Friday, June 5, 2026 10:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଟିଭିକୁ ଚେତାବନୀ ଦେଲେ କିସ୍ ଅଭିଭାବକ ସଂଘ

କିସ୍‌ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ବରଦାସ୍ତ କରିବୁ ନାହିଁ

by Our Correspondent
22 Dec, 2025- 11:39 PM
in Latest News, News
1 min read
0
ଓଟିଭିକୁ ଚେତାବନୀ ଦେଲେ କିସ୍ ଅଭିଭାବକ ସଂଘ
Spread the love

ଭୁବନେଶ୍ୱର: କିସ୍‌ରେ ଘଟିଯାଇଥିବା ଅଭାବନୀୟ ଘଟଣା ପରିପ୍ରେକ୍ଷୀରେ କିସ୍‌ ଆଦିବାସୀ ଅଭିଭାବକ ସଂଘ (କାପା) ପକ୍ଷରୁ ଆଜି ଏକ ପ୍ରେସ ରିଲିଜ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଏହି ଘଟଣାରେ ପୋଲିସ୍‌ ଓ ପ୍ରଶାସନ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ଏଥିରେ ଆମ ସଂଘର କିଛି କହିବାର ନାହିଁ କିମ୍ବା କରିବାର ନାହିଁ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‌ ସୁଚିନ୍ତିତ ଓ ସୁପରିକଳ୍ପିତ ଭାବେ କିସ୍‌କୁ ବନ୍ଦ କରିବା ସହ ଆମ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର ଚଳାଇଛି ସେ ନେଇ ଆମେ ରାଜ୍ୟବ୍ୟାପୀ ଏହି ଟିଭି ଚ୍ୟାନେଲ୍‌ ବିରୋଧରେ ଆନ୍ଦୋଳନ କରିବା ସହ ୮ଲକ୍ଷ ଜନଜାତି ପରିବାର ଏହି ଟିଭି ଦେଖିବା ବନ୍ଦ କରିବୁ । ଆବଶ୍ୟକ ହେଲେ ଏହି ଟିଭି ଚ୍ୟାନେଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଚ୍ୟାନେଲ୍‌ର ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଥିବା ରିପୋର୍ଟରଙ୍କୁ ଦୃଢ଼ ବିରୋଧ କରିବୁ କାପା ପକ୍ଷରୁ ଚେତାଇ ଦିଆଯାଇଛି । ସଂଘର ସଭାପତି ରାମ ଶବର ଓ ସମ୍ପାଦକ ଲମ୍ବୋଦର ସିଂହ କହିଛନ୍ତି, କିସ୍‌ ହେଉଛି ଜନଜାତିଙ୍କ ବିକାଶର ମାର୍ଗ । କିସ୍‌ରୁ ପାଠପଢ଼ି ୪୦ ହଜାର ଆଦିବାସୀ ପିଲା ବିଭିନ୍ନ କ୍ଷେତ୍ରରେ ଆର୍ଥିକ ଓ ସାମାଜିକ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି ।

ଏବେ ଏଠାରେ ପ୍ରାୟ ୪୦ ହଜାର ପିଲା ପାଠ ପଢ଼ୁଛନ୍ତି । ଆମ ପିଲାମାନେ ଏଠାରେ ଶାନ୍ତି ଶୃଙ୍ଖଳାରେ ରହି ଶିକ୍ଷାଲାଭ କରୁଛନ୍ତି । ଏହି ଛାତ୍ରଛାତ୍ରୀକୁ ସଂପୃକ୍ତ ଚ୍ୟାନେଲ୍‌ ଅସ୍ତବ୍ୟସ୍ତ କରିଦେଲାଣି । ସେମାନଙ୍କୁ ଟିଭି ପ୍ରସାରଣ ମାଧ୍ୟମରେ ମାନସିକ ନିର୍ଯାତନା ଦେଇ ଆସୁଛି । ଗତ ୧୦ ଦିନ ହେଲା କିସ୍‌କୁ ବଦନାମ କରିବା ପାଇଁ ଲାଗି ପଡ଼ିଛି । ଏପରିକି କିସ୍‌ର ଦୈନନ୍ଦୀନ କାର୍ଯ୍ୟରେ ଜଡ଼ିତ ନଥିବା ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର କରିଚାଲିଛି । କୌଣସି ସଭ୍ୟ ସମାଜରେ ଏଭଳି ଅସଭ୍ୟ ଟିଭି ଚ୍ୟାନେଲ୍‌ ଦେଖାଯାଏ ନାହିଁ । ଗୋଟିଏ ଅଭାବନୀୟ ଘଟଣାକୁ ବାହାନା କରି କିସ୍‌ ବିରୋଧରେ ନାନାଦି ମିଛ ଖବରର ପାହାଡ଼ ସୃଷ୍ଟିକରି ଓ କୁତ୍ସାରଟନା କରିଚାଲିଛି ।

ଆଦିବାସୀମାନେ ପାଠ ପଢ଼ି ମଣିଷ ହେବା କଣ ଭୁଲ? ଆଦିବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଯେଉଁ ବ୍ୟକ୍ତି ଆଣୁଛନ୍ତି ସେ କଣ ଭୁଲ କି ବୋଲି କାପା ପ୍ରଶ୍ନ କରିଛି । ଏ ନେଇ କାପା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କିସ୍‌ ଓ କିସ୍‌ରେ ପାଠ ପଢ଼ୁଥିବା ସେମାନଙ୍କ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ନିବେଦନ କରାଯାଇଛି । କିସ୍‌ ବିରୋଧରେ ଏଭଳି ବିଭ୍ରାନ୍ତିକର, ଅମୂଳକ, ମିଥ୍ୟା, ମନଗଢ଼ା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ ଓଟିଭି କ୍ଷାନ୍ତ ନ ରହିଲେ ଆସନ୍ତା ଦିନରେ ସେମାନେ ଓଟିଭି ଅଫିସ୍‌ ସମ୍ମୁଖରେ ଧାରଣା ଦେବା ସହ କିସ୍‌ରେ ପଢ଼ୁଥିବା ସେମାନଙ୍କ ପିଲାମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବା ସହ ୩୦ ଜିଲ୍ଲାରେ ଓଟିଭି ବିରୋଧରେ ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି ।

ଆଜି କିସ୍‌ ଆଦିବାସୀ ଅଭିଭାବକ ସଂଘ ପକ୍ଷରୁ ଭୁବନେଶ୍ୱରରେ ଏକ ବୈଠକ କରାଯାଇଥିଲା । ଏଥିରେ ପ୍ରତ୍ୟେକ ଜିଲ୍ଲାରୁ କାପାର ଜିଲ୍ଲା କର୍ମକର୍ତ୍ତା, ଅଭିଭାବକ ସଂଘ ପ୍ରତିନିଧି ଓ ରାଜ୍ୟ ପ୍ରତିନିଧିଙ୍କୁ ମିଶାଇ ୫ଶହରୁ ଊଦ୍ଧ୍ୱର୍ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Previous Post

ସୁଜାତାଙ୍କ ବିନା ଅନ୍ୟ ଗତି ନାହିଁ !

Next Post

୬୭ ହଜାର କୋଟିର ନିବେଶ, ୫୬ ହଜାର ନିଯୁକ୍ତି ସୁଯୋଗ

Next Post
୬୭ ହଜାର କୋଟିର ନିବେଶ, ୫୬ ହଜାର ନିଯୁକ୍ତି ସୁଯୋଗ

୬୭ ହଜାର କୋଟିର ନିବେଶ, ୫୬ ହଜାର ନିଯୁକ୍ତି ସୁଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA