Wednesday, May 20, 2026 10:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡିଜିଙ୍କୁ ବି ଖାତିର କଲେନି

ବ୍ରହ୍ମପୁରରେ ବାଲିଅନ୍ତା ରିପିଟ୍

by Samar Pradhan
19 May, 2026- 12:59 PM
in Crime, Latest News, News
1 min read
0
ଡିଜିଙ୍କୁ ବି ଖାତିର କଲେନି

ଭୁବନେଶ୍ୱର: ଦିନକ ପୂର୍ବରୁ ଡିଜି ୱାଇ.ବି ଖୁରାନିଆ ଅପରାଧୀମାନଙ୍କୁ କଡ଼ା ଚେତାବନୀ ଦେଇଥିଲେ। ଏନକାଉଣ୍ଟର ଭୟ ଦେଖାଇଥିଲେ। ଓଡ଼ିଶାରେ ଅପରାଧୀଙ୍କ ପାଇଁ ଜାଗା ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ। ଦୁଇ ଅପରାଧୀ ବ୍ରହ୍ମପୁର ଦିପୁନା ନାୟକ ଏବଂ ସମ୍ବଲପୁରର ମନୀଷ ସାହୁଙ୍କୁ ପୁଲିସର ଏନକାଉଣ୍ଟର ପରିପ୍ରେକ୍ଷୀରେ ଡିଜି ସାହେବ ଗଣମାଧ୍ୟମ ଜରିଆରେ ଅପରାଧୀଙ୍କୁ ଏହି ବାର୍ତ୍ତା ଦେଇଥିଲେ। ମାତ୍ର ଡିଜିଙ୍କ ଚେତାବନୀକୁ ୨୪ ଘଣ୍ଟା ପୂରିନି, ସେଇ ବ୍ରହ୍ମପୁର ସହରର ବିଚ୍ ବଜାରରେ ଅପରାଧୀଙ୍କ ବର୍ବର ତାଣ୍ଡବ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ତଳେ କଚାଡ଼ି ଦୁଇ ଅପରାଧୀ ଠେଙ୍ଗାରେ ନିର୍ଘାତ ପିଟିଛନ୍ତି। ଯୁବକଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ଗାର୍ଲଫ୍ରେଣ୍ଡ ମଧ୍ୟ ଅପରାଧୀଙ୍କ ମୁହଁରୁ ବର୍ତ୍ତି ନାହାନ୍ତି। ସେହି ଯୁବତୀଙ୍କୁ ନିର୍ଘାତ ମାଡ଼ ହୋଇଛି। ସୋସିଆଲ୍ ମିଡିଆରେ ଏହାର ଭିଡ଼ିଓ ଭାଇରାଲ୍ ହେବା ପରେ ଦେଖଣାହାରୀଙ୍କ ଛାତି ଥରି ଯାଇଛି। ସମସ୍ତଙ୍କୁ କଣାସ ଏବଂ ବାଲିଅନ୍ତା ଘଟଣାର ଦୃଶ୍ୟ ମନେ ପଡ଼ିଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ କି ପୁଲିସକୁ ଅପରାଧୀଙ୍କର ତିଳେ ମାତ୍ର ଭୟ ନାହିଁ ବୋଲି ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି।

ଗତକାଲି(ସୋମବାର) ରାତି ପ୍ରାୟ ୯ଟାରେ ବ୍ରହ୍ମପୁର ସହରର ବ୍ୟସ୍ତବ ହୁଳ ଗିରିରୋଡ୍ ରେ ଏହି ବର୍ବର, ଅମାନୁଷିକ ଘଟଣା ଘଟିଛି। ଉମେଶ ରଥ(୨୩) ନାମକ ଜଣେ ଯୁବକ ତାଙ୍କର ଭାବୀ ପତ୍ନୀଙ୍କ ସହିତ ବାଇକ୍ ରେ ବଜାରକୁ ଆସିଥିବା ବେଳେ ଆଗରୁ ଛକି ରହିଥିବା ଦୁଇ ଯୁବକ ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ଉମେଶଙ୍କୁ ତଳେ କଚାଡ଼ି ଠେଙ୍ଗାରେ ପିଟି ଚାଲିଚାଲିଲେ। ତାଙ୍କୁ ରକ୍ଷା କରିବାକୁ ଭାବି ପତ୍ନୀ ଆପ୍ରାଣ ଉଦ୍ୟମ କରିବା ସହ ଆକ୍ରମଣକାରୀ ଦୁଇ ଯୁବକଙ୍କୁ ହାତେଯାଡ଼ି ନେହୁରା ହୋଇଥିଲେ। ମାତ୍ର ଦୁର୍ବୃତ୍ତଦ୍ୱୟଙ୍କ ହୃଦୟ ତରଳି ନ ଥିଲା। ଓଲଟି ଯୁବତୀଙ୍କୁ ମଧ୍ୟ ଠେଙ୍ଗା ପାହାର ଦେଇଥିଲେ। ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରି ନ ଥିଲେ। ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଦୁର୍ବୃତ୍ତଦ୍ୱୟ ଚମ୍ପଟ୍ ମାରି ସାରିଥିଲେ। ଗୁରୁତର ଅବସ୍ଥାରେ ଉମେଶ ଏବଂ ତାଙ୍କର ଭାବୀ ପତ୍ନୀଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।

ଇତିମଧ୍ୟରେ ଦୁଇ ଦୁର୍ବୃତ୍ତଙ୍କୁ ପୁଲିସ ଚିହ୍ନଟ କରିସାରିଥିଲେ ମଧ୍ୟ ଖୋଜି ପାଉନାହାନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସର ସ୍ୱ ତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛନ୍ତି।

ତେବେ ବ୍ରହ୍ମପୁରର ବିଚ୍ ବଜାରରେ ଘଟିଥିବା ଏହି ବର୍ବର ଆକ୍ରମଣକୁ ପୁଲିସ ଗ୍ୟାଙ୍ଗୱାର୍ ରୂପ ଦେଇଛି। ଆକ୍ରମଣ ପଛରେ ଗ୍ୟାଙ୍ଗୱାର୍ ଲିଙ୍କ୍ ଥିବା ପୁଲିସ କହିଛି। ଦୁଇ ଗ୍ୟାଙ୍କ ମଧ୍ୟରେ ତିକ୍ତତା ଏହି ଆକ୍ରମଣ ପଛର କାରଣ। ଦୁଇ ଆକ୍ରମଣକାରୀ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ଆକ୍ରମଣର ଶିକାର ଉମେଶ ରଥ ମଧ୍ୟ ଜଣେ ପେଶାଦାର ଅପରାଧୀ। ତାଙ୍କ ନାମରେ ପୂର୍ବରୁ ୧୪ ଟି ମାମଲା ଅଛି। ଆକ୍ରମଣକାରୀ ଏବଂ ଉମେଶ ଗୋଟିଏ ଗ୍ୟାଙ୍ଗରେ କାମ କରୁଥିଲେ ବୋଲି ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଉମେଶ ରଥଙ୍କ ମାଆ ସଙ୍ଗୀନ ଅଭିେଯାଗ ଆଣିଛନ୍ତି। ଆକ୍ରମଣକାରୀମାନେ ନିଜକୁ ସ୍ଥାନୀୟ ବିଜେପି ବିଧାୟକ କେ. ଅନୀଲ କୁମାରଙ୍କ ପାଖଲୋକ କହି ତାଙ୍କୁ ଧମକଚକମ ଦେଇ ଆସୁଥିଲେ। ୭ ଲକ୍ଷ ଟଙ୍କା ନ ଦେଲେ ପୁଅକୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଦୁଇବର୍ଷ ତଳେ ଘରେ କେହି ନ ଥିବା ବେଳେ ୨୫ ଲୋକ ଆସି ତାଙ୍କ ଘରେ ଗଣ୍ଡଗୋଳ କରିଥିଲେ। ଗତକାଲି ତାଙ୍କ ପୁଅ ଉମେଶ ପରୀକ୍ଷା ଦେଇସାରି ବାହାରକୁ ଖାଇବାକୁ ଯାଇଥିଲେ। ସାଙ୍ଗରେ ତାଙ୍କର ବୋହୁ(ଭାବୀ) ଯାଇଥିଲେ। ପୁଅକୁ ଖଣ୍ଡା, ଠେଙ୍ଗା, ଭୁଜାଲିରେ ମାରିଛନ୍ତି। ମାଉଜର ଦେଖାଇଛନ୍ତି। ବୋହୁକୁ ମାଡ଼ ମାରି ଟେକି ନେବାକୁ ଉଦ୍ୟମ କରିଥିଲେ ବୋଲି ଅଭିେଯାଗ କରିଛନ୍ତି ଉମେଶଙ୍କ ମା।

ଉମେଶଙ୍କ ମା ଆଣିଥିବା ଅଭିେଯାଗ ସତ ହୋଇଥିଲେ ସାଂଘାତିକ। ସ୍ଥାନୀୟ ବିଜେପି ବିଧାୟକଙ୍କ ବଳରେ ଆକ୍ରମଶକାରୀ ଏଭଳି ସାହାସ କରିଥିଲେ ତାହା ଆହୁରି ସାଂଘାତିକ କଥା। ପୁଲିସ ଏହି ଦିଗର ତଦନ୍ତ କରିବାକୁ ଦାବି ହୋଇଛି।

ପୂର୍ବରୁ ଗତ ୭ ତାରିଖରେ ଘଟିଥିବା ବାଲିଅନ୍ତା ଭିଡ଼ ହତ୍ୟ ମାମଲା ଲୋକଙ୍କ ମନରୁ ନ ଯାଉଣୁ ବ୍ରହ୍ମପୁରରେ ସେଭଳି କାଣ୍ଡ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ଖୋଦ୍ ପୁଲିସ ଡିଜିଙ୍କ ଏନକାଉଣ୍ଟର ଡରାଣିକୁ ଅପରାଧୀମାନେ ଖାତିର ନ କରିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ଗମ୍ଭୀରତାକୂ ସୂଚାଉଛି। ଅପରାଧ ଦମନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତଥାକଥିତ ଜିରୋ ଟଲେରାନ୍ସ ନୀତି କେବଳ ଭାଷଣରେ ରହିଯାଇଛି।

ବିରୋଧୀ ଦଳ ନେତାଙ୍କ ପ୍ରତିକ୍ରିୟା

ଯୁବକଙ୍କୁ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ବିଚଳିତ କରିଛି। ଅରାଜକତାର ଭୟଙ୍କର ଚିତ୍ର ଦେଖୁଛି ଓଡ଼ିଶା। ବିଜେପିର ଶାସନ ନୁହେଁ, ଗୁଣ୍ଡାରାଜ୍ ଚାଲିଛି। ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ପୋଲିସ ଓ ଆଇନ କାନୁନ ବ୍ୟବସ୍ଥା କୁଆଡେ ଯାଇଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ଦୋଷୀଙ୍କ ବିରୋଧରେ ତୁରନ୍ତ ଆକ୍ସନ ନିଆଯାଉ।

-ନବୀନ ପଟ୍ଟନାୟକ

Previous Post

ଅରିନ୍ଦମଙ୍କୁ ବାନ୍ଧୁନ କାହିଁକି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA