Thursday, May 21, 2026 05:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିପଦରେ ସାମ୍ବାଦିକ ଓ ସାମ୍ବାଦିକତା

ବିଜେପି ଛତ୍ରଛାୟାରେ ଅପରାଧୀଙ୍କ ଅମୃତ ମହୋତ୍ସବ: ବିଜେଡି

by Our Correspondent
20 May, 2026- 11:40 PM
in Latest News, News
1 min read
0
ବିପଦରେ ସାମ୍ବାଦିକ ଓ ସାମ୍ବାଦିକତା

ଭୁବନେଶ୍ୱର: ରାଜ୍ୟରେ ଅପରାଧ ଉପର ମୁହାଁ ହୋଇଥିଲା ବେଳେ ମନୋବଳ ହରାଇ ପୋଲିସ କୋମାରେ । ବ୍ରହ୍ମପୁରରେ ବିଚ୍ ବଜାରରେ ଅପରାଧୀମାନେ ଯେଉଁଭଳି ଭାବେ ଅମାନବୀୟ କାଣ୍ଡ ରଚିଲେ ତାହା ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଛି । ପ୍ରତ୍ୟେକ ଦିନ ରାଜ୍ୟବାସୀ କେବଳ ଗୁଣ୍ଡାରାଜ ଓ ଅରାଜକତାର ଚିତ୍ର ଦେଖୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ରାଜ୍ୟରେ ଆଇନଶୃଙ୍ଖଳାର ଚରମ ଅଧୋଗତିକୁ ନେଇ ବିଜେପି ସରକାରକୁ କଡା ନିନ୍ଦା କରିଛନ୍ତି ।

ଶ୍ରୀ ବକ୍ସିପାତ୍ର କହିଛନ୍ତି, ପୋଲିସର ନିଷ୍କ୍ରିୟତା ଓ ଶାସକ ଦଳର ପ୍ରୋତ୍ସାହନରେ ଗଂଜାମ ଜିଲ୍ଲାରେ ଗତ ଏକମାସରେ ୧୦ରୁ ଅଧିକ ହତ୍ୟାକାଣ୍ଡ ସଂଗଠିତ ହୋଇଛି । ଗତ ସୋମବାର ଦିନ ଗିରିରୋଡରେ ଘଟିଥିବା ବର୍ବୋରଚିତ ଆକ୍ରମଣର ଦୁଇ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବିଜେପି ବିଧାୟକଙ୍କ ସହଯୋଗୀ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନାହିଁ । ବ୍ରହ୍ମପୁର ପୋଲିସ ବିଜେପି ଦଳ ଦ୍ୱାରା ଏଭଳି ଚାପଗ୍ରସ୍ତ ଯେ, ପ୍ରତ୍ୟେକ ଦିନ ବିଧାୟକଙ୍କ ଘରେ ଏସଡିପିଙ୍କୁ ହାଜିରା ଦେବାକୁ ପଡୁଛି । ସାଧାରଣ ଲୋକଟିଏ ଥାନାକୁ ଗଲେ ପୋଲିସ ପ୍ରଥମେ ତାଙ୍କୁ ପଚାରୁଛି ତୁମେ କେଉଁ ଦଳର ସମର୍ଥକ । ଏଫ୍ଆଇଆରରେ ନାଁ ଥିଲେ ମଧ୍ୟ ଶାସକ ଦଳର ଇଙ୍ଗିତରେ ତଦନ୍ତରେ ଅଭିଯୁକ୍ତଙ୍କ ନାଁ କଟାଯାଉଛି । ଏଥିପାଇଁ ଆଜି ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲା ରାଜ୍ୟର କ୍ରାଇମ ହବ୍ ଭାବେ ଅପଖ୍ୟାତି ମୁଣ୍ଡାଇଛି ।

ଶ୍ରୀ ସାହୁ କହିଛନ୍ତି ଯେ, ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ସାରା ରାଜ୍ୟରେ ବିଜେପି ନେତା ଓ ଅପରାଧୀଙ୍କ ମଧ୍ୟରେ ଏକ ଅନୈତିକ ବୁଝାବଣା ହୋଇ ପୋଲିସ ଉପରେ ଚାପ ପ୍ରୟୋଗ କରାଯାଉଛି । ଫଳସ୍ୱରୁପ ପୋଲିସ ମନୋବଳ ଭାଙ୍ଗିଯାଇଛି । ଯାହାର ଚିତ୍ର ପ୍ରତ୍ୟେକ ଦିନ ରାଜ୍ୟବାସୀ ଦେଖୁଛନ୍ତି । ନୟାଗଡରେ ଥାନା ମଧ୍ୟରେ ପୋଲିସକୁ ଆକ୍ରମଣ, ଭୁବନରେ ଥାନା ଆଇଆଇସିଙ୍କୁ ଆକ୍ରମଣ କରି ବାଲି ମାଫିଆମାନେ ଗାଡି ଛଡାଇନେବା, ଟାଙ୍ଗିରେ ପୋଲିସ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ଘଟଣା ଦେଖିବାକୁ ମିଳିଛି । ପିଏସ୍ଓଙ୍କ ବନ୍ଧୁକ ଛଡାଇ ବିଜେପି ବିଧାୟକ ଫାଙ୍କା ଗୁଳିଚାଳନା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଅପରାଧୀଙ୍କୁ ଏନ୍କାଉଣ୍ଟର ପାଇଁ ଯେଉଁଦିନ ପୋଲିସ ଡିଜି କହୁଛନ୍ତି, ସେହିଦିନ ହିଁ ବ୍ରହ୍ମପୁରରେ ଏହିଭଳି ବର୍ବୋଚିତ କାଣ୍ଡ ଘଟୁଛି ।

ଡ. ମହାନ୍ତି କହିଥିଲେ ଯେ, ନୟାଗଡରେ ଦୈନିକ ଖବରକାଗଜ ସକାଳର ସାମ୍ବାଦିକଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ ଓ ଖବରକାଗଜ ପୋଡିବା ଦୁର୍ଭାଗ୍ୟଜନକ । ବିଜେପି ନେତା ଅରିନ୍ଦମ ରାୟ, ସାମ୍ବାଦିକମାନଙ୍କ ପ୍ରତି ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ, ବିଜେପି ଏହାକୁ ନେଇ ସ୍ପଷ୍ଟୀକରଣ ଦେଉ । ଶାସକ ବିଜେପି ଦଳ ନେତାମାନଙ୍କ ଦ୍ୱାରା ଆଜି ସାମ୍ବାଦିକ ଓ ସାମ୍ବାଦିକତା ବିପଦରେ । ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲାକୁ ଅପରାଧୀଙ୍କ ହାତରେ ଟେକି ଦେଇଛନ୍ତି ଡବଲ ଇଂଜିନ ସରକାର । ପୋଲିସ ଡିଜି ତୁରନ୍ତ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରନ୍ତୁ ଯଦ୍ୱାରା ସାଧାରଣ ଲୋକ ପୋଲିସ ଉପରେ ଭରସା ରଖିପାରିବେ ।

Previous Post

ଡିଜିଙ୍କୁ ବି ଖାତିର କଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA