Sunday, May 24, 2026 01:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଭୋଟ କାରସାଦି’ର ଭୟଙ୍କର ତଥ୍ୟ

ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚା

by Samar Pradhan
29 Jan, 2026- 09:34 AM
in Latest News, News
1 min read
0
‘ଭୋଟ କାରସାଦି’ର ଭୟଙ୍କର ତଥ୍ୟ

ଭୁୁବନେଶ୍ୱର: ଭୋଟ ଚୋରି ଭଳି ଏକ ଗମ୍ଭୀର ପ୍ରସଙ୍ଗ ଉପରେ ଚର୍ଚ୍ଚା ଥମି ଯାଇଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭୋଟ କାରସାଦିର ଏକ ଚାଞ୍ଚଲ୍ୟକର ରିପୋର୍ଟ ‘ଦ ହିନ୍ଦୁ’ ଗ୍ରୁପ୍ ର ଫ୍ରଣ୍ଟଲାଇନ୍ ମାଗାଜିନ୍ ରେ ପ୍ରକାଶ ପାଇଛି । ପୂର୍ବରୁ ବିଜେଡି ସୀମିତ ତଥ୍ୟକୁ ଧରି ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମତଦାନ ଏବଂ ମତଗଣତି ମଧ୍ୟରେ ଥିବା ପାର୍ଥକ୍ୟ ଅନୁଶୀଳନ କରିଥିଲା । ମାତ୍ର ଉକ୍ତ ପ୍ରଖ୍ୟାତ ଗଣମାଧ୍ୟମ ସଂସ୍ଥାର ଅନୁସନ୍ଧାନ କାଳରେ ଆହୁରି ଅନେକ ଅସଙ୍ଗତିର ଚିତ୍ର ସାମନାକୁ ଆସିଛି । ଯାହାର ସ୍ପଷ୍ଟୀକରଣ ଦେଇନାହାନ୍ତି ନିର୍ବାଚନ କମିସନ । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା କେତେ ବିପଦପୂର୍ଣ୍ଣ ତାହାର ଗୋଟି ଗୋଟି ତଥ୍ୟ ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।

ଓଡ଼ିଶାରେ ଏହି ଭୋଟ କାରସାଦି ଧରାପଡ଼ିବାର ପୃଷ୍ଟଭୂମି ଏମିତି ଥିଲା ।

୨୦୨୪ ମେ ୧୩ରୁ ୨୦୨୪ ଜୁନ୍ ୧ ପର୍ଯ୍ୟନ୍ତ ଓଡ଼ିଶାରେ ଭୋଟ ହୋଇଥିଲା । ବିଜେପି ସପକ୍ଷରେ ଫଳାଫଳ ଅପ୍ରତ୍ୟାଶିତ ଥିଲା । ଅଚାନକ ୨୪ ବର୍ଷର କ୍ଷମତା ହରାଇ ହତବାକ୍ ହୋଇଗଲା ବିଜେଡି । ପ୍ରଥମରୁ ନିର୍ବାଚନ ଗଡ଼ବଡ଼କୁ ଧରିପାରି ନ ଥିଲା । ପରେ ପରାଜୟର କାରଣ ଅନୁଶୀଳନ କଲା ବେଳେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ବିଚଳତି କଲା ଭଳି ଥିଲା । ଏହି ନିର୍ଦ୍ଦିଷ୍ଟ ତଥ୍ୟକୁ ଭଲ ଭାବେ ଅନୁଧ୍ୟାନ କଲା ପରେ ଦଳ ପକ୍ଷରୁ ନିର୍ବାଚନ କମିସନଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ଭୋଟଗ୍ରହଣ ଏବଂ ଭୋଟଗଣତି ସଂଖ୍ୟା ମଧ୍ୟରେ ରହିଥିବା ତାରତମ୍ୟ ସମ୍ପର୍କରେ ଜବାବ ମଗାଯାଇଥିଲା । ମାତ୍ର ଦୁର୍ଭାଗ୍ୟର କଥା ଯେ ଦୁଇ ଦୁଇଟି ବୈଠକ ପରେ ମଧ୍ୟ ନିର୍ବାଚନ କମିସନ ବିଜେଡିର ଆବେଦନକୁ ନା ଗ୍ରହଣ କରିଛନ୍ତି ନା ଅଗ୍ରାହ୍ୟ କରିଛନ୍ତି । ଏକ ଗଣତନ୍ତ୍ର ପାଇଁ ଏହାଠାରୁ ବଡ଼ ବିପଦ ଆଉ କିଛି ହୋଇ ନପାରେ ।

ବିଜେଡିର ଅନୁଶୀଳନରେ ନିର୍ବାଚନ ପ୍ରକ୍ରିୟା ଏବଂ ଫଳାଫଳରେ ଥିବା ତିନୋଟି ଅସଙ୍ଗତି ଧରାପଡ଼ିଥିଲା । ପ୍ରଥମ ହେଉଛି ଫର୍ମ ୧୭(ସି) ଏବଂ ଫର୍ମ ୨୦ ତଥ୍ୟ ମଧ୍ୟରେ ଅସାମଞ୍ଜ୍ୟତା । ଫର୍ମ ୧୭(ସି) ହେଉଛି ପ୍ରତି ବୁଥରେ ହୋଇଥିବା ମତଦାନ ବା ଭୋଟଗ୍ରହଣର ସଂଖ୍ୟା ତାଲିକା । ଫର୍ମ ୨୦ ହେଉଛି ପ୍ରତି ବୁଥ୍ ର ଭୋଟଗଣତି ସଂଖ୍ୟା ତାଲିକା । ଏହି ଦୁଇଟି ତାଲିକା ସବୁବେଳେ ସମାନ ହେବା କଥା । କାରଣ ଯେତିକି ଭୋଟ ପଡ଼ିଛି, ସେତିକି ଭୋଟ ଗଣତି ହେବା କଥା । ମାତ୍ର ବିଜେଡି ପକ୍ଷରୁ ନିର୍ବାଚନ କମିସନଙ୍କ ପାଖରେ ଦାଖଲ ହୋଇଥିବା ନିର୍ଦ୍ଦିଷ୍ଟ ବୁଥ୍ ର ଏହି ଦୁଇ ତାଲିକାରେ ଏକାଧିକ ତାରତମ୍ୟ ରହିଛି ।

ଉଦାହରଣସ୍ୱରୂପ, ଫୁଲବାଣୀ ବିଧାନସଭା କ୍ଷେତ୍ରର ୫୭ ନମ୍ବର ବୁଥ୍ ରେ ଫର୍ମ ୧୭(ସି) ଏବଂ ଫର୍ମ ୨୦ ସଂଖ୍ୟା ମଧ୍ୟରେ ଭୋଟ୍ ର ତାରତମ୍ୟ ଥିଲା ୬୮୨ । ଏହିଭଳି ଭାବେ ବିଜେଡି ତାଲିକାଭୁକ୍ତ କରିଥିବା ୧୪୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ୫୮ ବୁଥ୍ ରେ ଏହି ତାରତମ୍ୟ ସଂଖ୍ୟା ଥିଲା ୧ରୁ ୯୦୮ ।

ତେବେ ବିଜେଡି ଦାଖଲ କରିଥିବା ତଥ୍ୟଠାରୁ ଆହୁରି ସାଂଘାତିକ ତାରତମ୍ୟ ତଥ୍ୟର ପର୍ଦ୍ଦାଫାସ କରିଛି ଏହି ଖ୍ୟାତିସମ୍ପନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା । ଯେମିତି କି ଫୁଲବାଣୀ ବିଧାନସଭା କ୍ଷେତ୍ରର ୫୭ ନମ୍ବର ବୁଥ୍ ଇଭିଏମ୍ ରେ ୬୮୨ ଭୋଟ ପଡ଼ିଛି(ଫର୍ମ ୧୭(ସି) । ମାତ୍ର ଫର୍ମ ୨୦ ରେ ଗୋଟିଏ ବି ଭୋଟ ଗଣତି ସଂଖ୍ୟା ନାହିଁ । ଫର୍ମ ୨୦ରେ ଚଢ଼ି ନ ଥିବା ଏହି ୬୮୨ ଭୋଟ କଲା କୁଆଡ଼େ?

ସେହିଭଳି ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନଂ ୧୬୫ ଏବଂ ୨୧୯ରେ ଫର୍ମ ୧୭(ସି) ଅନୁଯାୟୀ ୧,୪୪୪ ଭୋଟର ଭୋଟ ଦେଇଥିଲା ବେଳେ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ୫୩ ନମ୍ବର ବୁଥ୍ ରେ ସମୁଦାୟ ୭୭୭ ଭୋଟରଙ୍କ ମଧ୍ୟରୁ ୬୨୭ ଜଣ ଭୋଟ ଦେଇଥିଲେ । ମାତ୍ର ଏହିସବୁ ବୁଥ୍ ର ଫର୍ମ ୨୦ ରେ ଜଣେ ହେଲେ କେହି ଭୋଟର ନାହାନ୍ତି । ଅର୍ଥାତ୍ ଭୋଟଗଣତି ବେଳେ ଏହି ବୁଥ୍ ର ଭୋଟ ସଂଖ୍ୟା ଶୂନ୍ ଗଣତି କରାଯାଇଛି ।

ଭୋଟ ଗଣତିରେ ଏହିସବୁ ବୁଥ୍ ର ଭୋଟ କେବଳ ଉଭାନ ହୋଇ ନ ଥିଲା । କିଛି ବୁଥ୍ ରେ ପ୍ରକୃତ ମତଦାନଠାରୁ ଅଧିକ ସଂଖ୍ୟକ ଭୋଟ ଗଣତି କରାଯାଇଥିଲା । ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାର ଉଦାହରଣ ଅଧିକ ଥିଲା । ୧୪ଟି ବୁଥ୍ ରେ ମାତ୍ର ୮୨ ମତଦାନ ହୋଇଥିଲା । ପ୍ରତି ବୁଥ୍ ର ଫର୍ମ ୧୭(ସି) ତାଲିକାକୁ ମିଶାଇବା ପରେ ଏହି ସଂଖ୍ୟା ଆସିଥିଲା । ମାତ୍ର ସଂପୃକ୍ତ ବୁଥ୍ ଗୁଡ଼ିକର ଫର୍ମ ୨୦ ରେ ୯,୩୦୪ ଭୋଟଗଣତି ହୋଇଥିବା ଦର୍ଶାଯାଇଥିଲା । ଦୁଇ ତାଲିକାରେ ଏହି ତାରତମ୍ୟ ୯,୨୨୨ ଭୋଟ କେଉଁଠୁ ଆସିଲା?

ଓଡ଼ିଶାରେ ସମୁଦାୟ ପ୍ରାୟ ୩୬ ହଜାର ବୁଥ୍ ଥିଲା ବେଳେ ସବୁ ବୁଥ୍ ର ୧୭(ସି) ଫର୍ମ ର ହିସାବ ବିଜେଡି ପାଖରେ ନଥିଲା । ଦଳର ସବୁ ବୁଥ୍ ଏଜେଣ୍ଟମାନେ ଏହି ଫର୍ମ ହୁଏତ ସଂଗ୍ରହ କରିନାହାନ୍ତି କିମ୍ବା ଦଳ ହାରିଯିବା ପରେ ନିରାଶ ହୋଇ ଏହାକୁ ଅଦରକାରୀ ଭାବି ଚିରି ଦେଇଛନ୍ତି । ପରବର୍ତ୍ତୀ ସମୟରେ ବିଜେଡି ପକ୍ଷରୁ ଆରଟିଆଇ ଜରିଆରେ ଓଡ଼ିଶାର ୨୧ଟି ଯାକ ଲୋକସଭା ଏବଂ ୧୪୭ ବିଧାନସଭା କ୍ଷେତ୍ରରେ ଥିବା ସବୁ ବୁଥ୍ ର ଫର୍ମ ୧୭(ସି) ତଥ୍ୟ ମଗାଯାଇଥିଲେ ମଧ୍ୟ ଅଧିକାରୀମାନେ ବେଖାତିର କରିଛନ୍ତି । ବିଜେଡିକୁ କେବଳ ଫୁଲବାଣୀ ଓ ତଳସରା ବିଧାନସଭା କ୍ଷେତ୍ରର ତଥ୍ୟ ମିଳିଛି । ସବୁଯାକ ତଥ୍ୟ ମିଳିଥିଲେ ଭୋଟ ତାରତମ୍ୟର ପ୍ରକୃତ ହିସାବ ମିଳିପାରନ୍ତା ।

ଅନୁଧ୍ୟାନ ବେଳେ ଆଉ ଏକ ବଡ଼ ଅସଙ୍ଗତିର ଚିତ୍ର ସାମନାକୁ ଆସିଛି । ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ପାଇଁ ଭୋଟ ହୋଇଥିଲେ ମଧ୍ୟ କେଉଁଠି ଭୋଟର କେବଳ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ତ ଆଉ କେଉଁଠି କେବଳ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ମାତ୍ର ଏମିତି ହେବା କଥା ନୁହେଁ । ପ୍ରକୃତପକ୍ଷେ ଗୋଟେ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତିକି ଭୋଟ ପଡ଼େ, ସଂପୃକ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ଗୁଡ଼ିକର ଭୋଟ ସଂଖ୍ୟା ପ୍ରାୟତଃ ସମାନ ହେବା କଥା । ଏକା ସାଙ୍ଗରେ ଭୋଟ ବେଳେ, କେହି କଷ୍ଟକରି କେବଳ ଏମପି କିମ୍ବା ଏମଏଲଏ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଯାଆନ୍ତିନି । ଯଦି ଏମିତି ହୁଏ, ତେବେ ସେମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଧରାଯିବ । ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀରେ ସେମିତିକା ଭୋଟରଙ୍କ ସଂଖ୍ୟା ଅତିବେଶୀରେ ୧୦୦ରୁ ୨୦୦ ହେବ ।

ଆଶ୍ଚର୍ଯ୍ୟର କଥା, ୪ଟି ଲୋକସଭା ମଣ୍ଡଳୀରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଇ ନ ଥିବା ଭୋଟରଙ୍କ ସଂଖ୍ୟା ୨୦୦ରୁ କମ୍ ଥିଲା ବେଳେ ଅନ୍ୟ ୧୭ ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି ଭୋଟରଙ୍କ ସଂଖ୍ୟା ୫୦୦ରୁ ୪୦୦୦ ରହିଛି । ଢ଼େଙ୍କାନାଳ ଲୋକସଭା କ୍ଷେତ୍ରରେ ୪,୦୫୬ ଅଧିକ ଲୋକ କେବଳ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । କନ୍ଧମାଳ ଲୋକସଭା କ୍ଷେତ୍ରରେ ଏହା କିନ୍ତୁ ବିପରୀତ । ଏହାର ୭ଟି ଯାକ ବିଧାନସଭା କ୍ଷେତ୍ରରେ ୩,୫୨୧ ଅଧିକ ଭୋଟର କେବଳ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ।

ସେହିଭଳି ଭୋଟ ପ୍ରତିଶତ ହିସାବରେ ମଧ୍ୟ ଫରକ ଦେଖିବାକୁ ମିଳିଥିଲା । ମତଦାନ ଶେଷ ବେଳକୁ ସଂଧ୍ୟା ୫ଟାରେ ଯେଉଁ ପ୍ରତିଶତ କୁହାଯାଇଥିଲା ରାତି ୧୧.୪୫ ବେଳକୁ ତାହାକୁ ସଂଶୋଧନ କରାଯାଇ ଆଉ ଏକ ପ୍ରତିଶତ ଦିଆଯାଇଥିଲା । ଦୁଇଦିନ ପରେ ତାହାକୁ ମଧ୍ୟ ବଦଳାଯାଇଥିଲା । ୨୧ଟି ଯାକ ଲୋକସଭା କ୍ଷେତ୍ରରେ ଭୋଟ ପ୍ରତିଶତ ହାର ୭ରୁ ସଂଶୋଧିତ ହୋଇ ୧୭ ପ୍ରତିଶତ କିମ୍ବା ତାହା ପାର୍ ହୋଇଯାଇଥିଲା । ୧୪୭ଟି ଯାକ ବିଧାନସଭା କ୍ଷେତ୍ର ପାଇଁ ଭୋଟ ପ୍ରତିଶତ ହାର ୮.୫୪ ପ୍ରତିଶତରୁ ବଢ଼ି ୩୦.୬୪ ପ୍ରତିଶତ ଯାଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ବିଧାନସଭା କ୍ଷେତ୍ରରେ ଏହା ସର୍ବାଧିକ ଥିଲା ।

ଭୋଟ ଶେଷ ବେଳକୁ ସଂଧ୍ୟା ୫ଟାର ମତଦାନ ହାର ରାତି ୧୧.୪୫ ବେଳକୁ ଏତେ ବଢ଼ିବା ଆଶ୍ଚର୍ଯ୍ୟଜନକ । ତା’ ଅର୍ଥ କ’ଣ ଦିନଯାକ ସମୟ ନ ପାଇ ଲୋକେ ଭୋଟ ସମୟ ପରେ ବିଳମ୍ବିତ ରାତିରେ ଭୋଟ ଦେବାକୁ ଆସିଥିଲେ?

ଏହି ଅସଙ୍ଗତି ଅଭିଯୋଗକୁ ଭାରତର ନିର୍ବାଚନ କମିସନ ଆଖି ବୁଜିଦେବା ଆମ ଗଣତନ୍ତ୍ର ପ୍ରତି ଉପହାସ ନୁହେଁ କି??

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ରିପୋର୍ଟ ପ୍ରଦାନ

Next Post

ଫେବ୍ରୁଆରି ୧୭ରୁ ବଜେଟ୍ ଅଧିବେଶନ

Next Post
ଫେବ୍ରୁଆରି ୧୭ରୁ ବଜେଟ୍ ଅଧିବେଶନ

ଫେବ୍ରୁଆରି ୧୭ରୁ ବଜେଟ୍ ଅଧିବେଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA