଡିଶା ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଙ୍କ ମଧ୍ୟରେ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ ର ପ୍ରଭାବୀ କ୍ରିୟାନ୍ୱୟନ ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ଦିଗରେ ଶ୍ରେଷ୍ଠ ବିବେଚିତ ହୋଇ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି I ପୁରସ୍କାର ପ୍ରଦାନ କରିବା ସହ ମହାମହିମ ରାଷ୍ଟ୍ରପତି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ସମାବେଶୀ ସମାଜ ପ୍ରତିଷ୍ଠା ଦିଗରେ ସମସ୍ତେ ସହାୟକ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ I ସଭାରେ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର କୁମାର, କେନ୍ଦ୍ର ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗ ସଚିବ ଶ୍ରୀମତୀ ଭି. ବିଦ୍ୟାବତୀ ଉପସ୍ଥିତ ରହି ଉଦବୋଧନ ପ୍ରଦାନ କରିଥିଲେ I