Saturday, June 13, 2026 11:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାତି ଅଧରେ ବନ୍ଦ କାହିଁକି?

by Our Correspondent
01 Apr, 2026- 10:16 PM
in Latest News, News
1 min read
0
ରାତି ଅଧରେ ବନ୍ଦ କାହିଁକି?

ଭୁବନେଶ୍ୱର: ବିଜୁ ବାବୁଙ୍କ ବିଷୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅରୁଚିକର ମନ୍ତବ୍ୟ ଉପରେ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବା ପାଇଁ ଗତକାଲି ବିଧିବଦ୍ଧ ଭାବେ ଲିଖିତ ଦାବି ରଖିବା ପରେ ଓ ବାଚସ୍ପତି ଏହାକୁ ଗ୍ରହଣ କରିବା ସହିତ ଏହାକୁ ବିଚାର କରିବେ ବୋଲି ଗୃହରେ ପ୍ରତିଶ୍ରୁତି ଦେବା ପରେ, ଅଧରାତିରେ ବିଧାନସଭାର ଚଳିତ ଅଧିବେଶନକୁ ବନ୍ଦ କରିଦିଆଯିବାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ବିଜେପି ସରକାରଙ୍କୁ ଦୋମୁହାଁ ସରକାରର ଆଖ୍ୟା ଦେଇଛନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ଶ୍ରୀ ଦୁବେଙ୍କ ଅରୁଚିକର ଓ ଅପମାନସୂଚକ ମନ୍ତବ୍ୟ ସାରା ଭାରତବର୍ଷକୁ ବ୍ୟଥିତ କରିଛି । ଏହି ମନ୍ତବ୍ୟ ସମଗ୍ର ଓଡ଼ିଆ ଜାତିକୁ ବ୍ୟଥିତ କରିଥିବା ବେଳେ ଏହାକୁ ନେଇ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଆଡେ ପ୍ରତିବାଦ ଦେଖିବାକୁ ମିଳୁଛି । କିନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ ଗୋଟିଏ ରାଜନୈତିକ ଦଳ, ଯେଉଁ ଦଳକୁ ବିବାଦ ସୃଷ୍ଟି କରିଥିବା ଶ୍ରୀ ଦୁବେ ପ୍ରତିନିଧିତ୍ୱ କରନ୍ତି, ସେହି ଦଳ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି, ଯାହାକୁ ନେଇ ଆଜି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମନରେ ପ୍ରଶ୍ନ ଉଠିଛି । ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇ ଗୃହର ସଦସ୍ୟ ମାନେ ଶ୍ରୀ ଦୁବେଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିବା ସହିତ ବାଚସ୍ପତିଙ୍କ ପାଖରେ ଏହି ସମ୍ୱନ୍ଧରେ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ପ୍ରଦାନ କରାଯାଇଥିଲା, ଯାହାକୁ ବାଦ ବିବାଦ ପରେ ସେ ଗ୍ରହଣ କରିଥିଲେ ଓ ଏହା କେବେ ଆଲୋଚନା ହେବ ତାହା ବିଜନେସ ଆଡ଼ଭାଇଜେରି କମିଟିରେ ଆଲୋଚନା କରି ଜଣାଇବେ ବୋଲି କହିଥିଲେ । କିନ୍ତୁ, ଆଶ୍ଚର୍ୟ୍ୟର ବିଷୟ ଗତକାଲି ମଧ୍ୟରାତ୍ରରେ ବିଧାନସଭାର ଚଳିତ ଅଧିବେଶନକୁ ବନ୍ଦ କରି ଦିଆଯାଇଛି । ଏହା ହେଉଛି ସରକାରଙ୍କ ଦୋମୁହାଁ ନୀତି । ଏହା ଡବଲ ଇଞ୍ଜିନ ସରକାର ନୁହେଁ, ଏହା ହେଉଛି ଦୋମୁହାଁ ସରକାର । ଏଥିରୁ ସ୍ପଷ୍ଟ ହେଉଛି, ବିଜୁ ବାବୁଙ୍କ ଭଳି ଜଣେ ମହା ମନୀଷୀଙ୍କ ପ୍ରତି ଦିଆଯାଇଥିବା ଅପମାନ ସୂଚକ ମନ୍ତବ୍ୟକୁ ବିଧାନସଭାରେ ନିନ୍ଦା କରାଯାଉ ବୋଲି ସରକାର ଚାହୁଁ ନାହାନ୍ତି ।

ଶ୍ରୀ ଆଚାର୍ଯ୍ୟ କହିଥିଲେ, ଏସସିବି ମେଡିକାଲ କଲେଜର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଦୁଃଖଦ ମୃତ୍ୟୁ ହେଲା କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ପୂର୍ବ ସରକାରଙ୍କ ସମୟରେ ଏକ ଘରୋଇ ହସ୍ପିଟାଲରେ ଏଭଳି ଅଗ୍ନିକାଣ୍ଡ ଘଟି କିଛି ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାର ନୈତିକ ଦାୟିତ୍ୱ ନେଇ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଇଥିଲେ । ଘରୋଇ ହସ୍ପିଟାଲର ମାଲିକ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କୁ ଗିରଫ କରାଯାଇଥିଲା । ସେଇ ମାମଲା ଆଜି ବି ବିଚାରଧୀନ ରହିଛି । ଏସସିବି ଅଗ୍ନିକାଣ୍ଡ ଘଟଣାରେ, ବର୍ତ୍ତମାନର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ରାଜ୍ୟର ଜନସାଧାରଣଙ୍କ ମନରେ ସ୍ୱାଭାବିକ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରୋଧୀ ଦଳର ବିଧାୟକ ମାନେ ଚଳିତ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ବା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଆସୁଛନ୍ତି । ସରକାର ନିଜ ଜିଦରେ ଅଟଳ ରହିବାରୁ, ଗୃହରେ ଅଚଳ ଅବସ୍ଥା ସୃଷ୍ଟି ହୋଇଥିଲା । ସରକାର ବିରୋଧୀ ଦଳମାନଙ୍କ ଅସହଯୋଗ ଯୋଗୁ ଗୃହ ଚାଲିପାରୁ ନାହିଁ ବୋଲି ବାରମ୍ୱାର କହୁଥିଲେ । କିନ୍ତୁ, ଗତକାଲି ବିରୋଧୀ ଦଳର ବିଧାୟକମାନେ ବଜେଟ ସେସନ ଓ ଆପ୍ରୋପ୍ରିଏସନ ବିଲରେ ଅଂଶ ଗ୍ରହଣ କରିଥିଲେ ଓ ଗୃହ ସୁରୁଖୁରୁରେ ଚାଲିଥିଲା । ବିଜୁ ବାବୁଙ୍କ ଉପରେ ଅପମାନ ସୂଚକ ମନ୍ତବ୍ୟ ଉପରେ ନିନ୍ଦା ପ୍ରସ୍ତାବ ଆଣିବା ପରେ ସମ୍ଭବତଃ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଇଚ୍ଛୁକ ନଥିବାରୁ, ଚଳିତ ଅଧିବେଶନକୁ ଏହାର ଅବଧି ପୂର୍ବରୁ ବାତିଲ କରି ଦେଇଛନ୍ତି । ଏହା ହେଉଛି ସରକାରଙ୍କ ଦୋମୁହାଁ ନୀତି । ଏହା ଡବଲ ଇଞ୍ଜିନ ସରକାର ନୁହେଁ, ଏହା ହେଉଛି ଦୋମୁହାଁ ସରକାର । ଏଥିରୁ ସ୍ପଷ୍ଟ ହେଉଛି, ବିଜୁ ବାବୁଙ୍କ ଭଳି ଜଣେ ମହା ମନୀଷୀଙ୍କ ପ୍ରତି ଦିଆଯାଇଥିବା ଅପମାନ ସୂଚକ ମନ୍ତବ୍ୟକୁ ବିଧାନସଭାରେ ନିନ୍ଦା କରାଯାଉ ବୋଲି ସରକାର ଚାହୁଁ ନାହାନ୍ତି ।

ଶ୍ରୀ ନାୟକ କହିଥିଲେ, ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର କାହିଁକି ଓଡ଼ିଆ ଅସ୍ମିତାର ପ୍ରତୀକ ବିଜୁ ବାବୁଙ୍କ ଉପରେ ଏହି ଅପମାନ ସୂଚକ ମନ୍ତବ୍ୟ ଉପରେ ମୁହଁରେ ତୁଣ୍ଡି ଦେଇ ବସି ରହୁଛନ୍ତି । ନିନ୍ଦା ପ୍ରସ୍ତାବ ମାଧ୍ୟମରେ ବିଧାନସଭାରେ ଆଲୋଚନା କରିବା ଦାବି ହେବା ପରେ ବିଧାନସଭାର ଅଧିବେଶନକୁ ବାତିଲ କରି ଦେଉଛନ୍ତି । ୨୦୧୮ ମସିହାରେ, ଓଡ଼ିଆ ଅସ୍ମିତାକୁ ଆଘାତ ଦେଲାଭଳି ଏକ ଅଭିଜିତ୍ ଆୟାର ମିତ୍ର ନାମକ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଟ୍ୱିଟ କରିଥିଲେ, ଯାହା ବିରୋଧରେ ନବୀନ ସରକାର ଦୃଢ଼ ପଦକ୍ଷେପ ନେଇଥିଲେ, ଯାହାଯୋଗୁ ଆୟାରଙ୍କୁ ୪୪ ଦିନ ଜେଲରେ ରହିବାକୁ ପଡିଥିଲା । ବିଜୁ ବାବୁଙ୍କୁ ଅପମାନ ଅର୍ଥାତ ସମଗ୍ର ଓଡ଼ିଆ ଜାତିକି ଅପମାନ, ଓଡ଼ିଆ ଅସ୍ମିତା ପ୍ରତି ଅପମାନ । ଏହି ଅପମାନର ନୀରବଦ୍ରଷ୍ଟା ସାଜିଛନ୍ତି ଆଜିର ରାଜ୍ୟର ବିଜେପି ସରକାର । ଯଦି ସାହସ ଅଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିନ୍ଦା କରନ୍ତୁ ଓ ଦୁବେଙ୍କ ଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ । ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରି ନିଶିକାନ୍ତ ଦୁବେଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ରାଜ୍ୟର ମୁଖ୍ୟମନ୍ତ୍ରୀ ବା ରାଜ୍ୟ ବିଜେପି ତରଫରୁ ବା କେନ୍ଦ୍ର ବିଜେପି ତରଫରୁ ଆନୁଷ୍ଠାନିକ ଭାବେ ଏହି ଘଟଣାକୁ ନିନ୍ଦା କରାଯାଉ ନଥିବାରୁ, ଏହା ପଛରେ ବିଜୁ ବାବୁଙ୍କ ଭଳି ଜଣେ ମହାନ ଜନନେତାଙ୍କ ପ୍ରତିଷ୍ଠା ଓ ସମ୍ମାନକୁ କ୍ଷୁର୍ଣ୍ଣ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚନା କରାଯାଇଛି ଓ ଏଥିରେ ବିଜେପି ସାମିଲ ଅଛି ବୋଲି ବୁଝିବାକୁ ହେବ ।

Previous Post

ଜିଲ୍ଲା ଯୋଜନା କମିଟି ଗଠନ

Next Post

ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

Next Post
ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA