Saturday, May 9, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭିତରେ ସମର୍ଥନ, ଉପରେ ବିରୋଧ!

ରାଜ୍ୟ କଂଗ୍ରେସରେ ମୋକିମ୍ ଝଡ଼

by Our Correspondent
11 Dec, 2025- 10:53 PM
in Latest News, News, Politics
1 min read
0
ଭିତରେ ସମର୍ଥନ, ଉପରେ ବିରୋଧ!

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ୍ ଙ୍କ ଚିଠି କଂଗ୍ରେସରେ ହଇଚଇ ସୃଷ୍ଟି କରିଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ଖୋଲା ଚାଲେଞ୍ଜ ପଛରେ ଅଧିକାଂଶ ବରିଷ୍ଠ ନେତାଙ୍କ ସମର୍ଥନ ଥିଲେ ମଧ୍ୟ ଆଜି ଗଣମାଧ୍ୟମରେ ନାପସନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ଭୁଲ୍ ନୁହେଁ । ମାତ୍ର ଚିଠି ଗଣମାଧ୍ୟମକୁ ଆସିବା ଠିକ୍ ହୋଇନାହିଁ ବୋଲି କହି ଭକ୍ତଙ୍କ ବିଷୟକୁ ବାଆଁରେଇ ଦେଇଛନ୍ତି । ଦଳର ଦୁଇ ଶୀର୍ଷ ନେତୃତ୍ୱଙ୍କ ଉପରକୁ ଅଙ୍ଗୁଳି ଉଠାଉଥିବା ବ୍ୟକ୍ତିଙ୍କୁ ଖୋଲାଖୋଲି ସମର୍ଥନ କରିବାକୁ ସେମାନେ ସାହାସ କରିନାହାନ୍ତି ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଗଣମାଧ୍ୟମକୁ ଅତି ଚତୁରତାର ସହ ପ୍ରତିକ୍ରିୟା ଦେଇଛନ୍ତି । ମନକଥା ଖୋଲି ଚିଠି ଲେଖିବାରେ ସମସ୍ତଙ୍କର ଅଧିକାର ଅଛି । ସେଭଳି ଗୁରୁତ୍ୱପୂର୍ଣ୍ଣ କଥାରେ ମ୍ୟାଡାମ୍ ଙ୍କୁ ଚିଠି ଲେଖିଲେ ସେ ଉତ୍ତର ଦିଅନ୍ତି । ମୋତେ ବହୁତ ଥର ଏମିତି ଉତ୍ତର ଦେଇଛନ୍ତି । ମାତ୍ର ଏହା କେହି ଜାଣନ୍ତି ନାହିଁ । ହେଲେ ମୋକିମ୍ ବାବୁ ଦେଇଥିବା ଚିଠି ଗଣମାଧ୍ୟମକୁ ଲିକ୍ ହେବା ଠିକ୍ ହୋଇନାହିଁ । ଏହା ଦୁଃଖଦାୟକ ବୋଲି ଶ୍ରୀ ଜେନା କହିଛନ୍ତି ।

ଅନ୍ୟତମ ବରିଷ୍ଠ ନେତା ସୁରେଶ ରାଉତରାୟ ଏବଂ ଅନନ୍ତ ସେଠୀ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ମୋକିମ୍ ଯାହା କଲେ ଠିକ୍ ହେଲା ନାହିଁ । ଚିଠି ଗଣମାଧ୍ୟମରେ ଆସିବା ଯୋଗୁଁ ଦଳର କ୍ଷତି ହେଲା । ଏହାଦ୍ୱାରା ସେ ତାଙ୍କ ଝିଅର କ୍ୟାରିୟର୍ ନଷ୍ଟ କରୁଛନ୍ତି । ଶ୍ରୀ ସେଠୀ କହିଛନ୍ତି, ଚିଠି ଲେଖି ସମସ୍ୟା କହିବାରେ ଅସୁବିଧା ନାହିଁ । ମାତ୍ର ଏହା ପ୍ରେସ୍ କୁ ଆସିବା ଠିକ୍ ହୋଇନାହିଁ । ତାହାକୁ ମୁଁ ନାପସନ୍ଦ କରୁଛି ।

ଭକ୍ତ ଦାସଙ୍କ କାର୍ଯ୍ୟକଳାପରେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ଭଳି ରାଜ୍ୟ କଂଗ୍ରେସର ତୁଙ୍ଗ ନେତାଙ୍କଠାରୁ ଆରମ୍ଭ କରି ବିଧାୟକ ରମେଶ ଜେନା, ସୋଫିଆ ଫିରଦୋସ୍ କେହି ସନ୍ତୁଷ୍ଟ ନାହାନ୍ତି । ସମସ୍ତଙ୍କୁ ଏକାଠି ଧରି ନୂଆପଡ଼ା ଉପନିର୍ବାଚନ ସାମନା କରିବାରେ ଭକ୍ତ ବିଫଳ ହୋଇଛନ୍ତି । ଏହା ଦଳକୁ ବହୁତ କ୍ଷତି କଲା । ପିସିସି ସଭାପତିରୁ ବଞ୍ଚିତ ହେଲା ପରେ ମହମ୍ମଦ ମୋକିମ୍ ସ୍ୱାଭାବିକ ଭାବେ ଭକ୍ତ ଦାସଙ୍କର ବିରୋଧୀ ହୋଇପାରନ୍ତି । ମାତ୍ର ତାଙ୍କ ଉପରେ ରାଗ ସୁଜାଇବାକୁ ଯାଇ ଝିଅ ସୋଫିଆଙ୍କୁ ଅଣଦେଖା କରିବା ଠିକ୍ ହୋଇନାହିଁ ବୋଲି କୁହାଯାଉଛି ।

ସେହିଭଳି ଉପନିର୍ବାଚନ ହାରିବା ପରେ ଭକ୍ତଙ୍କ ବିଭୀଷଣ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା । ମୋକିମ୍ ନିଜ ଦେହକୁ ଏହା ନେଇଥିଲେ । ସାଙ୍ଗରେ ବିଧାୟକ ରମେଶ ଜେନାଙ୍କୁ ବି ଯୋଡ଼ିଥିଲେ । ଗଣମାଧ୍ୟମ ପ୍ରଶ୍ନ ଏଡିଟ୍ କରାଯାଇ ଉତ୍ତରକୁ କଦର୍ଥ କରାଯାଇଛି ବୋଲି ଭକ୍ତଙ୍କ ସଫେଇ ସେମାନଙ୍କୁ ଶାନ୍ତ କରିପାରିନାହିଁ । ଏହି ବିବାଦର ସମାଧାନ ହେବା ପରିବର୍ତ୍ତେ ଥାନାକୁ ମାମଲା ଯାଇଛି । ବିଧାୟକ ରମେଶ ଜେନାଙ୍କ ବିରୋଧରେ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସଙ୍କ ଏତଲା କଂଗ୍ରେସ ଗୋଷ୍ଠୀ କନ୍ଦଳକୁ ତୀବ୍ର କରିଛି । ଏହି ଦୃଶ୍ୟପଟରେ ମୋକିମ୍ ଙ୍କ ପଛରେ ଅଧିକାଂଶ ନେତଙ୍କ ସମର୍ଥନ ରହୁଛି । ତେବେ ମୋକିମ୍ କେନ୍ଦ୍ରୀୟ ନେତୃତ୍ୱକୁ ମାଡ଼ କରିବା ସେମାନଙ୍କୁ ଅସୁବିଧାରେ ପକାଇଛି ।

ଉଲ୍ଲେଖ ଥାଉକି, ମୋକିମ୍ ଙ୍କ ବିରୋଧରେ ଦଳୀୟ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଦଳ ପକ୍ଷରୁ ସେଭଳି କୌଣସି ସୂଚନା ଆସିନାହିଁ । ସେହିଭଳି ମୋକିମ୍ ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ମଧ୍ୟ କୁହାଯାଉଛି । ମାତ୍ର ମୋକିମ୍ ଏହାକୁ ଏଡ଼ାଇ ଦେଇଛନ୍ତି । ସେପଟେ ସୋନିଆଙ୍କୁ ମୋକିମ୍ ଙ୍କ ଚିଠି ନେଇ ଦିଲ୍ଲୀ ଗସ୍ତରେ ଥିବା ପିସିସି ସଭାପତି ଶ୍ରୀ ଦାସଙ୍କର ପ୍ରତିକ୍ରିୟା ଆସିନାହିଁ ।

Previous Post

କିଟକୁ ମର୍ଯ୍ୟାଦାଜନକ ସିଆଇଆଇ ପୁରସ୍କାର

Next Post

ମହାନଦୀ ସଙ୍କଟ: ବିଜେଡ-ବିଜେପି ମୁହାଁମୁହିଁ

Next Post
ମହାନଦୀ ସଙ୍କଟ: ବିଜେଡ-ବିଜେପି ମୁହାଁମୁହିଁ

ମହାନଦୀ ସଙ୍କଟ: ବିଜେଡ-ବିଜେପି ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA