Saturday, May 9, 2026 12:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଙ୍ଗଳା ପାଇଁ ପାଗେଳା !

ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି

by Samar Pradhan
17 Dec, 2025- 11:46 AM
in Latest News, News
1 min read
0
ବଙ୍ଗଳା ପାଇଁ ପାଗେଳା !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ଭିଆଇପି ବଙ୍ଗଳା ଖବରକୁ ନେଇ ଏବେ ରୋଚକ ସ୍ଥିତି । ଗଣମାଧ୍ୟମରେ ଖବରଟି ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଆତ୍ମଘୋଷିତ ଭାବମୂର୍ତ୍ତି ରକ୍ଷାକାରୀମାନଙ୍କ ମୁଣ୍ଡ ଖରାପ । ଦିଲ୍ଲୀରେ ବଙ୍ଗଳା ନେଇଥିବା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକା ଏବଂ ଦିଲ୍ଲୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀଙ୍କ ହୋଟେଲ ରହଣି ଖର୍ଚ୍ଚ ସହ ବଙ୍ଗଳା ଖର୍ଚ୍ଚର ଏକ ତୁଳନାତ୍ମକ ତଥ୍ୟ ଚାରିଆଡ଼େ ବଣ୍ଟା ଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜଣେ ମହାନ୍ ବ୍ୟକ୍ତି ଏବଂ ଯାହା କରୁଛନ୍ତି ରାଜ୍ୟର ସ୍ୱାର୍ଥ ପାଇଁ କରୁଛନ୍ତି ବୋଲି ସାଧାରଣରେ ବାର୍ତ୍ତା ଦେବାକୁ ଉଦ୍ୟମ ହୋଇଛି ।

କଥାଟି, ମନ୍ଦିରରେ କିଏ ନା ମୁଁ କଦଳୀ ଖାଇନି ଭଳି ହୋଇଛି । ପ୍ରଥମତଃ, ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବଙ୍ଗଳା ନେଇଥିବାରୁ ଗଣମାଧ୍ୟମରେ ଖବର ହେବା ସ୍ୱାଭାବିକ । ଏହା ଖବର ହୋଇଛି, ପ୍ରସଙ୍ଗ ହୋଇନି । ତେଣୁ ତାକୁ ନେଇ ବ୍ୟତିବ୍ୟସ୍ତ ହେବାର କାରଣ ନାହିଁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ଭବତଃ ଦେଖେଇ ହେବା ପାଇଁ କିଛି ପାଖଲୋକ ଏହାକୁ ପ୍ରସଙ୍ଗ କରିବାକୁ ଉଦ୍ୟମ କରିଛନ୍ତି । ଦିଲ୍ଲୀରେ ବଙ୍ଗଳା ନେଇଥିବା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗଲେ ତାଙ୍କର ହୋଟେଲ ରହଣି ଖର୍ଚ୍ଚର ହିସାବ କରିଛନ୍ତି । ବଙ୍ଗଳାରେ ରହିଲେ କେତେ ଖର୍ଚ୍ଚ ବଞ୍ଚିବ ତାହାର ହିସାବ ମଧ୍ୟ ବାହାର କରିଛନ୍ତି ।

ସୂଚନା ଅନୁଯାୟୀ, ପ୍ରସ୍ତୁତ ଏହି ତଥ୍ୟକୁ ପ୍ରମୁଖ ଗଣମାଧ୍ୟମଗୁଡ଼ିକରେ ବାହାର କରିବା ପାଇଁ ପ୍ରସ୍ତୁତକାରୀମାନେ ଯୋଗାଯୋଗ କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ସ୍ୱାଭାବିକ ଭାବେ ଏକ ଅପ୍ରାସଙ୍ଗିକ ଖବରକୁ ନେବା ପାଇଁ ଗଣମାଧ୍ୟମ ସଂସ୍ଥା ମନା କରିଦେଇଥିଲେ । ଏହାପରେ ସୋସିଆଲ୍ ମିଡିଆରେ ଏହି ତଥ୍ୟକୁ ସେୟାର କରାଯିବା ସହ କିଛି ଛୋଟଛୋଟ ମିଡିଆରେ ଏହାକୁ ଖବର କରି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବଙ୍ଗଳାର ଯଥାର୍ଥତା ପ୍ରତିପାଦିତ କରିବାକୁ ଉଦ୍ୟମ କରାଯାଇଛି ।

ଏହାକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । କଥା ଉଖୁରା ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବଙ୍ଗଳା ନେବାର ଯଥାର୍ଥତା ଉପରେ ପ୍ରଶ୍ନ ଉଠିଲାଣି ।

ପ୍ରଥମତଃ, ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀରେ ବଙ୍ଗଳା ନେବାର ନିୟମ ନାହିଁ କି ଆବଶ୍ୟକତା ନାହିଁ । ଯଦି ସେମିତି ଅଛି ତାହାର ଚିଠି ଦେଖାଯିବ କି? ଯଦି ନାହିଁ, ଅନ୍ୟ ରାଜ୍ୟର କେଉଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବଙ୍ଗଳା ନେବା ଅର୍ଥ ନୁହେଁ ଯେ ତାହା ନିୟମ ହୋଇଗଲା । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯଦି ଏହାର ବ୍ୟତିକ୍ରମ ସାଜିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଯେ ସେଇ ରାସ୍ତାରେ ଯିବେ ତାହା ନୁହେଁ । କିଏ ଚୋରି କରୁଛି ବୋଲି ମୁଁ କ’ଣ ଚୋରି କରିବି? ସୁତରାଂ ଏକ ବ୍ୟତିକ୍ରମକୁ ମୁଖ୍ୟମନ୍ତ୍ରୀ ଆଇନ ଭାବିବା ଠିକ୍ ନୁହେଁ ।

ଦ୍ୱିତୀୟତଃ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଗଲେ ଅଶୋକା ହୋଟେଲ କି ଅନ୍ୟ ଫାଇଭ୍ ସେଭେନ୍ ଷ୍ଟାର୍ ହୋଟେଲରେ ରହିବା ପାଇଁ କୋଉଠି ନିୟମ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରହଣି ପାଇଁ ଓଡ଼ିଶା ଭବନରେ ସୁଇଟ୍ ଅଛି । ସରକାରୀ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଅନ୍ୟ ଯେଉଁଠି ଚାହିଁଲେ ରହିପାରିବେ । ତାଙ୍କର ଭାବମୂର୍ତ୍ତି ରକ୍ଷାକାରୀମାନେ ଏହି କଥାଟିକୁ ବୋଧହୁଏ ଭୁଲିଯାଇ ଅଯଥା ବଙ୍ଗଳା ସହ ହୋଟେଲ ଖର୍ଚ୍ଚର ତୁଳନା କରିଛନ୍ତି । (ଅବଶ୍ୟ ବଙ୍ଗଳା ଖର୍ଚ୍ଚ ହିସାବ ବେଳେ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ୧ ପ୍ଲାଟୁନ୍ ଫୋର୍ସର ଖର୍ଚ୍ଚ ହିସାବ ନାହିଁ) । ତା’ ଅର୍ଥ କ’ଣ ମୁଖ୍ୟମନ୍ତ୍ରୀ ଯେତେବେଳେ ବି ଦିଲ୍ଲୀ ଗଲେ ବଡ଼ ଷ୍ଟାର୍ ହୋଟେଲରେ ରହିବା ତାଙ୍କର ପସନ୍ଦ ଏବଂ ନିଜର ବଙ୍ଗଳା ନହେଲେ ସେଇ ହୋଟେଲରେ ହିଁ ରହୁଥିବେ?

ଏହାର ଉତ୍ତର ନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ଖବରରେ ଏମିତି ପାଗେଳା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ଏହାକୁ ଭୁଲ୍ ପିଆର୍ ମ୍ୟାନେଜମେଣ୍ଟ ବୋଲି ଆକ୍ଷେପ କରିଛନ୍ତି ।

Previous Post

ଦୁଲାଲ ମିଶ୍ରଙ୍କ ସମର୍ପିତ ସାମ୍ବାଦିକତା ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ

Next Post

ସୁଦାନରୁ ଫେରିଲେ ଆଦର୍ଶ ବେହେରା

Next Post
ସୁଦାନରୁ ଫେରିଲେ ଆଦର୍ଶ ବେହେରା

ସୁଦାନରୁ ଫେରିଲେ ଆଦର୍ଶ ବେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA