Friday, May 8, 2026 08:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟସଭା ନିର୍ବାଚନ ଘଡ଼ିକେ ଘୋଡ଼ା

by Our Correspondent
13 Mar, 2026- 10:38 PM
in Latest News, News, Politics
1 min read
0
ରାଜ୍ୟସଭା ନିର୍ବାଚନ ଘଡ଼ିକେ ଘୋଡ଼ା

ଭୁବନେଶ୍ୱର(ଓଡ଼ିଶା ନ୍ୟୁଜ୍): ଦତ୍ତେଶ୍ୱର ବନାମ ଦିଲ୍ଲୀପ । ବିଜେଡି-କଂଗ୍ରେସ ବନାମ ବିଜେପି । ରାଜ୍ୟସଭା ନିର୍ବାଚନ ପାଇଁ ମଝିରେ ଆଉ ମାତ୍ର ଦୁଇ ଦିନ ଥିଲା ବେଳେ ଚତୁର୍ଥ ଆସନରେ କାହାର ଜିତାପଟ ସ୍ପଷ୍ଟତା ଆସିପାରୁନାହିଁ । ସଂଖ୍ୟା ବିଦ୍ୟାରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବିଜୟ ନିଶ୍ଚିତ ଥିବା ବେଳେ ଜ୍ୟୋତିଷ ବିଦ୍ୟାରେ ଦିଲ୍ଲୀପ ରାୟଙ୍କ ବିଜୟ ନିଶ୍ଚିତ ଆକଳନ କରାଯାଉଛି । ସଂଖ୍ୟା ଗଣିତ କାଟିବାକୁ ତଥାକଥିତ ଘୋଡ଼ାର ପ୍ରୟୋଜନ ଅବଶ୍ୟମ୍ଭାବୀ ଥିବାରୁ ରୋଚକ ହୋଇଛି ଲଢ଼େଇ । ଘୋଡ଼ା ବେପାରର ନୂଆ ନାଁ ନେଇଛି ବିବେକ ଭୋଟ । ଯାହାର ଦୁଇଟି ଦିଗ ହେଉଛି କ୍ରସ୍ ଭୋଟିଂ ଏବଂ ଭୋଟଦାନରୁ ବିରତ(ଆବଷ୍ଟେନ୍) । ଗୋଟିଏ ପକ୍ଷ ପାଇଁ ଦଳୀୟ ଭୋଟକୁ ବାନ୍ଧି ରଖିବା ଚାଲେଂଜପୂର୍ଣ୍ଣ ହୋଇଥିବା ବେଳେ ପ୍ରତିପକ୍ଷଙ୍କ ପାଇଁ ବିରୋଧୀ ଭୋଟକୁ ଭାଙ୍ଗିବା କାଠିକର ହୋଇଛି । ଏଥିପାଇଁ ଚାଲିଛି ଛକାଛକି । ଘଡ଼ିକେ ଘୋଡ଼ା ଛୁଟୁଛି ।

ଜଗିଲେ ନବୀନ

ବିଜେଡିର ୪୮ ଯାକ ଭୋଟ ବାନ୍ଧି ରଖିବା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ବର୍ତ୍ତମାନ ସମୟରେ ବଡ଼ ଆହ୍ୱାନ ହୋଇଛି । ଦଳରୁ ନିଲମ୍ବିତ ପୂର୍ବତନ ବରିଷ୍ଠ ନେତାମାନଙ୍କ ବିଧାୟକ ପୁଅମାନଙ୍କ ଭୂମିକା ସନେ୍ଦହଘେରରେ ଥିବା ବେଳେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ଆହୁରି ଟେନସନ୍ ବଢ଼ାଇଛି । କାରଣ ତାଙ୍କର ବିଧାୟିକା ପତ୍ନୀ ସୁବାସିନୀ ଜେନାଙ୍କ ଭୋଟ ଖସି ଯାଇପାରେ । ନବୀନଙ୍କ ନିଷ୍ପତ୍ତି ସାଥୀରେ ସେ ରହିବେ ବୋଲି ଯେତେ ସ୍ପଷ୍ଟ କଲେ ମଧ୍ୟ ସନ୍ଦେହ ଦୂର ହେଉନାହିଁ । ରାଜନୈତିକ ପାଣିପାଗ ଭିନ୍ନ ଇଙ୍ଗିତ କରୁଛି । ବିରୋଧୀ ପଟରୁ ଘୋଡାବେପାରର ଆଶଙ୍କା ମଧ୍ୟ ରହିଛି ।

ଏଭଳି କଠିନ ସମୟ ଦେଇ ଗତି କରୁଛନ୍ତି ବିଜେଡି ମୁଖିଆ । ଚତୁର୍ଥ ଆସନରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ତାଙ୍କ ପାଇଁ ଇଜ୍ଜତ ଓ ସମ୍ମାନର ପ୍ରଶ୍ନ ହୋଇଛି । ତା’ ପୂର୍ବରୁ ଦଳ ଭିତରେ ଅସନ୍ତୁଷ୍ଟଙ୍କୁ ମନେଇ ରଖିବା ତାଙ୍କ ପାଇଁ ବଡ ଆହ୍ୱାନ ହୋଇଛି । ଯେମିତି ଗୋଟିଏ ବି କ୍ରସ୍ ଭୋଟିଂ ହେବନି କି ଭୋଟ ନାକଚ ହେବନି ସେହି ଲକ୍ଷ୍ୟରେ ସ୍ୱତନ୍ତ୍ର ରଣନୀତି ବା ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଆଜିଠାରୁ ତିନି ଦିନ ଧରି ନବୀନ ନିବାସରେ ସବୁ ବିଧାୟକ ଦୁଇଘଣ୍ଟା ପାଇଁ ଉପସ୍ଥିତ ରହିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଏମିତିରେ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସବୁ ବିଧାୟକମାନେ ଉପସ୍ଥିତ ରହିବାକୁ ପୂର୍ବରୁ ହ୍ୱିପ୍ ଜାରି କରାଯାଇଛି ।

ଯୋଜନା ଅନୁଯାୟୀ ଶୁକ୍ରବାର, ଶନିବାର ଓ ରବିବାର ୩ ଦିନ ଧରି ନବୀନ ନିବାସରେ ଏକାଠି ହେବେ ବିଜେଡି ବିଧାୟକ । ସଂଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ନବୀନ ସେମାନଙ୍କର ବୈଠକ ନେବେ । ୧୬ ତାରିଖ ରାଜ୍ୟସଭା ଭୋଟ ପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଦଳୀୟ ବିଧାୟକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ଯେଭଳି ଗୋଟିଏ ବି ଭୋଟ ନଷ୍ଟ ନ ହୁଏ ସେଥିପ୍ରତି ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ନବୀନ । ଇତିମଧ୍ୟରେ ଦଳର ବରିଷ୍ଠ ନେତାମାନଙ୍କ ସହ ସେ ଲଗାତର ଆଲୋଚନା କରି ଆସୁଛନ୍ତି । ରାଜ୍ୟସଭା ନିର୍ବାଚନର ବିଭିନ୍ନ ଦିଗ ଉପରେ ସେ ବିଚାର ବିମର୍ଷ ଜାରି ରଖିଛନ୍ତି । ଚର୍ଚ୍ଚା ହେଉଥିବା ବିଧାୟକଙ୍କ ସହ ମନଖୋଲି କଥା ହେଉଛନ୍ତି । ଆଜି ବିଧାନସଭା ପ୍ରବେଶ କଲା ବେଳେ ସୋର ବିଧାୟକ ମାଧବ ଧଡ଼ାଙ୍କୁ ଦେଖି ଅଟକି ଯାଇଥିଲେ । ତିନି ଦିନ ହେଲା ବିଧାନସଭାରେ କାହିଁକି ଅନୁପସ୍ଥିତ ଥିଲ ବୋଲି ପଚାରିଥିଲେ । ଭାଣିଜୀ ବାହାଘର ପାଇଁ ସେ ଆସୁ ନ ଥିଲେ ବୋଲି କହିବାରୁ ନବୀନ ସ୍ମିତହାସ୍ୟ ଦେଇ ଚାଲିଯାଇଥିଲେ । ଦଳ ନିଷ୍ପତ୍ତି ଅନୁଯାୟୀ ଭୋଟ ଦେବେ ବୋଲି ଶ୍ରୀ ଧଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ବେଙ୍ଗାଲୁରୁ ଟ୍ରିପ୍ ରେ କଂଗ୍ରେସ ବିଧାୟକ

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ୮ ବିଧାୟକ ଗତକାଲି ରାତିରେ ହଠାତ୍ ବେଙ୍ଗାଲୁରୁ ଯାଇଛନ୍ତି । ଆଜି ସଂଧ୍ୟାରେ ସେମାନେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଭେଟିଛନ୍ତି । ଆସନ୍ତାକାଲି ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ଭେଟି ସେମାନେ ଭୁବନେଶ୍ୱର ଫେରି ଆସିବେ । ବିଜେପି ପଟୁ ଘୋଡ଼ାବେପାର ଆଶଙ୍କା ଥିବାରୁ କଂଗ୍ରେସ ବିଧାୟକମାନଙ୍କୁ ବାହାରକୁ ପଠାଯାଇଛି ବୋଲି କହିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଦଳର ସମସ୍ତ ବିଧାୟକ ଏକଜୁଟ୍ ଅଛନ୍ତି ଏବଂ ଗୋଟିଏ ବି କ୍ରସ୍ ଭୋଟିଂ ହେବ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।

ଅନୁରୂପ ଦାବି କରିଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଯେ ବହୁ ଦିନ ହେଲା ବିଧାୟକମାନେ ବାହାରକୁ ବୁଲି ଯାଇ ନ ଥିଲେ । ବେଙ୍ଗାଲୁରୁ ମାଇଣ୍ଡ ଫ୍ରି କରିବାକୁ ଯାଇଛନ୍ତି । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଭୋଟ ଏପଟସେପଟ ହେବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଧାୟକମାନଙ୍କର ବେଙ୍ଗାଲୁରୁ ଗସ୍ତ ସମ୍ପର୍କରେ ତାଙ୍କୁ କେହି ଜଣାଇନାହାନ୍ତି ବୋଲି କଟକ ବିଧାୟିକା ସୋଫିଆ ଫିରଦୋସ୍ କହିଛନ୍ତି । ଏହି ଗସ୍ତର ଆବଶ୍ୟକତାକୁ ନେଇ ଓଲଟି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଥିବାରୁ ତାଙ୍କ ଝିଅ ସୋଫିଆଙ୍କ ରାଜ୍ୟସଭା ଭୋଟ ଉପରେ ସମସ୍ତଙ୍କର ନଜର ହୋଇଛି । ଦଳ ସମର୍ଥନରେ ତାଙ୍କର ଭୋଟ ରହିବାକୁ ନେଇ ଅନେକଙ୍କର ସନ୍ଦେହ ଅଛି । ଦଳ ନିଷ୍ପତ୍ତି ସାଥୀରେ ରହିବେ ନା ନାହିଁ ସୋଫିଆ ସ୍ପଷ୍ଟ କରିନାହାନ୍ତି ।

ଅବୁଝା ବିଜେପି ରଣନୀତି

ଦୁଇଟି ଆସନ ପାଇଲା ପରେ ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କୁ ଜିତାଇବା ବିଜେପି ପାଇଁ ସହଜ ନ ଥିଲେ ମଧ୍ୟ ବିଧାୟକମାନେ କିନ୍ତୁ ଖୁସ୍ । ଏହି ଖେଳରେ ନିଶ୍ଚିତ ଜିତିବେ ବୋଲି ଛାତି ବାଡ଼େଇ କହୁଛନ୍ତି । ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କ ଦୁଇଟି ଭୋଟକୁ ମିଶାଇଲେ ଆଉ ୬ ଭୋଟ କୋଉଠୁ ଯୋଗାଡ଼ ହେବ ପଚାରିଲେ ସେମାନେ ହସି ପଳାଉଛନ୍ତି । ସୂଚନା ଅନୁଯାୟୀ ବିଜେପି ରଣନୀତି ସମ୍ପର୍କରେ ବିଧାୟକମାନେ ଟେର୍ ପାଉନାହାନ୍ତି । ଉପରେ କ’ଣ ଚାଲିଛି ତାହାର ସାମାନ୍ୟତମ ସୂଚନା କାହାରି ପାଖରେ ନାହିଁ । ଯାହା ହେଉଛି ଉପରୁ । ବିଜେପି ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ଚନ୍ଦ୍ରଶେଖର ବାୱାନକୁଲେ ଗତକାଲିଠାରୁ ଭୁବନେଶ୍ୱରରେ ଅଛନ୍ତି । ନିଜେ ପ୍ରାର୍ଥୀ ଦିଲ୍ଲୀପ ରାୟ ନିଜର ଗୋପନ ରଣନୀତିରେ ଅଛନ୍ତି । ଦଳ ପକ୍ଷରୁ ମୁଖ୍ୟ ସଚେତକ ସରୋଜ ପ୍ରଧାନ ହ୍ୱିପ୍ ଜାରି କରିଛନ୍ତି । ୧୬ ତାରିଖ ନିର୍ବାଚନ ଦିନ ସବୁ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ରବିବାର ଦିନ ଭୁବନେଶ୍ୱରରେ ସବୁ ବିଧାୟକମାନଙ୍କର ବୈଠକ ହେବ ବୋଲି ସୂଚନା ମିଳିଛି ।

Previous Post

ଭୁବନେଶ୍ୱରରେ ବାୱାନକୁଲେ

Next Post

ରବୀନ୍ଦ୍ର ଜେନାଙ୍କୁ ନେଇ ଅସନ୍ତୋଷ

Next Post
ରବୀନ୍ଦ୍ର ଜେନାଙ୍କୁ ନେଇ ଅସନ୍ତୋଷ

ରବୀନ୍ଦ୍ର ଜେନାଙ୍କୁ ନେଇ ଅସନ୍ତୋଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA