Tuesday, May 19, 2026 07:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିକୁ ଫେରିଲେ ରଘୁ, ଜୀବନ

by Our Correspondent
25 Mar, 2026- 08:27 PM
in Latest News, News, Politics
1 min read
0
ବିଜେଡିକୁ ଫେରିଲେ ରଘୁ, ଜୀବନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଦୁଇ ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ବିଜେଡିକୁ ଫେରି ଆସିଛନ୍ତି । ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗଦେଇଛନ୍ତି । ଜିଲ୍ଲାର ଶତାଧିକ କର୍ମୀ ଓ ଦଳର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ଦୁଇ ନେତାଙ୍କୁ ସ୍ୱାଗତ କରିଥିଲେ । ଏ ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜବୁତ ହେବ। ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ନବୀନ ଉଭୟଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡିରେ ସେମାନଙ୍କୁ ଗ୍ରହଣ କରିଥିବାରୁ ଶ୍ରୀ ମହାନ୍ତି ଓ ଶ୍ରୀ ଦାସ ଦଳ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେମାନେ କାମ କରିବେ ବୋଲି ଘୋଷଣା କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଜେଡି ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ କେଶରୀ ଦେବ, ଅଶ୍ୱିନୀ ପାତ୍ର, ଅରୁଣ ସାହୁ, ମାଧବ ଧଡା, ଗୌତମ ବୁଦ୍ଧ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସ୍ୱରୂପ ଦାସ, ସୁକାନ୍ତ ନାୟକ, ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭୃଗୁ ବକ୍ସିପାତ୍ରଙ୍କ ସମେତ ଜିଲ୍ଲାର ବିଜେଡି ନେତୃବୃନ୍ଦ ଓ ଶହ ଶହ କର୍ମୀ ଉପସ୍ଥିତ ଥିଲେ।

ବସ୍ତା ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ହୋଇଛନ୍ତି ରଘୁନାଥ । ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଏକାଧିକ ବାର ମନ୍ତ୍ରୀ ହୋଇଥିଲେ । ୨୦୧୩ ମସିହାରେ ପାରିବାରିକ କନ୍ଦଳ ତାଙ୍କ ପାଇଁ ଦୁର୍ଦ୍ଦିନ ଆଣିଲା । ସେଥିପାଇଁ ୨୦୧୪ ନିର୍ବାଚନରେ ସେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ । ଏହାପରେ ସେ ବିଜେଡିକୁ ଫେରିଆସିଥିଲେ ମଧ୍ୟ ରବି ଜେନାଙ୍କ ଦବଦବା ଯୋଗୁଁ ଉଠିପାରିଲେନି । ୨୦୨୪ ନିର୍ବାଚନରେ ବସ୍ତା ଆସନରୁ ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ବିଜେଡି ଟିକେଟ ମିଳିବାରୁ ରଘୁନାଥ ଅପମାନିତ ହୋଇ ଦଳ ଛାଡ଼ିଦେଲେ ।

ଜୀବନ ପ୍ରଦୀପ ଦାସ ବିଜେପି ଟିକେଟ୍ ରେ ୨୦୦୦ ମସିହାରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ମିଶିଥିଲେ । ବାଲେଶ୍ୱର ଆସନରୁ ବିଜେଡି ଟିକେଟ୍ ରେ ୨୦୦୯ ଏବଂ ୨୦୧୪ରେ ବିଧାୟକ ହୋଇଥିଲେ । ୨୦୧୯ରେ ସେ ପୁଣି ଟିକେଟ୍ ପାଇଥିଲେ ମଧ୍ୟ ହାରି ଯାଇଥିଲେ । ବିଜେପିର ମଦନ ମୋହନ ଦତ୍ତ ଜିତିଥିଲେ । ତେବେ ତାଙ୍କର ନିର୍ଦ୍ଦ ଯୋଗୁଁ ଅନୁଷ୍ଠିତ ଉପନିର୍ବାଚନରେ ଜୀବନ ପ୍ରଦୀପଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିଲେ । ୨୦୨୧ ଜାନୁଆରୀରେ ସେ ପୁଣି ବିଜେପିରେ ଯୋଗଦେଇଥିଲେ ।

Previous Post

ଆନ୍ଧ୍ର ପଳାଇଲା ନିପନ ଷ୍ଟିଲ୍!

Next Post

କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ

Next Post
କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ

କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA