Saturday, May 9, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବହୁ ଆଡ଼ମ୍ବରେ ଲଘୁକ୍ରିୟା!

by Our Correspondent
20 Jan, 2026- 07:41 PM
in Latest News, News
1 min read
0
ବହୁ ଆଡ଼ମ୍ବରେ ଲଘୁକ୍ରିୟା!

ଭୁବନେଶ୍ୱର: ବିଜେଡିର ବରିଷ୍ଠ ବିଧାୟିକା ବିଝାଂରପୁରର ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଆଜି ଯାଜପୁର ନେତାମାନଙ୍କର ବୈଠକ ବସିଥିଲା । ସେପଟେ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଲା । ଏହି ଦୁଇ ଭିନ୍ନ ଘଟଣାକୁ ନେଇ ଗଣମାଧ୍ୟରେ ହୁରି ପଡ଼ିଗଲା । କିଏ ଏହାକୁ ବିଜେଡିରେ ହଲଚଲର ଆଖ୍ୟା ଦେଲେ ତ କିଏ କହିଲେ ନବୀନ ନିବାସରୁ ଏକ ବଡ଼ ନିଷ୍ପତ୍ତି ଘୋଷଣା ହେବ । ଭୁବନେଶ୍ୱରରେ ଉପସ୍ଥିତ ନ ଥିବା କିଛି ନେତାଙ୍କ ନାଁ ନେଇ ସେମାନେ ନବୀନ ନିବାସରେ ଅଛନ୍ତି ବୋଲି କୁହାଗଲା ।

ମାତ୍ର ନା ଦଳରେ କୌଣସି ହଲଚଲ ହେଲା ନା ନବୀନ ନିବାସରୁ ବଡ଼ ନିଷ୍ପତ୍ତି ଘୋଷଣା ହେଲା । ଆଗ ପ୍ରମିଳା ମଲ୍ଳିକଙ୍କ ଘର ଏବଂ ଏହାପରେ ନବୀନ ନିବାସ ଆଗରେ ଡେରା ପକାଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ସେଭଳି ଖବର ନ ପାଇ ନିରାଶ ହୋଇଛନ୍ତି । ଏଜି ଛକ ପାଖ ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ବସିଥିବା ଆଜିର ବୈଠକରେ ପ୍ରଣବ ପ୍ରକାଶ(ବବି) ଦାସ, ପ୍ରୀତିରଂଜନ(ଡାନି) ଘଡ଼ାଇ, ପ୍ରଣବ କୁମାର(ଜିତୁ) ବଳବନ୍ତରାୟ, କ୍ୟାପଟେନ୍ ରାଜ ନାରାୟଣ ମହାପାତ୍ର, ଶର୍ମିଷ୍ଠା ସେଠୀ, ବିଧାୟକ ବିଶ୍ୱରଂଜନ ମଲ୍ଲିକ, ବିଧାୟିକା ସୁଜାତା ସାହୁ ଏବଂ ଜିଲ୍ଲା ସଭାପତି ସରୋଜ ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାରେ ବିଜେପି ଆରମ୍ଭ କରିଥିବା ଘୋଡ଼ା ବେପାର ଉପରେ ଆଲୋଚନା ହୋଇଥିଲା । ଟଙ୍କା ଦେଇ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କୁ କିଣୁଛି । ମାତ୍ର ଭୋଟରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ନାହିଁ । ଯାଜପୁର ଜିଲ୍ଲାର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଏହି ଦ୍ୱିତୀୟ ବୈଠକର ଆୟୋଜନ କରାଯାଇଥିଲା ବୋଲି ଶ୍ରୀମତୀ ମଲ୍ଲିକ ଗଣମାଧ୍ୟମକୁ କହିଥିଲେ । ଶ୍ରୀ ଘଡ଼ାଇ ଏବଂ ଅନ୍ୟମାନେ ମଧ୍ୟ ସମାନ କଥା କହିଥିଲେ । ଗଣମାଧ୍ୟମର ପ୍ରଶ୍ନରେ ଆମେ ସବୁ ଏକ ହୋଇ ଅଛୁ ଏବଂ ଯାଜପୁର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରୁଛୁ ବୋଲି କହିଥିଲେ ।

ଯାଜପୁର ନେତାମାନଙ୍କ ବୈଠକ ସରିବାର କିଛି ସମୟ ପରେ ନବୀନ ନିବାସରେ ଆଗ ବରିଷ୍ଠ ନେତା ପ୍ରଦୀପ ଅମାତ୍, ରଜନୀକାନ୍ତ ସିଂ ଯାଇଥିଲେ । ସେମାନେ ଫେରିଲା ପରେ ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ନବୀନ ନିବାସରେ ପ୍ରବେଶ କରିଥିଲେ । ସଭାପତି ନବୀନ ପଟ୍ଟନାୟକଙ୍କ ଡାକରାରେ ସେମାନେ ସେଠାକୁ ଯାଇଥିଲେ । ନବୀନ ନିବାସରୁ ବାହାରିଲା ବେଳେ ସାମ୍ବାଦିକମାନେ ଦଳ ବିଷୟରେ ପଚାରୁଥିଲା ବେଳେ ଶ୍ରୀ ଦାସବର୍ମା କ୍ୟାମେରା ସାମନାକୁ ଆସି ଏକ ଗୁରୁତର ଓ ସମ୍ବେଦନଶୀଳ ପ୍ରସଙ୍ଗ ରଖିଥିଲେ । ବାଲେଶ୍ୱରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶେଖ ମକନ୍ଦର ମହମ୍ମଦଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯିବା ଘଟଣାକୁ ଦଳ ପକ୍ଷରୁ ତୀବ୍ର ନିନ୍ଦା କରିଥିଲେ । ବିଜେପି ସରକାରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ କଟୁ ସମାଲୋଚନା କରିଥିଲେ । ବାଲେଶ୍ୱରର ଏହି ଅମାନୁଷିକ ଘଟଣା ସମ୍ପର୍କରେ ସଭାପତିଙ୍କ ସହ କଥା ହୋଇଥିଲୁ ଏବଂ ଆଜି ବିଜେଡିର ଏକ ପ୍ରତିନିଧି ଦଳ ସେଠାକୁ ଅନୁଧ୍ୟାନ ପାଇଁ ଯାଇଥିବା ସେ ଉଲ୍ଲେଖ କରିଥିଲେ । ଅନ୍ୟ ପ୍ରସଙ୍ଗକୁ ସେ ଏଡ଼ାଇ ଦେଇଥିଲେ ।

Previous Post

ଖେଳ କ’ଣ ଏଇଠୁ ଆରମ୍ଭ?

Next Post

ପ୍ରତି ପଞ୍ଚାୟତର ୧୦୦ଜଣଙ୍କୁ ଋଣ ଦେବାକୁ ଦାବି

Next Post
ପ୍ରତି ପଞ୍ଚାୟତର ୧୦୦ଜଣଙ୍କୁ ଋଣ ଦେବାକୁ ଦାବି

ପ୍ରତି ପଞ୍ଚାୟତର ୧୦୦ଜଣଙ୍କୁ ଋଣ ଦେବାକୁ ଦାବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA