Saturday, May 9, 2026 12:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଲାଲ ମିଶ୍ରଙ୍କ ସମର୍ପିତ ସାମ୍ବାଦିକତା ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ

by Our Correspondent
16 Dec, 2025- 09:08 PM
in News
1 min read
0
ଦୁଲାଲ ମିଶ୍ରଙ୍କ ସମର୍ପିତ ସାମ୍ବାଦିକତା ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ

ଭୁବନେଶ୍ୱର: ନିଷ୍ଠା ଓ ସମର୍ପିତ ସାମ୍ବାଦିକତା କ୍ଷେତ୍ରରେ ଦୁଲାଲ ମିଶ୍ର ଅନ୍ୟତମ ବିନ୍ଧାଣୀ ଥିଲେ । ସତୁରୀ ଦଶକ ପୂର୍ବରୁ ସେ ନିଷ୍ଠାର ସହ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ ଏବଂ ଶେଷ ସମୟ ପର୍ଯ୍ୟନ୍ତ ସାମ୍ବାଦିକତାରେ ବ୍ରତୀ ରହିଥିଲେ । ତାଙ୍କର ସମଗ୍ର ଜୀବନ କାଳ ସମର୍ପିତ ସାମ୍ବାଦିକତାରେ ହିଁ ଅତିବାହିତ ହୋଇଥିଲା । ବର୍ତ୍ତମାନର ଯୁବପିଢି ସାମ୍ବାଦିକମାନେ ତାଙ୍କର ସମର୍ପିତ ସାମ୍ବାଦିକତାରେ ଅନୁପ୍ରାଣିତ ହେଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ବହୁ ବିଶିଷ୍ଟ ସାମ୍ବାଦିକ ମତବ୍ୟକ୍ତ କରିଛନ୍ତି ।

ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ବିୟୋଗରେ ମଙ୍ଗଳବାର ଅପରାହ୍ନରେ ଲୋକସେବା ଭବନସ୍ଥିତ ପ୍ରେସ୍ ଲାଉଞ୍ଜରେ ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସାମ୍ବାଦିକ ସ୍ୱର୍ଗତ ମିଶ୍ର ୧୯୭୧ ବାଲାଂଦେଶ ଯୁଦ୍ଧ ସମୟରେ କଟକରେ ରହି ‘ମାତୃଭୂମି’ ଖବରକାଗଜରେ ଯୁଦ୍ଧ ବିଷୟରେ ରିପୋର୍ଟିଂ କରିଥିଲେ ଯାହା ସେ ସମୟରେ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା ବୋଲି ମତପ୍ରକାଶ ପାଇଥିଲା । ସେହିପରି ‘କଳିଙ୍ଗ ମେଲ୍’, ‘ଦିନଲିପି’, ‘ଜନଭାଷା’ ଏବଂ ‘ଆଜିକାଲି’ ଭଳି ଅନେକ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସହ ସେ ଜଡ଼ିତ ରହିଥିଲେ ଏବଂ ଏହାର ସମ୍ପାଦନା ଦାୟିତ୍ୱ ମଧ୍ୟ ନିଷ୍ଠା ଓ ଦକ୍ଷତାର ସହ ତୁଲାଇଥିଲେ ।

ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ରହିଛି ଯାହା ଯୁବପିଢିର ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତପ୍ରକାଶ ପାଇଥିଲା । ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ବିଜୟ ପଣ୍ଡା, ସଞ୍ଜୟ ପ୍ରଧାନ, ବିପିନ ସିଂ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସର୍ବେଶ୍ୱର ବର୍ଦ୍ଧନ, ମହେଶ୍ୱର ରଥ, ମାଧବାନନ୍ଦ ବେହୁରା, ଅବିନାଶ ମିଶ୍ର, ହରପ୍ରସାଦ ଦାସ, ବଳରାମ ପ୍ରସାଦ ନନ୍ଦ, କିଶୋର ମଙ୍ଗରାଜ, ରାଜକିଶୋର ଦାସ, ସନାତନ ଦଳବେହେରା, ସୁବାସ ସ୍ୱାଇଁ, ବିବେକାନନ୍ଦ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସାମ୍ବାଦିକତା କ୍ଷେତ୍ରରେ ବହୁମୁଖୀ ପ୍ରତିଭା ଓ ଅବଦାନ ସମ୍ପର୍କରେ ସ୍ମୃତି•ରଣ କରିଥିଲେ । ଏହି ଶୋକସଭାରେ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

Previous Post

ହାଇକୋର୍ଟଙ୍କ ପ୍ରଶ୍ନ: କେବଳ କିଟ୍ କୁ କାହିଁକି?

Next Post

ବଙ୍ଗଳା ପାଇଁ ପାଗେଳା !

Next Post
ବଙ୍ଗଳା ପାଇଁ ପାଗେଳା !

ବଙ୍ଗଳା ପାଇଁ ପାଗେଳା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA