Thursday, May 21, 2026 08:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମିତାଭ: ଫସିଲେ ନା ଫସାଗଲା??

by Samar Pradhan
21 May, 2026- 01:01 PM
in Latest News, News
1 min read
0
ଅମିତାଭ: ଫସିଲେ ନା ଫସାଗଲା??

ଭୁବନେଶ୍ୱର: କେନ୍ଦୁଝର ପୁଲିସ ଦ୍ଵାରା ଗିରଫ ହୋଇଛନ୍ତି ସାମ୍ବାଦିକ/କଣ୍ଟେଣ୍ଟ କ୍ରିଏଟର୍ ସବ୍ୟସାଚୀ ଅମିତାଭ। ଗୋଟିଏ ଘଟଣାରେ ତାଙ୍କ ବିରୋଧରେ ତିନୋଟି ଅଭିେଯାଗ ଆଣିଛନ୍ତି ଦୁଇଜଣ ଅଭିେଯାଗକାରୀ। ତାହା ହେଲା-ମଦ ପିଇ ଗାଡ଼ି ଦୁର୍ଘଟଣା କରିବା, ଧମକ ଦେବା ଏବଂ ଜାତିଆଣ ଆକ୍ଷେପ କରିବା। ଅମିତାଭଙ୍କୁ ପାଣ୍ଡିଆନଙ୍କ ଚାମଚା କହି ଗାଳିଗୁଲଜ ମଧ୍ୟ କରାଯାଇଛି।

କେନ୍ଦୁଝର ସର୍କିଟ୍ ହାଉସ୍ ରେ ବୁଧବାର ସକାଳେ ଘଟଣା ଘଟିଥିଲା ବେଳେ ସଂଧ୍ୟାରେ ପୁଲିସ ତାଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ଅମିତାଭ ସର୍କିଟ୍ ହାଉସ୍ ର ୫ ନମ୍ବର ସୁଇଟ୍ ରେ ଥିଲେ। ବୁଧବାର ସକାଳ ୭ଟାରେ ସେଠାରୁ ବାହାରୁଥିଲେ। ଡ୍ରାଇଭର ପାର୍କିଂ ରୁ କାର୍ ବାହାର କଲା ବେଳେ ସର୍କିଟ୍ ହାଉସ୍ କାନ୍ଥ ଏବଂ ଏକ ଲୁହାଖୁଣ୍ଟିରେ ଗାଡ଼ିଟି ପିଟି ହୋଇଥିଲା। ଏହାପରେ ଏକ ବାଇକ୍ କୁ ଚାପି ଦେଲା। ଚୌକିଦାର ତାଙ୍କୁ ଆକଟ କରିବାରୁ ଅମିତାଭ ନିଶାଶକ୍ତ ଅବସ୍ଥାରେ କୁଆଡେ଼ ତାଙ୍କର ଜାତିକୁ ନେଇ ଗାଳିଗୁଲଜ କରିଥିଲେ।

କେନ୍ଦୁଝର ଟାଉନ ଥାନାରେ ସର୍କିଟ ହାଉସ୍ ର ଚୌକିଦାର ଦିପ୍ତୀରଞ୍ଜନ ଦାସ ଓଡ଼ିଆରେ ଏତଲା ଦେଇଥିଲା ବେଳେ କିରାଣୀ ତଥା ଆକାଉଣ୍ଟାଣ୍ଟ ଖଗେଶ୍ୱର ମହାନ୍ତ ଇଂରାଜୀରେ ଏତଲା ଦେଇଛନ୍ତି। ପୁଲିସ ଏହି ଏତଲା ଆଧାରରେ ଅମିତାଙ୍କୁ ଗିରଫ କରିଛି।

ତେବେ ଏତଲାର ସତ୍ୟତା ଏବଂ ଗିରଫଦାରିକୁ ନେଇ ନାନା ପ୍ରଶ୍ନ ଉଠିଛି। ଓଡ଼ିଆ ଏବଂ ଇଂରାଜୀରେ ଦୁଇଟି ଏତଲା କାହóକି? କେତେଟା ବେଳେ ଏତଲା ଦିଆଯାଇଛି? ଯଦି ଡ୍ରାଇଭର୍ ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଛି, ତେବେ ଅମିତାଭଙ୍କୁ ଗିରଫ କାହóକି? ଚୌକିଦାର ଦିପ୍ତୀରଞ୍ଜନ ଦାସ ଜଣେ ଦଳିତ(ଏସସି) ଲୋକ ବୋଲି ଅମିତାଭ ଆଗରୁ ଜାଣିଥିଲେ କି? ନହେଲେ ତାଙ୍କୁ ଛୋଟ ଜାତି କହି ଚାକିରି ଖାଇଯିବାର ଭୟ ଦେଖାଇଲେ କେମିତି? ମାମଲାକୁ ବଳିଷ୍ଠ କରିବା ପାଇଁ ଜାତିଆଣ ଆକ୍ଷେପ ଅଭିେଯାଗ ଅଣାଯାଇନି ତ?

ଗତକାଲି ଅମିତାଭଙ୍କ ସହ ଯୋଗାଯୋଗରେ ଥିବା ସାମ୍ବାଦିକଙ୍କ କହିବାନୁଯାୟୀ, ସକାଳେ ପାର୍କିଂରୁ ଡ୍ରାଇଭର ଗାଡ଼ି ବାହାର କଲାବେଳେ ପଛରେ ଥିବା ଏହା ଲୁହା ଖୁଣ୍ଟିରେ ବାଜି ଏକ ବାଇକ୍ ଉପରେ ମାଡ଼ି ଯାଇଥିଲା। ସର୍କିଟ୍ ହାଉସ୍ ର ଜଣେ କର୍ମଚାରୀଙ୍କ ଏହି ବାଇକ୍ କୁ ମରାମତି କରି ଦେବାକୁ ଅମିତାଭ କହିଥିଲେ ମଧ୍ୟ ନୂଆ ଗାଡ଼ି ଦାବି କରାଯାଇଥିଲା। ଏହାକୁ ନେଇ ଉଭୟପକ୍ଷ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ତେବେ କିଛି ଘଣ୍ଟା ମଧ୍ୟରେ ଏହାର ସମାଧାନ ହୋଇଯିବା ପରେ ଅମିତାଭ ଭୁବନେଶ୍ବର ଫେରିବାକୁ ପ୍ରସ୍ତୁତ ହେଉଥିଲେ। ମାତ୍ର ତାହା ପରେ କ’ଣ ହେଲା ଜଣାପଡିନି।

ଅମିତାଭଙ୍କୁ ୬ ଯୁବକ ଘେରିଯାଇ ଗାଳି କରୁଥିବାର ଏକ ଭିଡିଓ ସାମନାକୁ ଆସିଛି। ସେହି ଯୁବକମାନେ କ୍ୟାମେରା ଧରିଥିବାରୁ ସ୍ଥାନୀୟ ଅଞ୍ଚଳର କୁଜିନେତା/ସାମ୍ବାଦିକ ହୋଇଥାଇପାରନ୍ତି। ଭିଡିଓରେ ଦେଖାଯାଉଛି ଯେ ସାଦା ପୋଷାକଧାରୀ ପୁଲିସଙ୍କ ଗହଣରେ ଅମିତାଭ ଏକ ପୁଲିସ ଗାଡିରୁ ଓହ୍ଲାଉଛନ୍ତି। ଏହାର ଭିଡ଼ିଓ ଉତ୍ତୋଳନ କରୁଥିବା ସେହି ଯୁବକମାନେ ତାଙ୍କୁ ଗାଳି କରୁଛନ୍ତି- ‘କ’ଣ ଭିଡିଓ କରୁଥିଲୁ ବେ। ଆତ୍ମଘୋଷିତ ବଡ଼ ସାମ୍ବାଦିକ ତୁ ନା । ପାଣ୍ଡିଆନ୍ ର ଚେଲା।’

ଅମିତାଭଙ୍କୁ ଗାଳି କରୁଥିବା ଏହି ତଥାକଥିତ ସାମ୍ବାଦିକମାନେ କିଏ? ଅମିତାଭଙ୍କୁ ଫସାଇବା ପଛରେ ଏମାନଙ୍କର ହାତ ନାହó ତ? ନିରପେକ୍ଷ ଭାବରେ ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ସାମ୍ବାଦିକ ମହଲରୁ ଦାବି ହୋଇଛି।

ସୂଚନାଥାଉକି, ଭୁବନେଶ୍ବରରେ ରହୁଥିବା ସବ୍ୟସାଚୀ ଅମିତାଭ ପୂର୍ବରୁ ଏକାଧିକ ପ୍ରତିଷ୍ଠିତ ମିଡିଆ ସଂସ୍ଥାରେ କାର୍ଯ୍ୟ କରିଥିଲେ। ଏବେ ନିଜର ଏକ ଡିଜିଟାଲ୍ ପ୍ଲାଟଫର୍ମ କରି କଣ୍ଟେଣ୍ଟ କ୍ରିଏଟର ଭାବେ ପରିଚୟ ଗଢ଼ିଛନ୍ତି। ଗତ କିଛି ମାସ ହେଲା ବିଜେପି ଏବଂ ଶାସକ ଗୋଷ୍ଠୀର ଭୁଲ୍ ଭଟକା ସାମନାକୁ ଆଣି ଲଗାତର ସମାଲୋଚନା କରୁଥିଲେ। ବିରୋଧୀ ଦଳଗୁଡ଼ିକର ନ୍ୟାରେଟିଭକୁ ସୋସିଆଲ୍ ମିଡିଆରେ ବଳିଷ୍ଠ ଭାବେ ଉପସ୍ଥାପନ କରୁଥିବାରୁ ତାଙ୍କ ଗିରଫଦାରି ପଛରେ ରାଜନୈତିକ ଚାପ ଥିବା ବିଭିନ୍ନ ମହଲରୁ ସନ୍ଦେହ ହେଉଛି। ନିରପେକ୍ଷ ତଦନ୍ତ ଜରିଆରେ ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଦରକାର।

Previous Post

ବିପଦରେ ସାମ୍ବାଦିକ ଓ ସାମ୍ବାଦିକତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA