Saturday, May 9, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନେତୃତ୍ୱ ବିକାଶ ମିଶନ କଂଗ୍ରେସ ଦଳ ପାଇଁ ସଂଜୀବନୀ: ଭକ୍ତ

by Our Correspondent
08 Feb, 2026- 10:53 PM
in Latest News, News, Politics
1 min read
0

ଭୁବନେଶ୍ୱ : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ନେତୃତ୍ୱ ବିକାଶ ମିଶନ ବିଭାଗ ଏବଂ ଆଦିବାସୀ କଂଗ୍ରେସ ବିଭାଗର ଏକ ମିଳିତ ଆଭାସୀ (ଭର୍ଚୁଆଲ୍‌) ସଭାରେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ନେତୃତ୍ୱ ବିକାଶ ମିଶନ କଂଗ୍ରେସ ଦଳ ପାଇଁ ଆଗାମୀ ଦିନରେ ସଂଜୀବନି ସାବ୍ୟସ୍ତ ହେବ ବୋଲି ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ସମାଜର ବଞ୍ôଚତ ବର୍ଗ ଯଥା ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟର ସଂଘର୍ଷରତ ଯୁବକ/ ଯୁବତୀମାନଙ୍କୁ ଦଳୀର ମୁଖ୍ୟ ସ୍ରୋତକୁ ଆଣି ଆଗାମୀ ଦିନରେ ଦଳୀୟ ନେତୃତ୍ୱରେ ସାମିଲ କରିବା ପାଇଁ ନେତୃତ୍ୱ ବିକାଶ ମିଶନ ଗଠନ କରାଯାଇଅଛି । ଏହିକ୍ରମରେ ଓଡ଼ିଶାର ସମସ୍ତ ୫୭ଟି ସଂରକ୍ଷିତ ବିଧାନସଭା ଗୁଡ଼ିକୁ ୧୦ଟି କ୍ଲଷ୍ଟରରେ ଭାଗ କରାଯାଇ ପ୍ରତ୍ୟେକ କ୍ଲଷ୍ଟର ପାଇଁ ଜଣେ ଜଣେ ଟିମ୍ ଲିଡର ଓ କୋ-ଟିମ୍ ଲିଡର ନିଯୁକ୍ତି କରାଯାଇଅଛି ।

କ୍ଲଷ୍ଟର-୧ ପାଇଁ ଟିମ୍ ଲିଡର ଭାବେ ଅନୁସୂଚିତ ଜାତି ବିଭାଗର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ ଅଜୟ କୁମାର ପାଶୱାନ ଓ କୋ-ଟିମ୍ ଲିଡର ଭାବେ ଆଇନଜୀବୀ ଆଲବର୍ଟ କିଣ୍ଡୋ ଓ ନେପାଲ ସାହୁ ନିଯୁକ୍ତି ପାଇଅଛନ୍ତି । ସେହପରି କଷ୍ଟର୍‌-୨ ପାଇଁ ରାଜ୍ୟ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକ ଟିମ୍ ଲିଡର ଭାବେ ଓ ପିସିସି ସମ୍ପାଦିକା ଅନିମା ମିଞ୍ଜ ଓ  ରଞ୍ଜନ ସେଠୀ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୩ ପାଇଁ ରାଜ୍ୟ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ଦ ଲାଗୁରୀ ଟିମ୍ ଲିଡର ଭାବେ ଓ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୁର୍ତି ଏବଂ ଐତିହ୍ୟ ଦିବ୍ୟ ସିଂ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୪ ପାଇଁ ଟିମ୍ ଲିଡର ଭାବେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ କୋ-ଟିମ୍ ଲିଡର ଭାବେ ପ୍ରତ୍ୟୁଷ ସାହୁ ଓ  ଆଶିଷ ଲେଙ୍କା ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୫ ପାଇଁ ଟିମ୍ ଲିଡର ଭାବେ ରାଜ୍ୟ ଅନୁସୂଚିତ ଜାତି ବିଭାଗର ଉପାଧ୍ୟକ୍ଷ କ୍ଷିରୋଧ ଚନ୍ଦ୍ର ପାତ୍ର ଟିମ୍ ଲିଡର ଭାବେ ଓ ବିଶ୍ୱରଞ୍ଜନ ଜେଠୀ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇ ଅଛନ୍ତି । କ୍ଲଷ୍ଟର-୬ ପାଇଁ ଟିମ୍ ଲିଡର ଭାବେ ସଂଖ୍ୟାଲଘୁ ବିଭାଗର ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ ଅବଦୁଲ୍ କଲ୍ଲାମ ଟିମ୍ ଲିଡର ଭାବେ ଓ ଶିଖାଂସୁ ଲେଙ୍କା ଏବଂ ଶ୍ରୀ ସୁବାସ ନାୟକ କୋ-ଟିମ୍ ଲିଡର ଭାବେ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୭ ପାଇଁ ଟିମ୍ ଲିଡର ଭାବେ ଭାଗିରଥି ବେହେରା ଓ କୋଟ-ଟିମ୍ ଲିଡର ଭାବେ ଜ୍ଞାନ ରଞ୍ଜନ ରାଉତ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୮ ପାଇଁ ଟିମ୍ ଲିଡର ଭାବେ ଆଇନଜୀବୀ ହିରାସିଂ ମଣ୍ଡଳ ଓ କୋ-ଟିମ୍ ଲିଡର ଭାବେ ଯଜାତି କେଶରୀ ନାୟକ ନିଯୁକ୍ତି ପାଇଅଛନ୍ତି । କ୍ଲଷ୍ଟର-୯ ପାଇଁ ବାଙ୍କନିଧି ବେହେରା ଓ କୋ-ଟିମ୍ ଲିଡର ଭାବେ  ଅଖିଳ ଭତ୍ରା ନିଯୁକ୍ତି ପାଇଅଛନ୍ତି । ସେହିପରି କ୍ଲଷ୍ଟର-୧୦ ପାଇଁ ଟିମ୍ ଲିଡର ଭାବେ ପୂର୍ବତନ ବିଧାୟକ ଭୂଜବଳ ମାଝୀ ଓ କୋ-ଟିମ୍ ଲିଡର ଭାବେ ଅନାମ ଦିଆନ ନିଯୁକ୍ତି ପାଇଅଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ନେତୃତ୍ୱ ବିକାଶ ମିଶନର ରାଜ୍ୟ ଆବାହକ ଆଇନଜୀବୀ ମାନସ କୁମାର ମଲ୍ଲିକ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

Previous Post

ନବୀନଙ୍କ ପ୍ରଶ୍ନ, ପୀତାମ୍ବରଙ୍କ ଜବାବ

Next Post

ଧାନ ସଂଗ୍ରହରେ ଚରମ ବିଫଳତା

Next Post
ଧାନ ସଂଗ୍ରହରେ ଚରମ ବିଫଳତା

ଧାନ ସଂଗ୍ରହରେ ଚରମ ବିଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA