Saturday, May 9, 2026 01:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚା, ଗୁଜବକୁ ଖାତିର କଲେନି

ବିଜେଡି ରହିଛି, ୧୦୦ ବର୍ଷ ରହିବ: ନବୀନ

by Our Correspondent
26 Dec, 2025- 03:48 PM
in Latest News, News, Politics
1 min read
0
ଚର୍ଚ୍ଚା, ଗୁଜବକୁ ଖାତିର କଲେନି

ଭୁବନେଶ୍ୱର: ସୁଜାତା କାର୍ତ୍ତିକେୟନଙ୍କ ସମ୍ଭାବ୍ୟ ବିଜେଡି ଆଗମନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବିଜେଡି ଭାଙ୍ଗିଯିବ ଭାଙ୍ଗିଯିବ ବୋଲି ହେଉଥିବା ଗୁଜବ ଓ ଚର୍ଚ୍ଚାର ଜବାବ ଦେଇଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିଜୁ ଜନତା ଦଳ ଜଣେ କି ଦୁଇଜଣ ନେତାଙ୍କ ଦଳ ନୁହେଁ । ଓଡ଼ିଆଙ୍କ ଆକାଂକ୍ଷା ଓ ସ୍ୱାଭିମାନକୁ ନେଇ ଏକ ଜନ ଆନେ୍ଦାଳନ । ବିଜେଡି ରହିଛି ଏବଂ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱର ହୋଇ ରହିବ ।

ଆଜି ଶଙ୍ଖଭବନରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳନ ମଞ୍ଚରୁ ନବୀନଙ୍କର ଏହି ମନ୍ତବ୍ୟ ଖୋଦ୍ ଦଳ ଭିତରେ ମୁଣ୍ଡ ଟେକିଥିବା ତଥାକଥିତ ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କ ପାଇଁ ବେଶୀ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ବୋଧହୁଏ ଏୟା କହିବାକୁ ଚାହିଁଛନ୍ତି ଯେ ବିଜେଡି ତାଙ୍କ ନେତୃତ୍ୱରେ ସୁଦୃଢ଼ ହୋଇ ରହିଛି । ତାଙ୍କର ନିଷ୍ପତ୍ତିକୁ କେହି ବିରୋଧ କରି ଦଳ ଭାଙ୍ଗିପାରିବେ ନାହିଁ । ଆଜି କ’ଣ ୧୦୦ ବର୍ଷ ପାଇଁ ମଧ୍ୟ ଏହା ସମ୍ଭବ ନୁହେଁ  ।

ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ, ଗଣତନ୍ତ୍ରରେ ହାରଜିତ୍ ରହିଛି । କିନ୍ତୁ କିଛି ଲୋକ ଓ କିଛି ଦଳ ଏବେ ବିଜେଡିକୁ ନେଇ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗିଯିବ ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି । କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ଜଡ଼ିତ । ବିଜେଡି ରହିଛି ଓ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱର ହୋଇ ରହିବ ।

ବିଜୁ ଜନତା ଦଳ କୁ ଏକ ସଫଳ ଆଞ୍ଚଳିକ ଦଳ ଭାବରେ ବର୍ଣ୍ଣନା କରି କହିଥିଲେ ଯେ ୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶ ରେ ଓଡିଶା ବାସୀଙ୍କ ସେବା କରିଚାଲିଛି। ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶାର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ। ଦାରିଦ୍ର୍ୟ, କ୍ଷୁଧା ,ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ। ସଫଳ ମଧ୍ୟ ହୋଇଛୁ। ଓଡିଶା କୁ ନୂଆ ପରିଚୟ ଦେଇଛୁ। ମା ମାନଙ୍କୁ ସଶକ୍ତ କରିଛୁ। ଚାଷୀଙ୍କ ରୋଜଗାର ଵୃଦ୍ଧି କରିଛୁ। ବିଏସକେୱାଇ ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟକୁ ପୁଞ୍ଜି ଆଣିଛୁ। ଯୁବ ସମାଜକୁ ନିଯୁକ୍ତି ଦେଇଛୁ। ଓଡିଶାକୁ ବିଜେଡି ସରକାର ନୂଆ ପରିଚୟ ଦେଇଛି।

ବର୍ତ୍ତମାନର ବିଜେପି ସରକାରର କାମ ଉପରେ ନବୀନ କହିଥିଲେ ଯେ ରାଜ୍ୟରେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି। କିନ୍ତୁ ବିକାଶ କାହିଁ?  ଏଵେ ଚାଷୀକୁ ସାର ମିଳୁନି। ମଣ୍ଡି ଖୋଲୁନି। ମିଶନ ଶକ୍ତି ମା ମାନେ ହଇରାଣ। ଯୁବ ସମାଜ ହତାଶ। ଗତ ୧୮ ମାସରେ ୧୮ ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍ ହେଲାଣି। ଆଇନଶୃଙ୍ଖଳା କଥା ନ କହିବା ଭଲ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏପରିକି ଛୋଟ ଛୋଟ ଝିଅ ମାନେ ମଧ୍ୟ ନିରାପଦ ନୁଁହନ୍ତି। ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ।

ଯୁବ ସମାଜକୁ ଦଳର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି କହିଥିଲେ ଯେ ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡି ର ମନ୍ତ୍ର। ବିକାଶ ଆମର ପରିଚୟ। ତେଣୁ ବିଜେଡିର ଯୁବ ବନ୍ଧୁମାନେ ସୋସିଆଲ୍ ମିଡିଆରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରିବାକୁ ଆହ୍ୱାନ ଜଣାଇଥିଲେ।

Previous Post

କର୍ଣ୍ଣାଟକର ସମୃଦ୍ଧି ତ୍ରିପାଠୀ କିଟ୍ ନହ୍ନିପରୀ ୨୦୨୫

Next Post

ମେ ୨୯କୁ ମନେ ପକେଇଲେ ପ୍ରଭାତ ବିଶ୍ୱାଳ

Next Post
ମେ ୨୯କୁ ମନେ ପକେଇଲେ ପ୍ରଭାତ ବିଶ୍ୱାଳ

ମେ ୨୯କୁ ମନେ ପକେଇଲେ ପ୍ରଭାତ ବିଶ୍ୱାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA