Friday, May 8, 2026 11:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖେଳ କ’ଣ ଏଇଠୁ ଆରମ୍ଭ?

'ମିଡ୍ ଡେ ଅପରେସନ'ର ଗୁମର କଥା!

by Samar Pradhan
19 Jan, 2026- 12:12 PM
in Latest News, News, Politics
1 min read
0
ଖେଳ କ’ଣ ଏଇଠୁ ଆରମ୍ଭ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଏବେ ଭାଇରାଲ୍ ହେଉଛି । ବର୍ଷେ ତଳେ ମୟୁରଭଞ୍ଜରେ ମକର ବନ୍ଧୁମିଳନର ଏହି ଫଟୋ ଆଜିକା ଦିନରେ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ସେହି ମହୋତ୍ସବର ଯୋଗାଡ଼ିଆ ଥିଲେ ବିଜେଡିର ଏକଦା ସର୍ବଶକ୍ତିମାନ ପ୍ରଣବ ପ୍ରକାଶ(ବବି) ଦାସ । ବିଜୟ ମହାପାତ୍ର ଓ ରବି ପାଣିଙ୍କୁ ଅତିଥି କରି ସେଠାକୁ ନେଇଥିଲେ । ଠିକ୍ ବର୍ଷକ ପରେ ଏହି ବିଜୟ ମହାପାତ୍ରଙ୍କୁ ‘ମିଡ୍ ଡେ ଅପରେସନ’ର ଖଳନାୟକ ବୋଲି ବିଜେଡି ଦର୍ଶାଇଛି । ବିଜେଡି ଟିକେଟରେ ଜିତିଥିବା ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଶ୍ୱାସଘାତକତା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିଛନ୍ତି । ପରେ ପରେ ବିଜେଡିର ଦୁଇ ଯାଜପୁରିଆ ନେତାଙ୍କୁ ବି ଦଳରୁ ବିଦା କରିଛନ୍ତି । ଏହି ଦୁଇ ନେତା ବବି ଦାସଙ୍କର ଅନୁଗତ । ବାକି ରହିଲେ ରବି ପାଣି । ଅରବିନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ସେ ରାଗି ଲାଲ୍ ପଡ଼ିଯାଇଛନ୍ତି । ବିଜୟ ମହାପାତ୍ରଙ୍କ ଘରକୁ ଯାଇ ଶାନ୍ତ୍ୱନା ଦେଇଛନ୍ତି ।

ସ୍ୱାଭାବିକ ଭାବରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଗତବର୍ଷର ମୟୁରଭଞ୍ଜ ମକର ବନ୍ଧୁ ମିଳନ ସହ ଏବେକାର ବିଜେଡି ରାଜନୈତିକ ଘଟଣାକ୍ରମର ସମ୍ପର୍କ କ’ଣ? ବବି ଦାସଙ୍କର କ’ଣ ଭୂମିକା?

ଉଲ୍ଲେଖଥାଉକି, ଦୁର୍ନୀତି ଏବଂ ବିଶ୍ୱାସଘାତକତା ଅଭିଯୋଗରେ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ନବୀନ ପଟ୍ଟନାୟକ ଦଳରୁ ବିଦା କରିଛନ୍ତି । ବିଜେଡିକୁ ଦୁର୍ବଳ କରିବା ଚକ୍ରାନ୍ତରେ ବିଜୟ ମହାପାତ୍ରଙ୍କ ସହ ଏ ଦୁହେଁ ଅଂଶୀଦାର ବୋଲି କୁହାଯାଇଛି । ଅରବିନ୍ଦ ଟିକେଟ ପାଇବା ପରଠାରୁ ହିଁ ବିଜେଡିକୁ ଦୁର୍ବଳ କରିବା ପାଇଁ ବାପାଙ୍କ ସହ ଲାଗି ପଡ଼ିଥିଲେ । ପାଟକୁରାରେ ବାପ ପୁଅଙ୍କର ଶାସନ ଚାଲିଥିଲା । ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ବିଧାୟକମାନଙ୍କ ପୃଥକ୍ ଗୋଷ୍ଠୀ କରିବା ପାଇଁ ବିଜୟ ମହାପାତ୍ର ଗୋଟିଚାଳନା କରୁଥିଲେ । ସନା ମହାକୁଡ଼ ପଇସା ଖଟାଇବାକୁ ପ୍ରସ୍ତୁତ ହୋଇସାରିଥିଲେ । ଦଳୀୟ ଗୁଇନ୍ଦା ଏହି ରିପୋର୍ଟ ଦେବା ପରେ ନବୀନ ପଟ୍ଟନାୟକ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଥିବା ବିଜେଡି ପକ୍ଷରୁ ଦାବି କରାଯାଇଛି ।

ଅରବିନ୍ଦ ମହାପାତ୍ର ଏହାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି ଏବଂ ଦିଲ୍ଲୀରୁ ଫେରିଲା ପରେ ପ୍ରେସ୍ ମିଟ୍ କରି ଜବାବ ଦେବେ ବୋଲି କହିଛନ୍ତି । ସୁତରାଂ ପ୍ରକୃତ ଘଟଣାକୁ ନେଇ ଜନସାଧାରଣ ଦ୍ୱନ୍ଦରେ ଅଛନ୍ତି । ବିଜୟ ମହାପାତ୍ରଙ୍କ ମିଶନ୍ କୁ ବିଜେଡି ‘ମିଡ୍ ଡେ ଅପରେସନ୍’ ର ଆଖ୍ୟା ଦେଇଥିଲା ବେଳେ ଗଣମାଧ୍ୟମ ତାହାର କିନ୍ତୁ ଖୋଳତାଡ଼ ପାଇଁ ବିଶେଷ ଆଗ୍ରହ ଦେଖାଇନାହାନ୍ତି । ଓଲଟି ନବୀନ ପଟ୍ଟନାୟକଙ୍କୁ ବିଶ୍ୱାସଘାତକତା ଦର୍ଶାଇବାକୁ କିଛି ତଥାକଥିତ ସମୀକ୍ଷକ ଲାଗିପଡ଼ିଛନ୍ତି । ବାପାଙ୍କ ଉପରେ ଥିବା ପୁରୁଣା ରାଗ ପୁଅ ଉପରେ ସୁଝାଇଛନ୍ତି ବୋଲି ସେମାନେ ବିଶ୍ଲେଷଣ କରୁଛନ୍ତି । ଉଭୟ ବାପ ପୁଅଙ୍କ ପ୍ରତି ସମବେଦନା ଯୋଗାଡ଼ ପାଇଁ ଉଦ୍ୟମ କରିଛନ୍ତି ।

ଏହି ରାଜନୈତିକ ଚର୍ଚ୍ଚା ଆଲୋଚନା ଭିତରେ ବାସ୍ତବ ଘଟଣା କ’ଣ ତାହା ସମସ୍ତେ ଜାଣିପାରୁନାହାନ୍ତି । ଆମେ ମଧ୍ୟ ଏହାର ସତ୍ୟ ଅନୁସନ୍ଧାନରେ ଖୋଳତାଡ଼ ଜାରି ରଖିଛୁ ।

ଇତିମଧ୍ୟରେ ଦିଲ୍ଲୀ ବିଜେପିର ବିଶ୍ୱସ୍ତ ସୂତ୍ରରୁ ଏକ ବଡ଼ ସୂଚନା ଆମର ହସ୍ତଗତ ହୋଇଛି । ବିଜେଡିର ତଥାକଥିତ ‘ମିଡ୍ ଡେ ଅପରେସନ୍’ ର କାହାଣୀ ଏହି ସୂଚନାରେ ପ୍ରାଞ୍ଜଳ ବର୍ଣ୍ଣିତ ହୋଇଛି ।

ମାସେ ତଳେ ଦିଲ୍ଲୀରେ ଏକ ବୈଠକରେ ଏକାଠି ହୋଇଥିଲେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ମହମ୍ମଦ ମୋକିମ୍ ଏବଂ ବବି ଦାସ । ଏହାପରେ ବେଶୀ ସକ୍ରିୟ ହୋଇଥିଲେ ବିଜୟ ମହାପାତ୍ର । ଓଡ଼ିଶା ଫେରି ବିଭିନ୍ନ ନେତାଙ୍କୁ ଭେଟିଥିଲେ । ଏହିକ୍ରମରେ ଝାରସୁଗୁଡ଼ାର ଏକ ହୋଟେଲରେ ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଲଙ୍କୁ ଭେଟିଥିଲେ । ସେହି ଗସ୍ତକାଳରେ ଆଉ ୩ ଜଣ ବିଜେଡି ବିଧାୟକ/ବିଧାୟିକାଙ୍କୁ ଭେଟିଥିଲେ । ସମସ୍ତଙ୍କୁ ଗୋଟେ କଥା କହିଥିଲେ ଯେ ଏହି ଦଳ(ବିଜେଡି)ରେ ଆଉ କିଛି ହବାର ନାହିଁ । ବିଜେଡିକୁ ପୁନଃସଂଗଠିତ କରିବାକୁ ପଡିବ । ସେଥିପାଇଁ ଉପରୁ ଅନୁମତି ଅଛି । ବବିଙ୍କର ଏଥିରେ ମୁଖ୍ୟ ଭୂମିକା ରହିବ । ସେହି କାର୍ଯ୍ୟକ୍ରମରେ ଆପଣମାନଙ୍କର ସହଯୋଗ ଦରକାର ।

ଜଣେ ବିଧାୟିକାଙ୍କୁ ଏହା ହଜମ ହୋଇ ନ ଥିଲା । ସେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ । ନବୀନ ନିବାସ ଆସି ସିଧା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେମିତି କିଛି ଯୋଜନା ଅଛି କି ବୋଲି ପଚାରିଥିଲେ । ନବୀନଙ୍କ ପାଖରେ ଏହାର ପୂର୍ବାଭାଷ ଥିଲା ଏବଂ ସେ ସତର୍କ ଥିଲେ । ମାତ୍ର ବିଧାୟିକାଙ୍କ ସୂଚନା ପରେ ଆଉ ଚୁପ୍ ବସିଲେ ନାହିଁ । ବିଜେଡି/କଂଗ୍ରେସକୁ ଭାଗ ଭାଗ କରି ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ପଠାଯିବା ପାଇଁ ଯୋଜନା ହୋଇଛି ବୋଲି ଗୁଇନ୍ଦା ସୂତ୍ରରୁ ନିଶ୍ଚିତ ହେଲେ । ଦିଲ୍ଲୀବାଲା ମଧ୍ୟ ଏହା ଚାହୁଁ ନ ଥିଲେ । ତାହାପରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ଅରବିନ୍ଦ ଓ ସନାତନଙ୍କୁ ନିଲମ୍ବନ କରାଯାଇଛି । ଏହି ଷଡ଼ଯନ୍ତ୍ରରେ ସାମିଲ ଉତ୍ତର ଓଡ଼ିଶାର ଜଣେ ଦି ଜଣ ବିଧାୟକ/ବିଧାୟିକାଙ୍କ ଉପରେ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ । କାରଣ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ସେହି ଗୋଷ୍ଠୀର ଏକ ବୈଠକ ବସିବାର ଥିଲା । ଯେଉଁଥିରେ ଯୋଗାଡ଼ିଆ ନେତାଙ୍କର ବଡ଼ ଭୂମିକା ଥିଲା ।

ମିଳିଥିବା ଏହି ସୂଚନାର ସତ୍ୟତା ଅନୁସନ୍ଧାନସାପେକ୍ଷ । ତେବେ ଏହା ସତ ଯେ ଏହି ରାଜନୈତିକ ଘଟଣାବଳୀର ବହୁ ଦିଗ ଆଗକୁ ଉନ୍ମୋଚିତ ହେବାକୁ ଯାଉଛି । ବିଜେଡିରେ ବିଭୀଷଣ ଭୂମିକା ନେଇଥିବା ବଡ଼ ନେତାମାନଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସମସ୍ତଙ୍କର ଉତ୍ସାହ ବଢ଼ାଇଛି । ଆଗକୁ ବିଜେଡିର ଭବିଷ୍ୟତ କ’ଣ ହେବ ତାହା ଭିନ୍ନ କଥା । ମାତ୍ର ବିଜେଡି ଭାଙ୍ଗିବା ବିପଦ ବର୍ତ୍ତମାନ ପାଇଁ ଟଳିଯାଇଥିବା କୁହାଯାଉଛି । ଆଉ ଏକ ବଡ଼ ଚର୍ଚ୍ଚାର ବିଷୟ- ନବୀନଙ୍କ ସମୟୋଚିତ ପଦକ୍ଷେପରେ ସବୁଠାରୁ ବେଶୀ ଖୁସି ଅଛନ୍ତି ଡବଲ ଇଞ୍ଜିନ୍ ଦଳ!

Previous Post

ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

Next Post

ବହୁ ଆଡ଼ମ୍ବରେ ଲଘୁକ୍ରିୟା!

Next Post
ବହୁ ଆଡ଼ମ୍ବରେ ଲଘୁକ୍ରିୟା!

ବହୁ ଆଡ଼ମ୍ବରେ ଲଘୁକ୍ରିୟା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA