Friday, May 8, 2026 11:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁଦାନରୁ ଫେରିଲେ ଆଦର୍ଶ ବେହେରା

by Our Correspondent
17 Dec, 2025- 07:16 PM
in Latest News, News
1 min read
0
ସୁଦାନରୁ ଫେରିଲେ ଆଦର୍ଶ ବେହେରା

ଭୁବନେଶ୍ୱର: ଆଫ୍ରିକୀୟ ଦେଶ ସୁଦାନକୁ କାମ କରିବାକୁ ଯାଇ ସେଠାରେ ନିଖୋଜ ହୋଇଯାଇଥିବା ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଯୁବକ ଆଦର୍ଶ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ଆତ୍ମୀୟ ଓ ପରିବାର ଲୋକଙ୍କୁ ଦେଖି ଖୁସିରେ ଭୋ ଭୋ କାନ୍ଦି ପକାଇଥିଲେ । ଗଣମାଧ୍ୟମ ପ୍ରଶ୍ନରେ ସେ ତାଙ୍କ ଅପହରଣ କାହାଣୀ କହିଥିଲେ । ଅପହର୍ତ୍ତାମାନେ ତାଙ୍କୁ ଏକ ମାସ ଧରି ଅନ୍ଧାର ଘରେ ବନ୍ଦୀ କରି ରଖିଥିଲେ । ବେଳେ ବେଳେ ମାଂସ ଖାଇବାକୁ ଦେଉଥିଲେ । ହେଲେ ଭାତ ଦେଉ ନ ଥିଲେ । ମୁଁ ତିନିବର୍ଷ ହେଲା ଭାତ ଖାଇନି । ଆଜି ଘରକୁ ଗଲେ ପଖାଳ ଆଉ ଶାଗ ଭଜା ଖାଇବି ବୋଲି ଛଳ ଛଳ ଆଖିରେ କହିଥିଲେ ଆଦର୍ଶ ।

ଆଦର୍ଶ ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍ ଫାସର୍ ସହରରେ ନିଖୋଜ ଥିଲେ । ଭାରତ ସରକାର ତାଙ୍କୁ ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଉଦ୍ଧାର କରିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଏହି ଯୁବକ ୨୦୨୨ ମସିହାରୁ ସୁଦାନରେ କାମ କରୁଥିଲେ । ପରେ ସେ ନିଖୋଜ ହୋଇଯାଇଥିବା ତାଙ୍କ ପରିବାର ଲୋକଙ୍କ ପାଖକୁ ଖବର ଆସିଥିଲା ।

ଆଦର୍ଶଙ୍କ କହିବାନୁଯାୟୀ, ସେଠାରେ ଆତଙ୍କବାଦୀମାନେ ତାଙ୍କୁ, ସେ କାମ କରୁଥିବା କମ୍ପାନୀର ମାଲିକଙ୍କ ସମେତ ୩ ଜଣଙ୍କୁ ଅପହରଣ କରିନେଇଥିଲେ । ପରେ ଅନ୍ୟ ଦୁଇଜଣଙ୍କୁ ଛାଡ଼ିଦେଇଥିଲେ ମଧ୍ୟ ତାଙ୍କୁ ଭାରତୀୟ ଜାଣି ଛାଡ଼ି ନ ଥିଲେ । ତାଙ୍କୁ ପ୍ରଥମେ ଜଙ୍ଗଲରେ ରଖିଥିଲେ । ଖାଇବାକୁ ନ ଦେଇ ମାଡ଼ ମାରୁଥିଲେ । ସେଠାରୁ ଗୋଟିଏ ଘରକୁ ନେଇ ମାସେ କାଳ ଅନ୍ଧାରରେ ରଖିଥିଲେ । ଅପହରଣକାରୀମାନେ ବାରମ୍ବାର ତାଙ୍କୁ ଶାହାରୁଖ ଖାନ୍ ଙ୍କ ବିଷୟରେ ପଚାରୁଥିଲେ । ସେଠାରୁ ସେ ଜୀବନ ନେଇ ଆଉ ଜନ୍ମମାଟିକୁ ଫେରିବେ ଏ ବିଶ୍ୱାସ ତାଙ୍କର ନ ଥିଲା ।

ଆଦର୍ଶଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପତ୍ନୀ ଏବଂ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ରାଜ୍ୟ ସରକାର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପତ୍ର ଲେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଏଥିସହିତ ନୂଆଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ମଧ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ପତ୍ରଲେଖି ସୁଦାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହି ଆଦର୍ଶଙ୍କ ଖୋଜ୍ ଖବର ନେବା ଏବଂ ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ ।

ଆଜି ଆଦର୍ଶଙ୍କ ଫେରିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଦେଇ ସେ କହିଛନ୍ତି, ମୋ ମାଟିକୁ ମୁଁ ନିରାପଦ ଭାବେ ଫେରି ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ ଓ ପରିବାର ଋଣୀ’ ।

Previous Post

ବଙ୍ଗଳା ପାଇଁ ପାଗେଳା !

Next Post

ମୋତେ ଘର ବାହୁଡ଼ା ପରି ଲାଗୁଛି: ମୁଖ୍ୟମନ୍ତ୍ରୀ

Next Post
ମୋତେ ଘର ବାହୁଡ଼ା ପରି ଲାଗୁଛି: ମୁଖ୍ୟମନ୍ତ୍ରୀ

ମୋତେ ଘର ବାହୁଡ଼ା ପରି ଲାଗୁଛି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA