Wednesday, May 13, 2026 05:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଶ୍ନପତ୍ର ଲିକ୍: ନିଟ୍-ୟୁଜି ପରୀକ୍ଷା ବାତିଲ

ବ୍ୟବସ୍ଥାର ବିକଳ ଚିତ୍ର

by Our Correspondent
12 May, 2026- 09:46 PM
in Latest News, News
1 min read
0
ପ୍ରଶ୍ନପତ୍ର ଲିକ୍: ନିଟ୍-ୟୁଜି ପରୀକ୍ଷା ବାତିଲ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍। ବାତିଲ ହେଲା ଚଳିତବର୍ଷର ନିଟ୍(ୟୁଜି)-୨୦୨୬ ପରୀକ୍ଷା। ମେ ୩ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୨ ଲକ୍ଷ ୭୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ନିଟ୍ ପରୀକ୍ଷା ବାତିଲକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ରାଜସ୍ଥାନରୁ ପ୍ରଶ୍ନପତ୍ର ଲିକ୍ ନେଇ ପ୍ରଥମେ ଅଭିଯୋଗ ଆସିଥିଲା। ହ୍ଵାଟସଆପ୍ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ କଥା ପଦାକୁ ଆସିଥିଲା। ୧୨୦ଟି ପ୍ରଶ୍ନପତ୍ର ଲିକ୍ ନେଇ ଅଭିେଯାଗ ଆସିବା ପରେ ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ଗଠନ କରିଥିଲେ। ପରୀକ୍ଷା ପୂର୍ବରୁ ‘ଗେସ୍ ପେପର୍’ ନାମରେ ବୁଲୁଥିବା ପ୍ରଶ୍ନପତ୍ର ପ୍ରକୃତ ପେପର୍ ସହ ମିଶୁଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ୯୦ଟି ବାୟୋଲୋଜି ଓ ୩୦ଟି କେମିଷ୍ଟ୍ରି ପ୍ରଶ୍ନପତ୍ର ମ୍ୟାଚ୍ କରିଥିଲା।

ରାଜସ୍ଥାନ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ର ରିପୋର୍ଟ ଆଧାରରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ(ଏନଟିଏ) ପରୀକ୍ଷା ବାତିଲ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରୀକ୍ଷାକୁ ବାତିଲ କରାଯାଇଛି। ସାନି ପରୀକ୍ଷା ନେଇ ଖୁବ୍ ଶୀଘ୍ର ସୂଚନା ଜାରି ହେବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ସାନି ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ ନାହିଁ କିମ୍ବା ପରୀକ୍ଷା ଫି’ ଦେବାକୁ ପଡ଼ିବନି ବୋଲି କୁହାଯାଇଛି । ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଗଲା ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନର ପରୀକ୍ଷା ପଦ୍ଧତି ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ପ୍ରଶ୍ନପତ୍ର ଲିକ୍ ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ନିଟ୍ ପରୀକ୍ଷା ବାତିଲ ପରେ ସାରା ଦେଶରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରୀକ୍ଷା ସରିବାର ୯ ଦିନ ପରେ ପରୀକ୍ଷା ବାତିଲ୍ ନିଷ୍ପତ୍ତି ପରୀକ୍ଷାର୍ଥୀମାନଙ୍କୁ ମାନସିକସ୍ତରରେ ଭୀଷଣ ଆଘାତ ପହଞ୍ଚାଇଛି। ଏହି ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରୁଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଭଳି ଅତ୍ୟନ୍ତ ମାରାତ୍ମକ କାର୍ଯ୍ୟ ପାଇଁ ସମସ୍ତେ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛନ୍ତି।

ନିଟ୍-ୟୁଜି ପ୍ରଶ୍ନପତ୍ର ୩୦ ହଜାରରୁ ଆରମ୍ଭ କରି ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ୍ ରେ ବଜାରରେ ବିକ୍ରି ହୋଇଥିଲା। ଏହି କାରବାର ପଛରେ ଏକ ସୁଚିନ୍ତିତ ରାକେଟ୍ କାମ କରୁଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ରାଜସ୍ଥାନ, ଦିଲ୍ଲୀ, ନାଗପୁର, କେରଳର କେତେକ କୋଚିଂ ସେଣ୍ଟର ଏହି କାରବାରର ସୂତ୍ରଧର ଥିଲେ। ସାରା ଦେଶରେ ଏହି ରାକେଟ୍ ଚାଲିଥିଲା। ସିବିଆଇ ତଦନ୍ତରେ ଏହାର ଗୁମର ଖୋଲିବ ବୋଲି କୁହାଯାଉଛି। 

ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ବାତିଲକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ସରକାରୀ ଅବହେଳା ଓ ଦୁର୍ନୀତି ପଦାକୁ ଆସିଛି। ଏହା କେବଳ ବିଫଳତା ନୁହେଁ ବରଂ ଯୁବ ପୀଢ଼ିଙ୍କ ଭବିଷ୍ୟତ ବିରୋଧରେ ଅପରାଧ। ବାପା ମାଆ ଖର୍ଚ୍ଚାନ୍ତ ହୋଇ ପିଲାଙ୍କୁ ପଢ଼ାଇଲେ। ମାତ୍ର ରେଜଲ୍ଝ ଆସିଲା ପେପର୍ ଲିକ୍। ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ କଠିନ ପରିଶ୍ରମ, ତ୍ୟାଗ, ସ୍ୱପ୍ନ ଉଭେଇ ଯାଇଛି। ପେପର ମାଫିଆ ଖସି ଯାଉଥିବା ବେଳେ ପରୀକ୍ଷାର୍ଥୀ ସେମାନଙ୍କ ପାଇଁ ଦଣ୍ଡ ପାଉଛନ୍ତି ବୋଲି ରାହୁଲ କହିଛନ୍ତି।

ଏନଟିଏ ଡିଜି ଅଭିଷେକ ସିଂ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଅଭିେଯାଗର ସତ୍ୟତା ଜଣାପଡ଼ିବା ପରେ ପରୀକ୍ଷା ବାତିଲ କରାଯାଇଛି। ଆମେ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ କ୍ଷୋଭକୁ ଅନୁଭବ କରିପାରୁଛୁ। ୧୨୦ ପ୍ରଶ୍ନ କାହିଁକି, ଗୋଟିଏ ବି ପ୍ରଶ୍ନ ମ୍ୟାଚ୍ କଲେ ପରୀକ୍ଷାର୍ଥୀ ପ୍ରଭାବିତ ହେବେ। ଯେପରି ୨୨ ଲକ୍ଷ ପରୀକ୍ଷାର୍ଥୀ ପ୍ରଭାବିତ ନ ହେବେ ତାହାକୁ ଗୁରୁତ୍ୱ ଦେଉଛୁ। ଗୋଟିଏ ସେଣ୍ଟରରେ ତ୍ରୁଟି ବି ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି। କେତେ ସେଣ୍ଟରକୁ ପ୍ରଶ୍ନପତ୍ର ଲିକ୍ ବ୍ୟାପିଥିଲା ସିବିଆଇ ତଦନ୍ତରେ ସ୍ପଷ୍ଟ ହେବ। ଜିରୋ ଏରର୍ ଲକ୍ଷ୍ୟରେ ସାନି ପରୀକ୍ଷା କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ପରୀକ୍ଷାରେ ବିଳମ୍ବ କରାଯିବନି। ଏକାଡେମିକ ବର୍ଷ ବାଧାପ୍ରାପ୍ତ ହେବନି। ୭ରୁ ୧୦ ଦିନ ମଧ୍ୟରେ ସାନି ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି।

ନିଟ୍-ୟୁଜି ପରୀକ୍ଷା ବାତିଲକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ପରୀକ୍ଷାର୍ଥୀମାନଙ୍କ ବିଶ୍ୱାସ ଉପରେ ଏହା କୁଠାରଘାତ ବୋଲି ସେ କହିଛନ୍ତି। ଯେତେବେଳେ କୌଣସି ପରୀକ୍ଷାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠେ ତାହାକୁ କେବଳ ବ୍ୟବସ୍ଥାର ତ୍ରୁଟି ବୋଲି କୁହାଯିବନି। ତାହା ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା। ବର୍ଷ ବର୍ଷ ଧରି ରାତି ଅନିଦ୍ରା ହୋଇ ନିଜର କ୍ୟାରିୟର୍ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀମାନେ ଆଜି ନିରାଶ। ନିଟ୍ ପ୍ରଶ୍ନପତ୍ର ଲିକ୍ ଏହା ପ୍ରଥମ ଘଟଣା ନୁହେଁ। ଆମେ ଆମ ଯୁବଶକ୍ତିଙ୍କ ଭାଗ୍ୟ ସହ ଖେଳିବା ଉଚିତ୍ ନୁହେଁ ବୋଲି ନବୀନ କହିଛନ୍ତି।

ପିଲାଙ୍କ ଭବିଷ୍ୟତ ସହ ଖେଳ : ବିଜେଡି

ବିଜେପି ସରକାରରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ନ୍ୟୁ ଇଣ୍ଡିଆର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ଏବେ ଲିକ୍ ଇଣ୍ଡିଆର ପରିଚୟ ସୃଷ୍ଟି କରୁଛି । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହେବା ଦୁର୍ଭାଗ୍ୟଜନକ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଛନ୍ତି, ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି କେନ୍ଦ୍ର ସରକାର । ଜଣେ ପରୀକ୍ଷାର୍ଥୀଙ୍କ ପରିଶ୍ରମ ବୁଝିବାକୁ ଏ ସରକାର ଅସମର୍ଥ । ଚାରି ଚାରି ଥର ନିଟ୍ ପେପର ଲିକ୍ ଘଟଣା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।

ନିଟ୍ ପରୀକ୍ଷାର ପେପର ଲିକ୍ ଘଟଣାରୁ ଜଣାପଡୁଛି, କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଆଉ ନାହିଁ ଦେଶର ଶିକ୍ଷା ବ୍ୟବସ୍ଥା । ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ଦଳୀୟ କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ବିଭାଗର ଦାୟିତ୍ୱ କଥା ପାସୋରି ଯାଉଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ ଓଡ଼ିଶାରେ ଥିବାବେଳେ ଦେହ ଦିଲ୍ଲୀରେ ରହୁଥିବାରୁ ବାରମ୍ବାର ନିଟ୍ ପରୀକ୍ଷାର ପେପର ଲିକ୍ ହେଉଛି । ଶ୍ରୀ ପ୍ରଧାନ ନିର୍ବାଚନ ପରିଚାଳନା ଠିକ୍ ଭାବେ ତୁଲାଉଥିବା ବେଳେ ନିଜ ବିଭାଗର ଦାୟିତ୍ୱ ଠିକ୍ ଭାବେ କ’ଣ ପାଇଁ ତୁଲାଇ ପାରୁନାହାନ୍ତି ବୋଲି ଚିନ୍ମୟ ପ୍ରଶ୍ନ କରିଥିଲେ । ଯଦି ନିଜ ବିଭାଗର ଦାୟିତ୍ୱ ତୁଲାଇ ପାରୁନାହାନ୍ତି, ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ।

ଇପ୍ସୀତା ସାହୁ କହିଥିଲେ, କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଗୁରୁ ଯେମିତି, ରାଜ୍ୟରେ ତାଙ୍କ ଶିଷ୍ୟ କହୁଥିବା ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ଠିକ୍ ସେମିତି । କାରଣ ରାଜ୍ୟରେ ବିଗତ ୨୩ ମାସ ଭିତରେ ୨୩ଟି ପେପର ଲିକ୍ ଯୋଗୁଁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ପରୀକ୍ଷାର୍ଥୀ ମାନେ ରାତି ଅନିଦ୍ରା ହୋଇ ପାଠପଢ଼ି ଫଳାଫଳକୁ ଅପେକ୍ଷା କରିଥିବା ବେଳେ ତାଙ୍କ ଭାଗ୍ୟ ସହ ଖେଳୁଥିବା ବିଜେପି ନେତାମାନେ ସେ କଷ୍ଟକୁ ଅନୁଭବ କରିପାରୁ ନାହାନ୍ତି । ତେଣୁ ବାରମ୍ବାର ରାଜ୍ୟ ଏବଂ ଦେଶରେ ପେପର ଲିକ୍ ଭଳି ଘଟଣା ଦେଖିବାକୁ ମିଳୁଛି ।

Previous Post

କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA